Posted inRasifala

ରାଶିଫଳ: ଗୁରୁବାର, ନଭେମ୍ବର ୨୭ ତାରିଖ – Daily Horoscope

ମେଷ
ଆଜି ବନ୍ଧୁକାରକ ବୁଧ ସପ୍ତମଭାବରେ ରହିଥିବାରୁ ଯେଉଁମାନେ ପାଖ ମାଡୁ ନ ଥିଲେ ସେହିମାନେ ମିଶିବା ପାଇଁ ଆଗେଇ ଆସିବେ। ସ୍ବାସ୍ଥ୍ୟରେ ଉନ୍ନତି ସାଙ୍ଗକୁ ସ୍ନାୟବିକ ଦୁର୍ବଳତା ଦୂର ହେବ। ପୁରୁଣା କଥାକୁ ନେଇ ସହକର୍ମୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ଜମିଜମା ସୀମାବିବାଦକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
ବୃଷ
ବୃଷ
ସମ୍ପର୍କୀୟମାନେ ଦୂରେଇ ଯାଉଥିବାରୁ ପର ଲୋକକୁ ଆପଣାର କରିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରର ଚାପ ବୃଦ୍ଧି ପାଇବା କାରଣରୁ ଆଜି ଅଫିସ କାର୍ଯ୍ୟରେ ବେଶି ବ୍ୟସ୍ତ ରହିବେ। ଚେଷ୍ଟା କରୁଥିବା ବ୍ୟବସାୟିକ କାମରେ ଆଂଶିକ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ ପିଲାମାନେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରିବେ।
ମିଥୁନ
ମିଥୁନ
ରାଶ୍ୟାଧପତି କୋଣସ୍ଥାନରେ ରହିଥିବାରୁ ସାହାଯ୍ୟ ଆଶା ନେଇ ଅନ୍ୟମାନେ ଆପଣଙ୍କୁ ଖୋଜିପାରନ୍ତି। ହଜିଯାଇଥିବା ଜିନିଷ କିମ୍ବା ନିରଦ୍ଦିଷ୍ଟ ବ୍ୟକ୍ତିଙ୍କ ଖୋଜ ଖବର ଆଜି ସନ୍ଧ୍ୟାରେ ପାଇବେ। କର୍ମକ୍ଷେତ୍ରରେ ସହକର୍ମୀ ସହାନୁଭୂତି ପ୍ରଦର୍ଶନ କରିପାରନ୍ତି। ପାରିବାରିକ ସ୍ଥିତି ପୂର୍ବପରି ରହିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ପରିସ୍ଥିତି ସହ ଟକ୍କର ଦେଇ ଆଗକୁ ବଢିବା ସକାଶେ ଚେଷ୍ଟା ଅବ୍ୟାହତ ରହିବ। କିଏ ଭଲ କହୁ କିମ୍ବା ନ କହୁ ଆପଣ ଯେମିତି ଚିନ୍ତା କରୁଛନ୍ତି, ଠିକ୍‌ ସେହିପରି ହିଁ କରିବା ଭଲ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ, ଗବେଷଣା ତଥା ଆଇନ ଅଦାଲତରେ ସଫଳତା ପାଇବେ।
ସି˚ହ
ସି˚ହ
ବହୁତ ଦିନରୁ ଚେଷ୍ଟା କରୁଥିବା କାମରେ ଆଜି ସଫଳତା ମିଳିବାର ଆଶା ରହିଛି। କେହି ବୟସ୍କ ବ୍ୟକ୍ତିଙ୍କ ସହାନୁଭୂତିର ସାନ୍ତ୍ବନାବାଣୀ ମନରେ ଆଶ୍ୱସ୍ତି ଆଣିଦେବ। ପାରିବାରିକ ଜୀବନରେ ବୁଝାମଣା ନେଇ ଅଶାନ୍ତିକର ପରିସ୍ଥିତି ଦେଖାଦେଇପାରେ। ଘର, ଗାଡି, କିମ୍ବା କିଛି ଯାନ୍ତ୍ରିକ ଜିନିଷ କିଣିବା ପାଇଁ ମନ ବଳାଇ ପାରନ୍ତି।
କନ୍ୟା
ଦୃଢ଼ ମନୋବଳ ହେତୁ କର୍ମକ୍ଷେତ୍ରରେ ଆଶାନୁରୂପ ଫଳ ପାଇବାରେ ଅସୁବିଧା ହେବ ନାହିଁ। ବ୍ୟବହାରରେ ଅସଂଯମତା ସମସ୍ୟାକୁ ନିମନ୍ତ୍ରଣ କରିପାରେ। ପୂର୍ବରୁ ଶତ୍ରୁତା କରୁଥିବା ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି,ଏଣୁ ସତର୍କତା ରକ୍ଷା କରିବା ଭଲ। ଶିଳ୍ପ, ବାଣିଜ୍ୟ, ପରିବହନ, ପ୍ରକାଶନ କ୍ଷେତ୍ରରେ ସମସ୍ୟା ଅବଶ୍ୟ ରହିବ।
ତୁଳା
ତୁଳା
ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ ଆର୍ଥିକ ସ୍ଥିତି ବେଶ୍‌ ମଜଭୁତ ରହିବ। ଆଜିର ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ନ ରହିଲେ ହଜିଯିବାର ସୂଚନା ରହିଛି। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। କିନ୍ତୁ ପାରିବାରିକ ସ୍ଥିତିରେ ଉନ୍ନତି ହେବାରୁ ସାମୟିକ ଆଶ୍ୱସ୍ତିଲାଭ କରିବେ।
ବିଛା
ବିଛା
କୌଣସି ଏକ ସାଧାରଣ କଥାକୁ କେନ୍ଦ୍ର କରି ପ୍ରିୟ ବନ୍ଧୁଟି ମୁହଁ ଫେରାଇ ନେଇପାରନ୍ତି। କର୍ମକ୍ଷେତ୍ରରେ ଦକ୍ଷତା ଓ ସମୟାନୁବର୍ତ୍ତିତା ହେତୁ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ଊଣା ହେବ ନାହିଁ। ସାହିତ୍ୟ, ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଉନ୍ନତମାନର ସୁଫଳ ପାଇବେ। ଥଣ୍ଡାଜନିତ କଫ ଓ କାଶରୁ ପୀଡ଼ାନୁଭବର ସୂଚନା ରହିଛି।
ଧନୁ
ଧନୁ
ଆଜିର ଦିନଟି ପ୍ରତ୍ୟେକ ଦୃଷ୍ଟିକୋଣରୁ ଖୁସି ଓ ଆନନ୍ଦରେ ଅତିବାହିତ କରିବେ। ବନ୍ଧୁଙ୍କ ଆଦରବୋଳା କଥାରେ ସବୁ ଦୁଃଖ ଭୁଲିଯିବେ। ନୂତନ ଯୋଜନା, ଅବହେଳିତ କାମ,ବାକି ରହିଥିବା ଟଙ୍କା, ଆଲୋଚନା, ଆନୁଷ୍ଠାନିକ କାମ ପ୍ରଭୃତିରେ ସଫଳତା ମିଳିବ। ପୂର୍ବରାଗ ଶୁଝାଇବାକୁ ନିଜ ଲୋକ ଦାଉ ସାଧିବା ପାଇଁ ଚେଷ୍ଟା କରିପାରନ୍ତି।
ମକର
ମକର
କର୍ମକ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ। ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ସାମାଜିକ ସ୍ତରରେ ପ୍ରଶଂସା ଓ ପ୍ରୋତ୍ସାହନ ଲାଭ କରି ମନୋବଳ ବୃଦ୍ଧି ପାଇବ। ଦୀର୍ଘ ସମୟଧରି ବନ୍ଧୁଙ୍କୁ ପ୍ରତୀକ୍ଷା କରି ରହିବାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ।
କୁମ୍ଭ
କୁମ୍ଭ
ଆର୍ଥିକ ଦୁରବସ୍ଥା ଦୂରେଇ ଯିବାରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ନୂଆ ଯୋଜନା ଉପରେ ଗୁରୁତ୍ୱ ଦେବେ କିନ୍ତୁ ଏଥିପାଇଁ ବିଶେଷ କଷ୍ଟ ସ୍ବୀକାର କରିବାକୁ ପଡିବ। ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର ପ୍ରଭୃତିରେ ସମସ୍ୟା ସମାଧାନ ହେବ। ସଭାସମିତି, ଚୁକ୍ତିପତ୍ର, ପରିବହନ ଓ ନିର୍ମାଣ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ମୀନମୀନ
ପାରିବାରିକ ସମସ୍ୟା ସମାଧାନ ସକାଶେ ସମ୍ପର୍କୀୟ ଆଲୋଚନା ପାଇଁ ଡାକି ପାରନ୍ତି। ଆଲୋଚନା ପରିସରରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରିବା ଠିକ୍‌ ହେବନାହିଁ। ପିଲାଙ୍କ କାର୍ଯ୍ୟକଳାପ ଅସନ୍ତୋଷଜନକ ହେଲେ ମଧ୍ୟ କୌଣସି କଠୋର ପଦକ୍ଷେପ ନେଇପାରିବେ ନାହିଁ।

 

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?