Posted inRasifala

ରାଶିଫଳ: ଗୁରୁବାର, ନଭେମ୍ବର ୨୬ ତାରିଖ – Daily Horoscope

ମେଷ
ଆଜିର ଯାତ୍ରାରେ ବନ୍ଧୁଙ୍କ ସହାନୁଭୂତି ସହ ଲକ୍ଷ୍ୟ ହାସଲ କରିବେ। ସହକର୍ମୀଙ୍କ ପରାମର୍ଶ ସାଙ୍ଗକୁ ଯେକୌଣସି ପ୍ରତିଯୋଗିତାରେ ମଧ୍ୟ ସଫଳତା ଯୋଗୁ ମନ ଖୁସି ରହିବ। ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ। ଜମିଜମା ବିବାଦ, ପଦୋନ୍ନତି, ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ପ୍ରଭୃତି ସୁଫଳ ପାଇବେ।
ବୃଷ
ବୃଷ
ଆଜି ଆନୁଷ୍ଠାନିକ କାର୍ଯ୍ୟ କିମ୍ବା କର୍ମକ୍ଷେତ୍ରରେ ଅହେତୁକ ସମସ୍ୟା ସୃଷ୍ଟି ହେବ। ସକାଳୁ ସକାଳୁ ଅର୍ଥ ସମ୍ବନ୍ଧିତ ଶୁଭ ଖବର ପାଇ ଆନନ୍ଦିତ ହେବେ। ଉଦ୍ୟମର ସଫଳତା ପ୍ରାପ୍ତି ଦିଗରେ ଜଣେ ଗୌରବର୍ଣ୍ଣ ବ୍ୟକ୍ତି ସାହାଯ୍ୟ କରିବେ। ଅପରାହ୍ନରେ କଠିନ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି।
ମିଥୁନ
ମିଥୁନ
ଆଶାନୁଯାୟୀ ଅର୍ଥ ପ୍ରାପ୍ତି ସହ ଜମି କ୍ରୟ, ଚୁକ୍ତିପତ୍ର କ୍ଷେତ୍ରରେ ବ୍ୟୟ କରିବାର ସୂଚନା ରହିଛି। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ଉପରିସ୍ଥ କର୍ମଚାରୀଙ୍କ ଅନୁକମ୍ପାରୁ ଦୂରଯାତ୍ରାର ସୁଯୋଗ ପାଇପାରନ୍ତି। ଶତ୍ରୁ, ରୋଗ ଓ ଋଣଭାରକୁ କମାଇବା ଦିଗରେ ଆନୁଷଙ୍ଗିକ ଅନୁକୂଳ ବାତାବରଣ ସୃଷ୍ଟି ହେବ।
କର୍କଟ
କର୍କଟ
ଆଜି ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିବିଶେଷଙ୍କ ମାଧ୍ୟମରେ ଆଦର ଓ ସମ୍ମାନ ପ୍ରାପ୍ତି ହେବ। ପାରିବାରିକ, ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ରାଜନୈତିକ କ୍ଷେତ୍ର, ଆନୁଷ୍ଠାନିକ କିମ୍ବା ଗଠନମୂଳକ କାର୍ଯ୍ୟ ମନ୍ଥର ହେବ। ପୂର୍ବ ସମସ୍ୟାଗୁଡ଼ିକର ସମାଧାନ ପାଇଁ ତପତ୍ର ହୋଇପାରନ୍ତି।
ସି˚ହ
ସି˚ହ
ଅନ୍ୟମାନଙ୍କ ସମସ୍ୟା ଭିତରେ ନିଜକୁ ସାମିଲ୍‌ କରିବାକୁ ବାଧ୍ୟ ହୋଇପାରନ୍ତି। ମାନସିକ ଅସନ୍ତୁଳନରୁ ବ୍ୟସ୍ତତା ବୃଦ୍ଧି ପାଇବ। କିନ୍ତୁ ବିବାଦୀୟ ସ୍ଥିତିରେ, କଚେରି ମାମଲା, ପ୍ରତିଯୋଗିତାରେ ସଫଳତା ପାଇବେ। ନିଜ ପରିସରରେ କୌଣସି ଉଚ୍ଚବର୍ଗର ବ୍ୟକ୍ତିଙ୍କ ଦ୍ୱାରା କାମ ହାସଲ କରିବେ।
କନ୍ୟା
ଆଜି ଆତ୍ମୀୟମାନଙ୍କ ଗହଣରେ ଦିନଟି ସୁନ୍ଦର ଭାବରେ ଅତିବାହିତ ହେବ। ପକେଟ ଖାଲି ରହିବନି। ମଜାମଉଜକୁ ମନ ବଳିବ। ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବା ଯୋଗୁ ମନ ହଲଚଲ ହୋଇପାରେ। ମନକୁ ସୁହାଇଲା ଭଳି କଥା କହି ଅନ୍ୟକୁ ଆପଣାର କରିବେ।
ତୁଳା
ତୁଳା
ମନରେ ବିଭିନ୍ନ କଳ୍ପନା ଉଙ୍କିମାରି ଭାବପ୍ରବଣତାରେ ଭାସି ବୁଲିବେ। ଅଭାବ ନଥିଲେ ହେଁ ହାତ ଖାଲି ରହିବା ଫଳରେ ମନ ଭଲ ରହିବନି। ଇଚ୍ଛା ବିରୋଧରେ କାମ କରି ଅନୁତପ୍ତ ହୋଇପାରନ୍ତି। ଅବଶ୍ୟ ପୁତ୍ରକନ୍ୟାହେତୁକ ସୁଖ ମିଳିବା ସାଙ୍ଗକୁ ପରିବାରରେ ଶାନ୍ତି ବିରାଜମାନ କରିବ।
ବିଛା
ବିଛା
ଈର୍ଷା କରୁଥିବା ଲୋକଙ୍କ ପରୋକ୍ଷ ଟୁପ୍‌ଟାପ୍‌ କଥା ମନରେ ଅସ୍ଥିରତା ସୃଷ୍ଟି କରିପାରେ। ଲେଖାପଢ଼ା, ଆନୁଷ୍ଠାନିକ କାମରୁ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହୋଇପାରେ। ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସୁଧାରିବା ସକାଶେ ବନ୍ଧୁମାନେ ସାହାଯ୍ୟ କରିବେ।
ଧନୁ
ଧନୁ
ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବାର ଆଶା ରହିଛି। ସମୟେ ସମୟେ ଆପଣଙ୍କ ବିରକ୍ତିସୂଚକ କଠୋର ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ରାଜନୀତି, ସଭାସମିତି କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଖଳ ଲୋକଙ୍କ ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ।
ମକର
ମକର
ଆଜି ଘରେ ଯେମିତି ବାହାରେ ମଧ୍ୟ ସେମିତି ଆଦରସମ୍ମାନ ମଧ୍ୟରେ ମନ ଖୁସି ହୋଇଯିବ। ସାହିତ୍ୟ, ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ସଫଳତା ମିଳିପାରେ। ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହୋଇପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ ମନୋବୃତ୍ତିି ପୋଷଣ କରି ସମସ୍ୟା ସୃଷ୍ଟି କରିପାରନ୍ତି। ପୈତୃକ ସମ୍ପତ୍ତିକୁ ନେଇ କଳହ ସୃଷ୍ଟି ହୋଇପାରେ। ବକେୟା ଅର୍ଥ ଆଦାୟକୁ ନେଇ କଳହର ଆଶଙ୍କା ରହିଛି। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବାକୁ ବାଧ୍ୟ ହେବେ।
ମୀନମୀନ
ଆଜି ଅବୁଝା ସନ୍ତାନ, ଅନାଦର ଆମନ୍ତ୍ରଣ, ଅଯଥା ତର୍କଜନିତ ବ୍ୟସ୍ତତା ବୃଦ୍ଧି ପାଇବ। ଆର୍ଥିକ ଉନ୍ନତି, ପ୍ଲଟିଂ କାରବାର, ଅଗି୍ନ, ବିଦ୍ୟୁତ୍‌ ସମ୍ପର୍କିତ ବ୍ୟବସାୟ କ୍ଷେତ୍ରରୁ ଲାଭବାନ୍‌ ହେବେ। ପାରିବାରିକ ସ୍ଥିତି, ବନ୍ଧୁ ସମ୍ପର୍କ, ଯାତ୍ରା ଓ ସଭାସମିତି କ୍ଷେତ୍ର୍ର ଉତ୍ତମ ରହିବ। ଆଶା କରୁଥିବା ଦ୍ରବ୍ୟ ଲାଭକରି ଖୁସି ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

ରାଶିଫଳ: ରବିବାର, ଜୁନ୍ ୭ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ ଆର୍ଥିକ ସ୍ଥିତି ମନ୍ଦ ହେବନାହିଁ। ଚନ୍ଦ୍ରଙ୍କ ସହିତ ରାହୁଙ୍କ ସଂଯୋଗ ପାରିବାରିକ ଏବଂ ସନ୍ତାନଙ୍କ ସ୍ବାସ୍ଥ୍ୟହାନିର କାରଣ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri