Posted inRasifala

ରାଶିଫଳ: ଶନିବାର, ଫେବୃୟାରୀ ୨୦ ତାରିଖ– Daily Horoscope

ମେଷ
ଦ୍ୱିଜା ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ମତାନ୍ତର ଥାଇ ମଧ୍ୟ କାମବେଳକୁ ସମସ୍ତେ ଏକ ମନ ନେଇ କାମ କରିପାରିବେ। ସାମାଜିକ ସ୍ତରରେ ସ୍ବାର୍ଥସାଧନ ଆଶା ରଖି ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ। ସହମତିରେ କାର୍ଯ୍ୟକଲେ ସଫଳତା ପାଇବାରେ ଅସୁବିଧା ରହିବନାହିଁ। ଅବହେଳା କାରଣରୁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ।
ବୃଷ
ବୃଷ
ରୋହିଣୀ ନକ୍ଷତ୍ରର ବିଭିନ୍ନ ପ୍ରକାରର ଅହେତୁକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି। ବ୍ୟବସାୟ, ପରିବହନ, କଚେରି ମାମଲାରେ ମନସ୍ତାପ କରିପାରନ୍ତି। ସମ୍ପର୍କୀୟଙ୍କ ସାହାଯ୍ୟରେ ଜମିଜମା ବିବାଦ, ମୂଲ୍ୟବାନ ଜିନିଷ କ୍ରୟ କରିବା କାମ କରିବେ।
ମିଥୁନ
ମିଥୁନ
ମୃଗଶିରା ସାମୟିକ ପୁରୁଣା ରୋଗରେ କଷ୍ଟ ପାଇବେ। ନିଜ ପରିସରରେ ତର୍କ ବିତର୍କ କାରଣରୁ ସମ୍ପର୍କ ହାନି ଘଟିପାରେ। କିମ୍ବା ଆନୁଷ୍ଠାନିକ କାମରେ ରାଜନୈତିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ।
କର୍କଟ
କର୍କଟ
ପୁନର୍ବସୁ ଶାରୀରିକ ଦୁର୍ବଳତା ରହିଥିଲେ ମଧ୍ୟ କର୍ମକ୍ଷେତ୍ର ଯଥାରୀତି ସମ୍ପନ୍ନ କରିବେ। ନିଜ ପାରିପାର୍ଶ୍ୱିକ ସ୍ତରରେ ଦୀର୍ଘ ଦିନରୁ ରହି ଆସିଥିବା ସମସ୍ୟାର ସରଳ ସମାଧାନ ହୋଇଯିବ। ଅର୍ଥସଂକଟ କିମ୍ବା ଅସହଯୋଗ କାରଣରୁ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ।
ସି˚ହ
ସି˚ହ
ମଘା ନକ୍ଷତ୍ରର ସାଧାରଣ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ ଆଜି ଦୀର୍ଘଦିନର ଆଶା ଫଳବତୀ ହେବ। ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା କାରଣରୁ ସତର୍କରେ ନ ଚଳିଲେ ବିବାଦରେ ପଡିବେ। ବ୍ୟବସାୟ, ସଭାସମିତି, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ମୋଟାଅଙ୍କର ଗୃହୋପକରଣ କ୍ରୟ କରିବେ।
କନ୍ୟା
ହସ୍ତା ନକ୍ଷତ୍ର କର୍ମକ୍ଷେତ୍ରରେ ସାହାଯ୍ୟ, ସହଯୋଗ ପାଇବା କଷ୍ଟକର ହୋଇପଡିବ। ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ତୁଳା
ତୁଳା
ସ୍ବାତୀ ନକ୍ଷତ୍ରର ସ୍ବାସ୍ଥ୍ୟ ଠିକ୍‌ ଥିଲେ ମଧ୍ୟ କେତେକ ସ୍ଥଗିତ କାର୍ଯ୍ୟ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ପିଲାଙ୍କ ଆଚରଣକୁ କେନ୍ଦ୍ରକରି କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। କୌଣସି ନିକଟତମ ବ୍ୟକ୍ତିଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଏବଂ ପରିବାରର ସୁଖ ଶାନ୍ତି ଅକ୍ଷୁଣ୍ଣ ରହିପାରିବ।
ବିଛା
ବିଛା
ପରିସ୍ଥିତି ପ୍ରତି ନଜର ରଖିବା ସାଙ୍ଗକୁ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଅନୁରାଧା ନକ୍ଷତ୍ରର କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅନୁରୋଧରେ ମନୋରଞ୍ଜନରେ ଆଗ୍ରହୀ ହେବେ। ବିବାଦ, ପ୍ରତିଯୋଗିତା, ମାଲିମକଦ୍ଦମାରେ ବିଜୟପ୍ରାପ୍ତିର ସମ୍ଭାବନା ରହିଛି।
ଧନୁ
ଧନୁ
କୌଣସି ନୂତନ କର୍ମାରମ୍ଭ ସକାଶେ ବିଭିନ୍ନ ପ୍ରକାରର ଯୋଜନା କରିପାରନ୍ତି। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି, ଆପଣ ଆଜି ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ବନ୍ଧୁମାନଙ୍କର ଛଳନାପୂର୍ଣ୍ଣ କଥାକୁ ଠିକ୍‌ ଭାବେ ବୁଝିପାରିବେନି। ମୂଳା ନକ୍ଷତ୍ର ସକାଳୁ ସକାଳୁ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିପାରେ।
ମକର
ମକର
ପାରିପାର୍ଶ୍ୱିକ ପରିସ୍ଥିତି ବଦଳିଯିବା କାରଣରୁ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ। ଶ୍ରବଣା ନକ୍ଷତ୍ରର ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଆବଶ୍ୟକସ୍ଥଳେ ଧାରକରଜ କରି କାମ ତୁଲାଇ ନେବାକୁ ପଡ଼ିପାରେ। ଆଶା କରୁଥିବା ଅର୍ଥ, ବନ୍ଧୁମିଳନ, ଦୂରଯାତ୍ରା, କ୍ଷେତ୍ରରେ ଆପଣ ନିରାଶ ହେବେନାହିଁ।
କୁମ୍ଭ
କୁମ୍ଭ
ଆଜିର କର୍ମକ୍ଷେତ୍ରରେ ନେତୃ ସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ। ଅର୍ଥସଂକଟ, ସହକର୍ମୀଙ୍କ ଅସହଯୋଗ, ପ୍ରଶାସନିକ ଦ୍ୱନ୍ଦ୍ୱ ଓ ଦୂରଯାତ୍ରାରେ ଆଶାନୁଯାୟୀ ଫଳ ପାଇବେ। ସ୍ଥଗିତ କାମଟି ବନ୍ଧୁଙ୍କ ଦ୍ୱାରା କରାଇ ନେବେ। ଛୋଟ କଥାକୁ ଧରି ବସିବା ଠିକ୍‌ ହେବନାହିଁ। ଶତଭିଷା ପରୋକ୍ଷଶତ୍ରୁତା କାରଣରୁ ଚିନ୍ତିତ ରହିବେ।
ମୀନମୀନ
ପଡିରହିଥିବା କାମଟିକୁ ବନ୍ଧୁମାନଙ୍କ ଦ୍ୱାରା ସମ୍ପନ୍ନ କରିବେ। ଅର୍ଥ ଆଦାୟରେ ସକ୍ଷମ ହେବେ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ରେବତୀ ନକ୍ଷତ୍ରର ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବାର ଆଶଙ୍କା ରହିଛି। ବ୍ୟବସାୟ ମନ୍ଦ ହେବନି କିନ୍ତୁ ବ୍ୟସ୍ତ, ବିବ୍ରତତା ମଧ୍ୟରେ ସମୟ ଅତିବାହିତ ହେବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ଆଜି ଶନି ଦୃଷ୍ଟ ଚନ୍ଦ୍ର କାରଣରୁ ନିରୁତ୍ସାହ ହୋଇପାରନ୍ତି। ଉତ୍ତମ ବୁଝାମଣା କାରଣରୁ ପାରିବାରିକ ଜୀବନ ସୁମଧୁର ହୋଇ ଉଠିବ। ଆନୁଷ୍ଠାନିକ କ୍ଷେତ୍ରରୁ ଏବଂ...

ରାଶିଫଳ: ମଙ୍ଗଳବାର, ଫେବୃୟାରୀ ୨୫ ତାରିଖ – Daily Horoscope

ମେଷ କିଛିଦିନ ହେଲା ହାତକୁ ନେଇଥିବା କାମକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଅତି ନିକଟରେ ରହୁଥିବା ବନ୍ଧୁଟିର ସାହାଯ୍ୟ ଆଶା କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସ୍ବାଧୀନ...

ରାଶିଫଳ: ଗୁରୁବାର, ଅକ୍ଟୋବର ୬ ତାରିଖ – Daily Horoscope

ମେଷ କୌଣସି ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। କୃତ୍ତିକା ନକ୍ଷତ୍ର ମନ ବୁଝିଲା ଭଳି କଥା କହି ପରିବାରର ଅବୁଝା...

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥତିର ସାମନା କରିବାକୁ ପଡିପାରେ। ବନ୍ଧୁ ଓ ପରିବାର କ୍ଷେତ୍ରରେ ମଧ୍ୟ ପ୍ରତିକୂଳତାର ଝଲକ ଦେଖିବାକୁ ମିଳିବ। ଯେଉଁଥିପାଇଁ ଚିନ୍ତିତ...

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ରାଶିରେ ଶୁକ୍ରଙ୍କ ସହ ଚନ୍ଦ୍ରଙ୍କ ସଂଯୋଗରୁ ମନ ପ୍ରଫୁଲ୍ଲ ରହିବା ସହ ହସଖୁସିରେ ଦିନଟି ଅତିବାହିତ ହେବ। ସମ୍ପର୍କୀୟ ବନ୍ଧୁ ସାହାଯ୍ୟ...

ରାଶିଫଳ: ଶୁକ୍ରବାର,ଜୁଲାଇ ୩୦ ତାରିଖ – Daily Horoscope

ମେଷ ମାନସିକ ସ୍ଥିତି ଦୁର୍ବଳ ରହିବା କାରଣରୁ ପାରିବାରିକ ସମସ୍ୟା, ପରିବହନରେ ଝଗଡ଼ା, ଯାନ ବାହନରେ କ୍ଷତିର ସମ୍ଭାବନା ହେତୁ ସତର୍କ ରହିବା ଭଲ। ପରିସ୍ଥିତିରେ...

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଆଜି ଏକାଧିକ ପାପଗ୍ରହ ରାଶିରେ ଅବସ୍ଥାନ କରି ମାନସିକ ସ୍ଥିତିକୁ ବିଭ୍ରାନ୍ତ କରିପାରନ୍ତି। ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା...

ରାଶିଫଳ: ବୁଧବାର, ଫେବ୍ରୁଆରି ୨୬ ତାରିଖ – Daily Horoscope

ମେଷ ଆଜିର ଶୁକ୍ର ସହ ଚନ୍ଦ୍ର ଯୋଗ ହେତୁ ଗୃହରେ ଶୁଭକାମରେ ବନ୍ଧୁମିଳନ ନିଶ୍ଚିତ। ଏହିଯୋଗ ଆପଣଙ୍କୁ ଅର୍ଥ ଓ ସମ୍ମାନ ପ୍ରଦାନ କରିବାରେ ଅବହେଳା...

Advertisement
Archives

Model This Week