Posted inRasifala

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ
ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା ଲାଭ କରିବେ। ଖର୍ଚ୍ଚଭାର ବୃଦ୍ଧି କିମ୍ବା ଅର୍ଥ ସମ୍ପର୍କିତ ସମସ୍ୟା ଯୋଗୁ ଚିନ୍ତାପ୍ରକଟ କରିବେ। ସଭାସମିତି, ଆଲୋଚନା କ୍ଷେତ୍ରରେ ସମ୍ମାନ ଲାଭ କରିବେ।
ବୃଷ
ବୃଷ
ଚନ୍ଦ୍ରଙ୍କ ଶୁଭପ୍ରଭାବରୁ ନିଜ ଲୋକଙ୍କ ସାହାଯ୍ୟ ସହଯୋଗ କାର୍ଯ୍ୟ ହାସଲରେ ସହାୟକ ହେବ। ବ୍ୟବସାୟ କ୍ଷେତ୍ରରେ ଆଶାନୁରୂପ ଫଳ ପ୍ରାପ୍ତି ନ ହୋଇପାରେ। ଘରର ସମସ୍ୟାରେ ବିଚଳିତ ମନ ବନ୍ଧୁଙ୍କ ସହ ଋକ୍ଷ ବ୍ୟବହାରରେ ପ୍ରତିଫଳିତ ହେବ। ପ୍ରତିଯୋଗିତାରେ ସଫଳତା, ମାଲିମକଦ୍ଦମାରେ ବିଜୟ ଆଶା ରହିଛି।
ମିଥୁନ
ମିଥୁନ
ଆଜି ଚନ୍ଦ୍ର ବିଳାସକାରକ ଗ୍ରହଙ୍କ ରାଶିରେ ଅବସ୍ଥାନ କାରଣରୁ ମିଠା କଥା ଓ ଲୋଭନୀୟ ପ୍ରତିଶ୍ରୁତି ଦେଇ କାମ ହାସଲ କରିପାରନ୍ତି। ଦୀର୍ଘ ଦିନ ହେଲା ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ। କର୍ମକ୍ଷେତ୍ରରେ ଆପଣଙ୍କ ଭୁଲ୍‌ ନିଷ୍ପତ୍ତି ଏକ ତରଫା ହୋଇଯାଇ ପାରେ। ଶିଳ୍ପ, ବାଣିଜ୍ୟ, ରାଜନୀତି, ସଂଗଠନରେ ସଫଳତା ପାଇବେ।
କର୍କଟ
କର୍କଟ
ଆଜିର ଗ୍ରହସ୍ଥିତି ମନକୁ ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚାଟ କରି ରଖିବ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ରାଜନୀତି କ୍ଷେତ୍ରରେ ଓ ସାଂଗଠନିକ ସ୍ତରରେ ଲୋକ ସମ୍ପର୍କ ବଢ଼ିବ। କଚେରି ମାମଲା, ଜମିଜମା କାରବାର, ଅର୍ଥ ଲଗାଣ ସଂସ୍ଥାରେ ଟେନସନ୍‌ ବଢ଼ିଯାଇପାରେ।
ସି˚ହ
ସି˚ହ
ଦେବଗୁରୁଙ୍କ ପ୍ରଭାବରୁ ଯେମିତି ଚାହିଁବେ ସେମିତି କାମ କରିବାରେ ସଫଳ ହେବେ। ମାତ୍ର ଅଫିସ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ। କଚେରି ମାମଲାର ଶୁଣାଣି ବିଳମ୍ବିତ ହେବାର ସମ୍ଭାବନା ଦୁଶ୍ଚିନ୍ତାର କାରଣ ହୋଇପାରେ। ସାହିତ୍ୟ, ସାମ୍ବାଦିକତା, ଏଜେନ୍ସି ଓ ସଭାସମିତିରେ ପ୍ରଶଂସିତ ହେବେ।
କନ୍ୟା
ଏକାଧିକଗ୍ରହ ସପ୍ତମସ୍ଥ ଯୋଗୁ ବିବାଦୀୟ ପରିସ୍ଥିତିରେ ଅପଦସ୍ଥ ହୋଇପାରନ୍ତି। କିନ୍ତୁ ପରିବହନ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ଆକସ୍ମିକ ଯାତ୍ରାରେ କେତେକ ପ୍ରତିବନ୍ଧକ ଦେଖାଦେବାର ସୂଚନା ରହିଛି। କର୍ମକ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ।
ତୁଳା
ତୁଳା
ଷଷ୍ଠସ୍ଥ ଗ୍ରହଜନିତ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କର୍ମାରମ୍ଭ କରିବା ଭୁଲ୍‌ ହେବ। ଇଚ୍ଛା ବିରୋଧରେ କୌଣସି କାମ କରିବାକୁ ପଡ଼ିପାରେ, ଯାହାକି ଅଶାନ୍ତିକୁ ଆମନ୍ତ୍ରଣ କରିବ। ନିର୍ମାଣାଧୀନ କାମ, ଚୁକ୍ତିପତ୍ର, ବିବାଦୀୟ ଘଟଣା ଓ ଜମି କିଣା ବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଭଲ। ବନ୍ଧୁଙ୍କ ସାହାଯ୍ୟରୁ ଦ୍ରବ୍ୟ ପ୍ରାପ୍ତି ହେବ।
ବିଛା
ବିଛା
ଆଜି ମଙ୍ଗଳ ସହ ଶନିଙ୍କ ସ୍ଥିତି କାରଣରୁ ସ୍ବାସ୍ଥ୍ୟହାନି ସାଙ୍ଗକୁ ପାରିବାରିକ ସ୍ଥିତି ମଧ୍ୟ ଭଲ ରହିବ ନାହିଁ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ବନ୍ଧୁ ଆପଣଙ୍କୁ ଭୁଲ୍‌ ବୁଝିପାରନ୍ତି। ଶୀଘ୍ର ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ଆତ୍ମୀୟଙ୍କ ସହାୟତାରେ ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ।
ଧନୁ
ଧନୁ
ଉଚ୍ଚାରୋହୀ ତୃତୀୟସ୍ଥ ଶନି କାରଣରୁ ମାନସିକ ସ୍ଥିତି ସୁଦୃଢ଼ ରହିବ ଓ କାମ ହାସଲରେ କିଛି ଅସୁବିଧା ହେବନାହିଁ। ଆଇନ ଅଦାଲତ ଓ ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। କଳା, ସଙ୍ଗୀତ, ସାହିତ୍ୟ ଓ ସାମ୍ବାଦିକତାରେ ସମ୍ମାନିତ ହେବେ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ।
ମକର
ମକର
ସ୍ବସ୍ଥାନହନ୍ତା ବୃହସ୍ପତିଙ୍କ ଯୋଗୁ ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ କଟାଇବେ। ମାତ୍ର ଶ୍ରବଣା ନକ୍ଷତ୍ରର ପରିହାସ ଯୁକ୍ତ କଥା କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ। ବ୍ୟବସାୟିକ ଦିଗଟି ଭଲ ରହିଲେ ମଧ୍ୟ ପାରିବାରିକ ସ୍ଥିତି ଭଲ ରହିବ ନାହିଁ। ଯାନବାହନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାରାଦି କ୍ରୟ କରିପାରନ୍ତି।
କୁମ୍ଭ
କୁମ୍ଭ
ମୁଖଭାବସ୍ଥ ଗ୍ରହମାନଙ୍କ ପ୍ରଭାବରୁ ଆପଣଙ୍କ କଠୋର ବାକ୍ୟ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଆକସ୍ମିକ ଭାବରେ ସମ୍ପର୍କୀୟ ଜଣେ ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ବନ୍ଧୁଗହଣରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପଡ଼ୋଶୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
ମୀନମୀନ

ବୁଧଙ୍କ ଦୁର୍ବଳତା କାରଣରୁ ପରିବାରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ବନ୍ଧୁ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି। ଯାତ୍ରା, ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ଅବଶ୍ୟ ଘଟିବ। ଗବେଷଣା, ଅନୁସନ୍ଧାନ, କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?