

ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଅବଶ୍ୟ ଉପକୃତ ହେବେ। ପରିବାର ମଧ୍ୟରେ ସମସ୍ୟାର ଗୁରୁତ୍ୱ ଉପଲବ୍ଧି କରି ବିହିତ ପଦକ୍ଷେପ ନେବା ଭଲ ହେବ। ଠିକ୍ ସମୟରେ ଆପଣଙ୍କୁ ସାହାଯ୍ୟ ମିଳିବ। ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି ।








ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ବିଶୃଙ୍ଖଳିତ ସ୍ବଭାବ ଯୋଗୁ ବିଚଳିତ ହେବେ। ବନ୍ଧୁମାନଙ୍କ କଥାରେ ବିଶ୍ୱାସୀ ହୋଇ ସତ୍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳାଇପାରନ୍ତି। କେତେକ କ୍ଷେତ୍ରରେ ସୁଯୋଗ ହରାଇବା ନେଇ ବ୍ୟଥିତ ହୋଇପାରନ୍ତି ।


ପାଖ ପଡ଼ୋଶୀଙ୍କ ସହ ସମ୍ପର୍କକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବାର ସୂଚନା ରହିଛି। ସ୍ନାୟବିକ ଦୁର୍ବଳତା ଅନୁଭବ କରି କର୍ମକ୍ଷେତ୍ରରୁ ଓହରି ଆସିପାରନ୍ତି। ପୂର୍ବ ଆଲୋଚନା ଅନୁଯାୟୀ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ପରିବହନରେ ଝଗଡ଼ାର ସମ୍ଭାବନା ଦେଖାଦେଇପାରେ।

