Posted inRasifala

ରାଶିଫଳ: ଗୁରୁବାର, ନଭେମ୍ବର ୨୬ ତାରିଖ – Daily Horoscope

ମେଷ
ଆଜିର ଯାତ୍ରାରେ ବନ୍ଧୁଙ୍କ ସହାନୁଭୂତି ସହ ଲକ୍ଷ୍ୟ ହାସଲ କରିବେ। ସହକର୍ମୀଙ୍କ ପରାମର୍ଶ ସାଙ୍ଗକୁ ଯେକୌଣସି ପ୍ରତିଯୋଗିତାରେ ମଧ୍ୟ ସଫଳତା ଯୋଗୁ ମନ ଖୁସି ରହିବ। ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ। ଜମିଜମା ବିବାଦ, ପଦୋନ୍ନତି, ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ପ୍ରଭୃତି ସୁଫଳ ପାଇବେ।
ବୃଷ
ବୃଷ
ଆଜି ଆନୁଷ୍ଠାନିକ କାର୍ଯ୍ୟ କିମ୍ବା କର୍ମକ୍ଷେତ୍ରରେ ଅହେତୁକ ସମସ୍ୟା ସୃଷ୍ଟି ହେବ। ସକାଳୁ ସକାଳୁ ଅର୍ଥ ସମ୍ବନ୍ଧିତ ଶୁଭ ଖବର ପାଇ ଆନନ୍ଦିତ ହେବେ। ଉଦ୍ୟମର ସଫଳତା ପ୍ରାପ୍ତି ଦିଗରେ ଜଣେ ଗୌରବର୍ଣ୍ଣ ବ୍ୟକ୍ତି ସାହାଯ୍ୟ କରିବେ। ଅପରାହ୍ନରେ କଠିନ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି।
ମିଥୁନ
ମିଥୁନ
ଆଶାନୁଯାୟୀ ଅର୍ଥ ପ୍ରାପ୍ତି ସହ ଜମି କ୍ରୟ, ଚୁକ୍ତିପତ୍ର କ୍ଷେତ୍ରରେ ବ୍ୟୟ କରିବାର ସୂଚନା ରହିଛି। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ଉପରିସ୍ଥ କର୍ମଚାରୀଙ୍କ ଅନୁକମ୍ପାରୁ ଦୂରଯାତ୍ରାର ସୁଯୋଗ ପାଇପାରନ୍ତି। ଶତ୍ରୁ, ରୋଗ ଓ ଋଣଭାରକୁ କମାଇବା ଦିଗରେ ଆନୁଷଙ୍ଗିକ ଅନୁକୂଳ ବାତାବରଣ ସୃଷ୍ଟି ହେବ।
କର୍କଟ
କର୍କଟ
ଆଜି ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିବିଶେଷଙ୍କ ମାଧ୍ୟମରେ ଆଦର ଓ ସମ୍ମାନ ପ୍ରାପ୍ତି ହେବ। ପାରିବାରିକ, ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ରାଜନୈତିକ କ୍ଷେତ୍ର, ଆନୁଷ୍ଠାନିକ କିମ୍ବା ଗଠନମୂଳକ କାର୍ଯ୍ୟ ମନ୍ଥର ହେବ। ପୂର୍ବ ସମସ୍ୟାଗୁଡ଼ିକର ସମାଧାନ ପାଇଁ ତପତ୍ର ହୋଇପାରନ୍ତି।
ସି˚ହ
ସି˚ହ
ଅନ୍ୟମାନଙ୍କ ସମସ୍ୟା ଭିତରେ ନିଜକୁ ସାମିଲ୍‌ କରିବାକୁ ବାଧ୍ୟ ହୋଇପାରନ୍ତି। ମାନସିକ ଅସନ୍ତୁଳନରୁ ବ୍ୟସ୍ତତା ବୃଦ୍ଧି ପାଇବ। କିନ୍ତୁ ବିବାଦୀୟ ସ୍ଥିତିରେ, କଚେରି ମାମଲା, ପ୍ରତିଯୋଗିତାରେ ସଫଳତା ପାଇବେ। ନିଜ ପରିସରରେ କୌଣସି ଉଚ୍ଚବର୍ଗର ବ୍ୟକ୍ତିଙ୍କ ଦ୍ୱାରା କାମ ହାସଲ କରିବେ।
କନ୍ୟା
ଆଜି ଆତ୍ମୀୟମାନଙ୍କ ଗହଣରେ ଦିନଟି ସୁନ୍ଦର ଭାବରେ ଅତିବାହିତ ହେବ। ପକେଟ ଖାଲି ରହିବନି। ମଜାମଉଜକୁ ମନ ବଳିବ। ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବା ଯୋଗୁ ମନ ହଲଚଲ ହୋଇପାରେ। ମନକୁ ସୁହାଇଲା ଭଳି କଥା କହି ଅନ୍ୟକୁ ଆପଣାର କରିବେ।
ତୁଳା
ତୁଳା
ମନରେ ବିଭିନ୍ନ କଳ୍ପନା ଉଙ୍କିମାରି ଭାବପ୍ରବଣତାରେ ଭାସି ବୁଲିବେ। ଅଭାବ ନଥିଲେ ହେଁ ହାତ ଖାଲି ରହିବା ଫଳରେ ମନ ଭଲ ରହିବନି। ଇଚ୍ଛା ବିରୋଧରେ କାମ କରି ଅନୁତପ୍ତ ହୋଇପାରନ୍ତି। ଅବଶ୍ୟ ପୁତ୍ରକନ୍ୟାହେତୁକ ସୁଖ ମିଳିବା ସାଙ୍ଗକୁ ପରିବାରରେ ଶାନ୍ତି ବିରାଜମାନ କରିବ।
ବିଛା
ବିଛା
ଈର୍ଷା କରୁଥିବା ଲୋକଙ୍କ ପରୋକ୍ଷ ଟୁପ୍‌ଟାପ୍‌ କଥା ମନରେ ଅସ୍ଥିରତା ସୃଷ୍ଟି କରିପାରେ। ଲେଖାପଢ଼ା, ଆନୁଷ୍ଠାନିକ କାମରୁ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହୋଇପାରେ। ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସୁଧାରିବା ସକାଶେ ବନ୍ଧୁମାନେ ସାହାଯ୍ୟ କରିବେ।
ଧନୁ
ଧନୁ
ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବାର ଆଶା ରହିଛି। ସମୟେ ସମୟେ ଆପଣଙ୍କ ବିରକ୍ତିସୂଚକ କଠୋର ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ରାଜନୀତି, ସଭାସମିତି କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଖଳ ଲୋକଙ୍କ ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ।
ମକର
ମକର
ଆଜି ଘରେ ଯେମିତି ବାହାରେ ମଧ୍ୟ ସେମିତି ଆଦରସମ୍ମାନ ମଧ୍ୟରେ ମନ ଖୁସି ହୋଇଯିବ। ସାହିତ୍ୟ, ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ସଫଳତା ମିଳିପାରେ। ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହୋଇପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ ମନୋବୃତ୍ତିି ପୋଷଣ କରି ସମସ୍ୟା ସୃଷ୍ଟି କରିପାରନ୍ତି। ପୈତୃକ ସମ୍ପତ୍ତିକୁ ନେଇ କଳହ ସୃଷ୍ଟି ହୋଇପାରେ। ବକେୟା ଅର୍ଥ ଆଦାୟକୁ ନେଇ କଳହର ଆଶଙ୍କା ରହିଛି। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବାକୁ ବାଧ୍ୟ ହେବେ।
ମୀନମୀନ
ଆଜି ଅବୁଝା ସନ୍ତାନ, ଅନାଦର ଆମନ୍ତ୍ରଣ, ଅଯଥା ତର୍କଜନିତ ବ୍ୟସ୍ତତା ବୃଦ୍ଧି ପାଇବ। ଆର୍ଥିକ ଉନ୍ନତି, ପ୍ଲଟିଂ କାରବାର, ଅଗି୍ନ, ବିଦ୍ୟୁତ୍‌ ସମ୍ପର୍କିତ ବ୍ୟବସାୟ କ୍ଷେତ୍ରରୁ ଲାଭବାନ୍‌ ହେବେ। ପାରିବାରିକ ସ୍ଥିତି, ବନ୍ଧୁ ସମ୍ପର୍କ, ଯାତ୍ରା ଓ ସଭାସମିତି କ୍ଷେତ୍ର୍ର ଉତ୍ତମ ରହିବ। ଆଶା କରୁଥିବା ଦ୍ରବ୍ୟ ଲାଭକରି ଖୁସି ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri