Posted inRasifala

ରାଶିଫଳ: ଗୁରୁବାର, ଜାନୁଆରୀ ୨୨ ତାରିଖ – Daily Horoscope

ମେଷ
ଆଜି ରାହୁ ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ବନ୍ଧୁଙ୍କ ନିକଟରେ ମନକଥା କହିପାରିବେ ନାହିଁ। ସାମାନ୍ୟ ଭୁଲ୍‌ରୁ ଆଜିର କାମଗୁଡ଼ିକ ବିଶୃଙ୍ଖଳିତ ହୋଇଯିବ। ଆର୍ଥିକ ସ୍ବଚ୍ଛଳତା ରହିଥିଲେ ମଧ୍ୟ ପରକଥା ଶୁଣି ମାନସିକ ଶାନ୍ତି ବ୍ୟାହତ ହେବ। ଅବଶ୍ୟ ପାରିବାରିକ ସମସ୍ୟାକୁ ସରଳଭାବେ ସମାଧାନ କରିବାରେ ସଫଳତା ପାଇବେ।
ବୃଷ
ବୃଷ
ରବି ନିଜଭାବରୁ ଷଷ୍ଠସ୍ଥ ହେତୁ କୌଣସି ବୟସ୍କ ବ୍ୟକ୍ତିଙ୍କ ଦ୍ୱାରା ପାରିବାରିକ ସ୍ଥିତି ବିଡ଼ମ୍ବିତ ହୋଇପାରେ। ଆନୁଷ୍ଠାନିକ କ୍ଷେତ୍ରରେ, ବନ୍ଧୁତ୍ୱ ସ୍ଥାପନରେ, ଲେଖାପଢ଼ାରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇପାରିବ। କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହୋଇପାରନ୍ତି।
ମିଥୁନ
ମିଥୁନ
ଷଷ୍ଠାଧିପ ମଙ୍ଗଳ ଅଷ୍ଟମଭାବରେ ଅବସ୍ଥାନ କରି ବିପରୀତ ରାଜଯୋଗର ଫଳ ସ୍ବରୂପ ଆରୋଗ୍ୟ, ଋଣପରିଶୋଧ କରାଇବେ। ଶନି ବିଭିନ୍ନ ସମସ୍ୟା ମାଧ୍ୟମରେ କାମକୁ ବିଳମ୍ବିତ କରାଇ ଅର୍ଥନୈତିକ ପ୍ରଗତିକୁ ରୋକି ଦେଇପାରେ। ବହୁପ୍ରତୀକ୍ଷିତ ଖବରଟି ଆଜି ପାଇବାରେ ଜଣେ ଅଜଣା ବନ୍ଧୁଙ୍କ ଅବଦାନ ରହିପାରେ।
କର୍କଟ
କର୍କଟ
ଦୁଃସ୍ଥାନସ୍ଥ ଚନ୍ଦ୍ର ପାପଯୁକ୍ତ ହୋଇ ଦୈହିକ ଓ ମାନସିକ ସ୍ତରକୁ କଳୁଷିତ କରିପାରେ। ଆଜିର ଆଲୋଚନା ପରିସରରେ କୌଣସି ବିବାଦୀୟ ମନ୍ତବ୍ୟ ଦେବା ଠିକ୍‌ ହେବ ନାହିଁ। ଅଧସ୍ତନ କର୍ମଚାରୀଙ୍କ ସହାୟତା ନେଇ ଅସଜଡ଼ା ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
ସି˚ହ
ସି˚ହ
ଆଜିର ଚତୁର୍ଥାଧିପତି ଷଷ୍ଠସ୍ଥ ଯୋଗୁ ଦୈନିକ ଚର୍ଯ୍ୟାରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେବନାହିଁ। ଈର୍ଷାପରାୟଣ ହୋଇ ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ସ୍ବାଭିମାନୀ ଓ କର୍ମଠ କାରଣରୁ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ପରିବାରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ।
କନ୍ୟା
ଆଜି ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ। ସହକର୍ମୀଙ୍କ ସହ ଆଜିର ଭ୍ରମଣ ସୁଖ ଉପଭୋଗ୍ୟ ହୋଇପାରେ। ନୂତନ ବନ୍ଧୁସମ୍ପର୍କ, ବାଣିଜ୍ୟ ବ୍ୟବସାୟ, ସରକାରୀ କାର୍ଯ୍ୟ, ଇଣ୍ଟରଭ୍ୟୁ, ଯାତ୍ରାରେ ଅଭିଳାଷ ପୂରଣ ହୋଇପାରିବ।
ତୁଳା
ତୁଳା
କେନ୍ଦ୍ରସ୍ଥ ଗ୍ରହମାନେ ଆପଣଙ୍କ କର୍ମଭାବ ଓ ପାରିବାରିକ ଜୀବନକୁ ସରସ ସୁନ୍ଦର କରିବେ। କିନ୍ତୁ ହସ୍ତା ନକ୍ଷତ୍ର କେତେକ କ୍ଷେତ୍ରରେ ଇଚ୍ଛା ବିରୋଧରେ କାମ କରି ଅନୁତାପ କରିବେ। ଈର୍ଷାପରାୟଣ ବ୍ୟକ୍ତି ପ୍ରତିଷ୍ଠା ଓ ପ୍ରଶଂସାକୁ ଭିନ୍ନାର୍ଥରେ ଗ୍ରହଣ କରି ଅପପ୍ରଚାର କରିପାରନ୍ତି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।
ବିଛା
ବିଛା
ଆଜିର ଚନ୍ଦ୍ର ଆପଣଙ୍କୁ ଭାବପ୍ରବଣତାର ସହ କଷ୍ଟପ୍ରଦ ଯାତ୍ରା କରାଇପାରେ। ପରିବାରରେ ନିଜର ଲୋକଙ୍କୁ ନେଇ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ କରିବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପ୍ରକାଶନ, ଆନୁଷ୍ଠାନିକ କାମରେ ପ୍ରତିବନ୍ଧକ ଦୂରେଇଯିବ। ଋଣ ପରିଶୋଧ ପାଇଁ ନୂତନ ଯୋଜନା କରିପାରନ୍ତି।
ଧନୁ
ଧନୁ
ମଙ୍ଗଳଙ୍କ ସ୍ଥାନସ୍ଥିତିରୁ ଆଜି ଗୃହ, ଜମିବାଡି, ଯାନବାହନ କ୍ରୟ ପାଇଁ ଯୋଜନା କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ। ଅଯାଚିତ ଭାବେ କାମ ହାସଲ କ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ସାହିତ୍ୟ, ସାମ୍ବଦିକତା, ରାଜନୀତି କିମ୍ବା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
ମକର
ମକର
ଆଜି ଅଭିଳଷିତ ଦ୍ରବ୍ୟପ୍ରାପ୍ତି ଅସମ୍ଭବ ମନେହେବ। ରାଶିରେ ଚାରୋଟି ଗ୍ରହ ଅବସ୍ଥାନ କରିଥିବାରୁ କୌଣସି ବ୍ୟକ୍ତି ଶତ୍ରୁତା କଲେ ମଧ୍ୟ କ୍ଷତି କରିପାରିବେ ନାହିଁ। ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ, ରାଜନୀତିରେ, ସାଂସ୍କୃତିକ କାମରେ ପ୍ରଶଂସିତ ହେବେ। କର୍ମାରମ୍ଭ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିପାରନ୍ତି ।
କୁମ୍ଭ
କୁମ୍ଭ
ରାଶିରେ ରାହୁ ଏବଂ ଦ୍ୱାଦଶସ୍ଥ ଗ୍ରହ ପ୍ରଭାବରେ ଆପଣଙ୍କୁ ଖର୍ଚ୍ଚାନ୍ତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ। ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ। ଆତ୍ମୀୟଙ୍କ ପକ୍ଷପାତିତାକୁ ନାପସନ୍ଦ କରିପାରନ୍ତି। ବିଶେଷ ଭ୍ରମଣଜନିତ ଶାରୀରିକ ଅସୁସ୍ଥତା ଲାଗିରହି ପାରେ।
ମୀନମୀନ
କର୍ମାଧିପତିଙ୍କ ଶୁଭଦୃଷ୍ଟିରୁ ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ କାର୍ଯ୍ୟସିଦ୍ଧି ଘଟିବ। ନିଜ ଚତୁଃପାର୍ଶ୍ୱରେ ରହୁଥିବା ବ୍ୟକ୍ତିଙ୍କ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବେ। ବାହାର ଲୋକ ଯେତେ ଭଲ କହୁଥିଲେ ମଧ୍ୟ ଘରେ ଆଦର ପାଇବେ ନାହିଁ। ମକଦ୍ଦମା, ପରିବହନରେ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନକୁ ପ୍ରଭାବିତ କରୁଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟମ୍ଭାବୀ। ଚନ୍ଦ୍ରଙ୍କ ପ୍ରତି ରାହୁଙ୍କ ଦୃଷ୍ଟି କାରଣରୁ ଅନ୍ୟମନସ୍କତା କିମ୍ବା ଭୁଲ୍‌ ବୁଝାମଣାଜନିତ…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଉଚ୍ଚସ୍ଥ ଚନ୍ଦ୍ର ଯୋଗୁ ପରିବାର, କର୍ମକ୍ଷେତ୍ର, ବାଣିଜ୍ୟ, ବ୍ୟବସାୟ ଯାତ୍ରା ଓ ନୂତନ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। କୌଣସି ବିଜାତୀୟ ବ୍ୟକ୍ତିଙ୍କ ସହ ଭୁଲ୍‍…

ରାଶିଫଳ: ସୋମବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ଆଜି ମୁଖଭାବରେ ଶୁକ୍ର ଓ ଚନ୍ଦ୍ର ପରିବାର ସକାଶେ ସୁଖ, ସୌଭାଗ୍ୟକାରକ ହେବେ। ଶାନ୍ତି ଓ ସହାବସ୍ଥାନ ଜୀବନଯାତ୍ରା ପାଇଁ ପ୍ରୀତିପ୍ରଦାୟକ ରହିବ। ସଭାସମିତି, ବନ୍ଧୁଗହଣରେ…

ରାଶିଫଳ: ରବିବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର କାରଣରୁ ବନ୍ଧୁମିଳନ, ଆନୁଷ୍ଠାନିକ କର୍ମ ଓ ସଭାସମିତି କ୍ଷେତ୍ରରୁ ପ୍ରଶଂସା ମିଳିବ। ଉଚ୍ଚସ୍ତରରେ ସମ୍ପର୍କ ସ୍ଥାପନ ହେବା ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୁଭେଚ୍ଛା…

ରାଶିଫଳ: ଶନିବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ରର ଯାତ୍ରା ସୁଗମ, ବନ୍ଧୁପ୍ରୀତି, ଭ୍ରାତୃସ୍ନେହ ଲାଭପୂର୍ବକ କାର୍ଯ୍ୟ ହାସଲରୁ ଖୁସି ରହିବେ। ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଚେଷ୍ଟା କରୁଥିବା କାମ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ରବି ଉଚ୍ଚସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନର ସହ କାର୍ଯ୍ୟ ସମ୍ପନ୍ନ କରିପାରିବେ। ଧନାଧିପ ଶୁକ୍ର ରାଶିରେ ଅବସ୍ଥାନ କରିଥିବାରୁ ଅର୍ଥପ୍ରାପ୍ତିକୁ କେନ୍ଦ୍ର କରି…

ରାଶିଫଳ: ଗୁରୁବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ କୃଷ୍ଣପକ୍ଷର ଦ୍ୱାଦଶଚନ୍ଦ୍ର କଲ୍ୟାଣକାରକ ଯୋଗୁ ସର୍ବସିଦ୍ଧି ପ୍ରଦାନ କରିବେ। ମାନସିକ ଶାନ୍ତି, ଅର୍ଥପ୍ରାପ୍ତି, ବନ୍ଧୁସମ୍ପର୍କ, ସଭାସମିତି ଓ ଫଳପ୍ରଦ ଆଲୋଚନା ପାଇଁ ବହୁତ ଭଲ। ଉଚ୍ଚବର୍ଗର…

ରାଶିଫଳ: ବୁଧବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ସାମାଜିକ ସ୍ତରରେ ସମ୍ମାନ ସଙ୍ଗକୁ ବନ୍ଧୁମିଳନ, ପାରିବାରିକ ସୁଖ, ସୌହାର୍ଦ୍ଦ୍ୟ ପାଇପାରନ୍ତି। ରାଜନୈତିକ, ଆନୁଷ୍ଠାନିକ ତଥା ସାଂଗଠନିକ ସ୍ଥିତି ମଜଭୁତ୍‌ ରହିବ। ଶୁକ୍ରଙ୍କ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri