Posted inRasifala

ରାଶିଫଳ: ରବିବାର, ନଭେମ୍ବର ୨୨ ତାରିଖ – Daily Horoscope

ମେଷ
ଗତକାଲିର ପରିସ୍ଥିତିରେ ଆଜି କୌଣସି ପରିବର୍ତ୍ତନ ହେବନାହିଁ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ ପାରସ୍ପରିକ ସହମତିକୁ ଗ୍ରହଣ କରିବା ଭଲ ହେବ। ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବାରୁ ଦୁଃଖ କରିବେ। ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ।
ବୃଷ
ବୃଷ
ଆଜି କୌଣସି କାମ ନ ଅଟକିଲେ ବି ସମସ୍ୟା ଲାଗିରହିବ। ଅଫିସ୍‌ରେ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ଭଲରେ ଚାଲିଲେ ମଧ୍ୟ ପରିବହନରେ କ୍ଷତି କିମ୍ବା ଆକସ୍ମିକ ସମସ୍ୟାର ଆଶଙ୍କା ରହିଛି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।
ମିଥୁନ
ମିଥୁନ
ବନ୍ଧୁ ଓ ସହକର୍ମୀଙ୍କୁ ପ୍ରତିକୂଳ ପରିସ୍ଥିତି ସହ ଲଢିବାର ପ୍ରେରଣା ପ୍ରଦାନ କରିବେ। ବିଭିନ୍ନ ଯୋଜନାରେ ଅନୁକୂଳ ବାତାବରଣ ସୃଷ୍ଟି ନ ହେବା କାରଣରୁ ବ୍ୟସ୍ତ ହୋଇପାରନ୍ତି। ପରିବାର ଭିତରେ ସମ୍ପର୍କ ହାନି ଫଳରେ ଚିନ୍ତା ପ୍ରକଟ କରିପାରନ୍ତି। ଆନୁଷ୍ଠାନିକ କିମ୍ବା ସାମାଜିକ କ୍ଷେତ୍ରରେ ନେତୃତ୍ୱ ନେଲେ ପ୍ରଶଂସିତ ହେବେ।
କର୍କଟ
କର୍କଟ
ସାମୟିକ ସୁବିଧା ଓ ସୁଯୋଗ ଆପଣଙ୍କ ବିଷାଦିତ ମନକୁ ଆହ୍ଲାଦିତ କରିବାରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନରେ କୌଣସି ନୀଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ନ ହୋଇପାରେ। ଧର୍ମକାର୍ଯ୍ୟରେ ନିୟୋଜିତ ହେବେ।
ସି˚ହ
ସି˚ହ
ଆନୁଷଙ୍ଗିକ ସାହାଯ୍ୟ ଓ ସହଯୋଗ ଲାଭକରି କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କରିବେ। ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ମଧୁମୟ କରିବ। ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ସତ କହି ବିବାଦ ଘେରରେ ପଡିପାରନ୍ତି।
କନ୍ୟା
ସହନଶୀଳତା ଓ ବିନମ୍ରତା ଆପଣଙ୍କ ଆଜିର ଜୀବନଚର୍ଯ୍ୟାକୁ ଶୃଙ୍ଖଳିତ କରିବାରେ ସହାୟକ ହେବ। କୌଣସି ବନ୍ଧୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ମିଥ୍ୟା କହି ମନକୁ ଚହଲାଇ ଦେଇପାରେ। ଈର୍ଷାରେ ଜଳୁଥିବା ଆମତ୍ୀୟଙ୍କ ଅସମ୍ମାନ ପାଇ ଦୁଃଖିତ ହେବେ। ଅର୍ଥ କିମ୍ବା ଅଳଙ୍କାର ଦେବା ନେବାରୁ ଝଗଡା ହୋଇପାରେ।
ତୁଳା
ତୁଳା
ନୂତନ ବନ୍ଧୁ ସମ୍ପର୍କ ସ୍ଥାପିତ ହେବା ସହ ଜଣେ ପଡୋଶୀଙ୍କ ଜରିଆରେ ଆଶା ପୂରଣ ହେବ। ପରିବାରରେ ପିଲାଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବା କାରଣରୁ ବିରକ୍ତ ହେବେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ। ବନ୍ଧୁଟିକୁ ନିର୍ଦ୍ଦିଷ୍ଟ ସ୍ଥାନରେ ଅପେକ୍ଷା କରିବା ଯନ୍ତ୍ରଣା ତୀବ୍ର ହେବ।
ବିଛା
ବିଛା
ଦୀର୍ଘଦିନ ହେଲା ଯାହା ପାଉ ନ ଥିଲେ ଆଜି ତାହା ଲାଭ କରି ମନ ଖୁସି ହୋଇଯିବ। ହାତକୁ ନେଇଥିବା କାମଗୁଡିକ ଯଥା ସମୟରେ ସମ୍ପନ୍ନ ହେବ। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ସବୁ ଠିକ୍‌ ହୋଇଯିବ। କଳା, ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ।
ଧନୁ
ଧନୁ
ବହୁତ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବା ସକାଶେ ମନ ବଳାଇପାରନ୍ତି। ଆକସ୍ମିକ ଅର୍ଥଲାଭ, ବନ୍ଧୁମିଳନ, ନୂତନ ସ୍ଥାନ ଭ୍ରମଣରୁ ମନ ଖୁସି ରହିବ। ପ୍ରଶାସନିକ କ୍ଷେତ୍ରରେ ଅପ୍ରିୟ ସତ୍ୟ କହି ସମସ୍ୟାରେ ପଡ଼ିପାରନ୍ତି। ପୁରାତନ ରୋଗପୀଡା କାରଣରୁ ମାନସିକ ଯନ୍ତ୍ରଣା ଅନୁଭବ କରିପାରନ୍ତି।
ମକର
ମକର
ଦୁଶ୍ଚିନ୍ତା କାରଣରୁ ଟେନ୍‌ସନ୍‌ ଲାଗି ରହିଥିଲେ ମଧ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବ। ବ୍ୟବସାୟ, ବାଣିଜ୍ୟ, ପରିବହନ, ପ୍ଲଟିଂ କାରବାର, ମାଲିମକଦ୍ଦମା ପ୍ରଭୃତିରେ ସଫଳତା ପାଇବେ। ଆନୁଷ୍ଠାନିକ କାମ, ସାହିତ୍ୟାଲୋଚନା, ସାଂସ୍କୃତିକ କାର୍ଯ୍ୟକ୍ରମ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରୁ ସମସ୍ୟାମୁକ୍ତ ରହିବେ।
କୁମ୍ଭ
କୁମ୍ଭ
ପରିସ୍ଥିତି ପ୍ରତି ନଜର ଦେଇ କାମ କରି ଚାଲିଲେ କୌଣସି କାମ ଅଟକି ରହିବ ନାହିଁ। ପୁରୁଣା ଜିନିଷ ବିକ୍ରୟ କରି ନୂତନ ଜିନିଷ କ୍ରୟ ପାଇଁ ମନ ବଳାଇପାରନ୍ତି। ଛୋଟ କଥାକୁ ଧରି ବସିଲେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ନ ରହିଲେ ଅଦଳବଦଳ ହୋଇଯିବାର ଆଶଙ୍କା ରହିଛି।
ମୀନମୀନ
ଆଦୌ ଦେଉ ନ ଥିବା ବ୍ୟକ୍ତିଙ୍କ ନିକଟରୁ ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବନ୍ଧୁ ଗହଣରେ ବାକ୍‌ ଅସଞ୍ଜମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବାର ସୂଚନା ରହିଛି। ବ୍ୟବସାୟରେ ଲାଭ ପାଇ ଅନ୍ୟ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର 20 ତାରିଖ – Daily Horoscope

ମେଷ ଆଜି ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟାମୁକ୍ତ ରହିବେ। ଅଟକି ରହିଥିବା କାମକୁ…

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?