Posted inRasifala

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ
ଆଜି ଶନିଙ୍କ ଗୃହରେ ଚନ୍ଦ୍ର ଥିବାରୁ ଅତୀତ କଥାକୁ ନେଇ ଚିନ୍ତିତ ରହିବେ। କୌଣସି କାମ ପ୍ରତି ଉସତ୍ାହ ରହିବ ନାହିଁ। ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। ବନ୍ଧୁଙ୍କଠାରୁ ସାହାଯ୍ୟ, ସହଯୋଗ ପାଇ ଖୁସି ହେବେ। ଆଜିର ସକାଳୁଆ ଯାତ୍ରାରେ ଅଭିଳଷିତ ଫଳ ପାଇବା ସାଙ୍ଗକୁ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ।
ବୃଷ
ବୃଷ
ନବମସ୍ଥ ଚନ୍ଦ୍ରଙ୍କ ଯୋଗୁ ଘର କଥା ବିଷୟରେ ଚିନ୍ତାକରିବେ। ବିଳମ୍ବ ହେଲେ ମଧ୍ୟ କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ ହେବାରେ କୌଣସି ଅସୁବିଧା ରହିବ ନାହିଁ। କୌଣସି କାମରେ ଦୂରକୁ ପଠାଇବା ସକାଶେ ବନ୍ଧୁଙ୍କୁ ଅପେକ୍ଷାକରି ବିରକ୍ତି ପ୍ରକାଶ କରିପାରନ୍ତି। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରହୋଇପାରେ।
ମିଥୁନ
ମିଥୁନ
ଆର୍ଥିକ ଅନଟନଜନିତ କାମ ସ୍ଥଗିତ ରହିଯିବା ଭଳି ପରିସ୍ଥିତି ଆଜିର ମୁଖ୍ୟ ସମସ୍ୟା ହେବ। ସମ୍ପର୍କୀୟଙ୍କ ପାଇଁ ଭଲକାମ କରିବାକୁ ଯାଇ ଅପଦସ୍ଥହେବାକୁ ପଡ଼ିପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ଓ ପ୍ରିୟବନ୍ଧୁମାନଙ୍କ ସହାନୁଭୂତି ଅବଶ୍ୟ ପାଇବେ। ପାରିବାରିକ ତିକ୍ତତାକୁ ଆମତ୍ୀୟଙ୍କ ସହାୟତାରେ ସମାପ୍ତି କରିବେ।
କର୍କଟ
କର୍କଟ
ଶୁକ୍ର ରାଶିରେ ରହି ଆଜି ଆପଣଙ୍କୁ ରୁଚିକର ଭୋଜନ, ନୂତନ ବସ୍ତ୍ରଭୂଷଣ ଓ ମଜା ମଉଜର ଅବସର ଜୁଟାଇ ପାରନ୍ତି। କିନ୍ତୁ ଅଶ୍ଳେଷା ନକ୍ଷତ୍ର ଖାଇବା, ପିଇବାରେ ଅବହେଳାକରି ନିଜର ସ୍ବାସ୍ଥ୍ୟ ପାଇଁ ନିଜେ ହିଁ ବାଧକ ସାଜିବେ। ଟଙ୍କା ପଇସାର ଅଭାବ ନ ଥିଲେ ମଧ୍ୟ ଖର୍ଚ୍ଚକରିବାରେ ସାବଧାନ ହେବା ନିତାନ୍ତ ଆବଶ୍ୟକ।
ସି˚ହ
ସି˚ହ
ଆଜି ହଠାତ୍‌ କୌଣସି ବନ୍ଧୁଙ୍କ ଜରୁରୀ ଡାକରା ପାଇ ଦୂରଯାତ୍ରା କରିବାକୁ ପଡ଼ିପାରେ। ବହୁ ଖର୍ଚ୍ଚାନ୍ତ ହୋଇ ମନସ୍ତାପ କଲେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିପାରିବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧିପାଇବ।
କନ୍ୟା
ମଙ୍ଗଳ ରାଶିରେ ଥିବାରୁ ବନ୍ଧୁ କଥା ରଖି ଯଥା ସମୟରେ ଆସିବେ। ଆବଶ୍ୟକ ଅର୍ଥ କିମ୍ବା ବାଚନିକ ସାହାଯ୍ୟ ସକାଶେ ସମ୍ପର୍କୀୟ ସହଯୋଗର ପ୍ରତିଶ୍ରୁତି ଦେବେ। ଚିତ୍ରା ନକ୍ଷତ୍ର ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କଷ୍ଟକର। ଭୁଲ୍‌ ବୁଝାମଣାରେ ତର୍କବିତର୍କ ବଢ଼ିବା କାରଣରୁ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ।
ତୁଳା
ତୁଳା
ଆଜି ଅଭିଳାଷ ପୂରଣହେବା କାରଣରୁ ସମୟ ଆନନ୍ଦରେ କଟାଇବେ। କର୍ମକ୍ଷେତ୍ରରେ କିଛିନା କିଛି କାରଣକୁ ନେଇ ଟେନ୍‌ସନ ଲାଗିରହିବ। ନିଜ ପରିସରରେ ଶୁଣାକଥାକୁ ବିଶ୍ୱାସକଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। କଳା, ସାହିତ୍ୟ, ସଙ୍ଗୀତ, ରାଜନୀତି, ସାମ୍ବାଦିକତା, ଆଇନ ଓ ଅଦାଲତରୁ ଶୁଭଫଳ ପାଇବେ।
ବିଛା
ବିଛା
ଆଜିର ଚନ୍ଦ୍ର ରାଶି ପ୍ରତି ବିଶେଷ ଅନୁକୂଳ ନ ଥିବା ହେତୁ ସାଧାରଣ କଥାରେ ବିରକ୍ତି ହୁଅନ୍ତୁ ନାହିଁ। ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହେବେ। ସଙ୍ଗଠନ, ରାଜନୀତି, ସାମ୍ବାଦିକତା, ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର, ଗବେଷଣା ଓ ଅନୁସନ୍ଧାନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ଧନୁ
ଧନୁ
ପାରିବାରିକ ସ୍ଥିତିରେ ଉନ୍ନତି ହେବାର ଅନୁଭବକରି ଆଶ୍ୱସ୍ତି ଲଭିବେ। ମନ ଭଲ ନ ରହିଲେ ସୁଦ୍ଧା ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ତାଙ୍କ ସାଙ୍ଗରେ ଯିବାକୁ ବାଧ୍ୟ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ସଭାସମିତିରେ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ମକର
ମକର
ଆଜି ଯାହାକୁ ଯାହା କହିବେ ସେ ପ୍ରତିବାଦ କରିପାରିବେ ନାହିଁ। ବାରମ୍ବାର ମାଗିଲେ ମଧ୍ୟ ଦେଉ ନ ଥିବା ବାକି ଟଙ୍କା ଆଜି ଅପରାହ୍ନରେ ପାଇବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ କେତେକ ପାରିପାର୍ଶ୍ୱିକ ସମସ୍ୟା ମନକୁ ଆକ୍ରାନ୍ତ କରିବ। ନିଜର ସୁଖ, ସୁବିଧାକୁ ପ୍ରାଧାନ୍ୟଦେଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।
କୁମ୍ଭ
କୁମ୍ଭ
ଟିକିଏ ସହି ସମ୍ଭାଳି ରହିଗଲେ ପରିବାରରେ ସୁଖ ଶାନ୍ତି ଫେରିଆସିବ। ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରିବା ବୁଦ୍ଧିମାନ୍‌ର କାମ ହେବ। ଅନ୍ୟଥା ଏଥିପାଇଁ ପରକ୍ଷଣରେ ବହୁମୂଲ୍ୟ ଦେବାକୁ ପଡ଼ିପାରେ। ଏଣେ ଆକସ୍ମିକ ଭାବରେ ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ ଯାହାକି ମୁଣ୍ଡବ୍ୟଥାର କାରଣ ହୋଇପାରେ।
ମୀନମୀନ

ବୃଥା ଭାବନାରେ ସମୟ ଅପଚୟ ନ କରି ଯେତିକି ପାରିବେ ତାହା କରିନେବା ଆଜି ପାଇଁ ଭଲ। ସ୍ବାସ୍ଥ୍ୟ ହାନି ଓ ପାଖପଡ଼ୋଶୀଙ୍କ କଟୂକ୍ତି ମନରେ ଗଭୀର ରେଖାପାତ କରିପାରେ। ବହୁ ଟଙ୍କା ଖର୍ଚ୍ଚ କରିଥିବା କାରଣରୁ ଆଜି ହଠାତ୍‌ ଆବଶ୍ୟକତା ପୂରଣ କରିବା ସକାଶେ ଋଣକରିବାକୁ ପଡ଼ିପାରେ। ସାଧାରଣ କଥାକୁ ନେଇ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?