Posted inRasifala

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ
ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ କହିଲେ ବିରକ୍ତି ପ୍ରକାଶ କରିବେ। ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ କୌଣସି କାମ ଅଟକି ରହିବନାହିଁ। ଶାରୀରିକ ଅସୁସ୍ଥତା କେତେକ ପ୍ରତିବନ୍ଧକର କାରଣ ହୋଇପାରେ।
ବୃଷ
ବୃଷ
ଆପଣଙ୍କ ପ୍ରତିରୋଧବିହୀନ କାର୍ଯ୍ୟ ବନ୍ଧୁମାନଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିବ। କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ରୋହିଣୀ ନକ୍ଷତ୍ର ଶୁଭେଚ୍ଛୁମାନଙ୍କ ସହ ସୁଖଭ୍ରମଣ ଯୋଗ ରହିଛି। ଚେଷ୍ଟା କରୁଥିବା ନୂତନ ଯୋଜନାରେ କୃତକାର୍ଯ୍ୟ ହେବେ ଏବଂ ଆଶା ମଧ୍ୟ ପୂରଣ ହୋଇଯିବ।
ମିଥୁନ
ମିଥୁନ
ଆତ୍ମୀୟମାନଙ୍କ ହସ୍ତକ୍ଷେପ ଦ୍ୱାରା ପାରିବାରିକ ସମସ୍ୟା ସମାଧାନ ହୋଇଯିବ। ମୃଗଶିରା ନକ୍ଷତ୍ର ସ୍ବାସ୍ଥ୍ୟ ପ୍ରତି ନଜର ଦେଇ କାମ କରିବା ଭଲ ହେବ। ଆପଣଙ୍କୁ କିଛି ଲୋଭନୀୟ ପ୍ରତିଶ୍ରୁତି ଦେଇ ବନ୍ଧୁମାନେ କାମ ହାସଲ କରିବାକୁ ଚେଷ୍ଟା କରିବେ। କର୍ମକ୍ଷେତ୍ରରେ ସହକର୍ମୀ କେହି ପ୍ରତିବାଦର ସ୍ବର ଉଠାଇ ସମସ୍ୟା ସୃଷ୍ଟି କରିପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ପ୍ରତିବନ୍ଧକକୁ ସାମ୍‌ନା କରିବାକୁ ପଡ଼ିବ। ପରିବାରର ଅନାବଶ୍ୟକ ଖର୍ଚ୍ଚ ସାଙ୍ଗକୁ ବିଭିନ୍ନ ପ୍ରକାର ବିଳମ୍ବିତ କର୍ମ ସକାଶେ ଚିନ୍ତିତ ରହିପାରନ୍ତି। ଉପରିସ୍ଥଙ୍କ ଆଦେଶାନୁସାରେ ଆକସ୍ମିକ ଭାବେ ଦୂରଯାତ୍ରା କରିବାକୁ ପଡ଼ିପାରେ। ପୁଷ୍ୟା ନକ୍ଷତ୍ର ଯାତ୍ରା ସମୟରେ ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।
ସି˚ହ
ସି˚ହ
ପୂର୍ବାଫାଲ୍‌ଗୁନୀ ନକ୍ଷତ୍ରର ବଳିଷ୍ଠ ଯୁକ୍ତି ସମସ୍ୟା ସମାଧାନରେ ସହାୟକ ହେବ। ବନ୍ଧୁଟି ସାଧାରଣ କଥାରେ ଅଭିମାନ କରି ଅନ୍ୟ ମାଧ୍ୟମରେ ଆପଣଙ୍କୁ ମିଶିବାର ପ୍ରଯନତ୍ କରିବ। କାର୍ଯ୍ୟବ୍ୟସ୍ତ ଯୋଗୁ ପ୍ରିୟଜନଙ୍କଠାରୁ ଦୂରେଇ ରହିବାକୁ ବାଧ୍ୟହେବେ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
କନ୍ୟା
ପ୍ରିୟଜନଙ୍କ ବଦାନ୍ୟତା ଓ ଆନୁଷଙ୍ଗିକ ସହଯୋଗ ମାନସିକ ସ୍ଥିତିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ। ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ରର ପ୍ରତ୍ୟେକ କାମ ସୁବିଧାରେ ସମ୍ପନ୍ନ ହେବା ସହ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଘରେ ଅସାବଧାନତାରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ।
ତୁଳା
ତୁଳା
ଆଜି ବିଶାଖା ନକ୍ଷତ୍ରର ମନ ଖୁସି ରହିବ ଓ କୌଣସି କାମ ଅଟକିବ ନାହିଁ। ଯାହା ଚାହଁୁଛନ୍ତି ତାହା ପାଇବା ସହ ପାରିବାରିକ ସମସ୍ୟାକୁ ସୁଧାରିନେବେ। ଅଫିସ୍‌ରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ବାଣିଜ୍ୟ, ବ୍ୟବସାୟ, ଆନୁଷ୍ଠାନିକ କାମ କ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରି ମନସ୍ତାପ କରିବେ।
ବିଛା
ବିଛା
ଅନୁରାଧା ନକ୍ଷତ୍ରର ସ୍ବାସ୍ଥ୍ୟ ଭଲ ରହିବ ମାତ୍ର ମନ ବିଭିନ୍ନ ବିଷୟ ଚିନ୍ତାକରି ଅସ୍ଥିର ରହିପାରେ। କେତେକ କାମ କରିବାକୁ ଇଚ୍ଛା ବଳିବ ନାହିଁ ମାତ୍ର ନ କଲେ ନ ଚଳେ ଭଳି ପରିସ୍ଥିତି ସୃଷ୍ଟିହେବ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ଅପସରିଯିବ। ଭ୍ରମଣ, ସତ୍‌ସଙ୍ଗ, ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିୟୋଜିତ ହେବେ।
ଧନୁ
ଧନୁ
ମାନସିକ ସ୍ଥିତି ଭଲ ରହିଲେ ମଧ୍ୟ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ। କୌଣସି ଯୋଜନା ନିମନ୍ତେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ମୂଳା ନକ୍ଷତ୍ରର ଭୁଲ୍‌ ବୁଝାମଣା ପାରିବାରିକ ଜୀବନରେ ଅଶାନ୍ତିର କାରଣ ହେବ। କଳା, ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ, ଆଇନ ଅଦାଲତ ଓ ବାଣିଜ୍ୟ କ୍ଷେତ୍ର ମନ୍ଦ ହେବନି।
ମକର
ମକର
ସାଧାରଣ କଥାକୁ କେନ୍ଦ୍ରକରି କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବାରୁ ଚିନ୍ତାପ୍ରକଟ କରିବେ। ଉତ୍ତରାଷାଢ଼ା ନକ୍ଷତ୍ର ସକାଶେ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ। ବ୍ୟବସାୟିକ କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ମାନସିକ ଅସ୍ଥିରତା ବଢ଼ିଯିବ।
କୁମ୍ଭ
କୁମ୍ଭ
ବାରମ୍ବାର ପ୍ରତିବନ୍ଧକ ସୃଷ୍ଟିହେବା କାରଣରୁ କାମ ସମ୍ପନ୍ନ କଷ୍ଟକର ହୋଇପଡ଼ିବ। ଶତଭିଷା ନକ୍ଷତ୍ର ଘରୋଇ କାମରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ସଭାସମିତି, ଆନୁଷ୍ଠାନିକ କାମ, ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ବିଭିନ୍ନ ସୂତ୍ରରୁ ରୋଜଗାର କରିବେ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।
ମୀନମୀନ

ବଡ଼ ବଡ଼ ଲୋକମାନଙ୍କ ସଂସ୍ପର୍ଶରେ ଆସିବେ ଏବଂ କେତେକ ନୂତନ ସୁବିଧା ସୁଯୋଗ ପାଇଁ ରାସ୍ତା ଖୋଲିଯିବ। ମାତ୍ର ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟକଲେ ଉପକୃତ ହେବେ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ଉତ୍ତର ଭାଦ୍ରବ ନକ୍ଷତ୍ରର ପ୍ରିୟଜନମାନେ ପାଖେଇ ଆସିବେ ଏବଂ ବକେୟା ଅର୍ଥ ପାଇ ଖୁସି ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?