Posted inRasifala

ରାଶିଫଳ: ବୁଧବାର, ସେପ୍ଟେମ୍ବର ୨୩ ତାରିଖ – Daily Horoscope

ମେଷ
ମଙ୍ଗଳ ଓ ଶନି ନିଜ ନିଜ ଗୃହରେ ରହିଥିବାରୁ ସମସ୍ୟା ସମାଧାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ। ସଭାସମିତିରେ ଉନ୍ନତ ମାନର ଆଲୋଚନା,ପାରିବାରିକ ସଦ୍‌ଭାବ ଉତ୍ସାହିତ କରିବ। ବନ୍ଧୁମାନଙ୍କ ସହଯୋଗରେ ଅଟକି ରହିଯାଇଥିବା ଅଫିସ୍‌ର କାଯର୍‌ୟଗୁଡିକ ତ୍ୱରାନ୍ବିତ ହେବ।
ବୃଷ
ବୃଷ

ନୀଚସ୍ଥ ଚନ୍ଦ୍ର ପ୍ରଭାବରୁ ପରିବାରର ବାରଣ ନ ମାନି ପଡୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୂରାଇ ସମାଲୋଚିତ ହେବେ। ଜମିଜମା କାରବାର, ନୂତନ ଘର ତିଆରି, ଯାନ ବାହନ ମରାମତିରୁ ଉପକୃତ ହେବେ। ଆନୁଷ୍ଠାନିକ କାମରେ ଟେନସନ୍‌ କିିଛି ମାତ୍ରାରେ ଲାଗି ରହିବ।

ମିଥୁନ
ମିଥୁନ
କେନ୍ଦ୍ରସ୍ଥ ବୁଧ ହେତୁ ଆଜି କୌଣସି ଆନୁଷ୍ଠାନିକ କାମରେ ନିଜକୁ ନିୟୋଜିତ କରିବାକୁ ପଡିପାରେ। ଘର କିମ୍ବା ଜମିଜମା,ପୁରୁଣା ଗାଡି ଓ ଯାନ୍ତ୍ରିକ ଜିନିଷ କିଣିବା କିମ୍ବା ବିକିବା ସକାଶେ ମନ ବଳାଇବେ। ଆଜି ଯାହା କରିବେ ଅବଶ୍ୟ କ୍ଷତି ହେବନି, ମାତ୍ର ଏକ ସଂଘର୍ଷମୟ ପରିସ୍ଥିତିର ସାମନା କରିବାକୁ ପଡିବ।
କର୍କଟ
କର୍କଟ
ମଙ୍ଗଳ ଦୃଷ୍ଟ ଚନ୍ଦ୍ର ଜନିତ ପ୍ରତ୍ୟେକ କ୍ଷେତ୍ରରେ ଆଜି ଆପଣ ଦୃଢ ମନୋବଳ ନେଇ ଆଗକୁ ମାଡି ଚାଲିବେ। କିନ୍ତୁ ଆପଣଙ୍କ କାର୍ଯ୍ୟକଳାପରେ ସାମୟିକ ଅସନ୍ତୁଷ୍ଟ ହୋଇ ଖଳଲୋକମାନେ ପଛରେ ବହୁତ ସମାଲୋଚନା କରିପାରନ୍ତି। ଯାତ୍ରାକାଳରେ ଟଙ୍କା ପଇସା, ନେବା ଆଣିବା, ଦିଆନିଆ କ୍ଷେତ୍ରରେ ସତର୍କ ରହିବା ଭଲ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ବିଶୃଙ୍ଖଳାଜନିତ ଯୋଗୁ କାମଟି ବିଗିଡି ଯାଇପାରେ। ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ, ଯାହା କି ମନରେ ଦୁଶ୍ଚିନ୍ତା ସୃଷ୍ଟି କରିପାରେ। ପୂର୍ବାଫାଲଗୁନୀ ସକାଶେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଶଂରେ ଭଲ ରହିବାରୁ ସାମୟିକ ଖୁସୀ ରହିବେ।
କନ୍ୟା
ଅଷ୍ଟମାଧିପତି ଧନାଧିପତିକୁ ଅବଲୋକନ କରୁଥିବାରୁ ଅର୍ଥ ସମ୍ପର୍କୀୟ ବିବାଦର ସମ୍ମୁଖୀନ ହେବେ। ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ କାମଗୁଡିକ ଠିକ୍‌ ଭାବେ ସମ୍ପନ୍ନ ହେବା କଷ୍ଟକର ହୋଇପଡିବ। ମୁହଁ ସମ୍ମୁଖରେ ମିଠା କଥା କହି ପରୋକ୍ଷ ଭାବରେ ଶତ୍ରୁତା କରୁଥିବା ଲୋକଙ୍କ ପ୍ରତି ସତର୍କ ରହିବା ଭଲ।
ତୁଳା
ତୁଳା
ଶୁକ୍ରଙ୍କ ସୁପ୍ରଭାବରୁ କର୍ମକ୍ଷେତ୍ରରେ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ପାଇ କାମ ହାସଲ କରିବାରେ କୌଣସି ଅସୁବିଧା ହେବ ନାହିଁ। ଦୀର୍ଘ ଦିନରୁ ଅଟକି ରହିଥିବା ନିର୍ମାଣ ତଥା ବ୍ୟବସାୟଭିତ୍ତିକ କାମଗୁଡିକ ସୁରୁଖୁରୁରେ ହୋଇଯିବ। କଳା, ସାହିତ୍ୟ, ସାମ୍ବାଦିକତା ତଥା ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ।
ବିଛା
ବିଛା
ଦେବଗୁରୁଙ୍କ ପ୍ରଭାବରେ ଆପଣଙ୍କ ଆକର୍ଷଣୀୟ ବାକ୍‌ବିଳାସ ସାମାଜିକ ପ୍ରତିଷ୍ଠାର ମାଧ୍ୟମ ପାଲଟିଯିବ। କିନ୍ତୁ ଚନ୍ଦ୍ରଙ୍କ ଦୁର୍ବଳତା ଅପୂରଣୀୟ ଅଭିଳାଷଜନିତ ମାନସିକ ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟି କରିବ। ସାଧାରଣ କଥାକୁ ନ ବୁଝି ମଧ୍ୟ ଘଟଣାକୁ ଅତିରଞ୍ଜିତ କରି ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି।
ଧନୁ
ଧନୁ
ଶନିଦୃଷ୍ଟ ଚତୁର୍ଥଭାବ ପରିବାର, ବନ୍ଧୁସମ୍ପର୍କରେ ଫାଟ ସୃଷ୍ଟି କରିବାର ଆଶଙ୍କା ରହିଛି। ନିଜ ଲୋକ ମାନଙ୍କ ପରୋକ୍ଷ ଶତ୍ରୁତା ଭାବପ୍ରବଣତା ବୃଦ୍ଧି କରିବା ସହ ମାନସିକ ଅସ୍ଥିରତା ସୃଷ୍ଟି କରିବ। ଅଫିସରେ କାର୍ଯ୍ୟବ୍ୟସ୍ତତା ହେତୁ ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ। ଆଶା କରୁଥିବା ଶୁଭଖବର ପାଇ ଉଲ୍ଲସିତ ହେବେ।
ମକର
ମକର

ପାରିବାରିକ ସମସ୍ୟା ରହିଥିଲେ ମଧ୍ୟ ତାହା ନିୟନ୍ତ୍ରଣ ବାହାରକୁ ଯିବନାହିଁ। କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂତନ ସମ୍ପର୍କରୁ ଖୁସି ରହିବେ। ଆଇନ ଅଦାଲତରୁ ସୁଫଳ ପାଇବେ ତଥାପି କେତେକାଂଶରେ ଅସ୍ଥିରତା ଲାଗି ରହିବ। ବ୍ୟବସାୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମରୁ ଖୁସୀ ରହିପାରନ୍ତି।

କୁମ୍ଭ
କୁମ୍ଭ
ଆଜି ଦିନ ମଧ୍ୟରେ ଯେଉଁଠି ଯାହା କହିବେ କିମ୍ବା କରିବେ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେବ। ନୂଆ ଯୋଜନା କରିବା ସକାଶେ ବନ୍ଧୁଙ୍କ ପରାମର୍ଶ ଆବଶ୍ୟକ ମନେକରିପାରନ୍ତି। ଚେଷ୍ଟା କରୁଥିବା କାମରେ ଆନୁଷଙ୍ଗିକ ସାହାଯ୍ୟ ନିଶ୍ଚିତ ପାଇପାରିବେ। ସଚେତନ ରହି ଯାହା କଲେ କିଛି ଅସୁବିଧା ହେବନାହିଁ।
ମୀନମୀନ

ପାପଗ୍ରହଯୁକ୍ତ ଚନ୍ଦ୍ର ଜନିତ ମାନସିକ ଅସ୍ଥିରତା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ପରିବାରର ଖର୍ଚ୍ଚଭାର କ୍ରମଶଃ ବଢି ବଢି ଯିବା କାରଣରୁ ମନରେ ସରସତା ରହି ନ ପାରେ। କର୍ମକ୍ଷେତ୍ରରେ, ସଭାସମିତିରେ, ରାଜନୈତିକ କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?