Posted inRasifala

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ
ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା ଲାଭ କରିବେ। ଖର୍ଚ୍ଚଭାର ବୃଦ୍ଧି କିମ୍ବା ଅର୍ଥ ସମ୍ପର୍କିତ ସମସ୍ୟା ଯୋଗୁ ଚିନ୍ତାପ୍ରକଟ କରିବେ। ସଭାସମିତି, ଆଲୋଚନା କ୍ଷେତ୍ରରେ ସମ୍ମାନ ଲାଭ କରିବେ।
ବୃଷ
ବୃଷ
ଚନ୍ଦ୍ରଙ୍କ ଶୁଭପ୍ରଭାବରୁ ନିଜ ଲୋକଙ୍କ ସାହାଯ୍ୟ ସହଯୋଗ କାର୍ଯ୍ୟ ହାସଲରେ ସହାୟକ ହେବ। ବ୍ୟବସାୟ କ୍ଷେତ୍ରରେ ଆଶାନୁରୂପ ଫଳ ପ୍ରାପ୍ତି ନ ହୋଇପାରେ। ଘରର ସମସ୍ୟାରେ ବିଚଳିତ ମନ ବନ୍ଧୁଙ୍କ ସହ ଋକ୍ଷ ବ୍ୟବହାରରେ ପ୍ରତିଫଳିତ ହେବ। ପ୍ରତିଯୋଗିତାରେ ସଫଳତା, ମାଲିମକଦ୍ଦମାରେ ବିଜୟ ଆଶା ରହିଛି।
ମିଥୁନ
ମିଥୁନ
ଆଜି ଚନ୍ଦ୍ର ବିଳାସକାରକ ଗ୍ରହଙ୍କ ରାଶିରେ ଅବସ୍ଥାନ କାରଣରୁ ମିଠା କଥା ଓ ଲୋଭନୀୟ ପ୍ରତିଶ୍ରୁତି ଦେଇ କାମ ହାସଲ କରିପାରନ୍ତି। ଦୀର୍ଘ ଦିନ ହେଲା ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ। କର୍ମକ୍ଷେତ୍ରରେ ଆପଣଙ୍କ ଭୁଲ୍‌ ନିଷ୍ପତ୍ତି ଏକ ତରଫା ହୋଇଯାଇ ପାରେ। ଶିଳ୍ପ, ବାଣିଜ୍ୟ, ରାଜନୀତି, ସଂଗଠନରେ ସଫଳତା ପାଇବେ।
କର୍କଟ
କର୍କଟ
ଆଜିର ଗ୍ରହସ୍ଥିତି ମନକୁ ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚାଟ କରି ରଖିବ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ରାଜନୀତି କ୍ଷେତ୍ରରେ ଓ ସାଂଗଠନିକ ସ୍ତରରେ ଲୋକ ସମ୍ପର୍କ ବଢ଼ିବ। କଚେରି ମାମଲା, ଜମିଜମା କାରବାର, ଅର୍ଥ ଲଗାଣ ସଂସ୍ଥାରେ ଟେନସନ୍‌ ବଢ଼ିଯାଇପାରେ।
ସି˚ହ
ସି˚ହ
ଦେବଗୁରୁଙ୍କ ପ୍ରଭାବରୁ ଯେମିତି ଚାହିଁବେ ସେମିତି କାମ କରିବାରେ ସଫଳ ହେବେ। ମାତ୍ର ଅଫିସ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ। କଚେରି ମାମଲାର ଶୁଣାଣି ବିଳମ୍ବିତ ହେବାର ସମ୍ଭାବନା ଦୁଶ୍ଚିନ୍ତାର କାରଣ ହୋଇପାରେ। ସାହିତ୍ୟ, ସାମ୍ବାଦିକତା, ଏଜେନ୍ସି ଓ ସଭାସମିତିରେ ପ୍ରଶଂସିତ ହେବେ।
କନ୍ୟା
ଏକାଧିକଗ୍ରହ ସପ୍ତମସ୍ଥ ଯୋଗୁ ବିବାଦୀୟ ପରିସ୍ଥିତିରେ ଅପଦସ୍ଥ ହୋଇପାରନ୍ତି। କିନ୍ତୁ ପରିବହନ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ଆକସ୍ମିକ ଯାତ୍ରାରେ କେତେକ ପ୍ରତିବନ୍ଧକ ଦେଖାଦେବାର ସୂଚନା ରହିଛି। କର୍ମକ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ।
ତୁଳା
ତୁଳା
ଷଷ୍ଠସ୍ଥ ଗ୍ରହଜନିତ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କର୍ମାରମ୍ଭ କରିବା ଭୁଲ୍‌ ହେବ। ଇଚ୍ଛା ବିରୋଧରେ କୌଣସି କାମ କରିବାକୁ ପଡ଼ିପାରେ, ଯାହାକି ଅଶାନ୍ତିକୁ ଆମନ୍ତ୍ରଣ କରିବ। ନିର୍ମାଣାଧୀନ କାମ, ଚୁକ୍ତିପତ୍ର, ବିବାଦୀୟ ଘଟଣା ଓ ଜମି କିଣା ବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଭଲ। ବନ୍ଧୁଙ୍କ ସାହାଯ୍ୟରୁ ଦ୍ରବ୍ୟ ପ୍ରାପ୍ତି ହେବ।
ବିଛା
ବିଛା
ଆଜି ମଙ୍ଗଳ ସହ ଶନିଙ୍କ ସ୍ଥିତି କାରଣରୁ ସ୍ବାସ୍ଥ୍ୟହାନି ସାଙ୍ଗକୁ ପାରିବାରିକ ସ୍ଥିତି ମଧ୍ୟ ଭଲ ରହିବ ନାହିଁ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ବନ୍ଧୁ ଆପଣଙ୍କୁ ଭୁଲ୍‌ ବୁଝିପାରନ୍ତି। ଶୀଘ୍ର ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ଆତ୍ମୀୟଙ୍କ ସହାୟତାରେ ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ।
ଧନୁ
ଧନୁ
ଉଚ୍ଚାରୋହୀ ତୃତୀୟସ୍ଥ ଶନି କାରଣରୁ ମାନସିକ ସ୍ଥିତି ସୁଦୃଢ଼ ରହିବ ଓ କାମ ହାସଲରେ କିଛି ଅସୁବିଧା ହେବନାହିଁ। ଆଇନ ଅଦାଲତ ଓ ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। କଳା, ସଙ୍ଗୀତ, ସାହିତ୍ୟ ଓ ସାମ୍ବାଦିକତାରେ ସମ୍ମାନିତ ହେବେ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ।
ମକର
ମକର
ସ୍ବସ୍ଥାନହନ୍ତା ବୃହସ୍ପତିଙ୍କ ଯୋଗୁ ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ କଟାଇବେ। ମାତ୍ର ଶ୍ରବଣା ନକ୍ଷତ୍ରର ପରିହାସ ଯୁକ୍ତ କଥା କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ। ବ୍ୟବସାୟିକ ଦିଗଟି ଭଲ ରହିଲେ ମଧ୍ୟ ପାରିବାରିକ ସ୍ଥିତି ଭଲ ରହିବ ନାହିଁ। ଯାନବାହନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାରାଦି କ୍ରୟ କରିପାରନ୍ତି।
କୁମ୍ଭ
କୁମ୍ଭ
ମୁଖଭାବସ୍ଥ ଗ୍ରହମାନଙ୍କ ପ୍ରଭାବରୁ ଆପଣଙ୍କ କଠୋର ବାକ୍ୟ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଆକସ୍ମିକ ଭାବରେ ସମ୍ପର୍କୀୟ ଜଣେ ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ବନ୍ଧୁଗହଣରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପଡ଼ୋଶୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
ମୀନମୀନ

ବୁଧଙ୍କ ଦୁର୍ବଳତା କାରଣରୁ ପରିବାରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ବନ୍ଧୁ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି। ଯାତ୍ରା, ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ଅବଶ୍ୟ ଘଟିବ। ଗବେଷଣା, ଅନୁସନ୍ଧାନ, କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଜୁଲାଇ ୨୭ ତାରିଖ – Daily Horoscope

ମେଷ ସକାଳୁ ଜଣେ ବନ୍ଧୁ ଆସିବେ ଓ ବହୁତ କିଛି କହିବେ ମାତ୍ର ଫେରିବା ସମୟକୁ ମନଦୁଃଖ କରି ବିଦାୟ ନେଇପାରନ୍ତି। ବିଶେଷ ଭ୍ରମଣ କାରଣରୁ...

ରାଶିଫଳ: ଶୁକ୍ରବାର, ଜୁଲାଇ ୨୬ ତାରିଖ – Daily Horoscope

ମେଷ ପାରିବାରିକ ଓ ସାମାଜିକ ସ୍ତରରେ ନିଜର ପ୍ରାଧାନ୍ୟକୁ ବୃଦ୍ଧି କରିପାରିବେ। ଗୃହ ସମସ୍ୟା ସମାଧାନ ସାଙ୍ଗକୁ ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ...

ରାଶିଫଳ: ଗୁରୁବାର, ଜୁଲାଇ ୨୫ ତାରିଖ – Daily Horoscope

ମେଷ ଆଜି ଲାଭଭାବସ୍ଥ ଚନ୍ଦ୍ର ହେତୁ ଆବଶ୍ୟକତା ପୂରଣ ହେବାରେ କୌଣସି ଅସୁବିଧା ରହିବନାହିଁ। ଦୁର୍ବଳତାରୁ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖା ଦେଇପାରେ। ବନ୍ଧୁଙ୍କ ସାହାଯ୍ୟରୁ...

ରାଶିଫଳ: ବୁଧବାର, ଜୁଲାଇ ୨୪ ତାରିଖ – Daily Horoscope

ମେଷ କୌଣସି ମନ୍ତବ୍ୟକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। ସବୁ ସୁବିଧା ଥିଲେ ମଧ୍ୟ ଖଳ ଲୋକଙ୍କ ପରୋକ୍ଷ ଶତ୍ରୁତା କାରଣରୁ ପାରିବାରିକ...

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୩ ତାରିଖ – Daily Horoscope

ମେଷ ଆଗାମୀ କାଲିର ଆନୁଷ୍ଠନିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁନ୍ଦର ଓ ସୁମଧୁର ହେବ। ସହକର୍ମୀଙ୍କ ସାହାଯ୍ୟରେ ଅଟକିଥିବା କାମକୁ ସମ୍ପନ୍ନ...

ରାଶିଫଳ: ସୋମବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରଙ୍କ ସମ୍ମୁଖ ଭାଗରେ ରବି ଓ ଶୁକ୍ର ଅବସ୍ଥାନ କରିଥିବାରୁ ମନ ଯାହା ଚାହୁଁଥିବ ତାହା ପାଇବାରେ ଅସମର୍ଥ ହେବେ। ଶନିଙ୍କ ଦୃଷ୍ଟି...

ରାଶିଫଳ: ରବିବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି କେନ୍ଦ୍ରସ୍ଥ ଶୁକ୍ର ହେତୁ ବନ୍ଧୁମାନଙ୍କ ସାହାଯ୍ୟରେ ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବେ। କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ସୁଖ, ସ୍ବାଚ୍ଛନ୍ଦ୍ୟରେ ଅତିବାହିତ ହେବ।...

ରାଶିଫଳ: ଶନିବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବାରୁ ଖୁସି ହେବେ। ଶତ୍ରୁତା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri