Posted inRasifala

ରାଶିଫଳ: ଶୁକ୍ରବାର, ନଭେମ୍ବର ୨୭ ତାରିଖ – Daily Horoscope

ମେଷ
ଆଜି ଶ୍ରୀଚନ୍ଦ୍ର ହେତୁ ମନ, କର୍ମ, ବଚନରେ ସିଦ୍ଧିଲାଭ କରିବେ। ଯେଉଁ ବନ୍ଧୁମାନେ ପାଖ ମାଡୁ ନ ଥିଲେ ଆଜି ସେହିମାନେ ନିଜ ତରଫରୁ ମିଶିବା ପାଇଁ ଆଗେଇ ଆସିବେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ସଙ୍ଗକୁ ସ୍ନାୟବିକ ଦୁର୍ବଳତା କେତେକାଂଶରେ ଦୂର ହେବ। କର୍ମକ୍ଷେତ୍ରରେ ହାତକୁ ନେଇଥିବା କାମଗୁଡିକ ସମ୍ପନ୍ନ କରିପାରିବେ।
ବୃଷ
ବୃଷ
ସମ୍ପର୍କୀୟମାନେ ଦୂରେଇ ଯାଉଥିବାରୁ ପର ଲୋକକୁ ଆପଣାର କରିବାକୁ ବାଧ୍ୟ ହେବେ। ଆଜି ଅଫିସ୍‌ କାର୍ଯ୍ୟରେ ବେଶି ବ୍ୟସ୍ତ ରହିବେ। ଚେଷ୍ଟା କରୁଥିବା ବ୍ୟବସାୟିକ କାମରେ ଆଂଶିକ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ ପିଲାମାନେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରିବେ।
ମିଥୁନ
ମିଥୁନ
ଯେଉଁମାନଙ୍କ ପାଇଁ ଆପଣ ଅତୀତରେ ବହୁତ ଉପକାର କରିଥିଲେ, ସେହିମାନେ ସମସ୍ୟା ସୃଷ୍ଟି କରିପାରନ୍ତି। ହଜିଯାଇଥିବା ଜିନିଷ କିମ୍ବା ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଖବର ଆଜି ପାଇବେ। କର୍ମକ୍ଷେତ୍ରରେ ସହକର୍ମୀ ସହାନୁଭୂତି ପ୍ରଦର୍ଶନ କରିବେ। ଆନୁଷ୍ଠାନିକ କାମ, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ମନ୍ଦ ନୁହେଁ।
କର୍କଟ
କର୍କଟ
ଆକସ୍ମିକ ଅର୍ଥଲାଭ ସହ ବିଳାସବ୍ୟସନ ସମ୍ବନ୍ଧିତ ଜିନିଷ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ପରିସ୍ଥିତି ସହ ଆଗକୁ ବଢିବା ସକାଶେ ଚେଷ୍ଟାକରି ସଫଳତା ପାଇବେ। ଶିଳ୍ପ, ବାଣିଜ୍ୟ, ପରିବହନ, ବ୍ୟବସାୟ, ସଂଗଠନ, ଗବେଷଣା କ୍ଷେତ୍ରରେ ସମସ୍ୟା ଆସିପାରେ।
ସି˚ହ
ସି˚ହ
ପ୍ରତିକୂଳ ସମୟ ଲାଗି ରହିଥିଲେ ମଧ୍ୟ ଦୃଢ ମନୋବଳ ଯୋଗୁଁ କାର୍ଯ୍ୟସିଦ୍ଧି ଘଟିବ। ବାଲ୍ୟବନ୍ଧୁ କିମ୍ବା କୌଣସି ବୟସ୍କଙ୍କ ସାନ୍ବନା ଆଶ୍ୱସ୍ତି ଆଣିଦେବ। ପାରିବାରିକ ଜୀବନରେ ବୁଝାମଣା ନେଇ ଅଶାନ୍ତିକର ପରିସ୍ଥିତି ଦେଖାଦେଇପାରେ। ନୂତନ ଘର, ଗାଡି, କିମ୍ବା କିଛି ଯାନ୍ତ୍ରିକ ଜିନିଷ କିଣିବା ପାଇଁ ମନ ବଳାଇ ପାରନ୍ତି।
କନ୍ୟା
ଭାଇ, ବନ୍ଧୁ, କୁଟୁମ୍ବ, ସନ୍ତାନ ସକାଶେ ଅର୍ଥ ବ୍ୟୟ କରିବେ। ସହକର୍ମୀଙ୍କ ସୌହାଦ୍ଦ୍ୟରେ କର୍ମକ୍ଷେତ୍ରରେ ଆଶାନୁରୂପ ଫଳ ପାଇବାରେ ଅସୁବିଧା ହେବ ନାହିଁ। ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ସମସ୍ୟା ରହିବ।
ତୁଳା
ତୁଳା
ଆଜି ଯେଉଁଭଳି ଚିନ୍ତା କରୁଛନ୍ତି, ଠିକ୍‌ ସେହିପରି ହିଁ ହେବ ଏବଂ ଆପଣଙ୍କର କୌଣସି କାମ ଅଟକିବ ନାହିଁ। ଆର୍ଥିକ ସ୍ଥିତି ବେଶ୍‌ ମଜଭୁତ୍‌ ରହିବ ଏବଂ କୌଣସି ଯୁବକଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ଆଜିର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ନୂତନ ଯାନବାହନ କିମ୍ବା ଦ୍ରବ୍ୟଲାଭରୁ ଖୁସି ହେବେ।
ବିଛା
ବିଛା
କୌଣସି ଏକ ସାଧାରଣ କଥାକୁ କେନ୍ଦ୍ର କରି ପ୍ରିୟ ବନ୍ଧୁଟି ମୁହଁ ଫେରାଇ ନେଇପାରନ୍ତି। ପାରିବାରିକ ଅଶାନ୍ତି ଲାଗିରହିବ, ମାତ୍ର ବାହାରେ ସମ୍ମାନରେ ଊଣା ହେବ ନାହିଁ। କଳା, ସାହିତ୍ୟ, ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଶରୀର ପୀଡ଼ାର ସମ୍ଭାବନା ରହିଛି।
ଧନୁ
ଧନୁ
ଆଜିର ଦିନଟିକୁ ବନ୍ଧୁ ଗହଣରେ ଖୁସି ଓ ଆନନ୍ଦରେ ଅତିବାହିତ କରିବେ। ନୂତନ ଯୋଜନା, ଅବହେଳିତ କାମ, କୌଣସି ଆଲୋଚନା, ଆନୁଷ୍ଠାନିକ କାମ ପ୍ରଭୃତିରେ ସଫଳତା ମିଳିବ। ନିଜ ଲୋକମାନେ ଦାଉ ସାଧିବା ପାଇଁ ଚେଷ୍ଟା କରିପାରନ୍ତି। ସତର୍କ ରହିବା ଭଲ ହେବ। ପାରିବାରିକ କ୍ଷେତ୍ରରେ ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହେବେ।
ମକର
ମକର
କର୍ମକ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ। ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ସାମାଜିକ ସ୍ତରରେ ପ୍ରଶଂସା ଓ ପ୍ରୋତ୍ସାହନ ଲାଭ କରି ମନୋବଳ ବୃଦ୍ଧି ପାଇବ। ଦୀର୍ଘ ସମୟ ଧରି ବନ୍ଧୁଙ୍କ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ।
କୁମ୍ଭ
କୁମ୍ଭ
ଆର୍ଥିକ ଦୁରବସ୍ଥା ଦୂରେଇ ଯିବାରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ନୂଆ ଯୋଜନାକୁ ଗୁରୁତ୍ୱ ଦେବେ। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର ପ୍ରଭୃତିରେ ସମସ୍ୟା ସମାଧାନ ହୋଇଯିବ। ସଭା ସମିତି, ଚୁକ୍ତିପତ୍ର, ପରିବହନ ଓ ନିର୍ମାଣ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ମୀନମୀନ
ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ। ହଠାତ୍‌ ସମ୍ପର୍କୀୟମାନେ କୌଣସି ଆଲୋଚନା ସକାଶେ ଡାକି ପାରନ୍ତି। ପରିବାର ମଧ୍ୟରେ ପିଲାମାନଙ୍କ ଆଚରଣ ଓ କାର୍ଯ୍ୟକଳାପକୁ ନାପସନ୍ଦ କରିପାରନ୍ତି। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?