Posted inRasifala

ରାଶିଫଳ: ଶୁକ୍ରବାର, ନଭେମ୍ବର ୧୭ ତାରିଖ – Daily Horoscope

ମେଷ
ଆଜି ଯେକୌଣସି ପରିସ୍ଥିତି ଓ ପରିବେଶରେ ନିଜକୁ ଆଡ୍‌ଜଷ୍ଟ କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ କିମ୍ବା ସରକାରୀ କାମରେ ହଠାତ୍‌ ବାହାରକୁ ଯାତ୍ରା କରିପାରନ୍ତି। ଲାଗିରହିଥିବା ବିବାଦର ସମାଧାନର ରାସ୍ତା ସୁଗମ ହୋଇଯିବ। ପରିସ୍ଥିତିର ବିଷମତା କାରଣରୁ କଷ୍ଟ ସ୍ବୀକାର କରି କାମ ପୂର୍ଣ୍ଣାଙ୍ଗ କରିବାକୁ ଚେଷ୍ଟା କରିବେ।
ବୃଷ
ବୃଷ
ବନ୍ଧୁଙ୍କ ପରାମର୍ଶରେ ଆଜିର କାର୍ଯ୍ୟପଦ୍ଧତି ଆପଣଙ୍କୁ କର୍ମଧାରାରେ ପରିବର୍ତ୍ତନ ଆଣିବାକୁ ପଡିପାରେ। ତଥାପି ବିଭିନ୍ନ ପ୍ରକାରର ଘରୋଇ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇ ଏକ ପ୍ରକାର ବ୍ୟତିବ୍ୟସ୍ତ ହୋଇ ପାରନ୍ତି। ପ୍ରକାଶନ, କଚେରି ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦୂର ହେବ।
ମିଥୁନ
ମିଥୁନ
ଆଜି ଆର୍ଥିକ ଉପଯୋଗ ଓ ଯୁକ୍ତିଯୁକ୍ତ କଥା ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିବ। ଗୁରୁତ୍ୱପୂର୍ଣ୍ଣ କାମ ଅଟକିରହିଥିବା କାରଣରୁ ଅନ୍ୟମନସ୍କ ରହିପାରନ୍ତି। ବନ୍ଧୁ ସମ୍ମୁଖରେ ଗୋପନୀୟ କଥା କହିବାକୁ ଚିନ୍ତାକରି କହିପାରିବେ ନାହିଁ। ଜମିଜମା, ଗୃହସୀମା, ମାଲିମକଦ୍ଦମା ଓ ଆନୁଷ୍ଠାନିକ କାମରେ ସମସ୍ୟା ଲାଗିରହିବ।
କର୍କଟ
କର୍କଟ
ଆଜି ଅର୍ଥ ଓ ସମ୍ମାନ ଲାଭରେ ନିଜକୁ ଗୌରବାନ୍ବିତ ମନେକରିବେ। ପାରିବାରିକ ଶୃଙ୍ଖଳା ରକ୍ଷା କରିବା ଦିଗରେ ନିଜର ଅଭିଜ୍ଞତା ଓ ଦୂରଦର୍ଶିତା ଆପଣଙ୍କୁ ବହୁ ମାତ୍ରାରେ ସାହାଯ୍ୟ କରିବ। ସଭାସମିତି, ଆନୁଷ୍ଠାନିକ କାମ ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ। ନିର୍ମାଣାଧୀନ କାମଗୁଡିକ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ।
ସି˚ହ
ସି˚ହ
ଆତ୍ମବଳ ଅଭାବରୁ ପ୍ରତ୍ୟେକ କାମରେ ପଛେଇ ରହିବେ ଏବଂ ଆଗଧାଡିରେ ରହିବା ଭଳି ସାହସ ପ୍ରଦର୍ଶନ କରିପାରିବେ ନାହିଁ। ପରିବାର ଭିତରେ ସମ୍ପର୍କହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ମିଳିବ।
କନ୍ୟା
ଘଟିଯାଇଥିବା ଘଟଣାକୁ ମନେପକାଇ ଅସ୍ଥିର ହେବେ। ସ୍ବାର୍ଥସାଧନରେ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। ପ୍ରତିଦ୍ୱନ୍ଦ୍ୱିତା କ୍ରମଶଃ ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ। ମଧ୍ୟାହ୍ନରେ ଟେନ୍‌ସନ୍‌ ଦୂର ହେବ ଓ ତୀର୍ଥାଟନଜନିତ ସୁଖଭ୍ରମଣ ଯୋଗ ରହିଛି।
ତୁଳା
ତୁଳା
ଅଭାବବୋଧ ସାଙ୍ଗକୁ ପରିବାରରେ ଅଶାନ୍ତି, ପରିବହନରେ ଝଗଡ଼ା, ବ୍ୟବସାୟରେ କ୍ଷତିଜନିତ କାରଣରୁ ଦୁଃଖିତ ରହିପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ। ଜମିଜମା ପ୍ରଭୃତି କିଣାବିକାରେ ସତର୍କ ନ ହେଲେ ଠକିଯିବେ। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ସାମୟିକ ବିଚଳିତ ହେବେ।
ବିଛା
ବିଛା
ଆଜି ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ଶୀର୍ଷକୁ ଯିବାରେ ସମର୍ଥ ହେବେ। ସାହାଯ୍ୟକାରୀ ମନୋଭାବ ହେତୁ ସହକର୍ମୀଙ୍କ ସହ ସଦ୍‌ଭାବ ବୃଦ୍ଧି ହୋଇପାରେ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ, ଫଳରେ ସାଧାରଣ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ପାରିବାରିକ ସମସ୍ୟା ନେଇ ମାନସିକ ଅସ୍ଥିରତା ସୃଷ୍ଟି ହେବାର ସୂଚନା ରହିଛି।
ଧନୁ
ଧନୁ
ଭୁଲ୍‌ ବୁଝାମଣା ଦୂର ହେବା କାରଣରୁ ପାରିବାରିକ ଶାନ୍ତି ଫେରି ଆସିବ। ଘର ଅପେକ୍ଷା ବାହାର ଲୋକମାନେ ପକ୍ଷ ସମର୍ଥନ କରିବେ। ଅଟକି ରହିଥିବା କାମ ହାସଲ ପାଇଁ ଚେଷ୍ଟା କରି ସଫଳ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ସାଧାରଣ ସମସ୍ୟାଗୁଡିକ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ମକର
ମକର
ଦୁଃଖରେ ଭାଙ୍ଗିପଡିଥିବା ସମ୍ପର୍କୀୟ ଲୋକଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବାକିପଡିଥିବ ଅର୍ଥ ଆଦାୟରେ ସକ୍ଷମ ହେବେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ,କିନ୍ତୁ ସାମୟିକ ଅସ୍ଥିରତା ଦେଖାଦେବାର ସମ୍ଭାବନା ରହିଛି। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ଚେଷ୍ଟା ବିଫଳ ହେବ ନାହିଁ।
କୁମ୍ଭ
କୁମ୍ଭ
ଯାହା ଛିନ୍ତା କରୁଛନ୍ତି ସହଜରେ ହାସଲ କରିବାରେ ଅସୁବିଧା ହେବନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟାକୁ ସୁଧାରି ନେବାରେ ନିକଟସ୍ଥ ବନ୍ଧୁମାନେ ସାହାଯ୍ୟ କରିବେ। ଲଘୁ କ୍ରୋଧର ବଶବର୍ତ୍ତୀ ହୋଇ ଅଯଥା ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ପିଲାମାନଙ୍କ ଶିକ୍ଷାର ସଫଳତାରେ ଆନନ୍ଦ ଅନୁଭବ କରିପାରନ୍ତି।
ମୀନମୀନ

ହିତୈଷୀମାନଙ୍କ ପରାମର୍ଶରେ ପାରିବାରିକ ସ୍ଥିତିରେ ସୁଧାର ଆଣିବାକୁ ଚେଷ୍ଟା କରିବେ। କର୍ମକ୍ଷେତ୍ରରେ ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ସାମାଜିକ ସ୍ତରରେ ନୀଚ ବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ,କିନ୍ତୁ କିଛି ଅଟକି ରହିବ ନାହିଁ। ବ୍ୟବସାୟରେ ଆଖିଦୃଶିଆ ସଫଳତା ହାସଲ କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?