Posted inRasifala

ରାଶିଫଳ: ସୋମବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ
କର୍ମସ୍ଥ ରାଜଯୋଗର ସୁପ୍ରଭାବରେ ଆପଣ କଳ୍ପନା କରି ନ ଥିବା ମର୍ଯ୍ୟାଦାଜନକ ସ୍ଥିତିରେ ପହଞ୍ଚିଯିବେ। ପାରିବାରିକ କ୍ଷେତ୍ର ମଧ୍ୟମ ପ୍ରକାର ରହିବା ସ୍ଥଳେ ସାମାଜିକ ଜୀବନ ଉନ୍ନତତର ହେବ । ଅର୍ଥନୈତିକ ଅଭିବୃଦ୍ଧି, କଥନଶୈଳୀର ଲାଳିତ୍ୟ, ଲୋକପ୍ରିୟତା ବୃଦ୍ଧି ପାଇବ। ଈର୍ଷାପରାୟଣ ଆତ୍ମୀୟମାନେ ଦୂରେଇ ଯାଇପାରନ୍ତି ।
ବୃଷ
ବୃଷ
ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତିରେ ସାମାନ୍ୟ ବ୍ୟତିକ୍ରମ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ଅପ୍ରତିଦ୍ୱନ୍ଦ୍ୱୀ ରହିବେ । ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ ଲାଗି ଯତ୍ପରୋନାସ୍ତି ଚେଷ୍ଟା କରିପାରନ୍ତି। ସକାଳୁ ଘରେ ଦ୍ରବ୍ୟ ନଷ୍ଟ ହୋଇପାରେ । ନିଜ ପରିସରରେ ଘଟିଯାଉଥିବା ସମ୍ପର୍କବିହୀନ ବ୍ୟକ୍ତିଙ୍କ ଘଟଣାରେ ମୁଣ୍ଡ ପୂରାନ୍ତୁ ନାହିଁ ।
ମିଥୁନ
ମିଥୁନ
ଏକାଧିକଗ୍ରହ ଧନସ୍ଥାନକୁ ଦେଖୁଥିବାରୁ ଆର୍ଥିକ ଅନଟନ ଦୂରେଇଯିବ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଏବଂ ସଜ୍ଜନମାନଙ୍କ ସଙ୍ଗ ଲାଭକରି ଖୁସି ରହିବେ। ପାରିବାରିକ, ଲୋକ ସମ୍ପର୍କ କ୍ଷେତ୍ରରେ ଆଶଙ୍କା କରି ମନ ଅସ୍ଥିର ରହିବ । ଅନିୟମିତ ଆହାର ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ।
କର୍କଟ
କର୍କଟ
ଆଜିର ଗ୍ରହସ୍ଥିତି ଏପରି ଯେ-କୌଣସି କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କଲେ ସଫଳତା ମିଳିବନି। ପୁଷ୍ୟା ନକ୍ଷତ୍ରର ସାମ୍ପ୍ରତିକ ପରିସ୍ଥିତି ବଦଳି ଯିବାର ଶୁଭ ସୂଚନା ପାଇ ଖୁସି ହେବେ । ଅଫିସ୍ କାମରେ କୌଣସି ବ୍ୟକ୍ତି ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ । ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ।
ସି˚ହ
ସି˚ହ
ଆପଣ ଋଣମୁକ୍ତ ହେବା ସାଙ୍ଗକୁ ଆରୋଗ୍ୟଲାଭ କରିବେ । ଷଷ୍ଠସ୍ଥ ଗ୍ରହ ପ୍ରଭାବରୁ ଆପଣଙ୍କୁ କେହି ଅସୁବିଧାରେ ପକାଇ ପାରିବନାହିଁ । ସମ୍ପର୍କୀୟମାନେ ନିଜ ଫାଇଦା ପାଇଁ ଫନ୍ଦିଫିକର କରିପାରନ୍ତି। ଗବେଷଣା, ଅନୁସନ୍ଧାନ, ରଚନାତ୍ମକ କାର୍ଯ୍ୟ ତଥା ଅଧ୍ୟୟନ ଓ ଅଧ୍ୟାପନାରେ ଉନ୍ନତି କରିବେ ।
କନ୍ୟା
ଲାଭଭାବକୁ ଗ୍ରହମାନେ ଦେଖୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନଙ୍କ କାର୍ଯ୍ୟକଳାପ ପାଇଁ ଅସନ୍ତୋଷ ସୃଷ୍ଟି ହୋଇପାରେ। ଆମଦାନୀ କାରବାର, ପରିବହନ, କଚେରି ମାମଲା ବିଶୃଙ୍ଖଳିତ ରହିବାର ଆଶଙ୍କା ରହିଛି।
ତୁଳା
ତୁଳା
ତୃତୀୟଭାବସ୍ଥ ଶୁକ୍ର ଆପଣଙ୍କୁ ସାହିତ୍ୟ, ସଙ୍ଗୀତ, ସାଂସ୍କୃତିକ କାର୍ଯ୍ୟ ମାଧ୍ୟମରେ ଆନନ୍ଦ ପ୍ରଦାନ କରିବ। ଆଜି କୌଣସି ବ୍ୟକ୍ତିଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। କଚେରି ମାମଲା ମନ୍ଥର ହେତୁ ଅନୁଶୋଚନା କରିପାରନ୍ତି। ଅଫିସ୍ କାମରେ ସହକର୍ମୀଙ୍କ ସହାନୁଭୂତି ଯୋଗୁ ସ୍ଥଗିତ କାମ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ।
ବିଛା
ବିଛା
ରାଶିରେ କେତୁ ପ୍ରଭାବରୁ ବିଭିନ୍ନ ଅସଙ୍ଗତ କଥା ମନକୁ ବିଭ୍ରାନ୍ତ କରାଇବ । ଅନୁରାଧା ନକ୍ଷତ୍ର ଯାହା ହୋଇ ପାରିନାହିଁ, ସେଥିପାଇଁ ଚିନ୍ତା ନ କରି ପ୍ରତିକାର ବ୍ୟବସ୍ଥା ଗ୍ରହଣ କଲେ ଉପକୃତ ହେବେ। ଆକସ୍ମିକ ଭାବେ ରୋଗପୀଡା ଅନୁଭବ ହୋଇପାରେ । ସତ୍ୟର ପରିପନ୍ଥୀ ହେତୁ ଉଚ୍ଚବର୍ଗଙ୍କ ସହାୟତା ପାଇବେ ନାହିଁ ।
ଧନୁ
ଧନୁ
କର୍ମାଧରପଙ୍କ ଦୁର୍ବଳତା ହେତୁ ଆଜି ଦିନରେ କାମ ହାସଲ କଷ୍ଟକର ହୋଇପାରେ । ଅପରାହ୍ନରେ ଆଲୋଚନା ପରିସରରେ ବନ୍ଧୁଙ୍କ ଔଚିତ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ । ପାରିପାର୍ଶ୍ୱିକ ପରିସ୍ଥିତି ସୁହାଉ ନ ଥିବାରୁ ଆନମନା ରହିପାରନ୍ତି ।
ମକର
ମକର
କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି କାର୍ଯ୍ୟ ହାସଲର ରାସ୍ତା ଉନ୍ମୁକ୍ତ କରିପାରନ୍ତି । ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ସାଂସ୍କୃତିକ କାମରେ କିମ୍ବା ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ ଓ ପରିବହନରେ ଲାଭବାନ୍ ହେବେ।
କୁମ୍ଭ
କୁମ୍ଭ
ନିଜର ଦୂରଦର୍ଶୀ ଗୁଣ ହେତୁ ସବୁ ପରିସ୍ଥିତିରେ ନିଜକୁ ଖାପଖୁଆଇ ନେବାରେ ଅସୁବିଧା ରହିବ ନାହିଁ। ଦ୍ୱାଦଶସ୍ଥ ଶୁକ୍ରଙ୍କ ସୁପ୍ରଭାବରୁ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । କିନ୍ତୁ କର୍ମକ୍ଷେତ୍ରରେ ରୁକ୍ଷ ବ୍ୟବହାର ସହକର୍ମୀଙ୍କ ମନରେ ଆଘାତ ଦେଇପାରେ ।
ମୀନମୀନ
ସ୍ବଭାବରୁ ଅଷ୍ଟମସ୍ଥ ଚତୁଃଗ୍ରହଜନିତ କୌଣସି କାମ ସକାଶେ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ ଅନ୍ୟଥା ସାଙ୍ଗରେ ନେବା ଜିନିଷକୁ ଭୁଲି ଯାଇପାରନ୍ତି। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ଅନ୍ୟମାନେ ଶତ୍ରୁତା କଲେ ମଧ୍ୟ ଆପଣଙ୍କ ପ୍ରତିଷ୍ଠା ନୂ୍ୟନ ହେବ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୂଚନା ରହିଛି। ଦ୍ୱିଜା ନକ୍ଷତ୍ରର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଭଲ ସମ୍ପର୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri