Posted inRasifala

ରାଶିଫଳ: ମଙ୍ଗଳବାର , ଜାନୁୟାରୀ ୨ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ଉସତ୍ାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିବେ। ବୁଧ ସହ ଶୁକ୍ର ସଂଯୋଗରୁ ସନ୍ତାନ ସନ୍ତତିଙ୍କ ଯୋଗୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। ବ୍ୟୟ ବୃଦ୍ଧିଜନିତ ଅର୍ଥସଙ୍କଟରୁ ଚାପର ସମ୍ମୁଖୀନ ହୋଇପାରନ୍ତି। ଆନୁଷ୍ଠାନିକ କାମରେ ମୁଖ୍ୟ ଭୂମିକା ନିର୍ବାହକରି ସମ୍ମାନ ଲାଭ ସହ ପ୍ରଶଂସିତ ହୋଇପାରନ୍ତି।
ବୃଷ
ବୃଷ
ଶୁକ୍ରଙ୍କ ପ୍ରଭାବରୁ ବିଳାସପ୍ରିୟ ହେବେ ଓ ବୈଷୟିକ ସୁଖ, ସମୃଦ୍ଧି ଦିଗରେ ମନ ବଳାଇପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉସତ୍ାହିତ ହେବେ। ପରିଜନଙ୍କ ସହ ଭ୍ରମଣ ଯୋଗୁ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନଙ୍କ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତ ବୋଧ କରିପାରନ୍ତି।
ମିଥୁନ
ମିଥୁନ
ଷଷ୍ଠାଧିପତିଙ୍କ କ୍ଷେତ୍ରରେ ରାଶ୍ୟାଧିପ ବୁଧଙ୍କ ସ୍ଥିତି ରୋଗ, ଋଣ ଓ ଶତ୍ରୁତା ବୃଦ୍ଧି କରିବ। ଶାରୀରିକ କ୍ଳେଶ ଓ ତର୍କବିତର୍କରୁ ମନାନ୍ତର ଆଶଙ୍କା ସୃଷ୍ଟି ହେବ। ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ ଏବଂ ଅଟକି ରହିଯାଇଥିବା କାର୍ଯ୍ୟ ତ୍ୱରାନ୍ବିତ ହେବ। ବ୍ୟବସାୟ, ପରିବହନରେ ରହିଥିବା ସମସ୍ୟା ସହଜରେ ସମାଧାନ ହୋଇଯିବ।
କର୍କଟ
କର୍କଟ
ଧନ ସ୍ଥାନସ୍ଥ ଚନ୍ଦ୍ରଙ୍କ ପ୍ରତି ଦୁଃସ୍ଥାନସ୍ଥ ଶନିଙ୍କ ଦୃଷ୍ଟି ହେତୁ ଅର୍ଥାଭାବ କିମ୍ବା ତଜ୍ଜନିତ ସମସ୍ୟା ଦେଖାଦେଇପାରେ। ମାନସିକ ଅସ୍ଥିରତା ମଧ୍ୟରେ କାମ କରିବାକୁ ବାଧ୍ୟହେବେ। ସ୍ତ୍ରୀଙ୍କ ପରାମର୍ଶ ଅନୁସାରେ କାମ କଲେ ସମସ୍ୟା ସମାଧାନ ହୋଇପାରିବ। ସଭାସମିତି, ସଙ୍ଗଠନ କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିପାରେ।
ସି˚ହ
ସି˚ହ
ଚନ୍ଦ୍ରଙ୍କ ପ୍ରତି ଶୁଭଗ୍ରହ ଦୃଷ୍ଟିରୁ ଉନ୍ନତ ଚିନ୍ତା ଓ ସୁପରିକଳ୍ପିତ ଯୋଜନାକୁ ବାସ୍ତବମୁଖୀ କରାଇବାରେ ସମର୍ଥ ହେବେ। ଫାଇଲ୍‌ କାମ ବୃଦ୍ଧି ଯୋଗୁ ଘରକଥା ବୁଝିବାକୁ ସମୟ ପାଇବେ ନାହିଁ। ଆବଶ୍ୟକତା ପୂରଣ ଲାଗି ଧାର ଉଧାର କରିବାକୁ ପଡ଼ିପାରେ। ସାହିତ୍ୟ ଚର୍ଚ୍ଚା, ଗବେଷଣା, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।
କନ୍ୟା
ପାପଗ୍ରହଙ୍କ କୁପ୍ରଭାବରୁ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡ଼ିବେ ଏବଂ ବୁଧ ପ୍ରଭାବରୁ ବିବାଦୀୟ ହୋଇପାରନ୍ତି। ବ୍ୟବସାୟ ବାଣିଜ୍ୟ ଏବଂ ବୃତ୍ତିଗତ ଧନ୍ଦାରେ କେତେକ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ। ଆଗାମୀ ଆନୁଷ୍ଠାନିକ ଉସତ୍ବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି।
ତୁଳା
ତୁଳା
ଅନୁକୂଳ ଗ୍ରହ ପ୍ରଭାବରୁ ସମସ୍ୟା ସମାଧାନ ହେବା ସାଙ୍ଗକୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହେବ। ଅଯଥା କାମରେ ମୁଣ୍ଡ ପୂରାନ୍ତୁ ନାହିଁ । ପରିବାରରେ ଜମିଜମା କିମ୍ବା ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇପାରେ। ବ୍ୟବସାୟିକ ସ୍ଥିତି ବହୁତ ଭଲ ରହିବ ଏବଂ ଆନୁଷ୍ଠାନିକ କାମରେ ମଧ୍ୟ ପ୍ରଶଂସା ମିଳିବ।
ବିଛା
ବିଛା
ଶାରୀରିକ ଏବଂ ମାନସିକ ସ୍ଥିତି ଭଲ ରହିବା ସହ କୌଣସି କର୍ମାରମ୍ଭ କରିପାରନ୍ତି। ଯାତ୍ରା, ବାଣିଜ୍ୟ, ରଚନାମତ୍କ କାର୍ଯ୍ୟ ଓ ଜମିଜମା କାରବାର ପାଇଁ ଦିନଟି ଭଲ। ସମ୍ପର୍କର ଦୂରତ୍ୱ ବଢ଼ିଯାଇଥିବାରୁ ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାରକରିବେ। ଅଭାବ ଅସୁବିଧା ରହିବ ନାହିଁ ଏବଂ ଭ୍ରମଣ ଓ ବନ୍ଧୁମିଳନରୁ ଖୁସି ରହିବେ।
ଧନୁ
ଧନୁ
ରାଶିରେ ମଙ୍ଗଳଜନିତ ଆପଣ ଧୈର୍ଯ୍ୟଶୀଳ ହେବେ କିନ୍ତୁ ବିଶେଷ ଭ୍ରମଣ ଓ ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ବନ୍ଧୁଙ୍କ ସହାୟତାରେ ବକେୟା ଆଦାୟରେ ସକ୍ଷମ ହେବେ। ପରିବାରରେ ସୁଖଶାନ୍ତି ରାଜୁତିକରିବ। କାର୍ଯ୍ୟଦକ୍ଷତାକୁ ନେଇ ପଡ଼ୋଶୀ ଭୂରି ଭୂରି ପ୍ରଶଂସା କରିପାରନ୍ତି।
ମକର
ମକର
ବିଶେଷ କିଛି ଅସୁବିଧା ନ ଥିଲେ ମଧ୍ୟ କୌଣସି ପୁରୁଣା କଥା, ସମସ୍ୟା ଓ ବିବାଦୀୟ କଥା ଚିନ୍ତାକରିବେ। ଆର୍ଥିକ ଉନ୍ନତି ସାଙ୍ଗକୁ ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ସଫଳ ହେବେ। ବାକ୍‌ ଅସଂଯମ ଯୋଗୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ଶାରୀରିକ ସୁସ୍ଥତା ଫେରି ଆସିବାରୁ ଆଶ୍ୱସ୍ତି ଲାଭ କରିବେ।
କୁମ୍ଭ
କୁମ୍ଭ
ସ୍ବଭାବସ୍ଥ ଶନିଶ୍ଚର ହେତୁ କାଯର୍‌ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁଦାୟିତ୍ୱ ବହନକରି ବ୍ୟସ୍ତ ହୋଇପାରନ୍ତି। ଆଦୌ ଭଲ ସମ୍ପର୍କ ନ ଥିବା ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ମୀନମୀନ

ସପ୍ତମସ୍ଥ କେତୁ ପ୍ରଭାବରେ ଯାତ୍ରା, ବାଣିଜ୍ୟ କିମ୍ବା ଅର୍ଥ ସମ୍ପର୍କକୁ ନେଇ ପାରିବାରିକ କ୍ଷେତ୍ରକୁ ଅଶାନ୍ତ କରିପାରେ। ବିଶିଷ୍ଟ ବ୍ୟକ୍ତିଙ୍କ ସମର୍ଥନରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି, ଯାହାକି ଦୁଶ୍ଚିନ୍ତାର କାରଣ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?