Posted inRasifala

ରାଶିଫଳ: ରବିବାର , ମେ ୫ ତାରିଖ – Daily Horoscope

ମେଷ
ଆଜି ପାରିବାରିକ ଓ କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ଭ୍ରାତୃବର୍ଗ କିମ୍ବା ଆମତ୍ୀୟଙ୍କ ସହ ବିରୋଧଭାବ ଉଦ୍ରେକ କରିବାର ସୂଚନା ଜାଣିପାରିବେ। କୃତ୍ତିକା ନକ୍ଷତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବା ହେତୁ ମାନସିକ ଅସ୍ଥିରତା ଦୂର ହୋଇପାରେ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ ଓ ଆର୍ଥିକ ଉନ୍ନତି ଘଟିବ।
ବୃଷ
ବୃଷ
ଆନୁଷ୍ଠାନିକ କାମରେ ବିଳମ୍ବଜନିତ ପ୍ରତିରୋଧର ସାମ୍ନା କରିବାକୁ ପଡ଼ିପାରେ। ରୋହିଣୀ ନକ୍ଷତ୍ର ସ୍ତ୍ରୀଙ୍କ ସହଯୋଗ, ବାଣିଜ୍ୟ, ଯାତ୍ରା ଅନୁକୂଳ ରହିବ। ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତି ପ୍ରତ୍ୟେକ କ୍ଷେତ୍ରରେ କିଛିଟା ଖର୍ଚ୍ଚାନ୍ତ କରାଇ କାମ ହାସଲରେ ସହାୟକ ହେବ। ବହୁତ ଦିନରୁ ଇଚ୍ଛାକରି ମଧ୍ୟ ଆଣିପାରି ନ ଥିବା ଜିନିଷଟି ଆଜି ଆଣିପାରନ୍ତି।
ମିଥୁନ
ମିଥୁନ
ପରିବାରରେ ଭୁଲ୍‌ ନିଷ୍ପତ୍ତି ପରିସ୍ଥିତିକୁ ଓଲଟାଇଦେବାର ସୂଚନା ରହିଛି। ଆପଣଙ୍କୁ ନିଜ ଘର କାମ ସାଙ୍ଗକୁ ବନ୍ଧୁ ମାନଙ୍କ କାମକୁ ମଧ୍ୟ ଅଗ୍ରାଧିକାର ଭିତ୍ତିରେ କରିବାକୁ ପଡ଼ିବ। ମୃଗଶିରା ନକ୍ଷତ୍ର ଅଫିସ କାମରେ ବିଭିନ୍ନ ଦିଗରୁ ଆଲୋଚନା କରିବାକୁ ପଡ଼ିପାରେ। ଯାତ୍ରାରେ ସଫଳତା ପାଇବେ, କିନ୍ତୁ ସମସ୍ୟା ଭିତର ଦେଇ ଯିବାକୁ ହେବ।
କର୍କଟ
କର୍କଟ
ଆଜି ଅଶ୍ଳେଷା ନକ୍ଷତ୍ରର ଅର୍ଥହାନି, ତତ୍‌ସମ୍ପର୍କିତ ସମସ୍ୟା, ପାରିବାରିକ ଦ୍ୱନ୍ଦ୍ୱ ମଧ୍ୟରେ ମାନସିକ ଅଶାନ୍ତି ସୃଷ୍ଟିକରିବ। ନୂତନ ସ୍ଥାନ ପରିଦର୍ଶନ, ନୂଆ କାମର ପରିକଳ୍ପନା, ଅଜଣା ଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି। କର୍ମକ୍ଷେତ୍ରରେ ଫାଇଲ୍‌ କାମ, ଯାନ୍ତ୍ରିକ ତ୍ରୁଟି, ମିଟିଂ ପ୍ରଭୃତିରେ ଜଞ୍ଜାଳ ବୃଦ୍ଧି ପାଇବ।
ସି˚ହ
ସି˚ହ
ଦୃଢ଼ ମନୋବଳ ସାଙ୍ଗକୁ ଧୈର୍ଯ୍ୟ, ଯୁକ୍ତିଯୁକ୍ତ କଥା ପରିସ୍ଥିତିକୁ ସମ୍ଭାଳିବାରେ ସାହାଯ୍ୟ କରିବ। ଉତ୍ତରା ଫାଲଗୁନୀ ନକ୍ଷତ୍ର ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହେବେ। ଘରୋଇ କଥାକୁ କେନ୍ଦ୍ରକରି ସମସ୍ୟା ଆସିପାରେ। ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାର୍ଯ୍ୟ ଓ ଯାତ୍ରା ସନ୍ତୋଷଜନକ ରହିବ।
କନ୍ୟା
ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସାମ୍ନା କରିବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ଦେଖାଦେବ। ବନ୍ଧୁ ଗହଣରେ ଯାହା ବିଷୟରେ ଆଲୋଚନା କରୁଥିବେ ତାହାକୁ ହଠାତ୍‌ ଅତି ନିକଟରେ ଦେଖି ହଡ଼ବଡ଼େଇ ଯାଇପାରନ୍ତି। ଚିତ୍ରା ନକ୍ଷତ୍ର ଆଇନ ଅଦାଲତ, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସା ପାଇବେ।
ତୁଳା
ତୁଳା
ସ୍ବାସ୍ଥ୍ୟ, ଲୋକସମ୍ପର୍କ, ଅର୍ଥନୀତି, ଗୁପ୍ତ ମନ୍ତ୍ରଣା କ୍ଷେତ୍ରରେ ଉନ୍ନତ ଫଳ ପାଇବେ। ପର୍ଯ୍ୟଟନ, ସତ୍‌ସଙ୍ଗ ଦିଗକୁ ଆକୃଷ୍ଟ ହୋଇପାରନ୍ତି। ସ୍ବାତୀ ନକ୍ଷତ୍ର ରାଜନୀତି, ନିର୍ମାଣ ଓ କଳା, ସାହିତ୍ୟ କ୍ଷେତ୍ରରେ ସୁନାମ ଅର୍ଜନକରି ଖୁସି ରହିବେ। ସଭାସମିତି କିମ୍ବା ଆନୁଷ୍ଠାନିକ କାମ ସକାଶେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ବିଛା
ବିଛା
ଆଜି ବିବାଦୀୟ ପରିସ୍ଥିତିରେ ଆରକ୍ଷୀ ସମ୍ପର୍କକୁ ନେଇ ଟେନ୍‌ସନ ଲାଗିରହିବ। ଚୁକ୍ତିପତ୍ର ସମ୍ପାଦନ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଜ୍ୟେଷ୍ଠା ନକ୍ଷତ୍ର ଦ୍ରବ୍ୟଲାଭ, ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ଏକପ୍ରକାର ଖୁସି ରହିବ। ପାରିବାରିକ କ୍ଷେତ୍ରରେ ଦ୍ୱନ୍ଦ୍ୱ କର୍ମକ୍ଷେତ୍ରକୁ କେତେକାଂଶରେ ପ୍ରଭାବିତ କରିପାରେ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ରକ୍ଷା ନ କଲେ ଅର୍ଥହାନି ଓ ଶରୀର ପୀଡ଼ାରୁ କଷ୍ଟ ପାଇବେ। ଆଗାମୀ ଦିନର ମାଙ୍ଗଳିକ କାର୍ଯ୍ୟ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ର ବନ୍ଧୁଙ୍କ ସାହାଯ୍ୟରେ ଆଜି ଋଣ ସୂତ୍ରରେ ଅର୍ଥଲାଭ କରିବାର ଯୋଗ ରହିଛି। ମାଲି ମକଦ୍ଦମା, ବାଣିଜ୍ୟ, ସାହିତ୍ୟ କ୍ଷେତ୍ର ଉନ୍ନତ ରହିବ।
ମକର
ମକର
ଆପଣଙ୍କ ଉଦାର ମନୋଭାବ କାରଣରୁ ଭାଇ, ବନ୍ଧୁ, ପଡ଼ୋଶୀଙ୍କ ସହ ସୁସମ୍ପର୍କ ବୃଦ୍ଧି ପାଇବ। ଶ୍ରବଣା ନକ୍ଷତ୍ର ଅଧସ୍ତନ କର୍ମଚାରୀଙ୍କ ଆନୁଗତ୍ୟ, ବିଶ୍ୱସନୀୟ କାର୍ଯ୍ୟକଳାପରୁ ସନ୍ତୋଷ ପ୍ରକାଶ କରିପାରନ୍ତି। ପ୍ରାପ୍ୟ ଧନ ପାଇଁ ପ୍ରତିବନ୍ଧକଜନିତ ମାନସିକ ସ୍ଥିତି ଉତ୍ତେଜନାପ୍ରବଣ ରହିପାରେ।
କୁମ୍ଭ
କୁମ୍ଭ
ପାରିବାରିକ କ୍ଷେତ୍ରରେ ଲାଗିରହିଥିବା ଅସନ୍ତୋଷ ମାନସିକ ସ୍ଥିତିକୁ କଳୁଷିତ କରିବ। ରାଜନୀତି, କଳା, ସାହିତ୍ୟ, କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିବ। ଶତଭିଷା ନକ୍ଷତ୍ର ଶିଳ୍ପ, ବାଣିଜ୍ୟ, ପରିବହନ, ଶେୟାର ବଜାର କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ବନ୍ଧୁମାନେ ନିଜ ନିଜ ଭିତରେ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
ମୀନମୀନ

ଆଜି ବ୍ୟୟବୃଦ୍ଧି, ବିଭିନ୍ନ ସମସ୍ୟା ସମାଧାନ କରିବା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ଅବଶ୍ୟ ପାଇବେ ଏବଂ ବନ୍ଧୁଙ୍କ ପ୍ରେରଣା ଲାଭଦାୟକ ହୋଇପାରେ। ରେବତୀ ନକ୍ଷତ୍ର କଳା, ସାହିତ୍ୟ ପ୍ରତି ଅନୁରାଗ ବଢ଼ିବ ଓ ପ୍ରଶଂସିତ ମଧ୍ୟ ହେବେ। ପ୍ରିୟଜନଙ୍କ ଆହ୍ବାନରେ ଭ୍ରମଣପ୍ରିୟ ହେବେ ଏବଂ ନୂତନ ଜିନିଷ କିଣିବାକୁ ମନ ବଳାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଜୁନ୍ ୬ ତାରିଖ – Daily Horoscope

ମେଷ ଆଜି ରୁକ୍ଷ ଦୃଷ୍ଟିରେ ବୁଧ ଓ ଶୁକ୍ର ଯୋଗୁ କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ଭଲ ରହି ନ ପାରେ। ସବୁ କିଛି ଭଲ…

ରାଶିଫଳ: ଶୁକ୍ରବାର , ଜୁନ୍ ୫ ତାରିଖ – Daily Horoscope

ମେଷ ଆଜି ହିତୈଷୀଙ୍କ ସହ ଆଲୋଚନା ପୂର୍ବକ ନୂଆ କାମର ରୂପରେଖ ପ୍ରସ୍ତୁତ କରିବେ। ଦୀର୍ଘଦିନରୁ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ…

ରାଶିଫଳ: ଗୁରୁବାର, ଜୁନ୍ ୪ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବା କଷ୍ଟକର ହେବ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ରାଜନୀତିରେ…

ରାଶିଫଳ: ବୁଧବାର, ଜୁନ୍ ୩ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ…

ରାଶିଫଳ: ମଙ୍ଗଳବାର, ଜୁନ୍ ୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ।…

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ,…

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି…

ରାଶିଫଳ: ଶନିବାର, ମେ ୩୦ ତାରିଖ – Daily Horoscope

ମେଷ ପରିସ୍ଥିତିର ବିଷମତା କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ବିବାଦୀୟ ସ୍ଥିତି ଉପତ୍ନ ହେବ। ଆବଶ୍ୟକତା ପୂରଣ ପାଇଁ କରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri