Posted inRasifala

ରାଶିଫଳ: ଗୁରୁବାର, ଜାନୁଆରୀ ୨୧ ତାରିଖ – Daily Horoscope

ମେଷ
ଆଜି ବିଶିଷ୍ଟ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସି ସମ୍ମାନ, ପ୍ରତିଷ୍ଠା ଲାଭ କରିବେ। ଉଚ୍ଚଶିକ୍ଷା, ସନ୍ତାନଙ୍କ ସମସ୍ୟା ସମାଧାନ ଓ ବନ୍ଧୁ ସହ ଆଲୋଚନା କ୍ଷେତ୍ରରେ ସମସ୍ୟା ଆସିପାରେ। ଭଲ କଥା କହିଲେ ମଧ୍ୟ ତାହାକୁ ଅନ୍ୟମାନେ ଭିନ୍ନାର୍ଥରେ ଗ୍ରହଣ କରିପାରନ୍ତି। ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ।
ବୃଷ
ବୃଷ
କୃତିତ୍ୱର ପୁରଷ୍କାର ସ୍ବରୂପ ବିଭିନ୍ନ କ୍ଷେତ୍ରରୁ ଅର୍ଥ, ସମ୍ମାନ ଓ ପ୍ରଶଂସା ପାଇବେ। ସହକର୍ମୀଙ୍କ ମାଧ୍ୟମରେ ପ୍ରତ୍ୟେକ କାମକୁ ସୁରୁଖୁରୁରେ କରାଇନେେଇପାରନ୍ତି। ପାରିବାରିକ ଅଶାନ୍ତି କାରଣରୁ ମାନସିକ ଉଦ୍‌ବେଗ ବଢିପାରେ। କଳା ସାହିତ୍ୟ ଓ ସାମ୍ବାଦିକତା, ଚୁକ୍ତିପତ୍ର କ୍ଷେତ୍ରରୁ ସୁଫଳ ମିଳିବ।
ମିଥୁନ
ମିଥୁନ
ଶାରୀରିକ ସ୍ବାସ୍ଥ୍ୟ ସଙ୍ଗକୁ ମାନସିକ ସ୍ଥିତି ମଧ୍ୟ ଭଲ ରହି ନପାରେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିବ, ତଥାପି ପୁଷ୍ୟାନକ୍ଷତ୍ରର କୌଣସି ପ୍ରକାର ଅସୁବିଧା ହେବନାହିଁ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସରକାରୀ କ୍ଷେତ୍ରରୁ ଋଣସୂତ୍ରରେ ଅର୍ଥଲାଭର ଆଶା ରହିଛି।
କର୍କଟ
କର୍କଟ
ସାହାଯ୍ୟ, ସହଯୋଗ ଦ୍ୱାରା ପ୍ରତ୍ୟେକ କାମ ସୁବିଧାରେ ସମ୍ପନ୍ନ ହେବ। ଭାବପ୍ରବଣତାରେ ଭାସିଯାଇ ଗୁରୁତ୍ୱପୂର୍ଣ୍ଣ କଥାଟିକୁ ପାଶୋରି ଦେଇପାରନ୍ତି। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ବିଳମ୍ବରେ ପାଇବେ। ନିର୍ମାଣ, ଯୋଗାଯୋଗ, ପ୍ରେସ୍‌କ୍ଷେତ୍ରରେ କାମଗୁଡିକ ସମ୍ପନ୍ନ ହୋଇପାରିବ।
ସି˚ହ
ସି˚ହ
ପାରିବାରିକ ଅଶନ୍ତି ମନ ଭିତରେ ଭରି ରହିଥିଲେ ମଧ୍ୟ କୌଣସି କାର୍ଯ୍ୟ ଅଟକିବ ନାହିଁ। କୌଣସି ନୂତନ ଯୋଜନାରମ୍ଭ ସହଯୋଗ ଅଭାବରୁ ମଉଳି ଯିବାକୁ ବସିପାରେ। ଈର୍ଷାପରାୟଣ ମନୋଭାବ ନେଇ ବନ୍ଧୁମାନେ ଆବଶ୍ୟକୀୟ ସହଯୋଗ କରିବେ ନାହିଁ। ନିଜଦୋଷରୁ କେତେକ ସୁଯୋଗ ହାତଛଡା ହୋଇପାରେ।
କନ୍ୟା
ଯାହା କରିବାକୁ ଯୋଜନା କରୁଛି ତାହା ସଫଳ ହେବା କଷ୍ଟକର ହୋଇପାରେ। ନିଜର ସନ୍ଦେହୀ ମନୋଭାବ ହେତୁ କେତେକ ଅନାକାଂକ୍ଷୀତ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ବନ୍ଧୁଙ୍କ ସହାୟାତରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତିି।
ତୁଳା
ତୁଳା
କେତେକ ଅପୂରଣୀୟ ଆଶା ମନରେ ଆଲୋଡନ ସୃଷ୍ଟି କରି ଅନ୍ତର୍ଦ୍ୱନ୍ଦ ସୃଷ୍ଟି କରିବ। ବିବାଦୀୟ କ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳିନେବେ। ମାଲିମକଦ୍ଦମା, ବନ୍ଧୁଙ୍କ ସହ ଆଲୋଚନା ମୂଲ୍ୟହୀନ ହୋଇନପାରେ। କଳା, ସାହିତ୍ୟ, ସାମ୍ବାଦିକତା, ରାଜନୀତି ଓ ଅର୍ଥନୀତିରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ।
ବିଛା
ବିଛା
ହାତ ପାହାନ୍ତାରୁ ସବୁ ସୁବିଧାସୁଯୋଗ ପାଇଯିବେ। ଯାହାକୁ ନିଜର ମନେକରୁଛନ୍ତି ସେହିମାନଙ୍କର ହିଁ ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାରେ ଗାତ୍ରଦାହ ସୃଷ୍ଟି ହେବ। ଆପୋଷ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସମାଧାନ କରିପାରିବେ। କଳା ସାହିତ୍ୟ, ସାମ୍ବାଦିକତା, ପ୍ରଶାସନରେ ସମସ୍ୟା ସମାଧାନ ହେବାର ଆଶା ରହିଛି।
ଧନୁ
ଧନୁ
କଥାର କଠୋରତା ସବୁ ବିଷୟକୁ ପିତା କରିଦେଇପାରେ। ଅର୍ଥନୈତିକ, ସାମାଜିକ ସ୍ଥିତି ମଜ୍‌ବୁତ୍‌ ରହିବ। ଉତରାଷାଢା ନକ୍ଷତ୍ର ଯେତେ ସମସ୍ୟା ଆସିଲେ ମଧ୍ୟ ତାହାର ସଠିକ୍‌ ସମାଧାନ କରିବାର ସଫଳ ହେବେ। ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
ମକର
ମକର
ଏକାଧିକ କାର୍ଯ୍ୟରେ ଅନୁପ୍ରବେଶ କୌଣସିଟାରେ ମଧ୍ୟ ସଫଳତା ଦେବ ନାହିଁ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ଆଶାରେ ବନ୍ଧୁଙ୍କୁ ବିଭିନ୍ନ ବିନୟପୂର୍ଣ୍ଣ କଥା କହି ସଫଳତା ହାସଲ କରିବେ। ଶିଳ୍ପ, ବାଣିଜ୍ୟ ଓ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ପ୍ରତିବେଶୀଙ୍କ ସହ ସଂପର୍କ ଯୋଡିବାକୁ ଆପ୍ରାଣ ଚେଷ୍ଟା କରିପାରନ୍ତି।
କୁମ୍ଭ
କୁମ୍ଭ
ଏଣେ ପାଇଲେ ତେଣେ ଖର୍ଚ୍ଚର ବାଟ ଖୋଲିଯିବ ଫଳରେ ହାତ ଫାଙ୍କା ରହିବ। ପରିବାରର ସମ୍ଯଯାକୁ ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ବାଦବିବାଦ କ୍ରମେ ଜଟିଳ ହୋଇପାରେ କିନ୍ତୁ ପୂର୍ବଭାଦ୍ରପଦ ନକ୍ଷତ୍ର ଖଚ୍ଚାନ୍ତ ହୋଇ ସଫଳତା ହାସଲ କରିବେ। ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ଆଶା ପୂରଣ କରିପାରନ୍ତି।
ମୀନମୀନ
ମନକୁ ଯେପରି ଆସୁଛି ସେହିପରି କରି ଚାଲନ୍ତୁ କିଛି ଅସୁବିଧା ହେବ ନାହିଁ। ବିଶେଷ କାରଣ ନଥାଇ ମଧ୍ୟ ଆଜି ପରିବାରରେ ଟଣା, ଓଟରା ଲାଗିପାରେ। ବନ୍ଧୁଙ୍କ ଖାପଛଡା କଥା ଓ ବେଖାତିର ମନୋଭାବ ଯୋଗୁଁ ଚିନ୍ତା ପ୍ରକଟ କରିବେ। ଋଣ ପରିଶୋଧ ପାଇଁ ବ୍ୟଗ୍ରତା, ସମ୍ପର୍କୀୟଙ୍କ ଅଭିଯୋଗ ଏବଂପଡୋଶୀଙ୍କ ଟାହି ଟାପରା ମନକୁ ବିଭ୍ରାନ୍ତ କରିବାର ସୂଚନା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri