Posted inRasifala

ରାଶିଫଳ: ମଙ୍ଗଳବାର, ଜାନୁୟାରୀ ୯ ତାରିଖ – Daily Horoscope

ମେଷ
ଚନ୍ଦ୍ରଙ୍କ ସହ ଶୁକ୍ର ପ୍ରଭାବରେ ଅର୍ଥପ୍ରାପ୍ତି, ସାହିତ୍ୟ ସଙ୍ଗୀତରେ ପ୍ରତିଷ୍ଠା ସହ ବ୍ୟବସାୟିକ ସଫଳତା ମିଳିବ। ପାରିବାରିକ ଜୀବନ ପାରସ୍ପରିକ ଉତ୍ତମ ବୁଝାମଣା ଦ୍ୱାରା ହସ, ଖୁସିରେ କଟିବ। ରାସ୍ତାରେ ଅଜଣା ବ୍ୟକ୍ତିଙ୍କ ସହ ମିତ୍ରତା ସୃଷ୍ଟି ହେବ। ଅଶ୍ୱିନୀ ନକ୍ଷତ୍ର ମନର ଦୁଃଖ ଭାବପ୍ରବଣ ହୋଇ ଅନ୍ୟ ସମ୍ମୁଖରେ ପ୍ରକାଶ କରିପାରନ୍ତି।
ବୃଷ
ବୃଷ
ଅଷ୍ଟମସ୍ଥ ରବି ଯୋଗୁ ପରିବାରରେ ବୟସ୍କ ବ୍ୟକ୍ତି ତଥା ପିତାଙ୍କ ସହ ସୁସମ୍ପର୍କ ରହି ନ ପାରେ। କେତେକ ବ୍ୟତିକମ କାରଣରୁ ପୂର୍ବରୁ ଆଶା କରୁଥିବା ଜିନିଷଟି ପାଇବେ ନାହିଁ। କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଅର୍ଥ ଆବଶ୍ୟକ ହେବ। ସହକର୍ମୀମାନେ ସହଯୋଗର ହାତ ବଢ଼ାଇ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟାଇବେ।
ମିଥୁନ
ମିଥୁନ
ସପ୍ତମସ୍ଥ ମଙ୍ଗଳ ପରିବାରରେ ସ୍ତ୍ରୀ, ବ୍ୟବସାୟରେ ଗ୍ରାହକ, ଯାତ୍ରାରେ ସହଯାତ୍ରୀଙ୍କ ସହ କଳହର କାରଣ ହୋଇପାରନ୍ତି। ନିଜ ମନର ଅସ୍ଥିରତା ହେତୁ ଆପଣଙ୍କ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ଅବହେଳାଜନିତ ପୁରାତନ ରୋଗରୁ ପୀଡ଼ା ଅନୁଭବ କରିପାରନ୍ତି। ଅଭିଳଷିତ ଜିନିଷଟି ଠିକ୍‌ ସମୟରେ ପାଇପାରିବେ।
କର୍କଟ
କର୍କଟ
ବୁଧ ଷଷ୍ଠ ସ୍ଥାନରେ ରବି ଓ ମଙ୍ଗଳ ସହ ରହିଥିବାରୁ ଭାଇଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇ ବିରକ୍ତ ହେବେ। ଅବଶ୍ୟ ଶୁକ୍ର ପ୍ରଭାବରୁ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ ରହିବ। ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଯନତ୍ବାନ୍‌ ହୁଅନ୍ତ, ନତୁବା ପରକ୍ଷଣରେ ନେଡ଼ିଗୁଡ଼ କହୁଣିକୁ ବୋହିଯାଇପାରେ।
ସି˚ହ
ସି˚ହ
ଭାଗ୍ୟସ୍ଥାନରେ ବୃହସ୍ପତି ଶାରୀରିକ ସୁସ୍ଥତା, ଭାଇ ଭାଇରେ ସହୃଦୟତା, ସନ୍ତାନଙ୍କ ଉଚ୍ଚଶିକ୍ଷାରେ ସହାୟକ ହେବେ। ସକାଳୁ କୌଣସି ସୁଖଦ ଖବର ପାଇ ମନ ହାଲୁକା ହୋଇଯିବ। କର୍ମକ୍ଷେତ୍ରରେ କୌଣସି ନୂତନ ପଦକ୍ଷେପ ଗ୍ରହଣ ସକାଶେ ମନସ୍ଥ କରିପାରନ୍ତି। ଧର୍ମକାମରେ ବ୍ୟସ୍ତ ରହି ଘରର ଆବଶ୍ୟକତାକୁ ଭୁଲିଯିବେ।
କନ୍ୟା
ଅଷ୍ଟମ ବୃହସ୍ପତିଜନିତ ପାରିବାରିକ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ। ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସହ ସୁସମ୍ପର୍କ, ସାହାଯ୍ୟ, ସହଯୋଗ କ୍ଷେତ୍ରରେ କାମକୁ ଆସିବ। ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ତୁଳା
ତୁଳା
ଶନିଙ୍କ ଦୃଷ୍ଟିଜନିତ ସ୍ତ୍ରୀ ଓ ପୁତ୍ରଙ୍କ ସ୍ବାସ୍ଥ୍ୟହାନି କିମ୍ବା ମନାନ୍ତରର କାରଣ ହୋଇପାରେ। ସ୍ବାତୀ ନକ୍ଷତ୍ର ସକାଶେ ପରିସ୍ଥିତି ବଦଳିଯିବା କାରଣରୁ ମାନସିକ ସ୍ଥିତି କେତେକାଂଶରେ ଭଲ ରହିବ। ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହୋଇପାରନ୍ତି।
ବିଛା
ବିଛା
ଦ୍ୱିତୀୟସ୍ଥ ଗ୍ରହଙ୍କ ଦ୍ୱାରା ଅପ୍ରିୟ ଭାଷଣଜନିତ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ। କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ସାହାଯ୍ୟରୁ ଉପକୃତ ହେବେ। ଘରେ ଅସାବଧାନତା ଯୋଗୁ ଦ୍ରବ୍ୟନଷ୍ଟ କିମ୍ବା ଧନହାନି ଘଟିପାରେ। ଜମିଜମା, ଚୁକ୍ତିପତ୍ର ସମ୍ପାଦନ, ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ରରୁ ପ୍ରଶଂସିତ ହେବେ।
ଧନୁ
ଧନୁ
କେତୁ କର୍ମସ୍ଥାନରେ ଥିବାରୁ ପୂର୍ବ ଯୋଜନା ଅନୁଯାୟୀ କର୍ମକଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ସଦାବେଳେ ପାଖରେ ରହୁଥିବା ବ୍ୟକ୍ତିମାନଙ୍କ ଉପରେ ଅଯଥା ବିରକ୍ତି ପ୍ରକାଶ କରିବା ଠିକ୍‌ ହେବନାହିଁ। ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଉଥିବା ଯୋଗୁ ଚିନ୍ତାପ୍ରକଟ କରିବେ।
ମକର
ମକର
ଶନିଙ୍କ ଦୃଷ୍ଟିରେ ଚନ୍ଦ୍ର ଓ ବୃହସ୍ପତି ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ। ଅବଶ୍ୟ ସାମାଜିକ ସ୍ତରରେ ପ୍ରଶଂସା ଓ ପ୍ରୋସତ୍ାହନ ପାଇଁ ମନୋବଳ ବୃଦ୍ଧି ପାଇବ। କିନ୍ତୁ ଭଲ ସମ୍ପର୍କ ନ ଥିବା ସହକର୍ମୀଙ୍କ ଦୌରାମତ୍‌ୟ କର୍ମକ୍ଷେତ୍ରରେ ଅସହ୍ୟ ହୋଇପାରେ। ସନ୍ତାନହେତୁକ ମାନସିକ ଆଘତ ପାଇପାରନ୍ତି।
କୁମ୍ଭ
କୁମ୍ଭ
ରାଶ୍ୟାଧିପତି ସ୍ବଗୃହରେ ରହିଥିବାରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ଅବସ୍ଥାରେ ରହିବ। ଛୋଟ ଛୋଟ କଥାକୁ କେନ୍ଦ୍ରକରି ପାରିବାରିିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ। ଭାଗୁଆଳି ବ୍ୟବସାୟରେ ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବ। ବନ୍ଧୁଙ୍କ ଉପରେ ଭରସାକରି କୌଣସି କାମ କରିପାରିବେ ନାହିଁ।
ମୀନମୀନ

କର୍ମକ୍ଷେତ୍ରସ୍ଥ ଗ୍ରହ ପ୍ରଭାବରୁ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟିକରି ମାନସିକ ଅସନ୍ତୋଷ ବୃଦ୍ଧିର କାରଣ ହେବ। ଅର୍ଥ ସଂଗ୍ରହର ପ୍ରଚେଷ୍ଟା ଜାରି ରଖିଲେ ସମୟାନ୍ତରରେ ଉପକୃତ ହୋଇପାରନ୍ତି। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?