Posted inRasifala

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୧୬ ତାରିଖ – Daily Horoscope

ମେଷ
ଆଜି ରାହୁଯୁକ୍ତ ଦ୍ୱାଦଶ ଚନ୍ଦ୍ର ହେତୁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ ଏବଂ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଆଶଙ୍କା ରହିଛି। ପରୋକ୍ଷ ଶତ୍ରୁତା ବଶତଃ କାମ ସ୍ଥଗିତ ରହିଯିବା ଆଶଙ୍କା ରହିଛି।
ବୃଷ
ବୃଷ
ଧନଭାବ ପ୍ରତି ଧନାଧିପତିଙ୍କ ଦୃଷ୍ଟି ହେତୁ ଆର୍ଥିକ ଅଭିବୃଦ୍ଧି ଘଟିବ। ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ ଓ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। ପରିବାରରେ ଛୋଟ କଥାକୁ ବଡ଼ ଆକାରରେ ଚିନ୍ତାକରି ଆଶଙ୍କାଗ୍ରସ୍ତ ହୋଇପାରନ୍ତି। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇବେ।
ମିଥୁନ
ମିଥୁନ
ବୁଧ ସହ ମଙ୍ଗଳଙ୍କ ସଂଯୋଗ କାରଣରୁ ଦୈହିକ ଦୁର୍ବଳତା ଦେଖାଦେବ। ପାରିବାରିକ ସମସ୍ୟା ସୁଧାରିବାରେ ଅସୁବିଧା ରହିବ ନାହିଁ। ଆରଦ୍ରା ନକ୍ଷତ୍ର ସକାଶେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। କାମରୁ ଓହରି ନ ଯାଇ ବାରମ୍ବାର ଚେଷ୍ଟାକଲେ ଅବଶ୍ୟ ସଫଳତା ପାଇପାରିବେ।
କର୍କଟ
କର୍କଟ
ପାପଗ୍ରହଯୁକ୍ତ ଚନ୍ଦ୍ର ପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ସାଙ୍ଗକୁ ଉଦ୍‌ଯୋଗ ହାନି ମାନସିକ ଅଶାନ୍ତିର କାରଣ ହେବ। ଶତ୍ରୁତା ଲାଗି ରହିଥିବା ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବେ। କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ସେପରି ହେବନାହିଁ। ବ୍ୟବସାୟ, ସଭାସମିତି ପ୍ରଭୃତିରେ ସଫଳତା ହାସଲ କରିବେ।
ସି˚ହ
ସି˚ହ
ଚତୁର୍ଥସ୍ଥ ଶୁକ୍ରଙ୍କ ଯୋଗୁ ପାରିବାରିକ ସ୍ଥିତି ଭଲ ରହିବ ଏବଂ ବିଳାସ ଉପକରଣ କ୍ରୟ କରିବାକୁ ମନ ବଳିବ। କେତୁ ପ୍ରଭାବରୁ ଅଭାବ ଅସୁବିଧାରେ ଗୁରୁଜନଙ୍କ ସାନ୍ତ୍ବନା ମନରେ ଆଶ୍ୱସ୍ତି ଭରିପାରେ। କର୍ମକ୍ଷେତ୍ରରେ ଏବଂ ଶିଳ୍ପ, ବାଣିଜ୍ୟ ତଥା ପରିବହନରେ ଲାଭବାନ ହେବେ। ଭ୍ରାତୃବିବାଦଜନିତ ସମସ୍ୟାକୁ କେନ୍ଦ୍ରକରି ଅଶାନ୍ତ ରହିପାରନ୍ତି।
କନ୍ୟା
ରାହୁ ଓ କେତୁ ମଧ୍ୟସ୍ଥ ସମସ୍ତ ଗ୍ରହ ହେତୁ କୌଣସି କାମ ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବନାହିଁ। ପାରିବାରିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥିଲେ ମଧ୍ୟ ତାହା ବିଶେଷ ଗୁରୁତର ନ ହୋଇପାରେ। ନିଜ ଲୋକ ବିଶ୍ୱାସଘାତକତା କରିପାରନ୍ତି । ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।
ତୁଳା
ତୁଳା
ଶୁକ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟି କାରଣରୁ ନିଜ ଲୋକଙ୍କ ଅସହଯୋଗଜନିତ ସୁଯୋଗ ହାତମୁଠାରୁ ଖସିଯାଇପାରେ। ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ଆଜିର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ , ଅନ୍ୟଥା ଚିନ୍ତା କରିବାକୁ ପଡ଼ିପାରେ। ଦ୍ରବ୍ୟଲାଭରୁ ଖୁସି ହେବେ, କିନ୍ତୁ ଈର୍ଷାପର ବନ୍ଧୁମାନେ କ୍ରମଶଃ ଦୂରେଇଯିବେ।
ବିଛା
ବିଛା
କର୍ମାଧିପ ଭାଗ୍ୟସ୍ଥ ଯୋଗୁ କାର୍ଯ୍ୟସିଦ୍ଧି ହେତୁ ମନ ପ୍ରଫୁଲ୍ଲ ରହିବ। ମାନସିକ ଅସ୍ଥିରତା ଦେଖାଦେଲେ ମଧ୍ୟ ସନ୍ତାନ ହେତୁକ ଖୁସିରେ ଆମତ୍ହରା ହୋଇପାରନ୍ତି। ମିଥ୍ୟା ପ୍ରତିଶ୍ରୁତି ଦେଇ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ସାହିତ୍ୟ, ସାମ୍ବାଦିକତା, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ଚତୁର୍ଥସ୍ଥାନରେ ଅଷ୍ଟମାଧିପତି ପାପଗ୍ରହଯୁକ୍ତ ଯୋଗୁ ପାରିବାରିକ ସ୍ଥିତି ଭଲ ରହିବ ନାହିଁ। ସମସ୍ତ ସୁବିଧା ଥିଲେ ମଧ୍ୟ କଳୁଷିତ ଚିନ୍ତା ମନକୁ ବିବ୍ରତ କରିପାରେ। ବ୍ୟବସାୟ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ, କିନ୍ତୁ ହାତପାହାନ୍ତାରେ ସୁଯୋଗ ପାଇବେ। ସାମାଜିକ ସ୍ତରରେ ପ୍ରଶଂସା ଓ ପ୍ରୋସତ୍ାହନ ପାଇ ମନୋବଳ ବୃଦ୍ଧି ପାଇବ।
ମକର
ମକର
ରାଶିରେ ରବି ରହିବା କାରଣରୁ ବିବାଦୀୟ କଥା ମାନସିକ ଅଶାନ୍ତିର କାରଣ ହୋଇପାରେ। ଅଫିସିଆଲି କାମରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ଆନୁଷ୍ଠାନିକ କ୍ଷେତ୍ରରୁ ପ୍ରଶଂସା ଓ ପ୍ରୋସତ୍ାହନ ପାଇ ମନୋବଳ ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
କର୍ମସ୍ଥାନରେ ଶୁକ୍ର ରହିଥିବା ହେତୁ ନୂଆ ଯୋଜନାର ରୂପରେଖ ଉପରେ ଗୁରୁତ୍ୱ ଦେବେ ଓ ସଫଳତା ଦିଗକୁ ମୁହାଁଇବେ। ପାରିବାରିକ କ୍ଷେତ୍ର, ବ୍ୟବସାୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ଆନୁଷ୍ଠାନିକ କିମ୍ବା ମାଙ୍ଗଳିକ କାମରେ ବ୍ୟସ୍ତ ରହିବେ। ସରକାରୀ ସ୍ତରରୁ ଅର୍ଥଲାଭର ସୂଚନାରୁ ମନ ଖୁସି ହୋଇଯିବ।
ମୀନମୀନ

ରାଶିରେ ଚନ୍ଦ୍ର ପାପଗ୍ରହଯୁକ୍ତ ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ବୃହସ୍ପତି ପ୍ରଭାବରୁ ପୂର୍ବ ସମସ୍ୟାଗୁଡ଼ିକର ସରଳ ସମାଧାନ ପାଇଁ ରାସ୍ତା ଖୋଲିଯିବ। ପରିବାରରେ ପିଲାମାନଙ୍କ କାର୍ଯ୍ୟକଳାପ ନାପସନ୍ଦ କରିପାରନ୍ତି। ଅନ୍ୟ ମାନଙ୍କ କାନକୁହା କଥା ଶୁଣି ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?