Posted inRasifala

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୨୪ ତାରିଖ – Daily Horoscope

ମେଷ
ଆଜି କୌଣସି ବନ୍ଧୁ ସ୍ବତଃପ୍ରବୃତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବେ। କର୍ମକ୍ଷେତ୍ରରେ ଅନ୍ୟ ମାନଙ୍କ ସହମତିରେ କାର୍ଯ୍ୟକଲେ ସଫଳତା ପାଇବେ। ଚୁ-ନାମାକ୍ଷର ବ୍ୟକ୍ତିମାନେ ସନ୍ତାନଙ୍କ କୃତି ଓ କୃତିତ୍ୱରେ ଖୁସୀ ହୋଇପାରନ୍ତି। ସ୍ଥଗିତ କାମପାଇଁ ଅନ୍ୟକୁ କିମ୍ବା ନିଜର ଘର ଲୋକମାନଙ୍କୁ କୈଫୟତ୍‌ ଦେବାକୁ ପଡିପାରେ।
ବୃଷ
ବୃଷ
ମାନସିକ ଅସ୍ଥିରତାକୁ ବୃଦ୍ଧି କରିବାରେ ନିଜର ବନ୍ଧୁ ମାନଙ୍କ ପରୋକ୍ଷ କାର୍ଯ୍ୟାବଳୀ ଅନନ୍ୟ କାରଣ ହୋଇପାରେ। ସନ୍ତାନ ମାନଙ୍କ ସମସ୍ୟା ସମାଧାନର ଓ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଓ-ନାମାକ୍ଷର ବ୍ୟକ୍ତି ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରିବେ। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋର୍‌ଦାର କରି ପାରନ୍ତି।
ମିଥୁନ
ମିଥୁନ
ଆଜି କିଛି କାମ ଆରମ୍ଭ ସକାଶେ ଚେଷ୍ଟା କରି ପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। କୁ-ନାମାକ୍ଷରବ୍ୟକ୍ତି ପ୍ରିୟଜନ ମାନଙ୍କ ସହ ସମ୍ପର୍କ ହାନି ଯୋଗଁୁ ଚିନ୍ତା ପ୍ରକଟ କରିବେ। ଉପସ୍ଥିତ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସମସ୍ତ ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବ। ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବାରେ ବନ୍ଧୁ ସାହାଯ୍ୟ କରିବେ। ନିଜ ଚତୁଃପାଶ୍ୱରେ ପ୍ରତିକୁଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ସମ୍ପୁର୍ଣ୍ଣ ହେବ ନାହିଁ। ଡ-ନାମାକ୍ଷର ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ମନ ହାଲୁକା ହୋଇଯିବ।
ସି˚ହ
ସି˚ହ
ଯେତେ ପ୍ରକାରର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟ ମାନଙ୍କୁ ତାହା ସାଧାରଣ ମନେ ହୋଇପାରେ। ମି-ନାମାକ୍ଷର ବ୍ୟକ୍ତିମାନେ ସଭାସମିତିରେ ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ପ୍ରବାସରେ ବନ୍ଧୁଙ୍କ ସାନ୍ନିଧ୍ୟଲାଭରୁ ଏକାନ୍ତତାବୋଧ ହ୍ରାସ ପାଇବ। କର୍ମକ୍ଷେତ୍ରରେ ସକକାରୀ ସ୍ତରରୁ ସମ୍ମାନିତ ହେବେ।
କନ୍ୟା
ଆଜି ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଜମିଜମା, ଗୃହସୀମା, କିମ୍ବା ଘରଭଡାକୁ କେନ୍ଦ୍ରକରି ସମାନ୍ୟ ଝଗଡା ସୃଷ୍ଟି ହୋଇପାରେ। ପୂ-ନାମାକ୍ଷର ବ୍ୟକ୍ତିମାନେ ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ପରିବାରରେ ଖର୍ଚ୍ଚ ପରିମାଣ ବୃଦ୍ଧିପାଇବା କାରଣରୁ ଚିନ୍ତିତ ରହିପାରନ୍ତି।
ତୁଳା
ତୁଳା
ରୁ-ନାମାକ୍ଷର ବ୍ୟକ୍ତିମାନଙ୍କର ଆଜି କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ, ଏଣୁ ମନଟା ଗୋଳମାଳିଆ ରହିବ। ବ୍ୟବସାୟ ଓ ପରିବହନରେ, କଳା ସାହିତ୍ୟ ଓ ରାଜନୀତି କ୍ଷେତ୍ରରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କରିବାରେ ସଫଳ ହେବେ।
ବିଛା
ବିଛା
କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନସନ୍‌ ବଢିପାରେ। ନ-ନାମାକ୍ଷର ବ୍ୟକ୍ତିଙ୍କର ପାରିବାରିକ ସମସ୍ୟା ସୁଧାରିବା କ୍ଷେତ୍ରରେ ସହଯୋଗର ଅଭାବ ରହିବ ନାହିଁ। ନିଜରଭଳି ମନେ ହେଉଥିବା କେତେକ ଲୋକ ଆପଣଙ୍କ ପାଇଁ ଅପପ୍ରଚାର ଚଳାଉଥିବାର ଲକ୍ଷ୍ୟ କରି ପାରନ୍ତି।
ଧନୁ
ଧନୁ
ବନ୍ଧୁମାନଙ୍କୁ ମନାଇ, ଅର୍ଥ ପ୍ରଲୋଭନ ମାଧ୍ୟମରେ କାମ ହାସଲ କରିବେ। ବିବାଦୀୟ ଘଟଣା ସକାଶେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଆଜି ହଠାତ୍‌ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବାର ସମ୍ଭାବନା ରହିଛି। ଯ-ନାମାକ୍ଷର ବ୍ୟକ୍ତିମାନେ ଆଜି ପରିବାରର ଖର୍ଚ୍ଚକାଟର ବ୍ୟବସ୍ଥା କରିବେ।
ମକର
ମକର
ଖ-ନାମାକ୍ଷର ବ୍ୟକ୍ତିମାନଙ୍କର ମାନସିକ ଦୁଶ୍ଚିନ୍ତା କାରଣରୁ ରକ୍ତଚାପ ମଧ୍ୟ ବଢ଼ିପାରେ। ଅଭାବ ଲାଗି ରହିଥିଲେ ମଧ୍ୟ ଧାର କରଜ କରି କାମ ତୁଲାଇ ନେବେ। ଇର୍ଷାପରାୟଣ ମନୋଭାବ ନେଇ ନିକଟ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ ହେବେ।
କୁମ୍ଭ
କୁମ୍ଭ
ଆପଣଙ୍କ କାମ ହାସଲରେ ବନ୍ଧୁଙ୍କ ବାଚନିକ ସାହାଯ୍ୟ ସାମାନ୍ୟ ସହାୟକ ହୋଇପାରେ। ଶ-ନାମାର ବ୍ୟକ୍ତିମାନେ ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସନ୍ତୁ ନାହିଁ। ଶିଳ୍ପ, ବ୍ୟବସାୟ, କଚେରୀ ମାମଲା, ପରିବହନ ଦିଗରୁ ଲାଭବାନ୍‌ ହେବେ। ପ୍ରିୟବ୍ୟକ୍ତିଙ୍କ ସକାଶେ ବିଭିନ୍ନ କଥା ଶୁଣି ମନ ଦୁଃଖ କରିପାରନ୍ତି।
ମୀନମୀନ

ସକାଳୁ ସକାଳୁ ଶୁଭ ଖବର ପାଇ ମନଟା ଖୁସି ହୋଇଯିବ। ନିଜର ଲୋକ ମାନଙ୍କ ଚାଲି ଚଳନ ଓ ଆଚାର ବ୍ୟବହାରକୁ ନାପସନ୍ଦ କରି ପାରନ୍ତି। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହାତ ହୋଇପାରେ। ଚି-ନାମାକ୍ଷର ବ୍ୟକ୍ତି ମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ ଶୁକ୍ର ମୁଖଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭ କରି ଖୁସୀ ହେବେ ା ଅଫିସରେ ସହକର୍ମୀଙ୍କ ସୈାହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା…

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri