Posted inRasifala

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୭ ତାରିଖ – Daily Horoscope

ମେଷ
ସପ୍ତମାଧିପତି ଦ୍ୱାଦଶସ୍ଥାନକୁ ଦେଖୁଥିବାରୁ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ। ସ୍ବଗୃହୀ ଶନିଙ୍କ ପ୍ରଭାବରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆମତ୍ୀୟସ୍ବଜନଙ୍କ ପାଇଁ ଚିନ୍ତା ବଢ଼ିବା ସଙ୍ଗକୁ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ନିଜେ ରହୁଥିବା ପରିସରରେ ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ପଶ୍ଚାତ୍ତାପ କରିବାକୁ ପଡ଼ିପାରେ।
ବୃଷ
ବୃଷ
ରାହୁଙ୍କ କୁପ୍ରଭାବଜନିତ ପରକଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଉପକୃତ ହେବେ। ପରିବାର ମଧ୍ୟରେ ସମସ୍ୟାର ଗୁରୁତ୍ୱ ଉପଲବ୍‌ଧି କରି ବିହିତ ପଦକ୍ଷେପ ନେବା ଭଲ ହେବ। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିବେ ଏବଂ ଆପଣଙ୍କୁ ସାହାଯ୍ୟ କରିବେ।
ମିଥୁନ
ମିଥୁନ
ବୁଧ ସହ ଶୁକ୍ରଙ୍କ ସଂଯୋଗ ପ୍ରଭାବରେ ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ପାଇବାର ଆଶା ରହିଛି। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ପରିସ୍ଥିତିକୁ ଲାଘବ କରିବେ। କଳା, ସାହିତ୍ୟ, ସଂସ୍କୃତି, କ୍ରୀଡ଼ା, ଚଳଚ୍ଚିତ୍ରାଦିରେ ଉନ୍ନତି କରିବେ। ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ପ୍ରଶଂସିତ ହେବେ।
କର୍କଟ
କର୍କଟ
କର୍ମସ୍ଥାନରେ ଚନ୍ଦ୍ର ହେତୁ ଦୀର୍ଘ ଦିନର ପରିଶ୍ରମର ସାର୍ଥକତା ସ୍ବରୂପ ସଫଳତାରେ ଆନନ୍ଦ ଅନୁଭବ କରିବେ। ଆଜିର ଅପରାହ୍ନରେ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ପରିବାରରେ ତର୍କ ଓ ବିବାଦକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ଆପଣ ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି।
ସି˚ହ
ସି˚ହ
ରବିଙ୍କ ସମ୍ମୁଖସ୍ଥ ଶୁକ୍ରଙ୍କ ଯୋଗୁ ନିଜ ପରିସରର ବ୍ୟକ୍ତିଙ୍କ ପରାମର୍ଶ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। କୌଣସି ଦ୍ୱନ୍ଦ୍ୱର ସମାଧାନ ସକାଶେ ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି। ଛୋଟ ଘଟଣାକୁ ଅସାଧାରଣ ମନେକରି ବ୍ୟସ୍ତ ହୁଅନ୍ତୁ ନାହିଁ।
କନ୍ୟା
ବୁଧ ସହ ନୀଚସ୍ଥ ଶୁକ୍ର ହେତୁ ଆପଣଙ୍କ ସରଳତାର ସୁଯୋଗ ନେଇ କୌଣସି ବ୍ୟକ୍ତି କ୍ଷତି ସାଧନ କରିପାରେ। ଟଙ୍କା ଫେରି ପାଇବା ପାଇଁ ବିବାଦ ଭିତରକୁ ଟାଣି ହେବାକୁ ପଡ଼ିବ। ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ। ନିଜ ପରିସରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
ତୁଳା
ତୁଳା
କର୍ମାଧିପ ସପ୍ତମସ୍ଥ ଯୋଗୁ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇ ଖୁସୀ ହେବେ। ଆମତ୍ୀୟ ଓ ପରିଜନଙ୍କ ସହ ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ। ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ସ୍ବାସ୍ଥ୍ୟ ସମସ୍ୟା ବିଶେଷ ଭଲ ରହି ନ ପାରେ।
ବିଛା
ବିଛା
କେତୁଙ୍କ ପ୍ରଭାବରେ ଅତୀତର କେତେକ କଥା ମନକୁ ବାରମ୍ବାର ଆଲୋଡ଼ିତ କରିପାରେ। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥବାଦୀ ହୋଇପଡ଼ିବା କାରଣକୁ ନେଇ ବ୍ୟସ୍ତତା ବୃଦ୍ଧି ପାଇବ। ଅଫିସ୍‌ରେ ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ପ୍ରଶଂସା ପାଇବେ।
ଧନୁ
ଧନୁ
ମୁଖଭାବଧିପତିଙ୍କ ଦୁର୍ବଳତା ହେତୁ ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ନୂତନ କାମରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇ ପାରିବ ନାହିଁ। ଅଭାବ ପୂର୍ଣ୍ଣତା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ। ନିଜର ଅସଫଳତାର କାରଣ ଖୋଜିବାକୁ ଯାଇ ନିଜ ଲୋକଙ୍କୁ ସନ୍ଦେହ କରିବେ।
ମକର
ମକର
ସପ୍ତମାଧିପତି ଚତୁର୍ଥସ୍ଥ ଯୋଗୁ ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ବିଶୃଙ୍ଖଳିତ ସ୍ବଭାବ ଯୋଗୁ ବିଚଳିତ ହେବେ। ବନ୍ଧୁମାନଙ୍କ କଥାରେ ବିଶ୍ୱାସୀ ହୋଇ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ। କେତେକ କ୍ଷେତ୍ରରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ରାହୁ ଚତୁର୍ଥଭାବସ୍ଥ ହେତୁ ପରିବାର ଓ ବନ୍ଧୁ ସମ୍ପର୍କିତ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଆଜି ଅଫିସ୍‌ରେ ଆଲୋଚନା କାଳରେ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ। ପ୍ରତି କ୍ଷେତ୍ରରେ ଆଶା ଓ ବିଶ୍ୱାସ ନେଇ ଆଗକୁ ମାଡ଼ି ଚାଲନ୍ତୁ, ଉପକୃତ ହେବେ। ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି।
ମୀନମୀନ
ତୃତୀୟସ୍ଥ ରାହୁ ପ୍ରଭାବରେ ସହକର୍ମୀଙ୍କ ସହ ସମ୍ପର୍କକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବ। ଦୀର୍ଘଦିନରୁ ସ୍ନାୟବିକ ଦୁର୍ବଳତା ଅନୁଭବ କରି ଚିନ୍ତିତ ରହିବେ। ପୂର୍ବ ଆଲୋଚନା ଅନୁଯାୟୀ ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ଆକସ୍ମିକ ଭାବରେ ଦୂରଯାତ୍ରାର ମସୁଧା କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୧୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରୁ ବନ୍ଧୁମିଳନ ସାଙ୍ଗକୁ କର୍ମମୁଖର ରହିବେ। ପାରିବାରିକ ସଦ୍‌ଭାବ ମଧ୍ୟରେ ହସଖୁସିର ମଜା ଉଠାଇପାରନ୍ତି। ସଭାସମିତି, ନୃତ୍ୟ ସଙ୍ଗୀତ, ସେବା କାର୍ଯ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୧୫ ତାରିଖ – Daily Horoscope

ମେଷ ଆଜିର ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ରର ପରିସ୍ଥିତି ସ୍ବାଭାବିକ ରହିବ। ନିକଟରେ ରହୁ ନ ଥିବା ପିଲାଙ୍କ ସ୍ବାସ୍ଥ୍ୟ ସକାଶେ ଏବଂ ସଭାସମିତି ଓ ଆନୁଷ୍ଠାନିକ…

ରାଶିଫଳ: ମଙ୍ଗଳବାର , ଜୁଲାଇ ୧୪ ତାରିଖ – Daily Horoscope

ମେଷ ଆଜି ତୃତୀୟଭାବରେ ତିନୋଟି ଗ୍ରହଙ୍କ ସଂଯୋଗ କାରଣରୁ ବନ୍ଧୁମିଳନ,ଧାର୍ମିକ କାର୍ଯ୍ୟ ଏବଂ ଭ୍ରମଣସୌଖ୍ୟ ଲାଭ କରିବେ। ପାରିବାରିକ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମର ଆଶଙ୍କା…

ରାଶିଫଳ: ସୋମବାର, ଜୁଲାଇ ୧୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଅଟକି ରହିଥିବା କାମ ତ୍ୱରାନ୍ବିତ ହେବ। ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri