Posted inRasifala

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ ବାଧିବ। ବ୍ୟବସାୟ, ନିର୍ମାଣ, ଆନୁଷ୍ଠାନିକ କାମ, ବିବାଦୀୟ ଘଟଣା, ସଭାସମିତି, ଅର୍ଥ ସମ୍ପର୍କ କ୍ଷେତ୍ରରୁ ଉପକୃତ ହେବେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହି କାମ କରିବା ଭଲ ହେବ।
ବୃଷ
ବୃଷ
ମିତ୍ର ବୁଧଙ୍କ ନକ୍ଷତ୍ରସ୍ଥ ଶୁକ୍ର ଯାତ୍ରାରେ ଲକ୍ଷ୍ୟପୂରଣ କରିବା ସହ ବ୍ୟବସାୟରେ ସୁଫଳ ପ୍ରଦାନ କରିବେ। ସଭାସମିତିରେ ବନ୍ଧୁ ମିଳନ ଘଟିବ ଏବଂ ହାତକୁ ଦି’ପଇସା ମଧ୍ୟ ଆସିବ। କର୍ମକ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। କୌଣସି ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି ।
ମିଥୁନ
ମିଥୁନ
ବୁଧ ଧନାଧିପ ଚନ୍ଦ୍ରଙ୍କ ନକ୍ଷତ୍ରସ୍ଥ ହୋଇ ବନ୍ଧୁଙ୍କୁ ଅନୁରୋଧରୁ କିମ୍ବା ସନ୍ତାନ ହେତୁକ ଅର୍ଥର ଆବଶ୍ୟକତାକୁ ପୂରଣ କରିବେ। ଯାହାକୁ ଖୋଜୁଥିବେ ସେ ଆପଣା ଛାଏଁ ପାଖକୁ ଚାଲି ଆସିବ। ପାରିବାରିକ ସମସ୍ୟା ପୂର୍ବପରି ରହିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ।
କର୍କଟ
କର୍କଟ
ଆଜିର ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିହୀନତା କାରଣରୁ ପାରିବାରିକ ପ୍ରତିକୂଳତା ପ୍ରଭାବ ପକାଇପାରିବ ନାହିଁ। କର୍ମକ୍ଷେତ୍ରରେ ଟେନସନ୍‌ ବଢ଼ିବ ଏବଂ ଗୁଜବ ମନକୁ ଆତଙ୍କିତ କରିପାରେ। ଅର୍ଥନୈତିକ ଦୃଷ୍ଟିକୋଣରୁ କେତେକ ବ୍ୟତିକ୍ରମ ସକାଶେ ଚିନ୍ତିତ ରହିବେ। ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରି ଅପଦସ୍ଥ ହୋଇପାରନ୍ତି ।
ସି˚ହ
ସି˚ହ
ବୁଧ ବ୍ୟୟାଧିପ ଚନ୍ଦ୍ରଙ୍କ ନକ୍ଷତ୍ରସ୍ଥ ଯୋଗୁ ପ୍ରାପ୍ୟ ହାତକୁ ଆସିବ କିନ୍ତୁ ପକେଟରେ ରହିପାରିବନି। ସାମାନ୍ୟ ଅବହେଳାରୁ ସୁଯୋଗ ହାତଛଡ଼ା ହୋଇପାରେ। ପରକଥା ଶୁଣି ସାହାଯ୍ୟ ପ୍ରତିଶ୍ରୁତି ଦେଇଥିବା ଲୋକଟିର ମନ ବିଗିଡି ଯିବାର ଆଶଙ୍କା ରହିଛି। ସଭାସମିତିରେ ଆଲୋଚନା, ଚୁକ୍ତିପତ୍ର, ଶିକ୍ଷା, ବାଣିଜ୍ୟ, ବନ୍ଧୁ ସମ୍ପର୍କରେ ଝଟକା ଲାଗିପାରେ।
କନ୍ୟା
ଅନୁକୂଳ ଗ୍ରହ ପ୍ରଭାବରୁ ଯାହା ଆଶା କରୁଛନ୍ତି ତାହା ପାଇବେ। ପରିବାରର ପ୍ରତ୍ୟେକ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାପାଇଁ ସମର୍ଥ ହେବେ। ସଂସ୍କୃତି କ୍ଷେତ୍ରରେ ସୁନାମ ଅର୍ଜନ କରିବା ସହ କୈାଣସି ଶୁଭଖବର ପାଇବେ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ। ବ୍ୟବସାୟିକ ସ୍ଥିତି ବହୁତ ଭଲ ରହିବ।
ତୁଳା
ତୁଳା
ଶନିଙ୍କ ଦୃଷ୍ଟି କର୍ମାଧିପତିଙ୍କ ଉପରେ ପତିତ ହେଉଥିବାରୁ କର୍ମକ୍ଷେତ୍ରରେ ବିତର୍କର ଆଶଙ୍କା ରହିଛି। ଜଣେ ବନ୍ଧୁଙ୍କ ଆବିର୍ଭାବ ପାରିବାରିକ ଜୀବନକୁ ଚଳଚଞ୍ଚଳ କରିବ। ଅଭାବକୁ ପଛରେ ପକାଇ ଗୁରୁତ୍ୱପୂର୍ଣ୍ଣ କାମଟିକୁ ଅଗ୍ରାଧିକାର ଦେବେ। ବିବାଦୀୟ ଘଟଣାରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହୋଇପାରିବେ।
ବିଛା
ବିଛା
ରାଶ୍ୟାଧିପ ମଙ୍ଗଳ ଉଚ୍ଚ ରାଶିରେ ରହି ନବମକୁ ଦେଖୁଥିବାରୁ ଧାର୍ମିକ ବାତାବରଣ ମଧ୍ୟରେ ସମୟ କଟିବ। ମନରେ ସରସତା ନ ଥିବାରୁ ମାନସିକ ସ୍ଥିରତା ରହିବ ନାହିଁ। ଆଜିର ଯାତ୍ରା, ଯୋଗାଯୋଗ, ସତ୍‌ସଙ୍ଗ, ଆଲୋଚନା ଜାରି ରଖିଲେ ଉପକୃତ ହେବେ। ଶିଳ୍ପ, ବାଣିଜ୍ୟ, ପରିବହନ, ଶିକ୍ଷା, ସ୍ବାସ୍ଥ୍ୟ, ପ୍ରକାଶନରେ ତପତ୍ର ରହିପାରନ୍ତି।
ଧନୁ
ଧନୁ
ଆଜି ଅଷ୍ଟମାଧିପତି ଚନ୍ଦ୍ର ଷଷ୍ଠଭାବରେ ବିପରୀତ ରାଜଯୋଗ ପ୍ରଦାନ କରି ସମସ୍ୟାର ସମାଧାନ କରିବେ। ମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ପରିବାର, କର୍ମକ୍ଷେତ୍ର, ସାମାଜିକ ତଥା ଆନୁଷ୍ଠାନିକ କ୍ଷେତ୍ର ପୂର୍ବପରି ରହିବ। ଆନୁଷ୍ଠାନିକ କ୍ଷେତ୍ରରେ ସାହିତ୍ୟ, ସଂସ୍କୃତିର ଆଦର କରି ବନ୍ଧୁ ଗହଣରେ ପ୍ରଶଂସିତ ହେବେ।
ମକର
ମକର
ନିଜର ବିଚାରବୁଦ୍ଧିକୁ ଜଳାଞ୍ଜଳି ଦେଇ ଅନ୍ୟର କାନକୁହା କଥାରେ ପରିଚାଳିତ ହେଲେ ମନସ୍ତାପ କରିବେ। ବାଣିଜ୍ୟ, ପରିବହନ, ଆଲୋଚନା ଓ ରାଜନୀତି କ୍ଷେତ୍ର ଭଲ ରହିବ। ଏକାଧିକଗ୍ରହ ରାଶିରେ ଅବସ୍ଥାନ କରୁଥିବାରୁ ଆପଣ ଅଗ୍ରଣୀ ଭୂମିକା ଗ୍ରହଣ କରି ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ଷଷ୍ଠାଧିପ ଚତୁର୍ଥସ୍ଥ ଯୋଗୁ ଆଜି ପରିବାରରେ କଳହର ଆଶଙ୍କା ରହିଛି। ଆପଣଙ୍କ କାର୍ଯ୍ୟକୁ ବାହ୍ୟଲୋକମାନେ ଯେତିକି ଆଦର କରିବେ ନିଜ ଲୋକ ତାହାର ଦୁଇଗୁଣ ଅପପ୍ରଚାର କରିପାରନ୍ତି। ଯାତ୍ରାରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ। ଆକସ୍ମିକ ଦରକାର ପଡୁଥିବା ସମୟରେ ଅର୍ଥାଭାବ ଦୁଶ୍ଚିନ୍ତାର କାରଣ ହୋଇପାରେ।
ମୀନମୀନ
କର୍ମାଧିପତି କେନ୍ଦ୍ରସ୍ଥ ଯୋଗୁ କର୍ମାରମ୍ଭ ସାଙ୍ଗକୁ ସହକର୍ମୀଙ୍କ ପରାମର୍ଶ କାମକୁ ଆସିବ। ସ୍ବସ୍ଥାନହନ୍ତା ଗୁରୁଙ୍କ ସ୍ଥିତିରୁ ପରିବାରରେ ଅଶାନ୍ତିର ଝଲକ ଦେଖିବାକୁ ମିଳିପାରେ। କୃତି ଓ କୃତିତ୍ୱରୁ ବୁଦ୍ଧିଜୀବୀଙ୍କ ଦ୍ୱାରା ପ୍ରଶଂସିତ ହେବେ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ବନ୍ଧୁଙ୍କ ସହ ଆଲୋଚନା ପ୍ରୀତିପ୍ରଦ ରହିବ।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ମେ ୧ ତାରିଖ – Daily Horoscope

ମେଷ ଆପଣ ଯେମିତି ଉଚ୍ଚମନା, ଆପଣଙ୍କ କାମଗୁଡିକ ମଧ୍ୟ ସରସ, ସୁନ୍ଦର ରହିବ। ଶୁକ୍ରଙ୍କ ସ୍ଥିତି ଜନିତ ଅଭାବ ରହିବନି ଏବଂ ପାରିବାରିକ ସ୍ଥିତି ମଧ୍ୟ ମନ୍ଦ…

ରାଶିଫଳ: ଗୁରୁବାର, ଏପ୍ରିଲ ୩୦ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ସକାଶେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। କୌଣସି ଖବର ଶୁଣିବା ପରେ ଏକ ଅଜଣା ଆବେଗରେ ମନ ଉଦ୍‌ବେଳିତ ହେବ।…

ରାଶିଫଳ: ବୁଧବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପାରିବାରିକ ଜୀବନକୁ ଶାନ୍ତିପ୍ରଦ ରଖିବା ସହ ଯାତ୍ରାକୁ ସଫଳ କରିବ। କର୍ମକ୍ଷେତ୍ରରେ ସହକର୍ମୀ ଯଥାସାଧ୍ୟ ସାହାଯ୍ୟ କରି ଶ୍ରମ ଲାଘବ କରିବେ। ବାଣିଜ୍ୟ,…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଶନି ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ଅସୁସ୍ଥତା ସୃଷ୍ଟିକଲେ ମଧ୍ୟ ଚନ୍ଦ୍ରଙ୍କ ପ୍ରଭାବରେ ବ୍ୟବହାରିକ କୁଶଳତା ଜାରିରହିବ। ସହକର୍ମୀ, ଅଧସ୍ତନ କର୍ମଚାରୀ ଏବଂ ବନ୍ଧୁବର୍ଗଙ୍କ ସହ…

ରାଶିଫଳ: ସୋମବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ସାମାଜିକ କ୍ଷେତ୍ରରେ କେତେକ ଦିଗରୁ ମାନସିକ ଚାପର ସମ୍ମୁଖୀନ ହେବେ। ପାରିବାରିକ ସମସ୍ୟା ସୁଧାରିବା ପାଇଁ ସହୃଦୟ ବ୍ୟକ୍ତିଠାରୁ ସହାୟତା ପାଇବେ। ଗତକାଲିର ଆଲୋଚନା…

ରାଶିଫଳ: ରବିବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ରାଶିରେ ରବି ଉଚ୍ଚସ୍ଥ ହେତୁ ପ୍ରତ୍ୟେକ ସ୍ତରରେ ସମ୍ମାନଜନକ ସ୍ଥିତିରେ ରହିବେ। ସ୍ବାସ୍ଥ୍ୟ ଯେମିତି ଭଲ ରହିବ ମନ ଆହୁରି ଅଧିକ ଭଲ ରହିବ। ବନ୍ଧୁଙ୍କ…

ରାଶିଫଳ: ଶନିବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ ବିଭିନ୍ନ ପ୍ରକାର ସମସ୍ୟା ଲାଗିରହିବା ଯୋଗୁ କର୍ମକ୍ଷେତ୍ରରେ କୌଣସି କାମ ସହଜରେ ସମ୍ପନ୍ନ ହେବନାହିଁ। ଅବଶ୍ୟ ପରକ୍ଷଣରେ ଅନ୍ୟାନ୍ୟ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇପାରେ।…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରସ୍ଥ ରବି ଆପଣଙ୍କ ସୁସ୍ଥ ଚିନ୍ତାଧାରା ଓ କାର୍ଯ୍ୟକଳାପକୁ ପ୍ରଭାବିତ କରି ବ୍ୟଥିତ କରାଇପାରନ୍ତି। ଆକସ୍ମିକ ବନ୍ଧୁଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ସାହିତ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri