Posted inRasifala

ରାଶିଫଳ: ଶନିବାର , ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ
ଆଜି ଷଷ୍ଠସ୍ଥ ଚନ୍ଦ୍ରମଙ୍ଗଳ ଯୋଗ ଆପଣଙ୍କୁ ପରିଜନ ସହ ଭ୍ରମଣ ପାଇଁ ଅନୁପ୍ରେରିତ କରିବ। ସାମାଜିକ ସ୍ତରରେ ଅଥବା ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟ ସମସ୍ୟା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ। ବିଦେଶୀଙ୍କ ସକାଶେ ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ।
ବୃଷ
ବୃଷ
ଭାଗ୍ୟସ୍ଥାନକୁ ରବି ଓ ବୁଧଙ୍କ ଦୃଷ୍ଟି ପ୍ରଭାବରେ ଅର୍ଥ ଓ ସମ୍ମାନ ମିଳିବା ଦିଗରେ ବିଶେଷ କଷ୍ଟ ସ୍ବୀକାର କରିବାକୁ ପଡ଼ିବ ନାହିଁ। ବନ୍ଧୁ ଗହଣରେ ଅପ୍ରିୟ ସତ୍ୟ ଭାଷଣ ସମସ୍ୟା ସୃଷ୍ଟିର ଏକମାତ୍ର ମୁଖ୍ୟ କାରଣ ହୋଇପାରେ। ରାଜନୈତିକ କ୍ଷେତ୍ରରେ ସାଙ୍ଗଠନିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିବ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
ମିଥୁନ
ମିଥୁନ
ଶନି ଓ ଚନ୍ଦ୍ରଙ୍କ ଷଡ଼ାଷ୍ଟକ ସ୍ଥିତି ହେତୁ ଦୀର୍ଘ ଦିନରୁ ଚିନ୍ତା କରିଥିବା କାମଗୁଡ଼ିକ ଆଜି ବାସ୍ତବରେ ଓଲଟା ହେବ। କିନ୍ତୁ ମୃଗଶିରା ନକ୍ଷତ୍ରର ବନ୍ଧୁମାନଙ୍କ ମେଳରେ ଆଜିର ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରୀତିପ୍ରଦ ହେବ। କଳା, ସାହିତ୍ୟ ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି।
କର୍କଟ
କର୍କଟ
ଅଷ୍ଟମ ଶନିଙ୍କ ସ୍ଥିତି ଜନିତ ଆଜି ଦିନଟିରେ କୌଣସି ଅତୀତ ଘଟଣାର ସମୀକ୍ଷା କରିବେ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଆବଶ୍ୟକତା ପୂରଣ କରିବା ଦିଗରେ ଋଣ ସୂତ୍ରରେ ଅର୍ଥଲାଭ କରିବେ। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ରାଶି ପ୍ରତି ଶନିଙ୍କ ଦୃଷ୍ଟି କାରଣରୁ ବିଭିନ୍ନ ସମସ୍ୟା ମଧ୍ୟରେ କୌଣସି ନିଶ୍ଚିତ କାର୍ଯ୍ୟପନ୍ଥା ଗ୍ରହଣ କରିପାରିବେ ନାହିଁ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ଆଜିର ଯାତ୍ରା ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ଅର୍ଥ ଅଭାବ ଥିଲେ ମଧ୍ୟ ତାହାକୁ ସୁଧାରିନେଇ ପାରିବେ।
କନ୍ୟା
ମଙ୍ଗଳଙ୍କ କୁପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ମଧ୍ୟ କାମ ହାସଲ କଷ୍ଟକର ହେବ। ପୂର୍ବଶତ୍ରୁତା ଯୋଗୁ ପ୍ରତିଟି ପରିସ୍ଥିତି ଗମ୍ଭୀର ରହିବ, ଏଣୁ ହଠାତ୍‌ ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିବେ ଏବଂ ଆବଶ୍ୟକ ସାହାଯ୍ୟ ମଧ୍ୟ କରିବେ। ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ତୁଳା
ତୁଳା
ଶୁକ୍ର ପ୍ରଭାବରେ ବିଭିନ୍ନ ଉପାୟ ଅବଲମ୍ବନ କରି ଲୋକସମ୍ପର୍କ ବୃଦ୍ଧି କରିପାରିବେ। ବନ୍ଧୁଙ୍କ ଦ୍ୱାରା କୌଣସି ଖବର ପାଇ ବିସ୍ମିତ ହେବେ। ସରକାରୀ ସ୍ତରରେ ଅଟକି ରହିଥିବା କାମ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସହାୟତାରେ ସମ୍ପନ୍‌ନ ହୋଇଯିବ। ସ୍ବାସ୍ଥ୍ୟରେ ସାମାନ୍ୟ ଅବନ୍ନତି ଦେଖାଯିବା ଫଳରେ ଟେନସନ୍‌ କିଛି ମାତ୍ରାରେ ଲାଗିରହିପାରେ।
ବିଛା
ବିଛା
ବୁଧାଦିତ୍ୟ ଯୋଗ ପ୍ରଭାବରୁ କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ଦୀର୍ଘଦିନରୁ ଅପେକ୍ଷା କରିଥିବା କାମ ସମ୍ପର୍କରେ କିଛି ଆଶାଜନକ ଖବର ପାଇ ଖୁସି ହୋଇଯିବେ। ରାଜନୀତି, ପ୍ରଶାସନ ପାଇଁ ଦିନଟି ବହୁତ ଭଲ। ଅନୁରାଧାର ଦୁର୍ଭାବନାଜନିତ ଅନ୍ୟକୁ ସହଜରେ ବିଶ୍ୱାସ କରିପାରିବେ ନାହିଁ।
ଧନୁ
ଧନୁ
ଭାଗ୍ୟଭାବରେ ଶୁଭଯୋଗରୁ ମନୋବଳ ଟାଣ ରହିବ। ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି। ଆଜିର ଦୂରଯାତ୍ରା ସଫଳ ହେବ ଓ ଆଶା ମଧ୍ୟ ପୂରଣ ହେବ। ଉତ୍ତରାଷାଢ଼ା ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ଅସ୍ଥିରତାହିଁ ମାନସିକ ଅଶାନ୍ତିର କାରଣ ହୋଇପାରେ।
ମକର
ମକର
ଶୁକ୍ରଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରୁ କାମ ହାସଲ ହେବା କାରଣରୁ ମାନସିକ ସ୍ଥିତି ଏକ ପ୍ରକାର ଭଲ ରହିବ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ନତୁବା ଅଦଳବଦଳ ହୋଇଯାଇପାରେ। ବନ୍ଧୁଙ୍କ ଫେରିବାର ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପଡ଼ିବେ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
ସ୍ବଗୃହୀ ଶନିଙ୍କ ହେତୁ କର୍ମକ୍ଷେତ୍ରରେ ସହକର୍ମୀଙ୍କୁ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ ଏବଂ ବ୍ୟବସାୟରେ ସଫଳତା ହାସଲ କରିବେ। ଆର୍ଥିକ ଦୁଃସ୍ଥିତି ଚିନ୍ତାଜନକ ପରିଣାମ ସୃଷ୍ଟି କରିପାରେ। ବ୍ୟବସାୟ କ୍ଷେତ୍ର ଗତାନୁଗତିକ ରୀତିରେ ଗଡ଼ି ଚାଲିବ।
ମୀନମୀନ

ଗୁରୁ ପାପଯୁକ୍ତ ହେତୁ କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ଦୀର୍ଘ ପଥ ଭ୍ରମଣହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବା କଷ୍ଟକର ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?