Posted inRasifala

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ ଶୁଭସମ୍ବାଦ ପାଇ ଉଲ୍ଲସିତ ହେବେ ମାତ୍ର ହାତରୁ ଖାଇ ପର ପାଇଁ ଖଟିବାକୁ ପଡିପାରେ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବା ସହ ସହକର୍ମୀଙ୍କ ଦୌରାମତ୍‌ୟ ଅସହ୍ୟ ହେବ। ଏକାଦଶସ୍ଥ ଏକାଧିକଗ୍ରହ ଯୋଗୁ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ।
ବୃଷ
ବୃଷ
ସପ୍ତମାଧିପତି ଭାଗ୍ୟସ୍ଥ ହେତୁ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ, କିନ୍ତୁ ସକାଳୁ ମନଟା ବିଗିଡି ଯାଇପାରେ। କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ ମାତ୍ର ଘର ସାହସଜ୍ଜାରେ ସମୟ ଅତିବାହିତ କରି ପାରନ୍ତି। ବନ୍ଧୁଙ୍କଠାରୁ କାର୍ଯ୍ୟ ହାସଲ କରିବେ। ଆମତ୍ୀୟଙ୍କୁ ସାହାଯ୍ୟ କରିବାକୁ ଯାଇ ହରଡଘଣାରେ ପଡିପାରନ୍ତି।
ମିଥୁନ
ମିଥୁନ
ନୀଚ୍ଚସ୍ଥ ରାଶ୍ୟାଧିପ ଯୋଗୁ କାର୍ଯ୍ୟବ୍ୟସ୍ତତା କାରଣରୁ ସ୍ବାସ୍ଥ୍ୟ ପ୍ରତି ସତର୍କ ରହି କାମ କରିବା ଭଲ। ଆର୍ଥିକ ପରିସ୍ଥିତିରେ ଉନ୍ନତି ସଙ୍ଗକୁ କର୍ମକ୍ଷେତ୍ରରେ ଉସତ୍ାହର ସହ କାମ କରିବେ। ଗୃହ, ଭୂମି, ଗାଡିମୋଟର ସମ୍ପର୍କୀୟ ଦୁଃଶ୍ଚିନ୍ତା ମାନସିକ ଅସ୍ଥିରତା ସୃଷ୍ଟି କରିପାରେ। ପାରିବାରିକ ସମସ୍ୟାକୁ ନେଇ ବନ୍ଧୁଙ୍କ ସହ ଆଲୋଚନା କରିବେ।
କର୍କଟ
କର୍କଟ
ଆଜି ଚନ୍ଦ୍ର ସହ କର୍ମଭାବରେ ଗୁରୁ ଆରୋଗ୍ୟଲାଭ, ପାରିବାରିକ ଶାନ୍ତି, କର୍ମାରମ୍ଭ ପାଇଁ ଖୁରାକି ଯୋଗାଇ ପାରନ୍ତି। ପରିସ୍ଥିତକୁ ସାମନା କରିବାକୁ ଯାଇ ଉପସ୍ଥିତି ବୁଦ୍ଧି ଯୋଗୁଁ ବିପଦ ମୁକ୍ତ ହେବେ। ଗତକାଲିର ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ବୀକାର କରିବେ। ଅର୍ଥ ସମସ୍ୟା, ଯାନବାହନ, ନିର୍ମାଣ, ମାଙ୍ଗଳିକ କାର୍ଯ୍ୟରେ ବାଧା ଉପୁଜିପାରେ।
ସି˚ହ
ସି˚ହ
ରବି ସହ ଶନିଙ୍କ ସଂଯୋଗରୁ କେତେକ କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ସ୍ବକୀୟ ଚେଷ୍ଟାବଳରେ ପରିବାର ଓ କର୍ମକ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ। ବନ୍ଧୁଙ୍କ ସହାୟତାରେ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
କନ୍ୟା
ଅଷ୍ଟମ ଚନ୍ଦ୍ର ପ୍ରଭାବରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଚତୁର୍ଥାଧିପଙ୍କ ଦୁଃସ୍ଥାନସ୍ଥ ହେତୁ ଯାନ୍ତ୍ରିକ ତ୍ରୁଟି ଜନିତ ଯାତ୍ରାରେ ବିଳମ୍ବ ଘଟିବାର ସୂଚନା ରହିଛି। ତଥାପି କର୍ମକ୍ଷେତ୍ରରେ ଦୁଃସାହାସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ନୂତନ ବସ୍ତ୍ର ଓ ଆଳଙ୍କାରିକ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି।
ତୁଳା
ତୁଳା
ଅନୁକୂଳ ଗ୍ରହସ୍ଥିତି ହେତୁ ଯେଉଁ କାମରେ ମନଦେବେ ସଫଳତା ନିଶ୍ଚିତ। ଗୁରୁଜନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ବେବେ। ଅଧିକାଂଶ ସମୟ ଘର ସାହସଜ୍ଜା କମ୍ବା ମରାମତିରେ ସମୟ ଅତିବାହିତ କରିବେ। ପାରିବାରିକ ସମସ୍ୟା ସମାଧାନରେ ଟାଳଟୁଳ ନୀତି ଗ୍ରହଣ କରି ପଶ୍ଚାନ୍ତେ ଅନୁତାପ କରିବାକୁ ପଡିପାରେ।
ବିଛା
ବିଛା
ରାହୁ ଯୁକ୍ତ ବୁଧ କାରଣରୁ ବିଭିନ୍ନ ପ୍ରକାରର ଦୁର୍ଭାବନାରେ ମନ ବିଚଳିତ ରହିବ। ମାତ୍ର, ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରୀ ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଯାତ୍ରା ସମୟରେ ଅଜଣା ବ୍ୟକ୍ତି ପ୍ରତି ସତର୍କ ରହିବା ଭଲ ହେବ। ପାରିବାରିକ କ୍ଷେତ୍ରରେ ଛୋଟ ମୋଟ ସମସ୍ୟାକୁ ନେଇ ବିଶେଷ ବ୍ୟସ୍ତ ହୋଇ ପାରନ୍ତି।
ଧନୁ
ଧନୁ
ଧନସ୍ଥାନରେ ବ୍ୟାଧିପ ରହିଥିବାରୁ ଖର୍ଚ୍ଚ ବଢିଯିବା ହେତୁ ମାନସିକ ସ୍ଥିତି ବିଗିଡି ଯାଇପାରେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ଅତି ନିଜର ଲୋକଟି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ସେହି ବ୍ୟକ୍ତି କାମ କରିବେ ନାହିଁ। ପରିବହନରେ ଆକସ୍ମିକ ସମସ୍ୟାକୁ ଅତି ଚତୁରତାର ସହ ସମାଧାନ କରିବେ।
ମକର
ମକର
ପରିବାରସ୍ଥାନରେ ଶୁଭଗ୍ରହ ଥିବାରୁ ସକାଳୁ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ଧନାଧିପ ରାହୁଙ୍କ ନକ୍ଷତ୍ରରେ ଥିବାରୁ ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡିପାରେ। ବନ୍ଧୁଙ୍କ ସାହାଯ୍ୟ ଲାଭକରି କର୍ମକ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ। ବିପଦପୂର୍ଣ୍ଣ ପରିସ୍ଥିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ସ୍ବଗୃହୀ ବଳବାନ୍‌ ରାଶ୍ୟାଧିପଙ୍କ ଯୋଗୁ କର୍ମକ୍ଷେତ୍ର, ପରିବାର, ଯାନ ବାହାନ, ବନ୍ଧୁ ସମ୍ପର୍କ ଦୃଢୀଭୂତ ହେବ। ଅନ୍ୟମାନଙ୍କ ସକାଶେ ଭଲ କରିବାକୁ ଯାଇ ଅପଦସ୍ତ ହେବେ। ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥତା କଲେ ବିନା କାରଣରେ କଳହକୁ ନିମନ୍ତ୍ରଣ କରିପାରନ୍ତି ସହକର୍ମୀଙ୍କ ସାହାଯ୍ୟରୁ କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବାର ସୂଚନା ରହିଛି।
ମୀନମୀନ

ବୁଧଙ୍କ ସହ ରାହୁ ପାରିବାରିକ ଜୀବନକୁ ଅଶାନ୍ତ କରିପାରନ୍ତି। ଅଧସ୍ଥନ କର୍ମଚାରୀଙ୍କୁ ଅସହ୍ୟ କଟୁକଥା ପ୍ରୟୋଗ କରି ଅପମାନିତ ହେବେ। କର୍ମକ୍ଷେତ୍ରରେ ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିପାରେ। ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉ ଥିବାରୁ ଚିନ୍ତିତ ରହି ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?