Posted inRasifala

ରାଶିଫଳ: ଶୁକ୍ରବାର ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ
ଆପଣ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ। ଆର୍ଥିକ ସ୍ଥିତିର ପରିବର୍ତ୍ତନ ସକାଶେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିବେ। ବାଣିଜ୍ୟ, ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ। ଚୁ-ନାମାକ୍ଷର ବ୍ୟକ୍ତିମାନଙ୍କୁ କଳା ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ରାଦି କ୍ଷେତ୍ରରୁ ସୁଫଳ ମିଳିବ।
ବୃଷ
ବୃଷ
ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ। କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ବି-ନାମାକ୍ଷର ବ୍ୟକ୍ତିମାନେ ପରକଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃ ବିବାଦ ଦେଖାଦେଇପାରେ।
ମିଥୁନ
ମିଥୁନ
ଯେକୌଣସି କ୍ଷେତ୍ରରେ ହେଉନା କାହିଁକି, ତରବରିଆ ପଦକ୍ଷେପ ନେଲେ ହଇରାଣ ହେବେ। ଘ-ନାମାକ୍ଷର ବ୍ୟକ୍ତିଙ୍କ ସକାଶେ ଖଳପ୍ରକୃତି ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି। ବ୍ୟବସାୟରେ ଅଂଶୀଦାରମାନେ କାର୍ଯ୍ୟ ହାସଲ କରିନେବେ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ଟେନସନ୍‌ ଲାଗିରହିବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟା ସୁଧାରି ନେବେ। ନିଜର ପ୍ରତିକୂଳ ଚିନ୍ତାଧାରାକୁ ଅବଲୋକନ କରି ସାମୟିକ ଦୁଃଖ ଅନୁଭବ କରିବେ। ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ହେ-ନାମାକ୍ଷର ବ୍ୟକ୍ତିମାନଙ୍କର ବ୍ୟବସାୟ, ବାଣିଜ୍ୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ସି˚ହ
ସି˚ହ
ସାମାଜିକ ସ୍ତରରେ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ମି-ନାମାକ୍ଷର ବ୍ୟକ୍ତିଙ୍କ ପାଇଁ ଦୀର୍ଘ ଦିନରୁ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। କୌଶଳ ଖଟାଇ କାର୍ଯ୍ୟ ହାସଲ ପାଇଁ ଚେଷ୍ଟିତ ହେବେ ଓ ଲକ୍ଷ୍ୟ ହାସଲ କରିପାରିବେ। କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ।
କନ୍ୟା
ପରିବାରର ସମସ୍ୟା ସମ୍ପର୍କରେ ଦୁର୍ଭାବନା ବଢ଼ିଚାଲିବ। ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେନାହିଁ। କୌତୁକିଆ କଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ନୂତନ କର୍ମାରମ୍ଭ ସକାଶେ ପରିବାରରୁ ପ୍ରତିରୋଧର ସମ୍ଭାବନା ରହିଛି। ପୂ-ନାମାକ୍ଷର ବ୍ୟକ୍ତି କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ।
ତୁଳା
ତୁଳା
ଛୋଟ ଘଟଣାକୁ କେନ୍ଦ୍ରକରି ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ। ତ-ନାମାକ୍ଷର ବ୍ୟକ୍ତି ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବାଜନିତ ମାନସିକ ବ୍ୟଗ୍ରତା ସୃଷ୍ଟି ହୋଇପାରେ। ବନ୍ଧୁମାନଙ୍କ ପ୍ରରୋଚନାରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିପାରନ୍ତି।
ବିଛା
ବିଛା
ନି-ନାମାକ୍ଷର ବ୍ୟକ୍ତି ସାମୟିକ କ୍ରନିକ୍‌ ରୋଗରେ କଷ୍ଟ ପାଇବେ। ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ସାହିତ୍ୟ ଚର୍ଚ୍ଚା, ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଆଜି ଯାତ୍ରା ସମୟରେ କୌଣସି ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ।
ଧନୁ
ଧନୁ
ଭି-ନାମାକ୍ଷରବ୍ୟକ୍ତିମାନଙ୍କର ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ନୂତନ ଯୋଜନା ଗୁଡ଼ିକୁ ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ। ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିଲେ ମଧ୍ୟ କାମଗୁଡ଼ିକ ଶୃଙ୍ଖଳିତ ହେବନାହିଁ। ବାଦବିବାଦ କ୍ରମେ ଜଟିଳ ହେବ ଓ ସଫଳତା ହାସଲ କରିବେ।
ମକର
ମକର
ମାନସିକ ସ୍ତରରେ ପୂର୍ଣ୍ଣ ପ୍ରସ୍ତୁତି ଭରି ରହିଥିଲେ ମଧ୍ୟ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ। ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ ହେବା କ୍ଷେତ୍ରରେ କେତେକ ନୂତନ ସମସ୍ୟା ଉଙ୍କି ମାରିପାରେ। ଉପରିସ୍ଥ କର୍ମଚାରୀଙ୍କୁ କିଛି କହିବା ପାଇଁ ମନସ୍ଥ କରିଥିଲେ ମଧ୍ୟ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ।
କୁମ୍ଭ
କୁମ୍ଭ
ମନରେ ଅସୀମ ଧୈର୍ଯ୍ୟ ଓ ସାହସ ଥିଲେ ମଧ୍ୟ କାର୍ଯ୍ୟ ସାଧନ ସମୟକୁ ସବୁ ବିଗିଡି ଯିବ। ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ। ଗୋ-ନାମାକ୍ଷର ବ୍ୟକ୍ତିଙ୍କର ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ମୀନମୀନ

ଧ୍ୟୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିବେ। ଦିନ ସାରା ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବେ। ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ଦ-ନାମାକ୍ଷର ବ୍ୟକ୍ତିଙ୍କ ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?