Posted inRasifala

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧ ତାରିଖ – Daily Horoscope

ମେଷ
ପାରିବାରିକ ପରିସ୍ଥିତି ନିଶ୍ଚିତ ଭଲ ରହିବ ତଥାପି ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ଚଳଚ୍ଚିତ୍ର ପ୍ରଭୃତି ଉନ୍ନତ ରହିବ। ନୂତନ ଗୃହୋପକରଣ କ୍ରୟ କରିପାରନ୍ତି।
ବୃଷ
ବୃଷ
କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ ଯାହାକି ଆପଣଙ୍କ ସକାଶେ ହିତକର ହେବ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ଅଟକି ରହିଯାଇଥିବା ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବ।
ମିଥୁନ
ମିଥୁନ
ଆପଣଙ୍କ ସୁନ୍ଦର ବ୍ୟବହାର ଓ ରୁଚିପୂର୍ଣ୍ଣ କଥାରେ ଅନ୍ୟମାନେ ଖୁସି ହୋଇଯିବେ। ଆର୍ଥିକ ଦିଗରୁ ଉପକୃତ ମଧ୍ୟ ହେବେ ଏପରି କି ବକେୟା ମଧ୍ୟ ପାଇପାରନ୍ତି। ପୁନଶ୍ଚ ଏହା ସାଙ୍ଗକୁ କର୍ମକ୍ଷେତ୍ରରେ ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ। ଅନ୍ୟମନସ୍କତାର ସୁଯୋଗ ନେଇ ବନ୍ଧୁ ଅସୁବିଧାରେ ପକାଇପାରନ୍ତି।
କର୍କଟ
କର୍କଟ
ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବା ସାଙ୍ଗକୁ କଳ୍ପନା ବିଳାସୀ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ଦୀର୍ଘଦିନର ଆଶା ଫଳବତୀ ହେବ। ଘରେ ନ ଥିବା ସମୟରେ କୌଣସି ଶୁଭ ଖବର ପାଇ ବିସ୍ମୟ ପ୍ରକାଶ କରିବେ। ଶ୍ୱଶୁରାଳୟ ବ୍ୟକ୍ତିବିଶେଷ ଚିନ୍ତାର କାରଣ ହୋଇପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ। ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭ କରିିବାର ଯୋଗ ରହିଛି। କେତେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରନ୍ତି। ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
କନ୍ୟା
ଲକ୍ଷ୍ୟ ହାସଲ କରିବା ପରିପ୍ରେକ୍ଷୀରେ ମିଠା କଥା କହି ବନ୍ଧୁଙ୍କୁ ଆପଣାର କରିବେ। ଅନ୍ୟମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ପୁରାତନ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବାକୁ ପଡ଼ିପାରେ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ତୁଳା
ତୁଳା
ଆଜି ଦିନଟିରେ ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା ମିଳିବ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। କର୍ମକ୍ଷେତରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ଯାହାକି ଆପଣଙ୍କ କାମକୁ ଆସିବ।
ବିଛା
ବିଛା
ଆଗାମୀ ସମୟର କାର୍ଯ୍ୟ ସକାଶେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ବନ୍ଧୁମାନଙ୍କ ଅସଂଯତ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସମସ୍ୟାକୁ ବଢ଼ାଇ ଦେବ। କର୍ମକ୍ଷେତ୍ର କିମ୍ବା ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। କଚେରି ମାମଲା କିମ୍ବା ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।
ଧନୁ
ଧନୁ
ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ। ଅପରାହ୍ନରେ କର୍ମକ୍ଷେତ୍ରର ସମସ୍ୟା ସମାଧାନ ହୋଇଯିବ। ଆଲୋଚନା ସ୍ଥଳରେ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ।
ମକର
ମକର
ଆଜି ସକାଳୁ ସକାଳୁ ଯାତ୍ରା ଓ ବିବାଦରେ ସତର୍କତା ଅବଲମ୍ବନ କରନ୍ତୁ। ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ଭ୍ରମଣ ସୁଯୋଗ ଲାଭ କରିବେ ଏବଂ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବେ। ବ୍ୟବସାୟିକ କ୍ଷେତ୍ର ପ୍ରାୟତଃ ମଧ୍ୟମ ପ୍ରକାରର ରହିବ।
କୁମ୍ଭ
କୁମ୍ଭ
ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡିପାରେ। ଶିକ୍ଷାରେ ସଫଳତା ଲାଭ କରିବେ ଏବଂ ପ୍ରଶଂସିତ ମଧ୍ୟ ହୋଇପାରନ୍ତି। ସାମାଜିକ ସ୍ତରରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଆଜି ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।
ମୀନମୀନ

କର୍ମକ୍ଷେତ୍ରରେ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ। ମାତ୍ର କଳା,ସାହିତ୍ୟ ତଥା ସାମ୍ବାଦିକତା କ୍ଷେତ୍ରରେ ହାତପାଆନ୍ତାରେ ସୁଯୋଗ ପାଇବେ ଓ ଆଶା ପୂରଣ ମଧ୍ୟ ହୋଇଯିବ। କିନ୍ତୁ ଏହା ସାଙ୍ଗକୁ ଈର୍ଷାପରାୟଣ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିପାରନ୍ତି। ପ୍ରତ୍ୟେକ ସ୍ତରରେ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରଖିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ, କିନ୍ତୁ କିଛିଟା ପ୍ରତିରୋଧର…

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତିକା ନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି…

ରାଶିଫଳ: ରବିବାର , ଜୁଲାଇ ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହ ସ୍ଥିତି ପ୍ରଭାବରେ ଅଭିଳଷିତ କାର୍ଯ୍ୟ ହାସଲ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri