Posted inRasifala

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୬ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ରବି ଓ ବୁଧ ହେତୁ ସାମାଜିକ କ୍ଷେତ୍ରରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ବାଟରେ ଯିବା ସମୟରେ ପ୍ରିୟ ବନ୍ଧୁଙ୍କୁ ଭେଟିପାରନ୍ତି। ପାରିବାରିକ ଅସହଯୋଗରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଟି ହାସଲ ନ ହେବା ହେତୁ ଚିନ୍ତିତ ରହିପାରନ୍ତି।
ବୃଷ
ବୃଷ
କେତୁ ସପ୍ତମଭାବରେ ରହିଥିବାରୁ ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ଆମତ୍ୀୟଙ୍କ ସ୍ବାସ୍ଥ୍ୟ କିମ୍ବା ଅନ୍ୟ କୌଣସି ପାରିବାରିକ ସମସ୍ୟା ଶୀର୍ଷରେ ଥିବାରୁ ଚିନ୍ତା ବଢ଼ିପାରେ। ଲେଖାପଢ଼ା, ରଚନାମତ୍କ କାର୍ଯ୍ୟରେ ପ୍ରଶଂସିତ ହେବେ। ବ୍ୟବସାୟ ଓ ପରିବହନାଦି କ୍ଷେତ୍ରରୁ ଲାଭବାନ ହେବେ।
ମିଥୁନ
ମିଥୁନ
ଉନ୍ନତଚିନ୍ତା, ପ୍ରୟୋଗାମତ୍କ କୌଶଳ, ସଂଯମ ପ୍ରଭାବରେ ଆଶା ପୂରଣ ହୋଇପାରିବ। ପାରିବାରିକ କ୍ଷେତ୍ରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହେବେ। ଦୀର୍ଘଦିନରୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ବନ୍ଧୁଙ୍କୁ ପ୍ରତିଶ୍ରୁତି ଦେଇ ଶେଷ ମୁହୂର୍ତ୍ତରେ ନାସ୍ତିବାଣୀ ଶୁଣାଇବା ହେତୁ ସମାଲୋଚିତ ହୋଇପାରନ୍ତି।
କର୍କଟ
କର୍କଟ
ନିରାଶା ସମୟରେ ଅନୁକୂଳ ପରିବେଶର ସୂଚନା ସାମୟିକ ଖୁସି ଦେବ। କର୍ମକ୍ଷେତ୍ରରେ ଅଧସ୍ତନଙ୍କୁ ସ୍ବପକ୍ଷଭୁକ୍ତ କରାଇ ପରିସ୍ଥିତିର ମୁକାବିଲାରେ ସମର୍ଥ ହୋଇପାରନ୍ତି। କିନ୍ତୁ ବନ୍ଧୁଙ୍କ ପ୍ରହେଳିକାପୂର୍ଣ୍ଣ କଥା ଶୁଣି ମରୀଚିକା ପଛରେ ଦୌଡ଼ି ନୟାନ୍ତ ହେବାକୁ ପଡ଼ିପାରେ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବାର ସ୍ଥିତି ଉପୁଜିବ।
ସି˚ହ
ସି˚ହ
ବନ୍ଧୁମାନଙ୍କ ପରାମର୍ଶକ୍ରମେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ଅତୀତରେ ଘଟିବା ଯାଇଥିବା କୌଣସି ଘଟଣା ମନକୁ ବିବ୍ରତ କରିପାରେ। କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ପରିବାରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
କନ୍ୟା
ଅନ୍ୟାନ୍ୟ ପ୍ରତ୍ୟେକ ଦୃଷ୍ଟିକୋଣରୁ ଜୀବନଚର୍ଯ୍ୟା ଠିକ୍‌ ଥିଲେ ମଧ୍ୟ ପୁରାତନ ରୋଗର ପୀଡ଼ା ମାନସିକ ଶାନ୍ତି ନଷ୍ଟ କରିବ। ସରକାରୀ ସ୍ତରରୁ ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ସାକ୍ଷାତ ଆଲୋଚନା, ସାହିତ୍ୟ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ। ପରିଜନଙ୍କ ସହ ପ୍ରାତଃ ଭ୍ରମଣ ସୁଖ ଉପଭୋଗ୍ୟ ହୋଇପାରେ।
ତୁଳା
ତୁଳା
ନୂତନ ଯୋଜନାରମ୍ଭ ସକାଶେ ଆଜିର କାମଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ। କେତେକ କ୍ଷେତ୍ରରେ ଇଚ୍ଛା ବିରୁଦ୍ଧରେ କାମ କରି ଅନୁତାପ କରିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ତରବରିଆ ଯାତ୍ରା କାରଣରୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିବାର ସମ୍ଭାବନା ରହିଛି।
ବିଛା
ବିଛା
ପ୍ରଭାବଶାଳୀ ଶନିଙ୍କ ଦୃଷ୍ଟି ହେତୁ ପାରିବାରିକ ସମସ୍ୟା ସମାଧାନରେ ବିଫଳ ହେବେ। ଆବଶ୍ୟକତା ଉପଲବ୍ଧି କରି ପରିବାର ସକାଶେ କୌଣସି ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ଆଲୋଚନା, ସଭା ସମିତି ଓ ଚୁକ୍ତିପତ୍ର ପାଇଁ ଦିନଟି ଭଲ। କଳା ସାହିତ୍ୟ ଓ ସାମ୍ବାଦିକତାରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ଆକସ୍ମିକ ଭାବରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନ ସୁଯୋଗ ଲାଭକରି ଉତ୍ସାହିତ ହେବେ। ପ୍ରକାଶନ, ଏଜେନ୍‌ଶିପ୍‌, ରାଜନୀତି, ସଂଗଠନ, କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ସାମାନ୍ୟ କାରଣକୁ ବନ୍ଧୁଙ୍କ ସହ ସମ୍ପର୍କ ହାନି ହୋଇପାରେ। ମାନସିକ ଅଶାନ୍ତିଜନିତ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।
ମକର
ମକର
ସ୍ଥଗିତ କାମକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପାଦନ କରିବାକୁ ପଡ଼ିବ। ନୂତନ କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିପାରନ୍ତି। ପଦୋନ୍ନତି କିମ୍ବା ନିଜ ଉଚିତ ସ୍ଥାନକୁ ସ୍ଥାନାନ୍ତର ହେତୁ ହଠାତ୍‌ କୌଣସି ଖବର ପାଇ ଖୁସି ହେବେ। ବ୍ୟବସାୟରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ।
କୁମ୍ଭ
କୁମ୍ଭ
ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ। ସମ୍ପର୍କୀୟଙ୍କୁ କୌଶଳପୂର୍ବକ ଖଟାଇ କାର୍ଯ୍ୟ ହାସଲ ପାଇଁ ଚେଷ୍ଟିତ ହେବେ। ସମ୍ପତି ଭାଗବଣ୍ଟା କ୍ଷେତ୍ରରେ ବିବାଦ ଜଟିଳ ହେଲେ ହେଁ ସଫଳତା ହାସଲ କରିବେ। ତଥାପି କିଛି ଅସୁବିଧା ନ ହୋଇଥିଲେ ମଧ୍ୟ ବନ୍ଧୁଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ।
ମୀନମୀନ
ବାରମ୍ବାର ବିଫଳତା ଲାଗିରହିବା ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ଘଟଣାଗୁଡିକୁ ଅସ୍ବାଭାବିକ ଭାବେ ଚିନ୍ତା କରିବେ। ଅଫିସରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବେ। ଅପୂରଣୀୟ ଅଭିଳାଷ ନେଇ ନୈରାଶ୍ୟଜନିତ ଦୁଃଖ ଅନୁଭବ କରିବାକୁ ପଡ଼ିବ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri