Posted inRasifala

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ
ଅଶ୍ୱିନୀ ନକ୍ଷତ୍ର ଗତକାଲି ଯେଉଁଥି ପାଇଁ ଚିନ୍ତା କରୁଥିଲେ ଆଜି ତାହା ବିଳମ୍ବରେ ମିଳିବ। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ଭାଙ୍ଗି ପଡ଼ିଥିବା ପାରିବାରିକ ସମ୍ପର୍କ ଯୋଡ଼ି ହୋଇଯିବ। ପରିସ୍ଥିତିକୁ ସରଳ କରିବା ମନସାରେ ମିଠା କଥା କହି ବନ୍ଧୁଙ୍କୁ ଆପଣାର କରିନେବେ।
ବୃଷ
ବୃଷ
ସ୍ବାସ୍ଥ୍ୟ ପୂର୍ବଭଳି ରହିଲେ ମଧ୍ୟ ସାମୟିକ ଦୁର୍ବଳତା କାର୍ଯ୍ୟ କ୍ଷେତ୍ରକୁ ମନ୍ଥର କରିପାରେ। ଆପଣଙ୍କ କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା କରି ପଦସ୍ଥ ବ୍ୟକ୍ତିବିଶେଷ ଖୁସି ହୋଇପାରନ୍ତି। ରୋହିଣୀ ନକ୍ଷତ୍ର ସାମାଜିକ ସ୍ତରରେ ଅର୍ଥ ଓ ସମ୍ମାନ ପାଇବେ। ଦୂରଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଆଶାଜନକ ସୁଫଳ ପାଇବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ କାର୍ଯ୍ୟଚାପ ଯୋଗୁ ଘରକଥା ବୁଝିବାକୁ ସମୟ ପାଇବେ ନାହିଁ। ବନ୍ଧୁବର୍ଗଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ମୃଗଶିରା ନକ୍ଷତ୍ରର ପାରିବାରିକ ସମସ୍ୟାର ସରଳ ସମାଧାନ ହୋଇଯିବ। ବନ୍ଧୁଙ୍କ ସହ ଆପୋଷ ଆଲୋଚନାରେ ସମ୍ପର୍କ ପୁନଃ ପ୍ରତିଷ୍ଠିତ ହୋଇପାରେ।
କର୍କଟ
କର୍କଟ
ଆାଜି ସକାଳୁ ଅଫିସ୍‌ରୁ ହଠାତ୍‌ କୌଣସି ଖବର ପାଇ ଖୁସି ହେବେ। ପ୍ରତିଶ୍ରୁତି ଦେଇ ଶେଷ ସମୟରେ ବନ୍ଧୁଟି ଅବିଶ୍ୱାସୀ କାମ କରିପାରନ୍ତି। ଶିଳ୍ପ, ବାଣିଜ୍ୟରେ ଲକ୍ଷ୍ୟ ହାସଲ ପାଇଁ ବହୁତ ଶ୍ରମ ସ୍ବୀକାର କରିବାକୁ ପଡିବ। ମିଥ୍ୟା ଅଭିଯୋଗକୁ ବୁଝି ନ ପାରି ନିଜ ଲୋକମାନଙ୍କ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ସି˚ହ
ସି˚ହ
ବନ୍ଧୁମାନଙ୍କ ସାହାଯ୍ୟ ଓ ସହଯୋଗରୁ ଅଭିଳଷିତ ଫଳ ପାଇ ଖୁସି ହେବେ। ଅପରାହ୍ନରେ ଗୃହସୀମାକୁ କେନ୍ଦ୍ରକରି ବିବାଦ ବୃଦ୍ଧି ପାଇପାରେ। ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପ୍ରଶାସନିକ ସ୍ତରରେ ସମସ୍ୟାର ଆଶୁ ସମାଧାନ ହୋଇଯିବ। ମଘା ନକ୍ଷତ୍ର ପରକଥାରେ ପଡି ଭୁଲ୍‌ ମାର୍ଗର ଅନୁସରଣ କରି ଅନୁତାପ କରିବେ।
କନ୍ୟା
ଚତୁଃପାର୍ଶ୍ୱରେ ଘଟି ଯାଉଥିବା ଛୋଟ ଘଟଣାଗୁଡିକ ଯୋଗୁ ଅଶାନ୍ତ ଅନୁଭବ କରିବେ। ପରିବାରର ବରାଦ ଅନୁଯାୟୀ ଗୃହୋପକରଣ କ୍ରୟ କରିବେ। ସଭାସମିତିରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ହସ୍ତା ନକ୍ଷତ୍ର କୌଶଳରେ କାମ ହାସଲ କରି ଖୁସି ରହିବେ।
ତୁଳା
ତୁଳା
ପରିବାରର ଆବଶ୍ୟକତା ଉପଲବ୍ଧି କରି ଏକାଧିକ କାମ ହାତକୁ ନେଇ ବ୍ୟଥିତ ହୋଇପାରନ୍ତି। ସ୍ବାତୀ ନକ୍ଷତ୍ର ବନ୍ଧୁମାନଙ୍କ ସହ ଆଜିର ସକାଳୁଆ ଯାତ୍ରାରେ ସଫଳତା ପାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି।
ବିଛା
ବିଛା
କାମ ହାସଲ କରିବା ସକାଶେ କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେଇପାରନ୍ତି। ଅନ୍ୟାୟ ବିରୋଧରେ ସ୍ବର ଉଠାଇବେ ସତ, କିନ୍ତୁ ସହଯୋଗ ପାଇବେ ନାହିଁ। ଅନିୟମିତ ଆହାର ଯୋଗୁ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ। ଅନୁରାଧା ନକ୍ଷତ୍ର କେତେକ ନୂତନ କାମର ପରିକଳ୍ପନା କରିବେ।
ଧନୁ
ଧନୁ
ଆଜିର କର୍ମକ୍ଷେତ୍ରରେ ସାମାନ୍ୟ ଭୁଲରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ। ଶାସ୍ତ୍ରାଧ୍ୟୟନ, ସାହିତ୍ୟ ଚର୍ଚ୍ଚା, ସତ୍‌ସଙ୍ଗ, ସଭାସମିତି, ବିତର୍କରେ ଅଂଶଗ୍ରହଣ କରି ପ୍ରଶଂସିତ ହେବେ। ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।
ମକର
ମକର
ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହି ନ ପାରେ। କର୍ମକ୍ଷେତ୍ରରେ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। ଉତ୍ତରାଷାଢା ନକ୍ଷତ୍ରର ପରିସ୍ଥିତି ପୂର୍ବପରି ରହିବ କିନ୍ତୁ ସମସ୍ୟା ସମାଧାନ ହୋଇଯିବ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ହେବାର ଆଶା କରାଯାଇପାରେ।
କୁମ୍ଭ
କୁମ୍ଭ
ବନ୍ଧୁମାନଙ୍କ ସହ ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ଠିକ୍‌ଠାକ୍‌ ହୋଇଯିବ। କୌଣସି ସମସ୍ୟାର ଆଶଙ୍କା କରି ଅସୁବିଧା ନ ଥିଲେ ମଧ୍ୟ ମନ ଅସ୍ଥିର ରହିବ। ଧନିଷ୍ଠା ନକ୍ଷତ୍ରର ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ଫେରିବା ବାଟରେ ଅର୍ଥ କିମ୍ବା ଦ୍ରବ୍ୟହାନି ଯୋଗୁଁ ବିଚଳିତ ବୋଧ କରିପାରନ୍ତି।
ମୀନମୀନ
ଯେ କୌଣସି କାମରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ। ରେବତୀ ନକ୍ଷତ୍ରର ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ଉଦାସ ରହିବେ। ଯାତ୍ରା ସମୟରେ ଅନ୍ୟମନସ୍କତାରୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଅର୍ଥଲାଭ ସହ କଳା, ସାହିତ୍ୟ, ଆଲୋଚନା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅଗଷ୍ଟ ୩୧ ତାରିଖ – Daily Horoscope

ମେଷ ପାପଗ୍ରହ ଯୁକ୍ତ ଚତୁର୍ଥାଧିପତି ଯୋଗୁ ପାରିବାରିକ ସମସ୍ୟା ସମ୍ପର୍କରେ ଚନ୍ତା କରି ମନକୁ ବିଷାକ୍ତ କରିବେ। ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବାରୁ ମନ ଭଲ…

ରାଶିଫଳ: ରବିବାର, ଅଗଷ୍ଟ ୩୦ ତାରିଖ – Daily Horoscope

ମେଷ ଶନିଚନ୍ଦ୍ରଙ୍କ ଯୋଗ ଗୁରୁଙ୍କ ଦୃଷ୍ଟିରୁ ଦୃଢ଼ ମନୋବଳ ନେଇ କର୍ମକ୍ଷେତ୍ରରେ ଅଗ୍ରସର ହେବେ। ଦୀର୍ଘ ଦିନରୁ ରହିଥିବା ମନୋମାଳିନ୍ୟକୁ ଦୂରେଇ ନେବା ପାଇଁ ପ୍ରଯନତ୍ କରିବେ।…

ରାଶିଫଳ: ଶନିବାର , ଅଗଷ୍ଟ ୨୯ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷ ଯାତ୍ରାକାଳରେ କୌଣସି ନୂତନ ବନ୍ଧୁଙ୍କ ସହ ବନ୍ଧୁତା ସୃଷ୍ଟିହେବ। ପରିବାରର ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୮ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ଅସୁବିଧା ହେବନାହିଁ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri