Posted inRasifala

ରାଶିଫଳ: ମଙ୍ଗବାର , ନଭେମ୍ବର ୨୧ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ଯୁକ୍ତ ବୁଧ ଅଷ୍ଟମସ୍ଥ ଯୋଗୁ ନିକଟ ସମ୍ପର୍କୀୟଙ୍କ ଅନାଦର ଭାବ ମନକୁ ବ୍ୟଥିତ କରିବ। କିନ୍ତୁ କେତେଦିନ ହେଲା ଯାହା ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ। ଶିଳ୍ପ, ନିର୍ମାଣ, ବ୍ୟବସାୟ,ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।
ବୃଷ
ବୃଷ
ନୀଚସ୍ଥ ଶୁକ୍ର ହେତୁ ସ୍ବାସ୍ଥ୍ୟ ଖରାପ ନ ଥିଲେ ମଧ୍ୟ ବିଭିନ୍ନ ଘରୋଇ ଝମେଲା କାରଣରୁ ମନଟା ଭଲ ରହିବ ନାହିଁ। ବ୍ୟବସାୟ, ପରିବହନ, ଲେଖାପଢ଼ା ଓ ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। କଚେରି ମାମଲା ଦୁଶ୍ଚିନ୍ତାର କାରଣ ହୋଇପାରେ। ଦୂରସ୍ଥ ସନ୍ତାନ କିମ୍ବା ଆତ୍ମୀୟମାନଙ୍କ ସକାଶେ ମନ ବିଚଳିତ ରହିବ।
ମିଥୁନ
ମିଥୁନ
ଷଷ୍ଠସ୍ଥ ବୁଧ ପ୍ରଭାବରୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଆର୍ଥିକ ପରିସ୍ଥିତି ପରିବର୍ତ୍ତନ ପାଇଁ କିମ୍ବା କିଛି କରିବା ସକାଶେ ମନବଳାଇ କର୍ମମୁଖର ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ। ପୁନର୍ବସୁ ନକ୍ଷତ୍ର ଲକ୍ଷ୍ୟ ହାସଲରେ ସମର୍ଥ ହେବେ ।
କର୍କଟ
କର୍କଟ
ଶନି ଦୃଷ୍ଟ ଚନ୍ଦ୍ର ଆପଣଙ୍କ ମାନସିକ ସ୍ଥିତିକୁ ବିଶାଦିତ କରିପାରେ। ତଥାପି ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେମିତି କିଛି ହେବନି। ବାଣିଜ୍ୟ ଓ ପରିବହନ ତଥା ନିର୍ମାଣ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇ କାମ ସ୍ଥଗିତ ରହିଯାଇପାରେ। ଆକସ୍ମିକ ଭାବେ କାହା ଉପରେ ରାଗି ଅନର୍ଥ ଓ ଶତ୍ରୁତା ସୃଷ୍ଟି କରିପାରନ୍ତି।
ସି˚ହ
ସି˚ହ
ରାଶ୍ୟାଧିପତିଙ୍କ ଦୁର୍ବଳତା ହେତୁ ସ୍ବାସ୍ଥ୍ୟ କ୍ରମଶଃ ବିଗିଡ଼ି ଯାଇପାରେ। ପାରିବାରିକ ପରିସ୍ଥିତି ବିଶେଷ ଭଲ ନ ହେଲେ ମଧ୍ୟ ମନ୍ଦ ହେବନି। ବାରମ୍ବାର ଚେଷ୍ଟା କରିବା କାରଣରୁ ବନ୍ଧୁଙ୍କ ନିକଟରୁ ପରିଶେଷରେ କିଛି ପାଇବେ। କ୍ରୀଡ଼ା, ସାହିତ୍ୟ ଚର୍ଚ୍ଚା, ଚଳଚ୍ଚିତ୍ର, ସଙ୍ଗୀତ, ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
କନ୍ୟା
ଶନି ଯୁକ୍ତ ଚନ୍ଦ୍ରଜନିତ ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କ ଅନୁରୋଧରେ କୌଶଳର ସହ କାମ କରିବେ। କୌଣସି ଖଳ ଲୋକଙ୍କ କଥାରେ ପଡି ଭୁଲ୍‌ ମାର୍ଗର ଅନୁସରଣ କରି ହଇରାଣ ହେବେ। ମାଲିମକଦ୍ଦମା, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ। ନିଜକୁ ସଂକୁଚିତ କରି ରଖିବାକୁ ବାଧ୍ୟ ହୋଇପାରନ୍ତି।
ତୁଳା
ତୁଳା
କର୍ମାଧିପ ସ୍ବଭାବରୁ ଅଷ୍ଟମସ୍ଥ ଯୋଗୁ ବ୍ୟତିକ୍ରମ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ବନ୍ଧୁଙ୍କୁ ବିଭିନ୍ନ କଥା କହିବା କାରଣରୁ ବିବାଦ ବଢ଼ିପାରେ। ଶିଳ୍ପ, ବାଣିଜ୍ୟ, ରାଜନୀତି, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ବ୍ୟତିକ୍ରମ ପରିଲକ୍ଷିତ ହେବ। ପ୍ରତ୍ୟେକ କ୍ଷେତ୍ରରେ ହଠାତ୍‌ କୌଣସି ଆଶାନୁରୂପ ସଫଳତା ମିଳି ନ ପାରେ।
ବିଛା
ବିଛା
ରାଶିରେ ତିନୋଟି ଗ୍ରହ ଥିବାରୁ ଦୀର୍ଘଦିନର ଅଭିଳାଷ ପୂରଣ କାରଣରୁ ମନ ପ୍ରଫୁଲ୍ଲ ରହିବ। ଜ୍ୟେଷ୍ଠା ନକ୍ଷତ୍ରର ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ଉଦାସ ରହିବେ। ଦ୍ରବ୍ୟ ନଷ୍ଟ ହେବା କାରଣରୁ ଅନ୍ୟ ଉପରେ ରାଗି ପାରନ୍ତି। ରାଜନୀତି, କଳା, ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା କ୍ଷେତ୍ରର ସମସ୍ୟା ଆପଣାଛାଏଁ ସମାଧାନ ହୋଇଯିବ।
ଧନୁ
ଧନୁ
କର୍ମକ୍ଷେତ୍ରରେ ପ୍ରିୟ କଥା କହି ଭୁଲ୍‌ ବୁଝାମଣା ହେତୁକ ସମସ୍ୟାକୁ ସୁଧାରି ନେବେ। ଆଜି ଦିନଟିରେ ଯାନବାହନରେ ସତର୍କତା ରକ୍ଷା କରନ୍ତୁ। ସମସ୍ୟାକୁ ଈର୍ଷାପରାୟଣ ବ୍ୟକ୍ତିମାନେ ବଢ଼ାଇ ଦେଇପାରନ୍ତି। ଧନାଧିପ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ନିକଟରେ ବାକି ରହିଥିବା ଟଙ୍କା ପାଇବାରେ ଅସୁବିଧା ହେବ ନାହିଁ।
ମକର
ମକର
ପାରିବାରିକ କ୍ଷେତ୍ରରେ ମାନସିକ ଅଶାନ୍ତି ବୃଦ୍ଧି କାରଣରୁ ମନରେ ସରସତା ରହିବ ନାହିଁ। ରାଶ୍ୟାଧିପ ନୀଚସ୍ଥ ଯୋଗୁ ପ୍ରକୃତ ଘଟଣା ନ ବୁଝି ଉପରିସ୍ଥ କ୍ରୋଧ ପ୍ରକାଶ କରିପାରନ୍ତି। ପୁତ୍ରକନ୍ୟା ହେତୁକ ସୁଖ ମିଳିବ ଓ ପରିବାରରେ ଶାନ୍ତି ଫେରିଆସିବ। ରପତ୍ାନି କାରବାର, ନିର୍ମାଣ, ପରିବହନ ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ଆଜି ସ୍ବଗୃହୀ ଶନିଙ୍କ ଯୋଗୁ ପାରିବାରିକ ସମସ୍ୟା ସମାଧାନ ସକାଶେ ଚେଷ୍ଟା କରିବେ। ଜମିଜମା କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ, ଅନ୍ୟଥା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ମୀନମୀନ

ଗୁରୁଚାଣ୍ଡାଳ ଯୋଗଜନିତ ଅଟକି ରହିଥିବା କାମ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ। ଆନୁଷ୍ଠାନିକ କାମରେ ଅର୍ଥ ଓ ସମ୍ମାନ ପାଇବାରେ କୌଣସି ଅସୁବିଧା ହେବନାହିଁ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧିହେତୁ ମନରେ ସରସତା ରହିବ ନାହିଁ। ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର, ନିର୍ମାଣ, ପରିବହନ, ସଭାସମିତି କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?