Posted inRasifala

ରାଶିଫଳ: ବୁଧବାର, ଜାନୁଆରୀ ୨୧ ତାରିଖ – Daily Horoscope

ମେଷ
ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ପ୍ରତିଷ୍ଠା ଲାଭ କରିବେ। ଶନି କ୍ଷେତ୍ରସ୍ଥ ରବି ହେତୁ ଭଲ କଥା କହିଲେ ମଧ୍ୟ ତାହାକୁ ଅନ୍ୟମାନେ ଭିନ୍ନାର୍ଥରେ ଗ୍ରହଣ କରିପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରିପାଇବେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ପାରିବାରିକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ।
ବୃଷ
ବୃଷ
ବନ୍ଧୁଙ୍କ ସହାୟତାରେ ଆଜିର କର୍ମକ୍ଷେତ୍ରରେ ପ୍ରତ୍ୟେକ କାମକୁ ସୁରୁଖୁରୁରେ କରାଇନେବେ। ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଅଶାନ୍ତିଜନିତ ମାନସିକ ଉଦ୍‌ବେଗ ବଢ଼ିପାରେ। ସାହିତ୍ୟ, ସାମ୍ବାଦିକତା ଏବଂ ସାଂକୃତିକ କାର୍ଯ୍ୟକ୍ରମ କ୍ଷେତ୍ରରୁ ସୁଫଳ ମିଳିବ। କିନ୍ତୁ ପରିବହନ, ପ୍ରକାଶନ ଏବଂ ପ୍ରଶାସନିକ ସ୍ତରରେ ସମସ୍ୟା ଆସିପାରେ ।
ମିଥୁନ
ମିଥୁନ
ଆଜି ଶାରୀରିକ ସ୍ବାସ୍ଥ୍ୟ ସଙ୍ଗକୁ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେବ। ସରକାରୀ କ୍ଷେତ୍ରରୁ ଋଣସୂତ୍ରରେ ଅର୍ଥଲାଭର ଆଶା ରହିଛି। ଭୁଲ୍‌ ବୁଝାମଣା କାରଣରୁ ସହକର୍ମୀଙ୍କ ପ୍ରତ୍ୟେକ କଥା ଓ କାର୍ଯ୍ୟକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି ।
କର୍କଟ
କର୍କଟ
ମନ ବିଚଳିତ ରହିବା କାରଣରୁ ପ୍ରତ୍ୟେକ କାମ ସୁବିଧାରେ ସମ୍ପନ୍ନ କଷ୍ଟକର ହେବ। ପାପଗ୍ରହ ଯୁକ୍ତ ଚନ୍ଦ୍ରଙ୍କ ପ୍ରଭାବରେ ଗୁରୁତ୍ୱପୂର୍ଣ୍ଣ କଥାଟିକୁ ପାସୋରି ଦେଇପାରନ୍ତି। ନିର୍ମାଣ, ପ୍ରେସ୍‌, ପବ୍ଲିକେଶନ ଓ ସଭାସମିତିରେ କାମ ସୁରୁଖୁରୁରେ ସମ୍ପନ୍ନ ହେବ। ଭୁଲ୍‌ ବୁଝାମଣାରୁ ବନ୍ଧୁଙ୍କ ସହ ସମ୍ପର୍କରେ ତିକ୍ତତା ସୃଷ୍ଟିର ଆଶଙ୍କା ମଧ୍ୟ ରହିଛି।
ସି˚ହ
ସି˚ହ
ମନରେ ଅଶାନ୍ତି ଭରି ରହିଥିଲେ ମଧ୍ୟ ଶୁକ୍ରଙ୍କ ପ୍ରଭାବରେ କୌଣସି କାର୍ଯ୍ୟ ଅଟକିବ ନାହିଁ। ବୃହସ୍ପତିଙ୍କ ଦ୍ୱାରା ନୂତନ ଯୋଜନାରମ୍ଭରେ ମୌଖିକ ଆଲୋଚନା କରିବା ଭଲ। ହିତୈଷୀମାନେ ସହଯୋଗର ହାତ ବଢ଼ାଇପାରନ୍ତି। କର୍ମକ୍ଷେତ୍ରରେ ଅବହେଳା କାରଣରୁ ମଘା ନକ୍ଷତ୍ରର କେତେକ ସୁଯୋଗ ହାତଛଡ଼ା ହୋଇପାରେ।
କନ୍ୟା
ଶନିଙ୍କ କୁପ୍ରଭାବରୁ ସନ୍ତାନଙ୍କ ବିଶୃଙ୍ଖଳାରୁ ଅଶାନ୍ତ ରହିପାରନ୍ତି। ଏହା ସଙ୍ଗକୁ ପାପଯୁକ୍ତ ଚନ୍ଦ୍ର ମଧ୍ୟ ମାନସିକ ଅସ୍ଥିରତାକୁ ବୃଦ୍ଧି କରିବ। ନିଜର ସନ୍ଦେହୀ ମନୋଭାବ ହେତୁ କେତେକ ଅନାକାଂକ୍ଷିତ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। କୌଣସି ଭଦ୍ର ମହିଳାଙ୍କ ସହଯୋଗରେ ବକେୟା ଅର୍ଥ ଆଦାୟ କରିପାରନ୍ତି।
ତୁଳା
ତୁଳା
ଆଜି ଅର୍ଥ ଓ ସମ୍ମାନ ଲାଭର ସୁଯୋଗ ପ୍ରାପ୍ତ ହେବ। ବନ୍ଧୁଙ୍କ ସାହାଯ୍ୟରେ ସ୍ଥଗିତ କାର୍ଯ୍ୟକୁ ପୁନଃ ଆରମ୍ଭର ଯୋଜନା କରିପାରନ୍ତି। କେତେକ ଅପୂରଣୀୟ ଆଶା ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। ଆଜିର କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ । ସାହିତ୍ୟ, ସାମ୍ବାଦିକତା ଓ ଅର୍ଥନୀତି କ୍ଷେତ୍ରରେ ସଫଳତା ହାସଲ କରିବେ।
ବିଛା
ବିଛା
ଚିନ୍ତାଧାରା ଅନୁଯାୟୀ କୌଣସି କାର୍ଯ୍ୟ ହୋଇପାରିବ ନାହିଁ, ଯାହାକୁ ନିଜର ମନେକରୁଛନ୍ତି, ସେହିମାନଙ୍କର କାର୍ଯ୍ୟକଳାପ ହିଁ ଅଶାନ୍ତିର ପୃଷ୍ଠଭୂମି ସାଜିବ। ପରିବାରରେ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସମାଧାନ କରିପାରିବେ। ସାହିତ୍ୟ, ସାମ୍ବାଦିକତା, ପ୍ରଶାସନରେ ସମସ୍ୟା ସମାଧାନ ହେବାର ଆଶା ରହିଛି।
ଧନୁ
ଧନୁ
ପରିବାର ସ୍ଥାନରେ ଶନି ରହିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଅବହେଳିତ କରି ରଖିପାରନ୍ତି। ଅଷ୍ଟମାଧିପତି ତୃତୀୟସ୍ଥ ଯୋଗୁ ଭ୍ରାତୃବିବାଦରୁ ଅସ୍ଥିରତା ଯୋଗୁ ବିଷାଦଗ୍ରସ୍ତ ରହିବେ। ଯେତେ ସମସ୍ୟା ଆସିଲେ ମଧ୍ୟ ତାହାର ସାମ୍ନା କରିବାରେ ସଫଳ ହେବେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହୋଇଯିବ।
ମକର
ମକର
ପାପଯୁକ୍ତ ଚନ୍ଦ୍ରଙ୍କ ପ୍ରଭାବରେ ମାନସିକ ଅସ୍ଥିରତା ପ୍ରତ୍ୟେକ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରିବ। ଶନି ଆପଣଙ୍କୁ ମୂଲ୍ୟହୀନ କଥାରେ ନିମଗ୍ନ କରାଇ ବ୍ୟଥିତ କରିପାରେ। ଏକାଧିକ କାର୍ଯ୍ୟରେ ଜଡ଼ିତ ରହି କୌଣସି କାର୍ଯ୍ୟରେ ସଫଳତା ପାଇବେ ନାହିଁ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇଁ ବନ୍ଧୁଙ୍କୁ ବିନୟପୂର୍ଣ୍ଣ କଥା କହିପାରନ୍ତି।
କୁମ୍ଭ
କୁମ୍ଭ
ଲାଗିରହିଥିବା ସ୍ବାସ୍ଥ୍ୟ ସମସ୍ୟା, କରଜ ଓ ପୂର୍ବ ଶତ୍ରୁତା ସମ୍ବନ୍ଧୀୟ ଦୁଶ୍ଚିନ୍ତା ବିଚଳିତ କରିପାରେ। ଆଜିର ଯାତ୍ରା, ବନ୍ଧୁସମ୍ପର୍କ, ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ସଫଳତା ହାସଲ କରିପାରିବେ। ପରିବାରରେ ନିକଟ ସମ୍ପର୍କୀୟମାନଙ୍କ ପକ୍ଷପାତିତାକୁ ନାପସନ୍ଦ କରିପାରନ୍ତି।
ମୀନମୀନ
ପାପଯୁକ୍ତ ଚନ୍ଦ୍ର ଦ୍ୱାଦଶଭାବସ୍ଥ ହେତୁ ପରିସ୍ଥିତିବଶତଃ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ବନ୍ଧୁଙ୍କ ଖାପଛଡ଼ା କଥା ଓ ବେଖାତିର ମନୋଭାବ ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ସମ୍ପର୍କୀୟମାନଙ୍କ ଅଭିଯୋଗ ଏବଂ ପଡ଼ୋଶୀଙ୍କ ଟାହି ଟାପରା ମନକୁ ବିଭ୍ରାନ୍ତ କରିପାରେ। ଆନୁଷ୍ଠାନିକ କାମରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରଖିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ, କିନ୍ତୁ କିଛିଟା ପ୍ରତିରୋଧର…

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତିକା ନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି…

ରାଶିଫଳ: ରବିବାର , ଜୁଲାଇ ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହ ସ୍ଥିତି ପ୍ରଭାବରେ ଅଭିଳଷିତ କାର୍ଯ୍ୟ ହାସଲ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri