Posted inRasifala

ରାଶିଫଳ: ସୋମବାର , ଅଗଷ୍ଟ ୩୦ ତାରିଖ – Daily Horoscope

ମେଷ
କୃତ୍ତିକା ନକ୍ଷତ୍ର ସହକର୍ମୀଙ୍କ ସହ ଝଗଡ଼ା ଅଥବା ଋଣ କିମ୍ବା ବାଣିଜ୍ୟରେ ପ୍ରତିବନ୍ଧକଜନିତ ଚିନ୍ତିତ ରହିବେ। ସ୍ବାସ୍ଥ୍ୟ ବିଶେଷ ଭଲ ରହିବ ନାହିଁ ଏବଂ ପୁରାତନ ରୋଗୀ ହଇରାଣ ହେବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥା ଗୁଡ଼ିକ ଠିକ୍‌ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ। ଆନୁଷ୍ଠାନିକ କାମ, ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ।
ବୃଷ
ବୃଷ
ଆଜି ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। ଅବଶ୍ୟ ବନ୍ଧୁ କିମ୍ବା ପିଲାମାନେ ଏ ଦିଗରେ ସାହାଯ୍ୟ କରିପାରନ୍ତି। ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇବେ, କିନ୍ତୁ ଏହାହିଁ ପରକ୍ଷଣରେ ସମସ୍ୟା ବୃଦ୍ଧି କରିବ। ରୋହିଣୀ ନକ୍ଷତ୍ର ସମସ୍ୟା ସମାଧାନ କ୍ଷେତ୍ରରେ ସହକର୍ମୀ ସହଯୋଗର ହାତ ବଢ଼ାଇବେ।
ମିଥୁନ
ମିଥୁନ
ପୁନର୍ବସୁ କର୍ମକ୍ଷେତ୍ରରେ କିଛି କଡ଼ା ଭାଷା ପ୍ରୟୋଗ କରି ଶତ୍ରୁତା ଅର୍ଜନ କରିବେ। ଯେଉଁ କ୍ଷେତ୍ରରେ ଯାହା ନିଷ୍ପତ୍ତି ନେବେ ତାହା ଶେଷ ସମୟରେ ଓଲଟା ହୋଇଯିବ। ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ହଠାତ୍‌ ମତ ବଦଳାଇ ଅସହଯୋଗ କରିବେ। ବିବାଦୀୟ କ୍ଷେତ୍ରରେ, ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
କର୍କଟ
କର୍କଟ
ଅଶ୍ଳେଷା ନକ୍ଷତ୍ର କଳହ ନ କରି ସତର୍କରେ କାମ କରିବା ଭଲ । ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ରହିବା ସକାଶେ ସବୁ କଥାରେ ନରମ ରହି ପାରିଲେ ହିଁ ସୁଫଳ ପାଇବେ। ଆଲୋଚନା କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତ୍ତି ପୋଷଣ କରିପାରନ୍ତି। କୌଣସି ନୂତନ ସ୍ଥାନକୁ ଯିବା ପାଇଁ ସଜବାଜ ହୋଇପାରନ୍ତି।
ସି˚ହ
ସି˚ହ
ଆପଣଙ୍କ କାର୍ଯ୍ୟଦକ୍ଷତା ଓ ଯୁକ୍ତିଯୁକ୍ତ ବାର୍ତ୍ତାଳାପରୁ ବିଜୟ ଲାଭ ଅବଶ୍ୟମ୍ଭାବୀ। ବହୁ ପୂର୍ବରୁ ଯେଉଁ ପ୍ରାପ୍ୟ ପାଇବାର ଥିଲା ଆଜି ହିଁ ତାହା ପାଇବା ସୂଚନା ମିଳିବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। ଉତ୍ତରା ଫାଲ୍‌ଗୁନୀ କର୍ମକ୍ଷେତ୍ରରେ କାରଣ ନ ଥାଇ ଦୋଷୀ ସାବ୍ୟସ୍ତ ହେବେ।
କନ୍ୟା
ବୃଥା ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ କ୍ଷେତ୍ର ସମସ୍ୟା ବହୁଳ ରହିବ। ଯାନ୍ତ୍ରିକ ତ୍ରୁଟିକୁ ସୁଧାରି ସତର୍କରେ ନ ଚଳିଲେ ହଇରାଣ ହେବେ। ପିଲାଙ୍କ କୃତି ଓ କୃତିତ୍ୱ ସକାଶେ ଗର୍ବ ଅନୁଭବ କରିପାରନ୍ତି। ହସ୍ତା ନକ୍ଷତ୍ର ଜଣେ ହିତାକାଂକ୍ଷୀଙ୍କ ସହୃଦୟତାରୁ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ।
ତୁଳା
ତୁଳା
କର୍ମକ୍ଷେତ୍ରରେ ନୀରବଦ୍ରଷ୍ଟା ସାଜିବା ଦ୍ୱାରା ପରେ ହଇରାଣରେ ପଡ଼ିପାରନ୍ତି। ପରୋକ୍ଷ ଶତ୍ରୁତା କାରଣରୁ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ହଠାତ୍‌ ବନ୍ଧୁଙ୍କ ଅନୁରୋଧକ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇପାରନ୍ତି। ସମାଜରେ ପ୍ରଶଂସନୀୟ କାମ କରି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବେ।
ବିଛା
ବିଛା
କୌଣସି ଅସୁବିଧା ନ ଥିଲେ ମଧ୍ୟ ଶନିଙ୍କ ପ୍ରଭାବରୁ ନିରୁସତ୍ାହିତ ରହିବେ। ଶୁକ୍ର ଓ ଚନ୍ଦ୍ର ପ୍ରଭାବରୁ କଳା, ସାହିତ୍ୟ, ସଙ୍ଗୀତ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ। କଚେରି ମାମଲା, ଗୃହସୀମାକୁ କେନ୍ଦ୍ର କରି ବିତର୍କ ଲାଗିପାରେ। ସାମ୍ବାଦିକତା, ପ୍ରଶାସନ, ଗବେଷଣା, ଆଲୋଚନା କ୍ଷେତ୍ରରେ ପ୍ରତିଷ୍ଠିତ ହେବା ସୂଚନା ରହିଛି।
ଧନୁ
ଧନୁ
ଆଜି ମୂଳା ନକ୍ଷତ୍ର ପଡ଼ୋଶୀ, ସହକର୍ମୀ କିମ୍ବା ଭାଇ ଭଉଣୀଙ୍କ କ୍ଷେତ୍ରରୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ପରିବାରରେ ସାଧାରଣ କଥାକୁ ନେଇ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ କେତେକ ନୂତନ କାମର ପରିକଳ୍ପନା କରିବା ସାଙ୍ଗକୁ ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି।
ମକର
ମକର
ଦୀର୍ଘଦିନରୁ କଥା କହୁ ନ ଥିବା ବନ୍ଧୁଟି ସହ ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ। କର୍ମକ୍ଷେତ୍ରରେ ଟେନ୍‌ସନ କିଛି ମାତ୍ରାରେ କମିଯିବା କାରଣରୁ ଆଶ୍ୱସ୍ତି ଲାଭ କରିପାରନ୍ତି। ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ହାସଲ ସାଙ୍ଗକୁ ସାମାଜିକ କାମରୁ ଖୁସି ରହିବେ। ଶ୍ରବଣା ନକ୍ଷତ୍ରର ଅପରାହ୍ନରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ।
କୁମ୍ଭ
କୁମ୍ଭ
ଆଜି ପରିବାରରେ ପିଲାମାନଙ୍କର କିଛି ସମସ୍ୟା ମନକୁ ବିଚଳିତ କରିବ। ଅଫିସ୍‌ରେ ମଧ୍ୟ ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ। କାମ ହାସଲ ନ ହେବା କାରଣକୁ ନେଇ ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରିପାରନ୍ତି। ମାଲିମକଦ୍ଦମା କିମ୍ବା ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବା ସୂଚନା ରହିଛି।
ମୀନମୀନ
ଆଜି ମାନସିକ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ସଙ୍କୁଚିତ ମନେକରିବେ। ମନ ଭଲ ନ ଥିବା କାରଣରୁ କାହାର ଭଲ କଥା ମଧ୍ୟ ଆପଣଙ୍କୁ ସୁଖ ଲାଗି ନ ପାରେ। ଅବଶ୍ୟ ଚେଷ୍ଟା କରୁଥିବା କାମ ହୋଇଯିବ ଓ ପାଇବା ଜିନିଷଟି ନିଶ୍ଚିତ ପାଇବେ। ଉତ୍ତରଭାଦ୍ରପଦ ଗୃହକାମରେ ବ୍ୟସ୍ତ ରହି କୌଣସି ଗୁରୁତ୍ୱପୂର୍ଣ୍ଣ କାମକୁ ପାସୋରି ଦେଇପାରନ୍ତି ା

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମେ ୨୭ ତାରିଖ – Daily Horoscope

ମେଷ ଆଜି ସ୍ବନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ସମାଜ କଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତିରେ ସମ୍ମାନିତ ହେବେ। ଧାର୍ମିକ ମନୋଭାବ ନେଇ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ…

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri