Posted inRasifala

ରାଶିଫଳ: ସୋମବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ
ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ଓ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି, ରାଜନୀତି, କଳା, ସଂଗଠନ ତଥା ଅଧ୍ୟାପନା କ୍ଷେତ୍ରରୁ ପ୍ରଶଂସା ମିଳିବ। ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଅନୁଭବ କରିବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ସମୟାନ୍ତରେ ଟେନସନ୍‌ ଦୂର ହେବ ଏବଂ କଳ୍ପନା କିମ୍ବା ଆଶା କରି ନ ଥିବା ଜିନିଷ ଲାଭ କରି ଖୁସୀ ହୋଇଯିବେ। କଳା, ସାହିତ୍ୟ, ସଙ୍ଗୀତ ଓ ବକ୍ତୃତା କ୍ଷେତ୍ରରୁ ସୁଫଳ ମିଳିବ ଓ ପ୍ରଶଂସିତ ହେବେ। ପାରିବାରିକ ଜୀବନ ସମସ୍ୟାବହୁଳ ହୋଇପାରେ।
ମିଥୁନ
ମିଥୁନ
ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ କ୍ଷେତ୍ର କିମ୍ବା ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ସରକାରୀ କ୍ଷେତ୍ରରୁ ଲାଭର ଆଶା ବଳବତ୍ତର ହେବ ଏବଂ ପାଇବେ।
କର୍କଟ
କର୍କଟ
ପ୍ରତ୍ୟେକ କ୍ଷେତ୍ରରେ ମନେବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ। ଗତକାଲିଠାରୁ ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ବିଳମ୍ବରେ ପାଇବେ। କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବା ସକାଶେ ବନ୍ଧୁଙ୍କ ସାହାଯ୍ୟ ନେବାକୁ ପଡ଼ିପାରେ। ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।
ସି˚ହ
ସି˚ହ
ଆମତ୍ୀୟମାନଙ୍କ ପରୋକ୍ଷ ଶତ୍ରୁତା ହେତୁ ମାନସିକ ଶାନ୍ତି ବ୍ୟାହତ ହେବାର ସୂଚନା ରହିଛି। କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାରେ ହେଳା କଲେ ପରେ ଅନୁତାପ କରିବାକୁ ସମୟ ପାଇବେ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ସୁଫଳ ଲାଭ ସକାଶେ ଆଶାବାଦୀ ହୋଇପାରନ୍ତି।
କନ୍ୟା
କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ବିବାଦୀୟ କଥାରେ ମୁଣ୍ଡ ପୂରାଇଲେ ଅଶାନ୍ତ ରହିବା ସାଙ୍ଗକୁ ସମସ୍ୟା ଭିତରକୁ ଟାଣି ହୋଇଯିବେ। ଅର୍ଥ ସଙ୍କଟ ହେତୁ କାମଗୁଡିକ ସମ୍ପନ୍ନ ଦିଗରେ ସମସ୍ୟା ସୃଷ୍ଟି ହେବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତମାନର ସୁଫଳ ପାଇପାରନ୍ତି।
ତୁଳା
ତୁଳା
ଆଜି ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାମ ହାସଲ କରିବେ। ବିଭିନ୍ନ ସୂତ୍ରରୁ ରୋଜଗାର ବୃଦ୍ଧି ପାଇବ କିନ୍ତୁ ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢ଼ିପାରେ। ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ପରିବହନ, ରପତ୍ାନି ବାଣିଜ୍ୟ, ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇପାରନ୍ତି।
ବିଛା
ବିଛା
ଆପଣଙ୍କ ପ୍ରୟୋଗାମତ୍କ କୌଶଳ ପ୍ରଭାବରେ ଅସାଧ୍ୟ ସାଧନ କରିବାରେ ସମର୍ଥ ହେବେ। ଆପୋସ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସରଳ ସମାଧାନ ହୋଇଯିବ। କୈାଣସି ବନ୍ଧୁଙ୍କ ସହାୟତାରେ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି। କଳା ସାହିତ୍ୟରେ ସମସ୍ୟା ସମାଧାନ ହେବାର କ୍ଷୀଣ ଆଶା ଦେଖାଦେଇପାରେ।
ଧନୁ
ଧନୁ
ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ, କିନ୍ତୁ ନିଜ ଲୋକମାନଙ୍କ ନିକଟରୁ କ୍ରମଶଃ ଦୂରେଇ ଯାଇ ପାରନ୍ତି। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡିବେ କିନ୍ତୁ କୌଣସି କାମ ଅଟକିବ ନାହିଁ। ଅତି ପ୍ରିୟବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। କଠୋର ଶ୍ରମଜନିତ ସନ୍ଧ୍ୟାରେ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ।
ମକର
ମକର
ବନ୍ଧୁଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖି ଦୁ୍‌ଶ୍ଚିନ୍ତା ବଢିଯାଇପାରେ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବା ଆଶାରେ ସହକର୍ମୀଙ୍କୁ ବିଭିନ୍ନ ପ୍ରକାର ବିନୟପୂର୍ଣ୍ଣ କଥା କହିବାକୁ ପଡିପାରେ। ଅଧିକାଂଶ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିବ। ନିଜର ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର କରିବା ସକାଶେ ଚେଷ୍ଟା କଲେ ଉପକୃତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ କାମ ହାସଲ ସକାଶେ ଆଗନ୍ତୁକଟି ପ୍ରଶଂସାରେ ଶତମୁଖ ହୋଇ ଉଠିବ। ଅନ୍ୟମାନଙ୍କ ମନଗଢା କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ରାଜନୀତି କ୍ଷେତ୍ରରେ କିମ୍ବା ଆଲୋଚନା କାଳରେ ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ପରିବାରର ବ୍ୟତିକ୍ରମ ଘଟଣାଟି ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ।
ମୀନମୀନ

ପରିବାରରେ ଶୁଣାକଥାକୁ ବିଶ୍ୱାସ କରି କୈାଣସି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଦୂରଭିସନ୍ଧି ରଖି ପାଖ ପଡୋଶୀଙ୍କ ସହ ମିଷ୍ଟାଳାପରେ ମାତିରହିପାରନ୍ତି। କେତେକ ସ୍ଥାନରେ ଅପ୍ରିୟ ସତକଥା କହି ବିରୋଧୀ ହେବାର ସୂଚନା ରହିଛି ା ଆମତ୍ନିର୍ଭରଶୀଳ ହୋଇ ମନକୁ ବୁଝାଇ ଆଗାମୀ ଭବିଷ୍ୟତର ପରିକଳ୍ପନା କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?