Posted inRasifala

ରାଶିଫଳ: ବୁଧବାର, ଫେବୃୟାରୀ ୨୪ ତାରିଖ– Daily Horoscope

ମେଷ
ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରି ସଫଳତା ହାସଲ କରିବେ। ଶତ୍ରୁତା କାରଣରୁ ନିର୍ମାଣାଧୀନ କାମଗୁଡ଼ିକ ବାଧାପ୍ରାପ୍ତ ହୋଇପାରେ। ବ୍ୟବସାୟରେ ଟେନସନ୍‌ ଲାଗି ରହିବ, କିନ୍ତୁ କ୍ଷତିର ପ୍ରଶ୍ନ ରହିବ ନାହିଁ। ପରକଥାରେ କିମ୍ବା ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ବୃଷ
ବୃଷ
ବନ୍ଧୁଙ୍କ ପାରିବାରିକ କଥାରେ କୌତୂହଳ ହୋଇ କଳହକୁ ନିମନ୍ତ୍ରଣ କରିପାରନ୍ତି। ଯିବା ରାସ୍ତାରେ ଅଜଣା ଅଶୁଣା ବ୍ୟକ୍ତି ପ୍ରତି ସତର୍କ ରୁହନ୍ତୁ। ଅସାବଧାନତା ହେତୁ ଦ୍ରବ୍ୟନଷ୍ଟ କିମ୍ବା ଧନହାନି ଘଟିପାରେ। ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି।
ମିଥୁନ
ମିଥୁନ
ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ସହକର୍ମୀମାନଙ୍କର ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ରାଜନୈତିକ ସ୍ତରରେ ବନ୍ଧୁଙ୍କ କୂଟିଳ ଚିନ୍ତାଧାରା ଅତିଷ୍ଠ କରିପାରେ। ବାକି ପଡିଥିବା ବହୁତ ଦିନର ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
କର୍କଟ
କର୍କଟ
କର୍ମକ୍ଷେତ୍ରର ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। ପରୋକ୍ଷ ଶତ୍ରୁତା କାରଣରୁ ଆମତ୍ୀୟମାନେ ହଠାତ୍‌ ଶତ୍ରୁତା କରିବେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ଆନୁଷ୍ଠାନିକ କ୍ଷେତ୍ରରେ ନୀଚ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।
ସି˚ହ
ସି˚ହ
ପାରିବାରିକ ଅସ୍ଥିରତା ଲାଗି ରହିଲେ ମଧ୍ୟ କାମ ଅଟକିବ ନାହିଁ। ବନ୍ଧୁମାନଙ୍କର ଛୋଟ ଛୋଟ କଥାକୁ ଧରି ବସିଲେ ନିଜେ ହିଁ କ୍ଷତିରେ ପଡ଼ିବେ। ଅର୍ଥାଭାବ ସାମୟିକ ବିଚଳିତ ଭାବ ସୃଷ୍ଟି କରିବ। ପୁରାତନ ରୋଗ ପୀଡ଼ାରେ ଯନ୍ତ୍ରଣା ଅନୁଭବ କରିବାକୁ ପଡ଼ିପାରେ।
କନ୍ୟା
କର୍ମକ୍ଷେତ୍ରରେ ମନ ମୁତାବକ କାମ ନ ହେବାଯୋଗୁ କ୍ଷୁବ୍ଧ ହେବେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସରକାରୀ କ୍ଷେତ୍ରରୁ ଲାଭର ଆଶା ବଳବତର ହେବ। ଆଲୋଚନା ସମୟରେ ସତ୍ୟ ପ୍ରକାଶ କରି ବିବାଦଗ୍ରସ୍ତ ହୋଇପାରନ୍ତି।
ତୁଳା
ତୁଳା
ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିବାର ସୂଚନା ରହିଛି। ଅଫିସ୍‌ରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡ଼ିବ। କଳା, ସାହିତ୍ୟ, ସଂଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି।
ବିଛା
ବିଛା
ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇପାରେ। ସାମାଜିକ ସ୍ତରରେ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ, ଏଣୁ ସତର୍କ ରହିବା ଭଲ। ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବା ସହ ବୁଦ୍ଧିଜୀବୀଙ୍କ ସୁନଜରରେ ଆସିପାରନ୍ତି। ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହେବେ।
ଧନୁ
ଧନୁ
କର୍ମକ୍ଷେତ୍ରରେ ସହମତିରେ କାର୍ଯ୍ୟ କଲେ ସଫଳତା ପାଇବେ। ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି। ଆମତ୍ୀୟମାନଙ୍କ ନିକଟରୁ ସ୍ନେହ ଶ୍ରଦ୍ଧା ପାଇବା ଦୁର୍ଲଭ ହୋଇପଡିବ। ଖଳ ଲୋକମାନଙ୍କ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ମକର
ମକର
ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ଆଜି ପ୍ରତ୍ୟେକ କ୍ଷେତ୍ରରେ ଆଖିଦୃଷ୍ଟିଆ ସଫଳତା ହାସଲ କରିପାରିବେ ନାହିଁ। ସ୍ବାସ୍ଥ୍ୟରେ ଉନ୍ନତି ଯୋଗୁ ଖୁସି ହେବେ। କିନ୍ତୁ କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କୁମ୍ଭ
କୁମ୍ଭ
ଆଜି ଯେଉଁ କାମରେ ହାତ ଦେଲେ ମଧ୍ୟ ସହଜ ଓ ସୁବିଧାରେ କାମ ହାସଲ କରିବେ। ବ୍ୟବସାୟିକ କ୍ଷେତ୍ରରେ ସୌଖୀନ ଦ୍ରବ୍ୟ ବ୍ୟବସାୟରୁ ଲାଭବାନ ହେବେ। କଠୋର ପରିଶ୍ରମ କାରଣରୁ ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ। ହଠାତ୍‌ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। କାମ ଠିକ୍‌ ଭାବରେ ଚାଲିବ।
ମୀନମୀନ
ପ୍ରଶାସନିକ ସ୍ତରରେ ତର୍କ ଓ ବିବାଦ ବୃଦ୍ଧି ପାଇବା କାରଣରୁ ଟେନସନ୍‌ ବଢିପାରେ। ମିତ୍ରମାନେ ଈର୍ଷାପରାୟଣ ହୋଇପାରନ୍ତି। କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ମାଲିମକଦ୍ଦମା ତଥା ବିବାଦୀୟ ଘଟଣାରେ ବିଜୟୀ ହେବେ। ଋଣ ସୂତ୍ରରେ ଅର୍ଥଲାଭ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?