Posted inRasifala

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ
କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର ଲାଳିତ୍ୟ, ଲୋକପ୍ରିୟତା ଦ୍ୱାରା ସାମାଜିକ ଜୀବନ ଉନ୍ନତ ରହିବ। ଈର୍ଷାପରାୟଣ ଆତ୍ମୀୟ ସ୍ୱଜନମାନେ ଦୂରେଇଯିବେ।
ବୃଷ
ବୃଷ
ଶୁକ୍ରଙ୍କ ପ୍ରଭାବରେ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଥିଲେ ମଧ୍ୟ ମାନସିକ ସ୍ଥିତିରେ ବ୍ୟତିକ୍ରମ ଦେଖାଦେବ। ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଯପତ୍ରୋନାସ୍ତି ଚେଷ୍ଟା କରିପାରନ୍ତି। ଘରେ ଦ୍ରବ୍ୟ ନଷ୍ଟ ହେବାର ସୂଚନା ରହିଛି। ନିଜ ପରିସରରେ ଘଟିଯାଉଥିବା ସମ୍ପର୍କବିହୀନ ବ୍ୟକ୍ତିମାନଙ୍କ ଘଟଣାରେ ମୁଣ୍ଡ ପୂରାନ୍ତୁ ନାହିଁ।
ମିଥୁନ
ମିଥୁନ
ଧନାଧିପ ଶନିଙ୍କ ସହ ରହିଥିବାରୁ ଧନହାନି ଘଟିପାରେ। ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟରେ ଆନୁଷ୍ଠାନିକ କ୍ଷେତ୍ରର କାମକୁ ସମ୍ପନ୍ନ କରିବେ। ପାରିବାରିକ ଓ ଲୋକ ସମ୍ପର୍କ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଶିଳ୍ପ, ବ୍ୟବସାୟ, ଜମିଜମା କିମ୍ବା ନିର୍ମାଣାଦି କାମରେ ସଫଳତା ପାଇବେ।
କର୍କଟ
କର୍କଟ
ଆଜି ଯେକୌଣସି କାମ ଆରମ୍ଭ କରନ୍ତୁନା କାହିଁକି ଚନ୍ଦ୍ରଙ୍କ ଶୁଭ ସଂସ୍ଥିତିରୁ ସଫଳତା ପାଇବେ। ସାମାଜିକ ସ୍ତରରେ ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଯାନ୍ତ୍ରିକ ଜିନିଷ କ୍ରୟବିକ୍ରୟ କିମ୍ବା ନିର୍ମାଣାଧୀନ କାମ ସ୍ଥଗିତ ରହିଯାଇପାରେ। ପାରସ୍ପରିକ ବୁଝାମଣା ଅଭାବରୁ ପାରିବାରିକ ଅଶାନ୍ତିର ଆଶଙ୍କା ରହିଛି।
ସି˚ହ
ସି˚ହ
ରାଶ୍ୟାଧିପତି ଶତ୍ରୁ କ୍ଷେତ୍ରସ୍ଥ ହୋଇ ଷଷ୍ଠଭାବରେ ରହିଥିବାରୁ ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସମ୍ପର୍କୀୟମାନେ ଫାଇଦା ହାସଲ ପାଇଁ ଫନ୍ଦିଫିକର କରିପାରନ୍ତି। ଗବେଷଣା, ଅନୁସନ୍ଧାନ, ରଚନାମତ୍କ କାର୍ଯ୍ୟ ତଥା ଅଧ୍ୟାପନାରେ ଉନ୍ନତି କରିବେ। ଆର୍ଥିକ ଓ ପାରିବାରିକ ସ୍ଥିତିରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ।
କନ୍ୟା
ଦଶମ ଭାବରେ ବୃହସ୍ପତି ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟରୁ ଉତ୍ସାହିତ ହେବେ। ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ। ଆମଦାନୀ କାରବାର, ପରିବହନ, କଚେରି ମାମଲା ବିଶୃଙ୍ଖଳିତ ରହିପାରେ। ସନ୍ତାନ ହେତୁକ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ତୁଳା
ତୁଳା
ଆଜି କୌଣସି ବୟସ୍କ ବ୍ୟକ୍ତିଙ୍କ ପ୍ରେରଣା ସ୍ଥଗିତ କାର୍ଯ୍ୟ ସକାଶେ ଅନୁପ୍ରେରିତ କରିବ। ଦୀର୍ଘଦିନରୁ ଅଟକି ରହିଥିବା କଚେରି ମାମଲା ମନ୍ଥର ହେତୁ ଅନୁଶୋଚନା କରିପାରନ୍ତି। ସହକର୍ମୀଙ୍କ ସହାନୁଭୂତି ଯୋଗୁ ସ୍ଥଗିତ କାମଗୁଡ଼ିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ। ପଡ଼ୋଶୀଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ପାଇଁ ମନ ବଳାଇପାରନ୍ତି।
ବିଛା
ବିଛା
ଆଜି ଭାଗ୍ୟାଧିପ ଚନ୍ଦ୍ର କୋଣଭାବସ୍ଥ ହେତୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ପାରିବାରିକ ସ୍ତରରେ ଦୁଶ୍ଚିନ୍ତା ପରିହାର କଲେ ଉପକୃତ ହେବେ। ଆକସ୍ମିକ ଭାବରେ ପୁରାତନ ରୋଗର ପୀଡ଼ା ଅନୁଭବ କରିପାରନ୍ତି। ସାଧାରଣ କଥାକୁ କେନ୍ଦ୍ରକରି ଲଘୁ କ୍ରୋଧଜନିତ ପରିସ୍ଥିତିକୁ ବିଗାଡ଼ି ଦେଇପାରନ୍ତି।
ଧନୁ
ଧନୁ
ଅଷ୍ଟମାଧିପତି ପରିବାର ସ୍ଥାନରେ ରହିଥିବାରୁ ପାରିବାରିକ ସମସ୍ୟାରେ ନୟାନ୍ତ ହେବେ। ବନ୍ଧୁଙ୍କ ଔଚିତ୍ୟପୂର୍ଣ୍ଣ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ। ଆର୍ଥିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ଖର୍ଚ୍ଚର ଏକାଧିକ ଦିଗ ଯୋଗୁ ବ୍ୟସ୍ତତା ଅନୁଭବ କରିପାରନ୍ତି।
ମକର
ମକର
ଏକାଧିକ ଗ୍ରହ ରାଶିରେ ଅବସ୍ଥାନ କରିଥିବାରୁ ଆଜି ଆପଣଙ୍କ କୌଣସି କାମ ଅଟକି ରହିବନାହିଁ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ନିଜ କାମ ହାସଲ କରିପାରିବେ। ସାଂସ୍କୃତିକ କାମରେ କିମ୍ବା ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି। ନିଜର ବଳିଷ୍ଠ ବ୍ୟକ୍ତିତ୍ୱ ପ୍ରଭାବରୁ କୌଣସି କାମ ଅଟକି ରହିବ ନାହିଁ।
କୁମ୍ଭ
କୁମ୍ଭ
ମୁଖଭାବରେ ଶନି ଓ ଚନ୍ଦ୍ରଙ୍କ ସ୍ଥିତିରୁ ପ୍ରତ୍ୟେକ ପରିସ୍ଥିତିରେ ଖାପ ଖାଇଯିବେ। ପାରସ୍ପରିକ ସହଯୋଗ କାରଣରୁ ପାରିବାରିକ କ୍ଷେତ୍ର ଭଲ ରହିବ। କର୍ମକ୍ଷେତ୍ରରେ ନୂତନ ଯୋଜନା ପାଇଁ ଅର୍ଥାଭାବ ଦୂରେଇବାରେ ବିଜାତୀୟ ବ୍ୟକ୍ତି ସାହାଯ୍ୟ କରିବେ। ଆପଣଙ୍କ ଗମ୍ଭୀର ସ୍ବଭାବ ପାରିବାରିକ ସମ୍ପର୍କରେ ବ୍ୟତିକ୍ରମ ସୃଷ୍ଟି କରିବ।
ମୀନମୀନ
ଲାଭ ଭାବରେ ଏକାଧିକ ଗ୍ରହ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରଦାନ କରିବେ। ତରବରିଆ କାମ ହେତୁ ସମସ୍ୟାର ସମ୍ମୁଖୀନ ହେବେ। ଅନ୍ୟମାନେ ଶତ୍ରୁତା କଲେ ମଧ୍ୟ ଆପଣଙ୍କ ପ୍ରତିଷ୍ଠା ନ୍ୟୁନ ହେବ ନାହିଁ। ଅଧ୍ୟୟନ, ଲେଖାପଢ଼ା, ଆନୁଷ୍ଠାନିକ କାମ ଓ ଆଲୋଚନାରେ ନିର୍ଯାସ ସ୍ତରକୁ ଉପନୀତ ହୋଇପାରିବେ ନାହିଁ।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ ଆଜି ଆର୍ଥିକ ଅସଙ୍ଗତି ଦୂରକରିବା ସହ ଆଲୋଚନାକୁ ଅଗ୍ରଗାମୀ କରାଇବାରେ ସହାୟକ ହେବେ। ପୂର୍ବାଲୋଚନା ଅନୁଯାୟୀ ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ପ୍ରଶାସନିକ ନିଷ୍ପତ୍ତିରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri