Posted inRasifala

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ
ଆଜି ଶୁକ୍ର ନକ୍ଷତ୍ରସ୍ଥ ରବି ପ୍ରତ୍ୟେକ ସମସ୍ୟାକୁ ହାଲୁକା ଭାବରେ ଗ୍ରହଣ ସକାଶେ ଅନୁପ୍ରେରିତ କରିବ। ନିଜର ଅଧିକାରକୁ ଜୋରଜବରଦସ୍ତ ଅନ୍ୟ ଉପରେ ସାବ୍ୟସ୍ତ କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ସାମାଜିକ ସ୍ତରରେ ନିଜର ଗୌଣ ଭୂମିକା ହେତୁ ହୀନମନ୍ୟତା ଅନୁଭବ କରିପାରନ୍ତି।
ବୃଷ
ବୃଷ
ତୃତୀୟ ଭାବରେ ଚନ୍ଦ୍ରଙ୍କ ସହ ଶୁକ୍ର ରହିଥିବାରୁ କିଛି ପାଇବାର ଅଭିଳାଷ ରଖି କୌଣସି ବ୍ୟକ୍ତି ଅଯଥାରେ ଆପଣଙ୍କୁ ପ୍ରଶଂସା କରିପାରେ। ଅର୍ଥ ଅଭାବକୁ ସ୍ବତଃପ୍ରବୃତ୍ତ ଭାବରେ ଜଣେ ଭଲ ସମ୍ପର୍କ ରହିଥିବା ବନ୍ଧୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇପାରନ୍ତି। ବହୁତ ଦିନରୁ ପ୍ରତୀକ୍ଷା କରିଥିବା ଖବରଟିକୁ ହଠାତ୍‌ ପାଇ ଉତ୍‌ଫୁଲ୍ଲିତ ହୋଇଯିବେ।
ମିଥୁନ
ମିଥୁନ
ରବି ସ୍ବଗୃହୀ ହେତୁ ନିଜ ପାଇଁ କିଛି ନ କରି ଅନ୍ୟ ଲାଗି କିଛି କରିବା ଲାଗି ପ୍ରଭାବିତ କରିବେ। ପୁନର୍ବସୁ ନକ୍ଷତ୍ର ଭାବବିଭୋର ହୋଇ କାମ କରିବେ, କିନ୍ତୁ ଆଶାନୁରୂପ ଫଳ ପାଇବେ ନାହିଁ। ଆଜିର ଯାତ୍ରାରେ ସତର୍କ ନ ରହିଲେ କିଛି ହଜାଇ ଦେଇପାରନ୍ତି। ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ।
କର୍କଟ
କର୍କଟ
ମଙ୍ଗଳଙ୍କ ପ୍ରଭାବରେ ସାଧାରଣ କଥାରେ ଅଧୈର୍ଯ୍ୟ ଲାଗୁଥିଲେ ମଧ୍ୟ ପ୍ରତ୍ୟେକ କାମ ବିଳମ୍ବରେ ହେଉଥିବାରୁ ଆଗ୍ରହ ରହିବ ନାହିଁ। ନିର୍ମାଣାଧୀନ କାମ ଆଗେଇ ଚାଲିବ, କିନ୍ତୁ ସମସ୍ୟା ଓ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ପରର ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିବେ।
ସି˚ହ
ସି˚ହ
ଦ୍ୱାଦଶସ୍ଥ ଚନ୍ଦ୍ରଜନିତ ଅଧିକାଂଶ କ୍ଷେତ୍ରରେ ମନୋବଳ କ୍ରମଶଃ ହ୍ରାସ ପାଇପାରେ। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ଟେନସନ୍‌ କିଛି ମାତ୍ରାରେ ରହିବ। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ବନ୍ଧୁଙ୍କ ସହାୟତାରେ ଧାରସୂତ୍ରରେ ଅର୍ଥ ପାଇପାରନ୍ତି।
କନ୍ୟା
ଆଜି ପରିବାରର କଥା ନେଇ ବିଭିନ୍ନ ପ୍ରକାରର ଆଲୋଚନା କରିବେ। ମିତ୍ରମାନଙ୍କ ଉପରେ ସବୁ ଦାୟିତ୍ୱ ଲଦି ଦେଇ ନିଜେ ଚୁପ୍‌ଚାପ୍‌ ବସିବା ଠିକ୍‌ ହେବନି। ମଙ୍ଗଳଙ୍କ କୁପ୍ରଭାବରୁ ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି। ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ।
ତୁଳା
ତୁଳା
ରାଶି ପ୍ରତି ପାପଗ୍ରହଙ୍କ ଦୃଷ୍ଟି ଥିବାରୁ ନିଜର ଫାଇଦା ହାସଲ କରିବା କଷ୍ଟକର ହୋଇପାରେ। ଶନିଙ୍କ କୃପାରୁ ଆଧ୍ୟାମତ୍ିକ ଭାବଧାରାରେ ଉଦ୍‌ବୁଦ୍ଧ ହୋଇ ପାରନ୍ତି। ବ୍ୟୟ ଭାର କ୍ରମଶଃ କମିକମି ଆସିବା ସାଙ୍ଗକୁ ଦୁର୍ବଳ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପରିବାରରେ ଭୁଲ୍‌ ବୁଝାମଣା ହେତୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
ବିଛା
ବିଛା
ସମୟ ବିଶେଷ ଖରାପ ନ ଥିଲେ ମଧ୍ୟ ନିଜର ଅବହେଳା କାରଣରୁ ସୁଯୋଗ ହରାଇ ପାରନ୍ତି। ଚତୁର୍ଥ କେନ୍ଦ୍ରସ୍ଥ ଶନିଙ୍କ ଯୋଗୁ ପରିବାରରେ ସମସ୍ୟାଗୁଡ଼ିକର ସମାଧାନ କରିବେ। କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିପାରନ୍ତି। ଆନୁଷ୍ଠାନିକ କିମ୍ବା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ଅର୍ଥନୈତିକ ପ୍ରଗତିରେ ମାନସିକ ସ୍ଥିତି ଭଲ ରହିବ।
ଧନୁ
ଧନୁ
ଅଷ୍ଟମସ୍ଥ ଗ୍ରହ ପ୍ରଭାବରୁ ପ୍ରତିକୂଳ ବାତାବରଣ ଲାଗି ରହିଥିଲେ ମଧ୍ୟ ଲକ୍ଷ୍ୟ ହାସଲରେ ଅସୁବିଧା ହେବ ନାହିଁ। ଯାତ୍ରା, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ଲାଗି ସଂଘର୍ଷ କରିବେ। ସାହିତ୍ୟ, ସାମ୍ବାଦିକତା, ରାଜନୀତି, ଆଇନ ଅଦାଲତ ଓ ଗବେଷଣା କ୍ଷେତ୍ରରେ ଲକ୍ଷ୍ୟ ପୂରଣ ହେବ।
ମକର
ମକର
ମନ ଚାହୁଁ ନ ଥିଲେ ମଧ୍ୟ ଆଜି ଭିନ୍ନ ପରିସ୍ଥିତିରେ ପଡ଼ି ଋଣ କରିବାକୁ ବାଧ୍ୟ ହେବେ। ଅନ୍ୟମାନଙ୍କ କଥାକୁ ଉପେକ୍ଷା ନ କରିପାରି ଦୂର ସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇ ପାରନ୍ତି। ଗୁରୁଜନମାନଙ୍କ କୃପାପାତ୍ର ହେବା କାରଣରୁ କେତେକ ସମସ୍ୟା କ୍ରମଶଃ ଅପସରିଯିବ। ସପ୍ତମସ୍ଥ ଶୁକ୍ର ଓ ଚନ୍ଦ୍ରଜନିତ ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
କୁମ୍ଭ
କୁମ୍ଭ
ସପ୍ତମସ୍ଥ ଗ୍ରହମାନେ ଆପଣଙ୍କୁ ବାଣିଜ୍ୟ, ବ୍ୟବସାୟ, ଦୂରଯାତ୍ରା କ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି କରିବେ। ବହୁ ଚେଷ୍ଟା କଲେ ମଧ୍ୟ ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ିବା କଷ୍ଟକର ହେବ। କର୍ମକ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ହିତୈଷୀମାନେ ବହୁତ ପ୍ରକାରର ଉପଦେଶମୂଳକ କଥା କହିପାରନ୍ତି।
ମୀନମୀନ

ରାଶ୍ୟାଧିପ ପାପଗ୍ରସ୍ତ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ କରନ୍ତୁ, ନତୁବା ଆକସ୍ମିକ ଭାବେ କଳହର ସମ୍ମୁଖୀନ ହୋଇପାରନ୍ତି। ଭୁଲ୍‌ ବୁଝାମଣାରୁ ପରିବାର ଭିତରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇପାରେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଙ୍ଗୀତ, ରାଜନୀତି, ପ୍ରଶାସନ ପାଇଁ ଦିନଟି ଭଲ। ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?