Posted inRasifala

ରାଶିଫଳ: ରବିବାର, ନଭେମ୍ବର ୨୩ ତାରିଖ – Daily Horoscope

ମେଷ
ପରିବାରରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କର୍ମଜଞ୍ଜାଳ ମଧ୍ୟରେ ଚିନ୍ତା କରିବାକୁ ଅବସର ମିଳିବ ନାହିଁ। ପାରିବାରିକ ସମସ୍ୟା ସମାଧାନରେ ପଡ଼ୋଶୀଙ୍କ ଅବଦାନକୁ ଅସ୍ବୀକାର କରିପାରିବେ ନାହିଁ। ରଚନାତ୍ମକ କାମରୁ ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ସନ୍ତାନଙ୍କ ସ୍ବାସ୍ଥ୍ୟ ସମସ୍ୟା ସୁଧାରିବାରେ ବନ୍ଧୁଙ୍କୁ ସାହାଯ୍ୟ ଭିକ୍ଷା କରିପାରନ୍ତି।
ବୃଷ
ବୃଷ
ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିଲେ ମଧ୍ୟ ବିଶେଷ ଗୁରୁତର ହୋଇ ନ ପାରେ। ପରିବାରରୁ ପୂର୍ଣ୍ଣ ସମର୍ଥନ ଲାଭ କରି ଗଠନମୂଳକ କାର୍ଯ୍ୟ ସମ୍ପନ୍ନ କରିବେ। ବନ୍ଧୁଙ୍କ ପରାମର୍ଶରେ ଦୂରଯାତ୍ରାରେ ସଫଳତା ପାଇପାରିବେ। ପଡ଼ୋଶୀଙ୍କ ସହିତ ବିବାଦୀୟ ଘଟଣାର ଅବସାନ ଘଟିବାର ସୂଚନା ରହିଛି।
ମିଥୁନ
ମିଥୁନ
ବନ୍ଧୁଙ୍କ ଅନୁରୋଧକ୍ରମେ ସମାଜ କଲ୍ୟାଣ କାମ ସକାଶେ ସ୍ବୀକୃତି ପ୍ରଦାନ କରିବେ। ସହକର୍ମୀଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ ସକାଶେ ସମର୍ଥନ ପାଇପାରନ୍ତି। ଅଂଶୀଦାର ବ୍ୟବସାୟୀଙ୍କ ସହିତ ବାଣିଜ୍ୟରେ ମାନମନାନ୍ତର ସୃଷ୍ଟି ହେବ। ଆତ୍ମୀୟମାନେ ଅସହଯୋଗ କଲେ ମଧ୍ୟ ଆପଣଙ୍କ କାମ ଅଟକି ରହିବ ନାହିଁ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସହକର୍ମୀ ସହାନୁଭୂତିର ସହିତ ସହଯୋଗର ହାତ ବଢ଼ାଇପାରନ୍ତି। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବା ସହିତ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ଅଭାବ ଲାଗି ରହିବା କାରଣରୁ ଅଶାନ୍ତି ଅନୁଭବ କରିପାରନ୍ତି।
ସି˚ହ
ସି˚ହ
ଆଜି କୌଣସି କାମ ଅଟକିବ ନାହିଁ, କିନ୍ତୁ ଅର୍ଥ ସଂକଟ ଲାଗିରହିବ। ବନ୍ଧୁଙ୍କ ବ୍ୟବହାରରେ ପରିବର୍ତ୍ତନ ଜନିତ ମାନସିକ ମନକୁ କବଳିତ କରି ରଖିବ। ବିଭିନ୍ନ ଯୋଜନା ସମ୍ପର୍କୀୟ ଆଲୋଚନା, ଜମିଜମା କାରବାର ପ୍ରଭୃତି ସକାଶେ ବ୍ୟସ୍ତତା ବଢ଼ିଯାଇପାରେ। ନିଜ ପରିସରର ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି।
କନ୍ୟା
ଆଜି ଯେତିକି ପାଇବେ, ଦୁଇଗୁଣା ଖର୍ଚ୍ଚ ମାନସିକ ଅସ୍ଥିରତାର କେନ୍ଦ୍ରବିନ୍ଦୁ ପାଲଟିଯିବ। ବିଭିନ୍ନ ସମସ୍ୟା ଲାଗି ରହିଥିବାରୁ ଆନୁଷ୍ଠାନିକ କାମ ସ୍ଥଗିତ ରହିଯିବ। ଭଲ ସମ୍ପର୍କ ରହିଥିବା ଆତ୍ମୀୟସ୍ବଜନଙ୍କ ଆରୋଗ୍ୟ ପାଇଁ ଚିନ୍ତା ବଢ଼ିପାରେ। ବାଣିଜ୍ୟ, ଗବେଷଣା, ଅନୁସନ୍ଧାନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ର ମନ୍ଦ ହେବନି ।
ତୁଳା
ତୁଳା
ଆଜି ବନ୍ଧୁତ୍ୱ ଡୋରିରେ ବାନ୍ଧି ହୋଇ ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିପାରନ୍ତି ା ଆଲୋଚନା ପରିସରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପାରସ୍ପରିକ ଆଲୋଚନା କରିବା ଭଲ। ସଭାସମିତିରେ ଯୋଗ ଦେଇ ଲାଭବାନ୍‌ ହେବେ ଓ ପ୍ରତିଷ୍ଠା ପାଇବେ। ପୂର୍ବ ସ୍ଥିରୀକୃତ ଗସ୍ତ କାର୍ଯ୍ୟକ୍ରମ ସମସ୍ୟା ହେତୁ ବାତିଲ ହୋଇପାରେ।
ବିଛା
ବିଛା
ଆଜି ଏକାଧିକ କାମ ହାତକୁ ନେଇ କୌଣସି କାମକୁ ପୂର୍ଣ୍ଣାଙ୍ଗ କରିପାରିବେ ନାହିଁ। ଗୃହସୀମାକୁ କେନ୍ଦ୍ରକରି ରହିଥିବା ବିବଦମାନ ସ୍ଥିତିରୁ ସହସା ମୁକ୍ତି ମିଳିବ। ନୀଚ ମନୋଭାବସମ୍ପନ୍ନ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାରସୂତ୍ରରେ ଅର୍ଥ ଆଣିବେ।
ଧନୁ
ଧନୁ
ପରିବର୍ତ୍ତିତ ପରିସ୍ଥିତି ମାନସିକ ସ୍ଥିରତା ରକ୍ଷା କରିବାରେ ସମର୍ଥ ହେବ। ନିଜର ପୂର୍ବ ଦୈନନ୍ଦିନ ଜୀବନଚର୍ଯ୍ୟାକୁ ବଦଳାଇବାକୁ ବାଧ୍ୟ ହେବେ। ଆବଶ୍ୟକତା ପୂରଣ କରିବା ସକାଶେ ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରି ସଫଳତା ହାସଲ କରିବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇପାରନ୍ତି।
ମକର
ମକର
ଆଜି ଆପଣ ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ଅବଶ୍ୟମ୍ଭାବୀ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ମିତ୍ରଭଳି ଆଚରଣ କରିପାରନ୍ତି। ପ୍ରତ୍ୟୁଷ ଯାତ୍ରା, ପ୍ରଶାସନ, ଆଇନ ଏବଂ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ପରିବାରରେ ବିଶୃଙ୍ଖଳିତ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ ନ ଚଳିଲେ ନିନ୍ଦା, ଅପମାନ ପାଇପାରନ୍ତି। ତଥାପି ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ। ସମ୍ପର୍କୀୟଙ୍କ ସାହାଯ୍ୟ ଲାଭ କରି ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାର ମଉକା ମିଳିବ। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।
ମୀନମୀନ
ଆପଣ ଯେଉଁ ଜିନିଷଟିକୁ ପାଇବାକୁ ଇଚ୍ଛା କରିଛନ୍ତି, ତାହା ବିଳମ୍ବରେ ପାଇବେ। କର୍ମକ୍ଷେତ୍ରରେ ଅପରାହ୍ନରେ ଟେନସନ୍‌ କମିଯିବ ଏବଂ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇପାରନ୍ତି। ଶିଳ୍ପ, ବ୍ୟବସାୟ, ପରିବହନରେ ପ୍ରତିବନ୍ଧକ ସୃଷ୍ଟି ହେବ। ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଖବର କିମ୍ବା ହଜି ଯାଇଥିବା ଜିନିଷ ଅଜଣା ବ୍ୟକ୍ତିଙ୍କ ନିକଟରୁ ପାଇପାରନ୍ତି ।

 

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଜୁନ୍ ୬ ତାରିଖ – Daily Horoscope

ମେଷ ଆଜି ରୁକ୍ଷ ଦୃଷ୍ଟିରେ ବୁଧ ଓ ଶୁକ୍ର ଯୋଗୁ କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ଭଲ ରହି ନ ପାରେ। ସବୁ କିଛି ଭଲ…

ରାଶିଫଳ: ଶୁକ୍ରବାର , ଜୁନ୍ ୫ ତାରିଖ – Daily Horoscope

ମେଷ ଆଜି ହିତୈଷୀଙ୍କ ସହ ଆଲୋଚନା ପୂର୍ବକ ନୂଆ କାମର ରୂପରେଖ ପ୍ରସ୍ତୁତ କରିବେ। ଦୀର୍ଘଦିନରୁ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ…

ରାଶିଫଳ: ଗୁରୁବାର, ଜୁନ୍ ୪ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବା କଷ୍ଟକର ହେବ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ରାଜନୀତିରେ…

ରାଶିଫଳ: ବୁଧବାର, ଜୁନ୍ ୩ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ…

ରାଶିଫଳ: ମଙ୍ଗଳବାର, ଜୁନ୍ ୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ।…

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ,…

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି…

ରାଶିଫଳ: ଶନିବାର, ମେ ୩୦ ତାରିଖ – Daily Horoscope

ମେଷ ପରିସ୍ଥିତିର ବିଷମତା କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ବିବାଦୀୟ ସ୍ଥିତି ଉପତ୍ନ ହେବ। ଆବଶ୍ୟକତା ପୂରଣ ପାଇଁ କରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri