Posted inRasifala

ରାଶିଫଳ: ଶନିବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ
ଆଜି କେନ୍ଦ୍ର ଓ କୋଣସ୍ଥାନରେ ଛଅଟି ଗ୍ରହ ଅବସ୍ଥାନ କରିଥିବାରୁ ପ୍ରତ୍ୟେକ କ୍ଷେତ୍ର୍ରରେ ଅନୁକୂଳ ବାତାବରଣ ସୃଷ୍ଟିହେବ। ପରିବହନ, ବାଣିଜ୍ୟରେ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି। ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ।
ବୃଷ
ବୃଷ
ଆଜି ଆପଣ ଘର ସକାଶେ ଜମିଜମା ବିଷୟରେ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। ଅବଶ୍ୟ ଆପଣଙ୍କର ପିଲାମାନେ ଆପଣଙ୍କୁ ଏହି ଦିଗରେ ସାହାଯ୍ୟ କରିପାରନ୍ତି। ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇବେ। ଆନୁଷ୍ଠାନିକ କାମରେ କେତେକ ସମସ୍ୟା ସୃଷ୍ଟି ହୋଇପାରେ।
ମିଥୁନ
ମିଥୁନ
ଆପଣ ଯେଉଁ ନିଷ୍ପତ୍ତି ନେବେ ଶେଷ ସମୟରେ ଓଲଟ ପାଲଟ ହୋଇଯିବ। ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ମତ ବଦଳାଇ ଅସହଯୋଗ କରିବେ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହେବ। ଏଥିପାଇଁ ବହୁତ କଷ୍ଟ ସହିବାକୁ ପଡ଼ିବ। କଳା, ସାହିତ୍ୟ ଓ ଗୁରୁତ୍ୱପୂର୍ଣ୍ଣ କାମରେ ଉପଯୁକ୍ତ ଭାବେ ଫଳ ପାଇପାରନ୍ତି।
କର୍କଟ
କର୍କଟ
କାମ ହାସଲ ପାଇଁ ଆତ୍ମୀୟମାନେ ସମସ୍ୟା ଆଣିପାରନ୍ତି। ଶାରୀରିକ କ୍ଷେତ୍ରରେ ଅଜୀର୍ଣ୍ଣ, ଉଚ୍ଚ ରକ୍ତଚାପ କିମ୍ବା ଡାଇବେଟିସ୍‌ ବଢିପାରେ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ପ୍ରକୃତ ଘଟଣା ନ ବୁଝି ପଡୋଶୀ କ୍ରୋଧିତ ହେବେ। ମହିଳାମାନେ ଅପ୍ରିୟ ସତ କଥା କହି ବିରୋଧୀ ହୋଇପାରନ୍ତି।
ସି˚ହ
ସି˚ହ
ଆଜିର କର୍ମକ୍ଷେତ୍ର୍ରରେ ବିବାଦୀୟ ଘଟଣା ଟିକିଏ ଜଟିଳ ହେବ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ। ପିଲାମାନଙ୍କ କାର୍ଯ୍ୟକଳାପ ନାପସନ୍ଦ କରିପାରନ୍ତି। କିନ୍ତୁ କିଛି କରିବାର ଉପାୟ ପାଇବେ ନାହିଁ। ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି।
କନ୍ୟା
ସମ୍ପର୍କୀୟମାନେ ସମସ୍ୟା ସୃଷ୍ଟି କରିପାରନ୍ତି। ଯାନବାହନରେ ସତର୍କ ନ ରହିଲେ ସମସ୍ୟା ଉପୁଜିପାରେ। ସହକର୍ମୀଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ଯୋଡି ହୋଇଯିବ। ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ। ମହିଳାମାନେ କେତେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେବେ।
ତୁଳା
ତୁଳା
କାହାର ମିଠା କଥାରେ ଭାସିଯାଆନ୍ତୁ ନାହିଁ। ଭଲ ସମ୍ପର୍କ ନ ଥିବା ବନ୍ଧୁଙ୍କ ଦ୍ୱାରା କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବାକୁ ପଡିବ। ହଠାତ୍‌ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ମନ ବଳାଇବେ।
ବିଛା
ବିଛା
ପରିସ୍ଥିତି ଆକସ୍ମିକ ଭାବରେ ଭିନ୍ନ ମୋଡ ନେବା କାରଣରୁ ସବୁ ସମସ୍ୟା ସୁଧୁରି ଯିବ। ଗତକାଲିଠାରୁ ଯେଉଁ କାମ କରିବେ ନିଶ୍ଚିତ କୃତକାର୍ଯ୍ୟ ହେବେ। ଲେଖାପଢା, କଳା, ସାହିତ୍ୟ, ସାମ୍ବାଦିକତା ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ। ଅତୀତର ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ।
ଧନୁ
ଧନୁ
ଆପଣଙ୍କ ଜନହିତକର କାମ ଲୋକପ୍ରିୟତା ବଢ଼ାଇବ। କେତେକ ନୂତନ କାମର ପରିକଳ୍ପନା କରିବେ। ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ଆନୁଷ୍ଠାନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଏଥିପାଇଁ ବହୁତ ଶ୍ରମ ଓ ହଇରାଣ ହେବାକୁ ପଡିବ। ପାରିବାରିକ ସ୍ଥିତିରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ।
ମକର
ମକର
ଯୁକ୍ତିଯୁକ୍ତ କଥା କହି ଅର୍ଥ ଓ ସମ୍ମାନ ଲାଭରେ ସଫଳ ହେବେ। ଅଫିସ୍‌ରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପାରେ। ପରିବାରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରିବେ ଏବଂ କର୍ମକ୍ଷେତ୍ରରେ ଟେନସନ୍‌ କିିଛି ମାତ୍ରାରେ କମିଯିବ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ ନେଇ ଝଗଡା ଲାଗିପାରେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ ଦିଗରୁ ଆଜି ଦିନଟି ଭଲ, କିନ୍ତୁ ଜଗିରଖି କଥାବାର୍ତ୍ତା କରିବା ଭଲ। ପିଲାଙ୍କର କିଛି ସମସ୍ୟା ମନକୁ ବିଚଳିତ କରିପାରେ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ; ଯଦ୍ଦ୍ବାରା କି ପାରିବାରିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ। ଜମିଜମା ସମସ୍ୟା, ବ୍ୟବସାୟ କିମ୍ବା ପରିବହନରେ ଝଗଡା କ୍ରମଶଃ ଜଟିଳ ହେବ।
ମୀନମୀନ
ଆଜିର କର୍ମକ୍ଷେତରେ ଆପଣ ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦୀୟ ହୋଇ ପାରନ୍ତି। ଋଣ ପରିଶୋଧ କରିବା ସକାଶେ ଅର୍ଥ ସଂଗ୍ରହର ପ୍ରଚେଷ୍ଟା ଫଳବତୀ ହେବ। ପଡୋଶୀରେ ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି। ନିଜ ସ୍ବାର୍ଥକୁ ଆଖିଆଗରେ ରଖି ହଠାତ୍‌ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri