Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୩ ତାରିଖ – Daily Horoscope

ମେଷ
ଆଜି ଦିନଟିରେ ସହଜ ଓ ସୁବିଧାରେ କାମ ହାସଲ କରିବେ। ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। କୃତ୍ତିକା ନକ୍ଷତ୍ର ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ଅଧାପନ୍ତରିଆ ରହିଥିବା କାମଟିକୁ ପୂର୍ଣ୍ଣ କରିବେ। କଳା, ସାହିତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ, ସଂଗଠନକୁ ଦୃଢ଼ କରିବାରେ ସମର୍ଥ ହେବେ।
ବୃଷ
ବୃଷ
ଗ୍ରହବୈଗୁଣ୍ୟରୁ ସମ୍ପର୍କୀୟଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତିମାନେ ପରୋକ୍ଷ ଶତ୍ରୁତା କାରଣରୁ ପ୍ରାପ୍ୟଧନରେ ବାଧା ସୃଷ୍ଟି କରିପାରନ୍ତି। ବ୍ୟବସାୟିକ ସ୍ଥିତି ଉନ୍ନତ ହେବା ସହ କଳା, ସାହିତ୍ୟ, ସାମ୍ବାଦିକତାରେ ସମସ୍ୟା ସମାଧାନ ହୋଇଯିବ। ପିଲାଙ୍କ ପାଇଁ ଗୌରବାନ୍ବିତ ହେବ।
ମିଥୁନ
ମିଥୁନ
ଅସାବଧାନତା କାରଣରୁ ଟଙ୍କା ପଇସା କିମ୍ବା ପୁନର୍ବସୁ ନକ୍ଷତ୍ରର ଯାତ୍ରାକାଳରେ ଜିନିଷ ହଜିଯିବା କିମ୍ବା ନଷ୍ଟ ହୋଇପାରେ। ବିଭିନ୍ନ ପ୍ରକାରର ପାରିବାରିକ ସମସ୍ୟାକୁ ନେଇ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। ବନ୍ଧୁମିଳନ ସହ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିବ।
କର୍କଟ
କର୍କଟ
କର୍ମକ୍ଷେତ୍ରର ବିଭିନ୍ନ ସମସ୍ୟା ବିଷୟ ଚିନ୍ତାକରି ଆଜିର ମାନସିକ ସ୍ଥିତି ସେତେଟା ଭଲ ରହିବ ନାହିଁ। ନୀଚ ସଂସର୍ଗରୁ ଦୂରେଇ ନ ରହିଲେ ସମାଲୋଚିତ ହେବାକୁ ପଡ଼ିପାରେ। ପୁଷ୍ୟା ନକ୍ଷତ୍ର ଆର୍ଥିକ ଦିଗଟି ଭଲ ରହିବ, କିନ୍ତୁ ବାକି ଥିବା ଟଙ୍କା ଫେରି ପାଇବେ ନାହିଁ। କିନ୍ତୁ ପୂର୍ବ ସ୍ଥିରୀକୃତ ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ।
ସି˚ହ
ସି˚ହ
ନିରପେକ୍ଷ ଚିନ୍ତାଧାରା ଅନ୍ୟମାନଙ୍କୁ ନ ସୁହାଇବା କାରଣରୁ କଟୁ ମନ୍ତବ୍ୟ ଶୁଣିବାକୁ ପଡ଼ିପାରେ। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ଜାତବ୍ୟକ୍ତିମାନେ ଅପ୍ରିୟ ସତ କହି ବିରୋଧୀ ହୋଇପାରନ୍ତି। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଶୁଭକାର୍ଯ୍ୟରେ ଯୋଗ ଦେଇପାରନ୍ତି। ବ୍ୟବସାୟ, ନିର୍ମାଣ, କାରିଗରି ତଥା ରପ୍ତାନି ବାଣିଜ୍ୟରେ ଉନ୍ନତି କରିବେ।
କନ୍ୟା
ଯାହା ପାଇଁ ଆଶା ବାନ୍ଧି ବସିଛନ୍ତି ତାହା ପାଇବା କାଠିକର ପାଠ ହୋଇଯିବ। ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତିମାନେ କୌଶଳ କ୍ରମେ କାମ ହାସଲରେ ସମର୍ଥ ହେବେ। ଅସମୟରେ ଖାଇବା ହେତୁ ପେଟ ଗୋଳମାଳ ଦେଖାଦେଇ ପାରେ। ଭ୍ରାତୃସମ୍ପର୍କ, କଚେରି ମାମଲା, ଆମଦାନୀ କାରବାର ଏବଂ ବନ୍ଧୁସମ୍ପର୍କରେ ଉନ୍ନତ ଫଳ ପାଇବେ।
ତୁଳା
ତୁଳା
ଆଜିର ଯାତ୍ରା ସ୍ଥଗିତ ରହିଯିବ, ବ୍ୟବସାୟରେ ଝଗଡା, ସ୍ତ୍ରୀ କିମ୍ବା ସ୍ବାମୀଙ୍କ ସହ ମତ ପାର୍ଥକ୍ୟ ଜନିତ ଅଶାନ୍ତି ସୃଷ୍ଟି ହୋଇପାରେ। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି, ଆପଣ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ। ସ୍ବାତୀ ନକ୍ଷତ୍ର ଜାତବ୍ୟକ୍ତିମାନେ ପାରିବାରିକ ଜୀବନରେ ଉତ୍ତମ ବୁଝାମଣାରେ ସଫଳତା ପାଇପାରନ୍ତି।
ବିଛା
ବିଛା
ଅନୁରାଧା ନକ୍ଷତ୍ରଜାତ ବ୍ୟକ୍ତିମାନଙ୍କର ଆନୁଷ୍ଠାନିକ କାମରେ ଅବହେଳା, ଘରୋଇ କଥାରେ ଝଗଡା, କାମରେ ପ୍ରତିବନ୍ଧକ ଲାଗିରହିବ। ବ୍ୟବସାୟିକ ଆଲୋଚନା, ରାଜନୀତି, ମାଲି ମକଦ୍ଦମା କିମ୍ବା ସଭାସମିତି କାମରେ ସମୟ ଅତିବାହିତ ହେବ। ଏଜେନ୍ସିପ୍‌, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ବିଶେଷ ଶୁଭଫଳ ପାଇବେ।
ଧନୁ
ଧନୁ
ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତା ଅବଶ୍ୟମ୍ଭାବୀ। କଳା, ସାହିତ୍ୟ, କ୍ରୀଡ଼ା କିମ୍ବା ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ। ମୂଳା ନକ୍ଷତ୍ର ଜାତ ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଅବହେଳିତ କାମ ସକାଶେ ଅନୁତାପ କରିବାକୁ ପଡିପାରେ। ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିପାରନ୍ତି।
ମକର
ମକର
ବନ୍ଧୁଙ୍କୁ ମନ ବୁଝିଲା ଭଳି ପ୍ରତିଶ୍ରୁତି, ମିଷ୍ଟାନ୍ନ ଭୋଜନ, ଓ ମନୋରଞ୍ଜନରେ ସାମିଲ୍‌ ହେବାର ସୌଭାଗ୍ୟ ଅର୍ଜନ କରିବେ। ଶ୍ରବଣା ନକ୍ଷତ୍ର ଆଶା କରିଥିବା ଖବରଟି ପଡୋଶୀଙ୍କଠାରୁ ପାଇ ଖୁସି ହେବେ। ପରିବାରରେ ମତଭେଦ କାରଣରୁ ମାନସିକ ଅଶାନ୍ତିର ସୂଚନା ରହିଛି। ସାମାଜିକ ସ୍ତରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ପ୍ରତି ସାବଧାନତା ଅବଲମ୍ବନ କରିବା ଭଲ। ଶତଭିଷା ଜାତ ବ୍ୟକ୍ତିମାନେ ଯାନବାହନରେ ସତର୍କ ନ ରହିଲେ ଅପ୍ରୀତିକର ପରିସ୍ଥିିତିର ସାମ୍‌ନା କରିବାକୁ ପଡିପାରେ। ଧର୍ମକାର୍ଯ୍ୟରେ ବ୍ୟୟ ବରାଦ କରିପାରନ୍ତି। ନିଜର ଚତୁର୍ପାର୍ଶ୍ୱରେ ଖଳ ଲୋକଙ୍କ ଦ୍ୱାରା ପ୍ରଚାରିତ ଗୁଜବ ପ୍ରତି ମନ ଦିଅନ୍ତୁ ନାହିଁ।
ମୀନମୀନ
ଦିନ ଭିତରେ ସବୁ ଭଲ ଥିଲେ ମଧ୍ୟ ଅତୀତର କୌଣସି ଅଭୁଲା କଥା ମନକୁ ବାରମ୍ବାର ଆଲୋଡ଼ିତ କରିବ। ବନ୍ଧୁ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି, ଫଳରେ କେତେକ କାମ ବିଗିଡି ଯାଇପାରେ। ରେବତୀନକ୍ଷତ୍ର ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ ରୋଗୀମାନେ କଷ୍ଟ ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri