Posted inRasifala

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ
ଆଜି ଶନି ସହ ଚନ୍ଦ୍ର ଯୋଗରୁ ପାରିବାରିକ ସ୍ଥିତିକୁ ନେଇ ମାନସିକ ସ୍ଥିତି ଭଲ ରହିବନାହିଁ । ବହୁତ ଦିନରୁ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ । ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ ନ କଲେ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ଶିଥିଳତା ଦେଖାଦେବ ।
ବୃଷ
ବୃଷ

କେତୁ ନକ୍ଷତ୍ରସ୍ଥ ଶୁକ୍ର ହେତୁ ଅପୂରଣୀୟ ଆଶା ଓ ଅଭିଳାଷ ମନରେ ଲଘୁ କ୍ରୋଧ ସୃଷ୍ଟି କରିପାରେ । ପୁରୁଣା ସମ୍ପର୍କ, ଜମିଜମା, ଗାଡି ମୋଟରରୁ ଭଲ ଲାଭ ପାଇବେ । ନିର୍ମାଣାଧୀନ କାର୍ଯ୍ୟ ସମସ୍ୟା ବହୁଳ ରହିବ । ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିପାରିଲେ ଉପକୃତ ହେବେ ।

ମିଥୁନ
ମିଥୁନ
ମଙ୍ଗଳ ଦୃଷ୍ଟ ବୁଧ ହେତୁ ସାଧାରଣ ଘଟଣାରେ ଝଗଡା ଲାଗିଥିବା ଗତକାଲିର ଘଟଣାବଳୀ ମନକୁ ବିବ୍ରତ କରିପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପ୍ରାପ୍ତି ହୋଇପାରେ । କର୍ମକ୍ଷେତ୍ରର ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ।
କର୍କଟ
କର୍କଟ
ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଦୂରଯାତ୍ରା ଓ ବନ୍ଧୁ ମିଳନଜନିତ ସାମୟିକ ଆନନ୍ଦ ଅନୁଭବ କରିବେ । ଦୀର୍ଘଦିନର ଆଶା ଫଳବତୀ ହେବ କିନ୍ତୁ ଏଥି ସକାଶେ ଆପଣଙ୍କୁ କିଛି ଖର୍ଚ୍ଚାନ୍ତ ହେବାକୁ ପଡିପାରେ । ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି ।
ସି˚ହ
ସି˚ହ
ରାଶିରେ ଶୁକ୍ରଙ୍କ ପ୍ରଭାବରେ ସୁଚିନ୍ତିତ ଯୋଜନାକୁ ବାସ୍ତବରୂପ ଦେବା ଦିଗରେ ଚେଷ୍ଟା କରି ସଫଳ ହେବେ । ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଲେ ମଧ୍ୟ ଚେଷ୍ଟାରୁ ବିରତ ହେବେ ନାହିଁ । ବନ୍ଧୁଗହଣରେ ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି ।
କନ୍ୟା
ଶୁକ୍ର ଓ ବୁଧଙ୍କ ପ୍ରଭାବରୁ କଳା, ସଙ୍ଗୀତ, କ୍ରୀଡା, ଚଳଚ୍ଚିତ୍ର ଓ ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ସହମତିିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇବ ।
ତୁଳା
ତୁଳା
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସଙ୍ଗକୁ ସାମାଜିକ ସ୍ତରରେ ଆନୁଷ୍ଠାନିକ କାର୍ଯ୍ୟ ତଥା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ମିଳିବ । କିନ୍ତୁ ଦ୍ୱିତୀୟ ଭାବ ମଙ୍ଗଳ ଦ୍ୱାରା ପ୍ରଭାବିତ ହୋଇଥିବାରୁ କଠୋର ବାକ୍ୟାଳାପ ଦ୍ୱାରା ସମ୍ପର୍କହାନି ଘଟିପାରେ । ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ବିଛା
ବିଛା
ଦୁର୍ବଳ ଭାଗ୍ୟାଧିପଜନିତ ପ୍ରତ୍ୟେକ କ୍ଷେତ୍ରର ପରିସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ନ ହୋଇପାରେ । ମନୋରଞ୍ଜନ କାର୍ଯ୍ୟରେ ସାମିଲ୍‌ ହୋଇପାରନ୍ତି, କିନ୍ତୁ ପୂର୍ଣ୍ଣ ଉପଭୋଗ୍ୟ ହୋଇପାରିବ ନାହିଁ । ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିବା କାରଣରୁ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ ।
ଧନୁ
ଧନୁ
କୌଣସି ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପଣଙ୍କ କର୍ମ କ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ । ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ, ଅବଶ୍ୟ ସମାଧାନର ପନ୍ଥା ଖୋଜି ପାଇବେ । ଉତ୍ତରାଷାଢା ନକ୍ଷତ୍ର ପିଲାମାନଙ୍କ ସଫଳତାରେ ଆନନ୍ଦ
ଅନୁଭବ କରିବେ ।
ମକର
ମକର

ଯେତେ ସତର୍କରେ ଚଳିଲେ ମଧ୍ୟ ଅନ୍ୟମାନଙ୍କ ଶ୍ରଦ୍ଧାଭାଜନ ହୋଇପାରିବେ ନାହିଁ । ଘରେ ବସି ରହିଥିଲେ ମଧ୍ୟ ବିଭିନ୍ନ ପ୍ରକାରର ମିଥ୍ୟା ଅଭିଯୋଗ ଆପଣଙ୍କ ଉପରକୁ ଆସିପାରେ । ମଙ୍ଗଳ ଷଷ୍ଠାଧିପ ବୁଧ ଦୃଷ୍ଟିରେ ଥିବାରୁ ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ ।

କୁମ୍ଭ
କୁମ୍ଭ
ବ୍ୟୟସ୍ଥାନରୁ ଶନିଙ୍କ ଦୃଷ୍ଟି ପ୍ରଭାବରୁ ବିଗିଡି ଯାଉଥିବା ଯୋଜନା କ୍ରମଶଃ ସ୍ବାଭାବିକ ହୋଇପାରେ । କର୍ମକ୍ଷେତ୍ର ପ୍ରତି ଉଦାସୀନ ହେବେ, ଯଦ୍ଦ୍ବାରା କି ଆପଣଙ୍କୁ ଏଥି ସକାଶେ କେତେକ କଟୁକ୍ତି ଶୁଣିବାକୁ ପଡିପାରେ । ଅଭାବ ସୁଧାରିବାକୁ ଯାଇ ଧାର ଉଧାର କରିବାକୁ ପଡିବ । ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବାର ଆଶା ରହିଛି ।
ମୀନମୀନ

ଶନିଙ୍କ ଦୃଷ୍ଟିରୁ ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହୋଇପାରେ । ବନ୍ଧୁ ମାନଙ୍କ ପରାମର୍ଶ ଅନୁଶାରେ ସମସ୍ୟା ସମାଧାନ ହେବା ଦିଗରେ ଚେଷ୍ଟା କରିପାରନ୍ତି। ନିଜ ଲୋକ ମାନଙ୍କ ଈର୍ଷାପରାୟଣତା କାରଣରୁ ହଠାତ୍‌ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିବେ । ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍‍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର…

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ଜନ୍ମଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ମତାନ୍ତର ସାଙ୍ଗକୁ ଧନହାନିର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।…

ରାଶିଫଳ: ବୁଧବାର, ଜୁଲାଇ ୮ ତାରିଖ – Daily Horoscope

ମେଷ ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଗୃହକୁ ଯାତ୍ରା ସକାଶେ ମନସ୍ଥ କରିବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ,…

ରାଶିଫଳ: ମଙ୍ଗଳବାର, ଜୁଲାଇ ୭ ତାରିଖ – Daily Horoscope

ମେଷ ଆଜି ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସାଙ୍ଗକୁ ବନ୍ଧୁମାନଙ୍କ ସହ ଦୂରଯାତ୍ରା କରିବାର ମଉକା ପାଇବେ। ସହକର୍ମୀଙ୍କ ଆର୍ଥିକ ଅନୁଦାନ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri