Posted inRasifala

ରାଶିଫଳ: ଶନିବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ନୀଚରାଶିରେ ଅଷ୍ଟମସ୍ଥ ହୋଇଥିବାରୁ ଆର୍ଥିକ ଉନ୍ନତି ସହ ମାନସିକ ଅସ୍ଥିରତା ଲାଗି ରହିବ। ପର୍ଯ୍ୟଟନ, ପରିଭ୍ରମଣ, ଦୂରଯାତ୍ରା ସକାଶେ ବହୁତ ଖର୍ଚ୍ଚାନ୍ତ ହେବେ। ଆତ୍ମୀୟସ୍ବଜନଙ୍କ ରୁଗ୍‌ଣ ସ୍ବାସ୍ଥ୍ୟର ଆଶୁ ଚିକିତ୍ସା ପାଇଁ ଚିନ୍ତା ବଢ଼ିପାରେ। କର୍ମକ୍ଷେତ୍ରରେ ନିଜର ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିବ।
ବୃଷ
ବୃଷ
ତୃତୀୟାଧିପ ରାଶିକୁ ଅବଲୋକନ କରୁଥିବାରୁ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ପ୍ରତ୍ୟେକ ପରିସ୍ଥିତିରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ। ବାଣିଜ୍ୟ,ବ୍ୟବସାୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ଆତ୍ମୀୟସ୍ବଜନଙ୍କ ସ୍ବାସ୍ଥ୍ୟହାନିର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ମିଥୁନ
ମିଥୁନ
ଏକାଦଶସ୍ଥ ବୁଧ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ବନ୍ଧୁଙ୍କ ବ୍ୟବହାର ମନକୁ ପାଇବ ନାହିଁ। ପୁନର୍ବସୁ ନକ୍ଷତ୍ର କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଉନ୍ନତି କରିବେ। ବିଦେଶ ଯାତ୍ରା ପ୍ରତି ଅନୁକୂଳ ସୁଯୋଗ ଆପେ ଆପେ ଜୁଟିଯିବ। ପାରିବାରିକ କ୍ଷେତ୍ରରେ ସମସ୍ୟା କେତେକାଂଶରେ କମି କମି ଆସିପାରେ।
କର୍କଟ
କର୍କଟ
ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ପ୍ରଭାବରୁ ମାନସିକ ଚାପ ଜନିତ ସାମୟିକ ନୈରାଶ୍ୟ ଅନୁଭବ କରିପାରନ୍ତି। ପାରିବାରିକ କ୍ଷେତ୍ରରୁ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ପ୍ରଶାସନିକ କିମ୍ବା ଆନୁଷ୍ଠାନିକ କାମକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ। ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରି ମୁଣ୍ଡରେ ହାତ ଦେଇ ବସିବେ।
ସି˚ହ
ସି˚ହ
ରାହୁଙ୍କ ସ୍ଥିତି ନେଇ କର୍ତ୍ତବ୍ୟରେ ଅବହେଳା ଜନିତ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜି ହଠାତ୍‌ କୌଣସି ଖବର ପାଇ ଖୁସି ହୋଇପାରନ୍ତି। ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପ୍ରଶଂସିତ ହୋଇପାରନ୍ତି। ଅର୍ଥର ଅଭାବ ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।
କନ୍ୟା
ରାଶିରେ କୁଜବତ୍‌ କେତୁ ମଙ୍ଗଳ ଭଳି ଫଳଦାତା ହେତୁ ସମସ୍ୟା ମଧ୍ୟରେ ନିଜକୁ ଅଣନିଃଶ୍ୱାସୀ ମନେକରିବେ। ପ୍ରତିଯୋଗିତାରେ ସଫଳତା, କଚେରି ମାମଲାରେ ବିଜୟ, ବ୍ୟବସାୟରେ ଉନ୍ନତି ହେତୁ ମନ ଖୁସି ରହିବ। ଶତ୍ରୁତାର ଅବସାନ ସକାଶେ ଅନ୍ୟମାନଙ୍କ ସାହାଯ୍ୟ ନେବାକୁ ଚିନ୍ତା କରିପାରନ୍ତି। ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ।
ତୁଳା
ତୁଳା
ରାଶିକୁ ବୁଧ ଓ ବୃହସ୍ପତି ଦେଖୁଥିବାରୁ ବିଶିଷ୍ଟବ୍ୟକ୍ତିଙ୍କଠାରୁ ସ୍ନେହ ଶ୍ରଦ୍ଧା ଓ ଅନୁରକ୍ତି ଲାଭ କରିବେ। ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ମିଳିବ। ଜମିଜମା, ମାଲିମକଦ୍ଦମା, ତର୍କବିତର୍କ, ବିବାଦୀୟ ଘଟଣାରେ ବିଜୟୀ ହେବେ। ନୂତନ କାର୍ଯ୍ୟ ପାଇଁ ହିତୈଷୀଙ୍କଠାରୁ ପ୍ରେରଣା ମିଳିପାରେ।
ବିଛା
ବିଛା
ମଙ୍ଗଳ କେନ୍ଦ୍ରସ୍ଥାନରେ ଥିବାରୁ ଆଜି ବନ୍ଧୁମାନଙ୍କ ମାଧ୍ୟମରେ କାମ ହାସଲ କରିପାରିବେ। ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିବାର ଆଶଙ୍କାକୁ ଏଡାଇଦେବା ଠିକ୍‌ ହେବ ନାହିଁ। ଲଘୁକ୍ରୋଧର ବଶବର୍ତ୍ତୀ ହୋଇ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ।
ଧନୁ
ଧନୁ
ଭାଗ୍ୟାଧିପତି ଯୁକ୍ତ ବୃହସ୍ପତି ଯୋଗୁ ସମସ୍ୟା ଆସିଲେ ମଧ୍ୟ ସମାଧାନ ହୋଇଯିବ। ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣାଜନିତ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇପାରେ। ନିର୍ମାଣାଧୀନ କାମରେ ପ୍ରତିବନ୍ଧକ ଦୁଶ୍ଚିନ୍ତା ବଢ଼ାଇଦେବ। ବ୍ୟବସାୟିକ ଉନ୍ନତି, ଅର୍ଥପ୍ରାପ୍ତି, ସହ ବନ୍ଧୁ ମିଳନଜନିତ କେତେକ ଶୁଭଫଳ ମଧ୍ୟ ପାଇପାରନ୍ତି।
ମକର
ମକର
ପାରିବେଶିକ ପ୍ରତିକୂଳତା କାର୍ଯ୍ୟହାନିର କାରଣ ବନିଯିବ। ପାରିବାରିକ କଳହ ସାଙ୍ଗକୁ ଆତ୍ମୀୟଙ୍କ ଅସହଯୋଗ ମନକୁ ଆନ୍ଦୋଳିତ କରିପାରେ। ସପ୍ତମାଧିପତି ନୀଚସ୍ଥ ହେତୁ ବ୍ୟବସାୟରେ ମାନମନାନ୍ତର ସାମୟିକ ଭାବରେ ଶାନ୍ତ ରହିବ। କଳା, ସାହିତ୍ୟ, ସାମ୍ବାଦିକତା ତଥା ମନୋରଞ୍ଜନ କ୍ଷେତ୍ରରୁ ସୁଫଳ ମିଳିବ।
କୁମ୍ଭ
କୁମ୍ଭ
ଶନି ଓ ମଙ୍ଗଳ ଏକତ୍ରାବସ୍ଥାନ ଫଳରେ ଆଜି କେତେକ କ୍ଷେତ୍ରରେ ଭଲ କରିବାକୁ ଯାଇ ଓଲଟା ଫଳ ପାଇପାରନ୍ତି। ପାରିବାରିକ କ୍ଷେତ୍ରରେ କେତେକ ଅସ୍ବାଭାବିକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ବିଭିନ୍ନ କ୍ଷେତ୍ରରୁ ଅର୍ଥ, ସମ୍ମାନ, ପ୍ରଶଂସା, ଶୁଭେଚ୍ଛା, ସଦିଚ୍ଛା ଲାଭ କରି ଖୁସି ହେବେ। ପୂର୍ବଭାଦ୍ରବ ନକ୍ଷତ୍ର ବନ୍ଧୁ ଭୁଲ୍‌ ବୁଝିପାରନ୍ତି।
ମୀନମୀନ

ବୃହସ୍ପତିଙ୍କ ପ୍ରଭାବରେ ଆଜି ଆପଣଙ୍କ କଥା ଓ କାମକୁ ଅନ୍ୟମାନେ ସମର୍ଥନ ଜଣାଇବେ। ଆର୍ଥିକ ଉନ୍ନତି ସାଙ୍ଗକୁ ସମସ୍ୟାର ସମାଧାନ ମନକୁ ସ୍ଥିରତା ଆଣିବାରେ ସାହାଯ୍ୟ କରିବ। ବୃଥା, ସନ୍ଦେହ ଓ ଭୁଲ୍‌ ବୁଝାମଣାରୁ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇପାରେ। କର୍ମକ୍ଷେତ୍ର ଓ ବୃତ୍ତିଗତ ଧନ୍ଦାରେ ବିଶେଷ କିଛି ଅସୁବିଧାର ସୂଚନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?