Posted inRasifala

ରାଶିଫଳ: ଶୁକ୍ରବାର , ଫେବୃଆରୀ ୨୩ ତାରିଖ – Daily Horoscope

ମେଷ
ବନ୍ଧୁଙ୍କ ଅର୍ଥ ସାହାଯ୍ୟ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ପୂରଣ କରିବ। ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ। ସାହାଯ୍ୟକାରୀ ମନୋବୃତ୍ତି ପୋଷଣ ଦ୍ୱାରା ଆତ୍ମୀୟଙ୍କ ନିକଟତର ହୋଇ ଶ୍ରଦ୍ଧା ଓ ସମ୍ମାନ ପାଇବେ। ଆଲୋଚନାରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆଉଥରେ ଚିନ୍ତା କରିବା ଭଲ ହେବ।
ବୃଷ
ବୃଷ
ପଦାଧିକାରୀଙ୍କ ପରାମର୍ଶକ୍ରମେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବନ୍ଧୁଙ୍କ ସମ୍ବନ୍ଧରେ ଶୁଣା କଥାକୁ ବିଶ୍ୱାସକରି ହଇରାଣରେ ପଡ଼ିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନ ତଥା ବିଭିନ୍ନ ସୂତ୍ରରୁ ରୋଜଗାର କରିବେ। ଆତ୍ମୀୟସ୍ବଜନଙ୍କ ସ୍ବାସ୍ଥ୍ୟହାନିର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ମିଥୁନ
ମିଥୁନ
କୌଣସି ସ୍ପର୍ଶକାତର ଘଟଣାରୁ ଦୂରେଇ ରହିବା ଶୁଭଙ୍କରୀ ହୋଇପାରେ। ସରକାରୀ ସ୍ତରରେ ବହୁତ ଦିନରୁ ପ୍ରତୀକ୍ଷିତ ଖବରଟି ଆଜି ପାଇବାର ସମ୍ଭାବନା ରହିଛି। କଳା, କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଉନ୍ନତି କରିବେ। ପାରିବାରିକ କ୍ଷେତ୍ରରେ ସମସ୍ୟା କେତେକାଂଶରେ କମି କମି ଆସିବ।
କର୍କଟ
କର୍କଟ
ସଂଯମତାବିହୀନ ବାକ୍ୟାଳାପ ଆପଣଙ୍କ ସକାଶେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିପାରେ। ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରି ମୁଣ୍ଡରେ ହାତଦେଇ ବସିବେ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିଲେ ମଧ୍ୟ ଲାଭ ପରିମାଣ କମିବ ନାହିଁ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାରେ ସଫଳ ହୋଇପାରନ୍ତି।
ସି˚ହ
ସି˚ହ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଲେ ମଧ୍ୟ ମାନସିକ ସୁସ୍ଥତା ରହି ନ ପାରେ। ପରିବାରର ଆବଶ୍ୟକତାକୁ ଯଥା ସମୟରେ ପୂରଣ କରିବାରେ ସମର୍ଥ ହେବେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରଶଂସିତ ହୋଇପାରନ୍ତି। ଅଭାବ ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।
କନ୍ୟା
ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟମୂଳକ କାର୍ଯ୍ୟ ଆପଣଙ୍କ ବିପକ୍ଷରେ ଯାଇପାରେ। ବନ୍ଧୁଙ୍କ ପରାମର୍ଶ ନେଇ କାଯର୍‌ୟ କଲେ ଉପକୃତ ହେବେ। ଶତ୍ରୁତାର ଅବସାନ ଘଟାଇବା ସକାଶେ ଅନ୍ୟମାନଙ୍କ ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି। ପ୍ରତିବନ୍ଧକ ମଧ୍ୟରେ ଅଟକି ରହିଥିବା କାମଟି ପାରିବାରିକ ସମର୍ଥନ ହେତୁ ତ୍ୱରାନ୍ବିତ ହେବ।
ତୁଳା
ତୁଳା
ଆପଣଙ୍କ କଥା ଓ କାର୍ଯ୍ୟରେ ବିରକ୍ତିଭାବ ପ୍ରତିଫଳିତ ହୋଇ ଅନ୍ୟମାନଙ୍କ ଚକ୍ଷୁଶୂଳର କାରଣ ପାଲଟିଯିବ। ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଯେଉଁ ଜିନିଷ ପାଇବା ପାଇଁ ଆଶା ବାନ୍ଧିଛନ୍ତି, ତାହା ଆଜି ନିଶ୍ଚିତ ଭାବେ ପାଇବେ।
ବିଛା
ବିଛା
ଅଧିକାଂଶ କ୍ଷେତ୍ରରେ ନିଜର ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥବାଦୀ ହୋଇପଡ଼ିବ। ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। ପତିକ୍ରିୟାଶୀଳ ମନୋବୃତ୍ତିର ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ। ଲେଖାପଢ଼ା, ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ।
ଧନୁ
ଧନୁ
ଆପଣଙ୍କ ମନକୁ ସୁହାଇଲା ଭଳି କଥା ବାହାର ଲୋକଙ୍କୁ ବାନ୍ଧି ରଖିବାରେ ସମର୍ଥ ହେବ। ବାରମ୍ବାର ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ନୂତନ କାମଟି ଆରମ୍ଭ କରୁ କରୁ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇ ନ ପାରେ। ନିଜ ସ୍ବାର୍ଥକୁ ଗୁରୁତ୍ୱ ଦେଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।
ମକର
ମକର
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସୌହାର୍ଦ୍ଦ୍ୟରୁ କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହୋଇଯିବ। ପରିବାରରେ ସନ୍ତାନ ହେତୁକ ମାନସିକ ଆଘାତ ପାଇପାରନ୍ତି। ସାମାଜିକ ସ୍ତରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ମାନସିକ ସ୍ଥିତି ବିଗିଡି ଯାଇପାରେ। ଜଣେ ବନ୍ଧୁଙ୍କ କ୍ରୂର ବ୍ୟବହାରକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ଅସ୍ବାଭାବିକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ସମସ୍ୟା ଭିତରେ ରହିଥିଲେ ମଧ୍ୟ ଆଜି ବିଭିନ୍ନ ସୂତ୍ରରୁ ଅଧିକ ଧନ ପାଇ ଖୁସି ହେବେ। ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ, କିନ୍ତୁ ପରକ୍ଷଣରେ ଭୁଲ୍‌ ବୁଝାମଣା ଦୂର ହୋଇଯିବ। ପରିବାରର ଅଭିଯୋଗକୁ ଠିକ୍‌ ଭାବେ ବୁଝି ପାରିବେ ନାହିଁ।
ମୀନମୀନ

କର୍ମକ୍ଷେତ୍ରରେ ସତକଥା କହି ବିବାଦୀୟ ହୋଇପଡିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ସାମ୍ବାଦିକତା କ୍ଷେତ୍ରରେ ମନ ମୁତାବକ ସୁବିଧା ସୁଯୋଗ ପାଇବେ। ଦେଣନେଣ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରଖିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ, କିନ୍ତୁ କିଛିଟା ପ୍ରତିରୋଧର…

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତିକା ନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି…

ରାଶିଫଳ: ରବିବାର , ଜୁଲାଇ ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହ ସ୍ଥିତି ପ୍ରଭାବରେ ଅଭିଳଷିତ କାର୍ଯ୍ୟ ହାସଲ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri