Posted inRasifala

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୨୨ ତାରିଖ – Daily Horoscope

ମେଷ
ଦୀର୍ଘ ଦିନରୁ ରହିଆସିଥିବା ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁ ସାହାଯ୍ୟ କରିବେ। ଯାତ୍ରା, ପରିବହନ, ବାଣିଜ୍ୟ କ୍ଷେତ୍ରରେ ସୁଫଳ ମିଳିବ। କାର୍ଯ୍ୟକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡ଼ିବାର ଆଶଙ୍କା ରହିଛି। ପାରିବାରିକ, ରାଜନୈତିକ ଓ ପ୍ରଶାସନିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ।
ବୃଷ
ବୃଷ
ଆଜିର ପ୍ରତ୍ୟୁଷ ଯାତ୍ରା ଓ ସରକାରୀ ସ୍ତରରେ ଥିବା ପ୍ରତିବନ୍ଧକ ଦୂରେଇବା ସମ୍ବନ୍ଧରେ ଚିନ୍ତା କରିବେ। ଶିଳ୍ପ, ବ୍ୟବସାୟ ଓ ପରିବହନ ପାଇଁ ଅସୁବିଧା ହେବ ନାହିଁ। ରାଜନୀତି, ସଭାସମିତି ଓ ସଂଗଠନରେ ଅଟକି ରହିଥିବା କାମକୁ ଶେଷ କରିପାରିବେ। ସମସ୍ୟା ଭିତରେ ଗତିକଲେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିବା ପାଇଁ ସମର୍ଥ ହେବେ।
ମିଥୁନ
ମିଥୁନ
ପାରିବାରିକ ସମସ୍ୟା ମଧ୍ୟରେ କାମଗୁଡ଼ିକୁ ସଫଳତାର ସହ ସମ୍ପନ୍ନ କରିବେ। ସତର୍କତା ଅଭାବରୁ ବିନା କାରଣରେ ଶତ୍ରୁତା ମଧ୍ୟ ସୃଷ୍ଟି ହୋଇପାରେ। ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇଯିବ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
କର୍କଟ
କର୍କଟ
ଭୁଲ୍‌ ବୁଝାମଣା ହେତୁ ପ୍ରତ୍ୟେକ କ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ଅନ୍ୟମାନଙ୍କ କାନ କୁହା କଥାକୁ ସତ୍ୟ ମନେକଲେ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ପାରିବାରିକ କଳହକୁ କେନ୍ଦ୍ରକରି ନିକଟ ସମ୍ପର୍କୀୟମାନଙ୍କ ସହ ଭୁଲ୍‌ ବୁଝାମଣା ସୃଷ୍ଟି ହେବ। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ହିଁ ପଡ଼ିବେ।
ସି˚ହ
ସି˚ହ
ଗତକାଲି ପରି ଆଜି ମଧ୍ୟ ଅଫିସ୍‌ର ପରିସ୍ଥିତି ଠିକ୍‌ ରହି ନ ପାରେ। ଅଧୈର୍ଯ୍ୟ ପୂର୍ବକ ଏଣୁ ତେଣୁ କୌଣସି କଥା ଚିନ୍ତା ନ କରି ନିଜ କାମରେ ମନ ଦିଅନ୍ତୁ। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
କନ୍ୟା
ଅସ୍ବାଭାବିକ ପରିସ୍ଥିତି ମଧ୍ୟରେ ଗତି କରିବା କାରଣରୁ ବିଚଳିତ ବୋଧ କରିବେ। ବନ୍ଧୁ କଥାରେ ପ୍ରଭାବିତ ହୋଇ ଭୁଲ୍‌ କାମ କରିପାରନ୍ତି। ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ ଓ ଆନୁଷ୍ଠାନିକ କାମରେ ନିଜକୁ ନିୟୋଜିତ କରିବେ। କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
ତୁଳା
ତୁଳା
ଆଜି ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯନତ୍ କଲେ ଚେଷ୍ଟା କଦାପି ବିଫଳ ହେବନି। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। କର୍ମକ୍ଷେତ୍ରରେ କେତେକ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ସାଧାରଣ କଥାରେ ତର୍କ କାରଣରୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ।
ବିଛା
ବିଛା
ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ବନ୍ଧୁମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇ ପାରନ୍ତି। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ଦେଖାସାକ୍ଷାତରୁ ଉପକୃତ ହେବେ।
ଧନୁ
ଧନୁ
କର୍ମକ୍ଷେତ୍ରରେ ନିଜର ମନ ଅନୁଯାୟୀ କାମ ନ ହେବା କାରଣରୁ ଅଶାନ୍ତ ରହିବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିବେ, ସାହାଯ୍ୟ ସହଯୋଗ ପାଇବେ। ବକେୟା ଅର୍ଥ ଆଦାୟ କରିବାରେ ଜଣେ ବନ୍ଧୁ ସାହାଯ୍ୟ କରିବାକୁ ଆଗେଇ ଆସିବେ।
ମକର
ମକର
ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ ସବୁ କାମ ବିଳମ୍ବିତ ସମୟରେ ହିଁ ସମ୍ପନ୍ନ ହେବ। ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତିମାନେ ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। କୌଣସି ବ୍ୟକ୍ତିଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ।
କୁମ୍ଭ
କୁମ୍ଭ
କୌଶଳ କରି କାମ ହାସଲରେ ସମର୍ଥ ହେବେ। ନମ୍ରତା ପ୍ରଦର୍ଶନ କଲେ ପଡ଼ୋଶୀ ସହାନୁଭୂତି ପ୍ରଦର୍ଶନ କରିବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପରିବାର ଓ ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ। ଚେଷ୍ଟା କରୁଥିବା କାମରେ, କଚେରି ମାମଲାରେ, ଜମିଜମା ବିବାଦରେ, ଉପକୃତ ହେବେ।
ମୀନମୀନ

କୌଣସି ଅସୁବିଧା ନ ହେଲେ ମଧ୍ୟ ସମସ୍ୟାଗୁଡ଼ିକୁ ସାମ୍‌ନା କରି ନ ପାରି ବିବ୍ରତ ବୋଧ କରିପାରନ୍ତି। ପୂରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ, ଫଳରେ ବାରମ୍ବାର ଅନ୍ୟମାନଙ୍କ ସାହାଯ୍ୟ ଆଶା କରିବେ। ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସଂପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ। ଦୋକାନ, ନିର୍ମାଣ, ଯାତ୍ରା, ବିବାଦ, ସଭାସମିତି ପ୍ରଭୃତିରୁ ଆଶ୍ୱସ୍ତି ଲାଭ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?