Posted inRasifala

ରାଶିଫଳ: ସୋମବାର, ଫେବୃଆରୀ ୫ ତାରିଖ – Daily Horoscope

ମେଷ
ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେବେ। ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଆର୍ଥିକ ସ୍ବଚ୍ଛଳତା ଫେରିପାଇବେ ସତ କିନ୍ତୁ ଆଶା କରିଥିବା ଦିଗରୁ ଅର୍ଥ ମିଳିବ ନାହିଁ। ଅଧ୍ୟାପନା, ପ୍ରଶାସନିକ ସେବା,କ୍ରୀଡ଼ା ଓ ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତା, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସା ମିଳିବ।
ବୃଷ
ବୃଷ
ଅନେକ କାମ ହାତକୁ ନେଇ ଟେନସନ ବୃଦ୍ଧିପାଇବ। ସହକର୍ମୀଙ୍କଠାରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ତାହା ଦୂର ହୋଇପାରେ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବ, ମାତ୍ର ତାହା ନିଜ ସପକ୍ଷରେ ଯିବାର ସମ୍ଭାବନା ରହିଛି। କଳା, ସଙ୍ଗୀତ, ସାହିତ୍ୟ କ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ ତଥାପି କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ।
ମିଥୁନ
ମିଥୁନ
ଈର୍ଷାପରାୟଣ ହୋଇ ସମ୍ପର୍କୀୟମାନେ ଭଲ କାମକୁ ନ ଦେଖି ଦୋଷତ୍ରୁଟି ଗାଇ ବୁଲିବେ। ଅତୀତ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ଆଶଙ୍କା ଜାଗ୍ରତ ହୋଇପାରେ। ଆଲୋଚନାକାଳରେ ବନ୍ଧୁଙ୍କ ନିକଟରେ ମନକଥାକୁ ଲୁଚାଇ ରଖିପାରିବେ ନାହିଁ। ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ।
କର୍କଟ
କର୍କଟ
ଦୀର୍ଘମିଆଦୀ ସୂତ୍ରରେ ହାତକୁ ନେଇଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବାରେ କୈାଣସି ପ୍ରତିବନ୍ଧକ ରହିବ ନାହିଁ। ଶିଳ୍ପ,ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ। ଘରର ବରାଦ ଅନୁଯାୟୀ ବିଳାସ ଉପକରଣ କିଣିପାରନ୍ତି। ଆଖି ନ ଦେଖା କଥାକୁ ବିଶ୍ୱାସକରି ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।
ସି˚ହ
ସି˚ହ
ଆକସ୍ମିକ ଭାବରେ ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ଦୂରଯାତ୍ରା କରିବାକୁ ପଡ଼ିପାରେ। ବାରମ୍ବାର ଚେଷ୍ଟା କରି ମଧ୍ୟ ଅର୍ଥପ୍ରାପ୍ତି ସକାଶେ ଉଚ୍ଚ ଆଶା କରି ନିରାଶ ହେବେ। ଘରୋଇ ସମସ୍ୟା ହେତୁ ମାନସିକ ଶାନ୍ତି ବ୍ୟାହତ ହେବାର ସମ୍ଭାବନା ରହିଛି। ପାରିବାରିକ ଶୃଙ୍ଖଳା ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ ।
କନ୍ୟା
କୌଣସି ଏକ ସାଧାରଣ ବିତର୍କକୁ ନେଇ ବନ୍ଧୁ ଆପଣଙ୍କ ଉପରେ ଖୁବ୍‌ ଅସନ୍ତୁଷ୍ଟ ହୋଇପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାର୍ଯ୍ୟ ହାସଲ କରିବେ। ପରିବାରର ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିପାରନ୍ତି। ମାଲିମକଦ୍ଦମାର ବିଚାର ଆପଣଙ୍କ ସପକ୍ଷରେ ଯିବାର ସମ୍ଭାବନା ରହିଛି।
ତୁଳା
ତୁଳା
ଯେତେ ସାବଧାନତା ଅବଲମ୍ବନ କଲେ ମଧ୍ୟ କାମ ଶୃଙ୍ଖଳିତ ହେବ ନାହିଁ। ମାନସିକ ଅସୁସ୍ଥତା ଲାଗି ରହିବା କାରଣରୁ ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରିବା ଭଲ। ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇପାରେ। କର୍ମକ୍ଷେତ୍ରରେ କିମ୍ବା ଅଫିସ୍‌ରେ ନୀତିଗତ କାମରୁ ପ୍ରଶଂସିତ ହେବେ।
ବିଛା
ବିଛା
ଆକସ୍ମିକ ସମସ୍ୟାର ଗତି ବଦଳିଯିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହିବ। କିଣାବିକା କ୍ଷେତ୍ରରେ କିମ୍ବା ଜମିଜମା କାରବାରରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ଘରୋଇ ବିତର୍କରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି ।
ଧନୁ
ଧନୁ
ଅନ୍ୟମନସ୍କ ହେତୁ ଧନହାନି, କଳହ, ପ୍ରତାରଣା ଓ ଶାରୀରିକ ଆଘାତ ପାଇବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ପଡିବ। ବିଳାସ ଉପକରଣ କ୍ରୟ କରିବା ସକାଶେ ଘରୁ ବରାଦ ପାଇପାରନ୍ତି। ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିବେ।
ମକର
ମକର
କର୍ମକ୍ଷେତ୍ରରେ ଉଚ୍ଚ ଚିନ୍ତା କରିବେ ଏବଂ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଭୁଲ୍‌ ବୁଝାମଣା କାରଣରୁ ଆମତ୍ୀୟଙ୍କ ସହ ସମ୍ପର୍କ ହାନି ହେବ। ବନ୍ଧୁଙ୍କ ନିକଟରେ ବାକି ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଆଜି ହିଁ ଶେଷ କରିବାକୁ ଚିନ୍ତା କରୁଥିବା କାମଟିରେ ନିରାଶ ହେବାକୁ ପଡିପାରେ।
କୁମ୍ଭ
କୁମ୍ଭ
ସଚେତନତା ଅବଲମ୍ବନ କରିବା ହେତୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯିବ। ସମସ୍ତ ସୁବିଧା ଥିଲେ ମଧ୍ୟ ହାତକୁ ନେଇଥିବା କାମଟି ବିଳମ୍ବରେ ଓ ବହୁ କଷ୍ଟରେ ସମ୍ପନ୍ନ ହେବ। ପୂର୍ବର କେତେକ ବିବାଦୀୟ କଥାକୁ ମନେପକାଇ ଆମତ୍ୀୟସ୍ବଜନ ଦୂରେଇ ଯାଇପାରନ୍ତି। ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି।
ମୀନମୀନ

ଆଜିର ପ୍ରତ୍ୟୁଷ ଯାତ୍ରା ଫଳପ୍ରଦ ହେବ ଏବଂ ଅଭିଳଷିତ ଦ୍ରବ୍ୟ ପ୍ରାପ୍ତିରେ କୌଣସି ଅସୁବିଧା ରହିବ ନାହିଁ ା ଜଣେ ଅଜଣା ବନ୍ଧୁଙ୍କ ସାହାଯ୍ୟ ସବୁଦିନ ସକାଶେ ସ୍ମରଣୀୟ ରହିପାରେ। ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରିବା ହେତୁ ବହୁମୂଲ୍ୟ ଦେବାକୁ ପଡ଼ିବାର ସୂଚନା ରହିଛି ା କର୍ମକ୍ଷେତ୍ରରେ ମଧ୍ୟ ଅପ୍ରିୟ ସତ୍ୟଭାଷଣରୁ ଦୂରେଇ ରହିବା ଭଲ ହେବ ା


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମେ ୯ ତାରିଖ – Daily Horoscope

ମେଷ ଆଜି ରବି ଓ ଚନ୍ଦ୍ର ଦୁଇଟିଗ୍ରହ ଉଚ୍ଚସ୍ଥ ହେତୁ ମନ ଅନୁଯାୟୀ କାର୍ଯ୍ୟ ସମ୍ପାଦନ କରିବାର ସୁଯୋଗ ପାଇବେ। ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା...

ରାଶିଫଳ: ବୁଧବାର, ମେ ୮ ତାରିଖ – Daily Horoscope

ମେଷ ଆଜି ରବି ରଶ୍ମିରେ ଶୁକ୍ର ଓ ଚନ୍ଦ୍ର ଅସ୍ତଗତ କାରଣରୁ ବିରୋଧର ସମ୍ମୁଖୀନ ହେବେ। ଅବଶ୍ୟ ବୃହସ୍ପତିଙ୍କ ପ୍ରଭାବରୁ ଧନଲାଭ କରାଇବା ସହ କଳା,...

ରାଶିଫଳ: ମଙ୍ଗଳବାର, ମେ ୭ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ବନ୍ଧୁଙ୍କ ସହ କାମ କରିବାକୁ ଆଗ୍ରହ ଦେଖାଇବେ। ଆର୍ଥିକ ଦିଗଟି ଭଲ ରହିବ ଏବଂ ଦିନଟି ସୁରୁଖୁରୁରେ ଅତିବାହିତ ହେବ।...

ରାଶିଫଳ: ସୋମବାର, ମେ ୬ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ଓ ଆଶା...

ରାଶିଫଳ: ରବିବାର , ମେ ୫ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ଭ୍ରାତୃବର୍ଗ କିମ୍ବା ଆମତ୍ୀୟଙ୍କ ସହ ବିରୋଧଭାବ ଉଦ୍ରେକ କରିବାର ସୂଚନା ଜାଣିପାରିବେ। କୃତ୍ତିକା ନକ୍ଷତ୍ରର...

ରାଶିଫଳ: ଶନିବାର, ମେ ୪ ତାରିଖ – Daily Horoscope

ମେଷ ଆଜି ବନ୍ଧୁ ସମ୍ପର୍କହାନି, ସନ୍ତାନଙ୍କ ପାଇଁ ଦୁଶ୍ଚିନ୍ତା ଏବଂ କାମରେ ପ୍ରତିବନ୍ଧକ ଜନିତ ମନ ଅଶାନ୍ତ ରହିବ। ପୂର୍ବପ୍ରତିଷ୍ଠା, ସାମାଜିକ ସ୍ଥିତି, ଆତ୍ମୀୟଙ୍କ ସମର୍ଥନ...

ରାଶିଫଳ: ଶୁକ୍ରବାର, ମେ ୩ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଚନ୍ଦ୍ର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ପାରିବାରିକ ଜୀବନକୁ ସୁନ୍ଦର ସାବଲୀଳ କରିବେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକ ରହିଥିଲେ ମଧ୍ୟ ଉଦ୍ୟମ ନିଷ୍ଫଳ ହେବନାହିଁ।...

ରାଶିଫଳ: ଗୁରୁବାର, ମେ ୨ ତାରିଖ – Daily Horoscope

ମେଷ ଚନ୍ଦ୍ର ଧନିଷ୍ଠା ନକ୍ଷତ୍ରସ୍ଥ ଯୋଗୁ ପାରିବାରିକ ସମସ୍ୟା, ପରିବହନରେ ଝଗଡା ଏବଂ କର୍ମକ୍ଷେତ୍ରରେ ବିବାଦର ଆଶଙ୍କା ରହିଛି। ପିଲା ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri