ମେଷ


ଆଜି କର୍ମକ୍ଷେତ୍ରରେ ନିଚ୍ଛକ ସତ୍ୟ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। କାହାର ନିମନ୍ତ୍ରଣ ପାଇ ହଠାତ୍ ଦୂରଯାତ୍ରା କରିବାକୁ ପଡ଼ିପାରେ। ଅର୍ଥ ଲାଭ ସହିତ ଶାରୀରିକ ସୁସ୍ଥତା ରହିବା କାରଣରୁ ମନ ପ୍ରଫୁଲ୍ଲ ରହିବ।
ବୃଷ


ସକାଳୁ ସକାଳୁ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ପଛକଥା ଚିନ୍ତା ନ କରି ଏହି ସମୟର ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କରନ୍ତୁ। ଉଦ୍ୟମ ସଫଳ ଦିଗରେ ଜଣେ ଦୂର ସମ୍ପର୍କୀୟ ବ୍ୟକ୍ତି ସାହାଯ୍ୟ କରିବେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
ମିଥୁନ


କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ରହିଥିଲେ ମଧ୍ୟ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। କୌଣସି ବିଶେଷ କାରଣର ତର୍ଜମା ସକାଶେ ବନ୍ଧୁଦ୍ୱାରକୁ ଗମନ କରିବେ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି।
କର୍କଟ


ସହକର୍ମୀ କିମ୍ବା ବନ୍ଧୁଙ୍କଠାରୁ ଅଯାଚିତ ସାହାଯ୍ୟ ପାଇ ଖୁସି ହେବେ। ଆଲୋଚନା ପରିସରରେ ବିଜ୍ଞ ବ୍ୟକ୍ତିଙ୍କ ନିକଟରୁ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। କର୍ମକ୍ଷେତ୍ରରେ କିମ୍ବା ପ୍ରଶାସନିକ, ରାଜନୈତିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। ସାମୟିକ ଅସହଯୋଗ କାରଣରୁ ଗଠନମୂଳକ କାଯର୍ୟରେ ଗତି ମନ୍ଥର ହେବ।
ସି˚ହ


ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ନିୟନ୍ତ୍ରଣ ମଧ୍ୟରେ ରହିବ। ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହେବେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ। ଘରେ ବନ୍ଧୁ ମିଳନ, ଆମୋଦ ପ୍ରମୋଦର ସୁଅ ଛୁଟିବ।
କନ୍ୟା


କର୍ମ କ୍ଷେତ୍ରରେ, ପରିବାରରେ, ମିତ୍ରବନ୍ଧୁ ମଧ୍ୟରେ ସୁସମ୍ପର୍କ ଅକ୍ଷୁଣ୍ଣ ରହିବ। ଅଚାନକ ଭାବରେ ଶୁଭ ଖବର ଶୁଣି ବିସ୍ମୟାଭିଭୂତ ହୋଇପାରନ୍ତି। ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇପାରେ,ଏଣୁ ସତର୍କତା ରକ୍ଷା କରିବା ଭଲ।
ତୁଳା


ନିଜ ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ। ପୁତ୍ରକନ୍ୟାଙ୍କ ହେତୁକ ସୁଖ ମିଳିବା ସଙ୍ଗକୁ ପରିବାରରେ ଶାନ୍ତି ଫେରି ଆସିବ। ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା


ପ୍ରତ୍ୟେକ କାର୍ଯ୍ୟ ଦରଖଣ୍ଡିଆ ରହିଯାଉଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି। ଅନ୍ୟାୟ ବିରୋଧରେ ସ୍ବର ଉଠାଇଲେ ମଧ୍ୟ ସମସ୍ତେ ଶୁଣି ମଧ୍ୟ ନ ଶୁଣୁଥିବାର ଅଭିନୟ କରିବେ। ଆଜିର କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ପାରିବାରିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା।
ଧନୁ


ପାରିବାରିକ ସମସ୍ୟା ଆପୋସ ମିଳାମିଶାରୁ ସମାଧାନ ଘଟିବ। ଆପଣଙ୍କ ରୁକ୍ଷ ବ୍ୟବହାର, ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ତଥାପି ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ପଡୋଶୀଙ୍କ ଈର୍ଷା ଓ ଅସୂୟା ହେତୁ ସ୍ବରୂପ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ।
ମକର


ଆଜି ଦିନଟିରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ସଙ୍ଗକୁ ବନ୍ଧୁଙ୍କ ଅନାଦର ଭାବ ଯୋଗୁ ସାମୟିକ ମନ ଦୁଃଖ ହୋଇପାରେ। ନିଜର ହିତୈଷୀମାନଙ୍କୁ ବୃଥା ସନ୍ଦେହ କରି ଭୁଲ୍ଠିକ୍ର ସୁବିଚାର କରିପାରିବେ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ। ଧାର କରଜ କରି ପରିବାରର ଆବଶ୍ୟକତା ଚଳାଇ ନେବେ।
କୁମ୍ଭ


ଆଜି କର୍ମକ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ ମନୋଭାବ ପୋଷଣ କରି ସମସ୍ୟା ସୃଷ୍ଟି କରିପାରନ୍ତି। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି। ସାଙ୍ଗସାଥୀଙ୍କ ସହଯୋଗରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଆଜିର ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହିଁ ।
ମୀନ

ପରିବାରରୁ ପୂର୍ଣ୍ଣ ସମର୍ଥନ ନ ପାଇବା କାରଣରୁ କାମଟି ପୂର୍ଣ୍ଣାଙ୍ଗ ହେବା ସହଜସାଧ୍ୟ ନ ହୋଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଅଗ୍ରଗତି ବେଶ୍ ଦ୍ରୁତ ହେବ। ରେବତୀ ନକ୍ଷତ୍ର ଚିନ୍ତା କରୁଥିବା କାମରେ ସଫଳତା ବିଳମ୍ବରେ ପାଇବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।

