Posted inRasifala

ରାଶିଫଳ: ଶୁକ୍ରବାର, ଜାନୁଆରୀ ୧୯ ତାରିଖ – Daily Horoscope

ମେଷ
ଆଜି ଅନୁକୂଳ ଗ୍ରହସ୍ଥିତି ହେତୁ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ପରିବାର ଭିତରେ କେତେକ ପୁରୁଣା ସମସ୍ୟା ବିଷୟରେ ଆଲୋଚନା କରିବେ। ସ୍ବାସ୍ଥ୍ୟ ସମସ୍ୟା, ବ୍ୟବସାୟିକ ସ୍ଥିତି, ବନ୍ଧୁମନାନ୍ତରାଦି ଦୁଶ୍ଚିନ୍ତାର କାରଣ ହୋଇପାରେ। ଚିଡ଼ା ସ୍ବଭାବ ପାଇଁ ପରିବାର ଲୋକମାନେ କ୍ଷୁବ୍ଧ ହୋଇପାରନ୍ତି।
ବୃଷ
ବୃଷ
ପାପଗ୍ରହ ମଧ୍ୟସ୍ଥ ହେଲେ ମଧ୍ୟ ଗୁରୁଯୁକ୍ତ ଚନ୍ଦ୍ର ହେତୁ ମାନସିକ ଭାରସାମ୍ୟ ରଖିବାରେ ସମର୍ଥ ହେବେ। ଅଫିସଆଲି କାମରେ ଟେନସନ୍‌ କମିଯିବ। ବନ୍ଧୁ ଓ ପରିଜନଙ୍କ ସହାୟତାରେ ତୀର୍ଥାଟନ କଥା ଚିନ୍ତା କରିପାରନ୍ତି। ପିଲାମାନଙ୍କ କାର୍ଯ୍ୟକଳାପ ନାପସନ୍ଦ କରିବା ସହ କେତେକ କ୍ଷେତ୍ରରେ ସମସ୍ୟା ଜଡିତ ହୋଇପାରନ୍ତି।
ମିଥୁନ
ମିଥୁନ
ଏକାଧିକ ଗ୍ରହ ଦୃଷ୍ଟ ଆପଣଙ୍କ ରାଶି କାର୍ଯ୍ୟହାସଲରେ ସମର୍ଥ ହେବାର ସୂଚନା ପ୍ରଦାନ କରୁଛି। କିନ୍ତୁ ଆରର୍ଦ୍ରା ନକ୍ଷତ୍ର ବିଭିନ୍ନ ସମସ୍ୟାରେ ଚଳୁଥିବାରୁ ଦୁର୍ଭାବନା ବଢ଼ିଚାଲିବ । ରାଜନୀତିରେ ଉଚ୍ଚ ପଦାଧିକାରୀଙ୍କ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ। କର୍ମକ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇବେ।
କର୍କଟ
କର୍କଟ
ଭାଗ୍ୟାଧିପ ଯୁକ୍ତ ଚନ୍ଦ୍ର ଯୋଗୁ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଆଲୋଚନା ପରିସରରେ ସାଧାରଣ କଥାରୁ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। କ୍ରୀଡ଼ା, ଚଳଚ୍ଚିତ୍ର, କଳା, ସାହିତ୍ୟ, ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ବନ୍ଧୁମିଳନ ଓ ପିଲାଙ୍କ ସହ ଖୁସିଗପର ମଉକା ଜୁଟିବ।
ସି˚ହ
ସି˚ହ
କର୍ମାଧିପ ମଙ୍ଗଳ ଯୁକ୍ତ ହେତୁ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ବନ୍ଧୁଙ୍କ ପରାମର୍ଶରେ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ। ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିବା ସହ ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସାମାଜିକ ସ୍ତରରେ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
କନ୍ୟା
ରାହୁ ସପ୍ତମରେ ଏବଂ ରାଶିରେ କେତୁ ଯୋଗୁ ରୋଗରେ କଷ୍ଟ ପାଇବେ। କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ନାସ୍ତିସୂଚକ ବାଣୀ ଶୁଣାଇପାରନ୍ତି। ଅଫିସରେ ଉଚ୍ଚ ପଦାଧିକାରୀ ସାହାଯ୍ୟ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ। ଆତ୍ମୀୟସ୍ବଜନଙ୍କ ବିବାଦୀୟ ଘଟଣାର ପରିସମାପ୍ତି ପାଇଁ ଚିନ୍ତା ବଢ଼ିପାରେ।
ତୁଳା
ତୁଳା
ଚନ୍ଦ୍ର ଓ ବୃହସ୍ପତି ଏକତ୍ର ସପ୍ତମସ୍ଥ ହେତୁ ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଲାଭବାନ ହେବେ। ମତାନ୍ତର ଜନିତ ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗିରହିବ। ଆର୍ଥିକ ଅନଟନ, ପାରିବାରିକ ଅସନ୍ତୋଷ, କାର୍ଯ୍ୟହାନି ସକାଶେ ମନ ଅସ୍ଥିର ରହିବ। ଦୈହିକ ଦୁର୍ବଳତା ଯୋଗୁ ମନବଳ କମି ଯାଇପାରେ।
ବିଛା
ବିଛା
କୋଣଭାବରେ ରାହୁଙ୍କ ଯୋଗୁ କେତେବେଳେ କେଉଁ ସମସ୍ୟା ଆସିଯାଇପାରେ। ଅସାମାଜିକ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଧାର ସୂତ୍ରରେ ଅର୍ଥ ଆଣିବେ ଓ ଏଥିପାଇଁ ବହୁତ ଫନ୍ଦିଫିକର କରିବାକୁ ପଡ଼ିବ। ବ୍ୟବସାୟ, ପରିବହନ, ଆଇନ ଅଦାଲତ ଓ ପ୍ରଶାସନିକ ସ୍ତରରେ ସନ୍ତୋଷଜନକ ଫଳ ପାଇବେ।
ଧନୁ
ଧନୁ
ଅଷ୍ଟମସ୍ଥ ଗୁରୁ ଯୁକ୍ତ ଯୋଗୁ କୌଣସି କଥା ନ ବୁଝି ପ୍ରତ୍ୟେକ କଥାରେ ହଁ ଭରିବା ସମସ୍ୟାର କାରଣ ହୋଇପାରେ। କର୍ମକ୍ଷେତ୍ରରେ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହୋଇପାରନ୍ତି। ଆକସ୍ମିକ ଭାବେ ଘରକୁ ବନ୍ଧୁ କେହି ଆସିପାରନ୍ତି। ବ୍ୟବସାୟିକ ପରିସ୍ଥିତି ପ୍ରାୟତଃ ଏକ ପ୍ରକାର ଭଲ ରହିବ।
ମକର
ମକର
ଯେକୌଣସି ପ୍ରକାରେ ହେଉନା କାହିଁକି ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରିବେ। ସ୍ବସ୍ଥାନ ହନ୍ତା ବୃହସ୍ପତି ଚତୁର୍ଥସ୍ଥ ଯୋଗୁ ଧୀରେ ଧୀରେ ପାରିବାରିିକ ଜଞ୍ଜାଳ ବୃଦ୍ଧି ପାଇପାରେ। ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ। ବ୍ୟବସାୟିକସ୍ଥିତି କେତେକାଂଶରେ ପ୍ରାୟତଃ ଭଲ ରହିବ।
କୁମ୍ଭ
କୁମ୍ଭ
ନିଜ ରାଶିରେ ଶନି ମିତ୍ରଙ୍କ ସହ ରହିଥିବାରୁ ଭବିଷ୍ୟତରେ ଆଶା ଓ ଅଭିଳାଷ ଅବଶ୍ୟ ପୂରଣ ହୋଇଯିବ। ମନବଳ ଖୁବ୍‌ ଟାଣ ରହିଲେ ମଧ୍ୟ ଜିଦ୍‌ରେ ଅଟଳ ରହି କର୍ମକ୍ଷେତ୍ରରେ ଅଶାନ୍ତି ସୃଷ୍ଟି କରିପାରନ୍ତି। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପରିବାରରେ ସନ୍ତାନଙ୍କ ସକାଶେ ବ୍ୟସ୍ତତା ବଢ଼ିପାରେ।
ମୀନମୀନ

ଏକାଧିକଗ୍ରହ ରାଶିସ୍ଥ ଯୋଗୁ କର୍ମକ୍ଷେତ୍ରରେ କୌଣସି ଅସୁବିଧା ନ ଥିଲେ ମଧ୍ୟ ମନ ବ୍ୟତିବ୍ୟସ୍ତ ରହିପାରେ। ପାରିବାରିକ ବୁଝାମଣା ଠିକ୍‌ ରହିବା ହେତୁ ସାମୟିକ ମନ ଖୁସି ରହିବ। ଅଟକି ରହିଥିବା ଓ ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟରେ ଉପନୀତ ହେବ। ଆର୍ଥତ୍କ ଅନଟନ ଥିଲେ ମଧ୍ୟ ଧାରକରଜ କରି କାମ ଚଳାଇ ନେବାକୁ ବାଧ୍ୟ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ ଶୁକ୍ର ମୁଖଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭ କରି ଖୁସୀ ହେବେ ା ଅଫିସରେ ସହକର୍ମୀଙ୍କ ସୈାହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା…

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri