Posted inRasifala

ରାଶିଫଳ: ରବିବାର, ଅକ୍ଟୋବର ୨୫ ତାରିଖ – Daily Horoscope

ମେଷ
ବିଭିନ୍ନ ସମସ୍ୟାମୂଳକ କାରଣକୁ କେନ୍ଦ୍ରକରି ମାନସିକ ସ୍ଥିତି ଠିକ୍‌ ରହିନପାରେ। ଅବଶ୍ୟ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ଓ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ।ସଭା ସମିତି,ରାଜନୀତି,ସଂଗଠନ ତଥା ଅଧ୍ୟାପନା କ୍ଷେତ୍ରରୁ ପ୍ରଶଂସା ମିଳିବ।
ବୃଷ
ବୃଷ

କୁଟନୈତିକ କୈାଶଳ ପ୍ରୟୋଗ କରି କାର୍ଯ୍ୟହାସଲରେ ସମର୍ଥ ହେବେ।ବନ୍ଧୁ ମାନଙ୍କ ନିକଟରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଜନିତ ଟେନସନ୍‌ ଅପରାହ୍ନରେ ଦୂର ହେବ। କଚେରୀ ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ଆନମନା ରହିପାରନ୍ତି।

ମିଥୁନ
ମିଥୁନ
ପରିସ୍ଥିତିର ବଶବର୍ତୀ ହୋଇ ଆପଣ କିଛି ମିଥ୍ୟା ପ୍ରତିଶୃତି ଦେଇ କାର୍ଯ୍ୟ ହାସଲ ପାଇଁ ଚେଷ୍ଟା କରିପାରନ୍ତା ସମସ୍ତ ପ୍ରକାରର ସୁବିଧା ରହିଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ପାରିପାଶ୍ୱିକ ପରିବେଶରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ।
କର୍କଟ
କର୍କଟ
ଶାରୀରିକ ଅସୁସ୍ଥତା କେତେକାଂଶରେ ମାନସିକ ସ୍ଥିତିକୁ ଦୁର୍ବଳ କରିଦେବ। ଅଭାବ ଅସୁବିଧା ନଥିଲେ ମଧ୍ୟ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବା ସକାଶେ ଅନ୍ୟ ମାନଙ୍କର ସାହାଯ୍ୟ ନେବାକୁ ବାଧ୍ୟ ହେବେ। ସଭାସମିତି କାର୍ଯ୍ୟରେ ସଫଳତା ହାସଲ କରିବେ।
ସି˚ହ
ସି˚ହ
ସକାଳୁ ସକାଳୁ କୈାଣସି ଖବର ମନକୁ ବିଚଳିତ କରିପାରେ। ଆତ୍ମୀୟ ମାନଙ୍କ ପରୋକ୍ଷ ଶତ୍ରୁତା ହେତୁ ମାନସିକ ଶାନ୍ତବ୍ୟାହତ ହେବ।ପରିସ୍ଥିତିର ଗୁରୁତ୍ୱ ଉପଲବ୍‌ଧି ହୃଦୟଙ୍ଗମ କରି କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ।ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଅତି ଜରୁରୀ ହୋଇପଡିବ।
କନ୍ୟା
ଆପଣ ଚିନ୍ତାଧାରା ଅନୁଯାୟୀ କାମ ଗୁଡିକ ତଦନୁରୂପ ହେବାରେ କୈାଣସି ଅସୁବିଧା ରହିବ ନାହିଁ। ବହୁତ ଦିନରୁ ରହି ଆସିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ଅର୍ଥ ସଂକଟ ହେତୁ କାମ ଗୁଡିକ ସମ୍ପନ୍ନ ଦିଗରେ ସମସ୍ୟା ସୃଷ୍ଟି ହେବ।
ତୁଳା
ତୁଳା
ଆପଣଙ୍କ ସୁଦୂରପ୍ରସାରୀ ଆଶା ଓ କାମନା ଚରିତାର୍ଥ ହେବାର ଅନୁକୂଳ ଅବସର ପାଇବେ। ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିପାରେ। ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। କଳା,ସାହିତ୍ୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେବାକୁ ପଡିପାରେ।
ବିଛା
ବିଛା
ପ୍ରତ୍ୟେକ ପଦକ୍ଷେପରେ ଆପଣଙ୍କ ପ୍ରତ୍ୟୁମତ୍ନମତିତା ହେତୁ କୈାଶଳରେ କାମ ଗୁଡିକୁ ହାସଲ କରିବେ। ଆପୋଷ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସମସ୍ୟାର ସରଳ ସମାଧାନ ହୋଇଯିବ। ଆତ୍ମୀୟସ୍ବଜନଙ୍କ ସହାୟତାରେ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି।
ଧନୁ
ଧନୁ
ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିଥିଲେ ମଧ୍ୟ ବିଶେଷ ଗୁରୁତର ହେବାର କୈାଣସି ଆଖିଦୃଶିଆ ବିଲକ୍ଷଣ ଦେଖାଯିବ ନାହିଁ।ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦରେ ପଡିବେ କିନ୍ତୁ ସାମୟିକ ସମୟାନ୍ତରରେ ତାହାର ସରଳ ସମାଧାନ ହୋଇପାରିବ। ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିପାରନ୍ତ।
ମକର
ମକର

ପ୍ରତ୍ୟେକ କ୍ଷେତ୍ରରେ କିଛିନାକିଛି ସମସ୍ୟା ଲାଗି ରହୁଥିବାରୁ ମନରେ ବିଭିନ୍ନ ପ୍ରକାରର ଦୁଃଶ୍ଚିନ୍ତା ଦେଖାଦେଇପାରେ। ହଠାତ୍‌ ବନ୍ଧୁଙ୍କ ବ୍ୟବହାରରେ ପରିବର୍ତନ ପରିିଲକ୍ଷିତ ହେବାରୁ ବିଚଳିତ ହୋଇପାରନ୍ତ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବା ଆଶାରେ ବିଭିନ୍ନ ପ୍ରକାର ବିନୟପୂର୍ଣ୍ଣ କଥା କହିବାକୁ ପଡିପାରେ।

କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ କାମ ହାସଲ କରିବା ସକାଶେ ଆଗନ୍ତୁକଟି ପ୍ରଶଂସାରେ ଶତମୁଖ ହୋଇ ଉଠିବ। ରାଜନୀତି କିମ୍ବା ସାଂଗଠନିକ କ୍ଷେତ୍ରରେ ବନ୍ଧୁ ଅସୁବିଧାରେ ପକାଇପାରନ୍ତା ଅଭାବ ଅସୁବିଧା ସମ୍ପର୍କରେ ଉପରିସ୍ଥ ଅଫିସରଙ୍କ ମୁହଁ ସାମ୍ନାରେ ପ୍ରକାଶ କରିବାକୁ ପଛେଇଯିବେ।
ମୀନମୀନ

ପାରିବାରିକ ସ୍ଥିତିରେ ସୁଧାର ଅସିଲେ ମଧ୍ୟ କର୍ମକ୍ଷେତ୍ରର ସମସ୍ୟା ସୁଖ,ସନ୍ତୋଷ ଦେଇ ପାରିବ ନାହିଁ। ଦୂରଭିସନ୍ଧି ରଖି ପାଖ ପଡୋଶୀଙ୍କ ସହ ମିଷ୍ଟାଳାପରେ ମାତିରହିପାରନ୍ତ। ବିବାଦୀୟ ପରିସ୍ଥିତିରେ ଗୁରୁଜନଙ୍କ ସାନ୍ତ୍ବନାବାଣୀ ମନରେ ଆଶ୍ୱସ୍ତି ଭରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୮ ତାରିଖ – Daily Horoscope

ମେଷ ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଗୃହକୁ ଯାତ୍ରା ସକାଶେ ମନସ୍ଥ କରିବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ,…

ରାଶିଫଳ: ମଙ୍ଗଳବାର, ଜୁଲାଇ ୭ ତାରିଖ – Daily Horoscope

ମେଷ ଆଜି ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସାଙ୍ଗକୁ ବନ୍ଧୁମାନଙ୍କ ସହ ଦୂରଯାତ୍ରା କରିବାର ମଉକା ପାଇବେ। ସହକର୍ମୀଙ୍କ ଆର୍ଥିକ ଅନୁଦାନ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ…

ରାଶିଫଳ: ସୋମବାର , ଜୁଲାଇ ୬ ତାରିଖ – Daily Horoscope

ମେଷ ଆଜି କେନ୍ଦ୍ରରେ ବୁଧ ଓ ବୃହସ୍ପତିଙ୍କ ଯୋଗୁ କାର୍ଯ୍ୟସିଦ୍ଧି ଓ ବନ୍ଧୁମିଳନ ଘଟିବ। ମନୋରଞ୍ଜନ ଉପକରଣ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ପ୍ରତି ଆଗ୍ରହୀ…

ରାଶିଫଳ: ରବିବାର, ଜୁଲାଇ ୫ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର ବନ୍ଧୁମାନଙ୍କ ପରାମର୍ଶକ୍ରମେ ଦୂରଯାତ୍ରା କରିବାକୁ ମନ ବଳାଇବେ। ଗୃହ ମରାମତି, ଭୂମିକ୍ରୟ, ଗାଡ଼ିମୋଟର, ଯାନ୍ତ୍ରିକ ଜିନିଷ କ୍ରୟ କରିପାରନ୍ତି। ଟଙ୍କା ପଇସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri