Posted inRasifala

ରାଶିଫଳ: ଶନିବାର , ସେପ୍ଟେମ୍ବର ୯ ତାରିଖ – Daily Horoscope

ମେଷ
ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟଗୁଡ଼ିକ ପ୍ରତି ଆଗ୍ରହୀ ହେବେ। ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଜଣେ ହିତୈଷୀଙ୍କ ଚେଷ୍ଟାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ସ୍ବାର୍ଥହାନି ଆଶଙ୍କାରେ ଆତ୍ମୀୟମାନେ ଦୂରେଇ ଯାଇପାରନ୍ତି।
ବୃଷ
ବୃଷ
ପ୍ରତ୍ୟେକ କାର୍ଯ୍ୟ ସମସ୍ୟାବହୁଳ ହୋଇଯିବା କାରଣରୁ ମାନସିକ ଅସ୍ଥିରତା ବୃଦ୍ଧି ପାଇବ। ଘରେ ଅସାବଧାନତା ବଶତଃ କୌଣସି ମୂଲ୍ୟବାନ ଦବ୍ର୍ୟ ନଷ୍ଟ ହୋଇପାରେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ଅଭାବ ନ ଥିଲେ ମଧ୍ୟ ଆବଶ୍ୟକତା ଅନୁଯାୟୀ ଅର୍ଥାଭାବ ପରିଲକ୍ଷିତ ହୋଇପାରେ।
ମିଥୁନ
ମିଥୁନ
ପାରିବାରିକ ଅସ୍ଥିରତା ଓ ଅଶାନ୍ତି କାରଣରୁ ମାନସିକ ସ୍ଥିରତା ରହିବ ନାହିଁ। ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। କୌଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।
କର୍କଟ
କର୍କଟ
ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ ଆପଣଙ୍କୁ ସାହାଯ୍ୟ ମିଳିବ। ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ। ପ୍ରକାଶନ, ପରିବହନ, ପ୍ରଶାସନ ଓ ଆଇନ ଅଦାଲତରେ ସମସ୍ୟାର ସମାଧାନ ହୋଇଯିବ। ଆଲୋଚନା ସମୟରେ ବନ୍ଧୁଙ୍କ ସହ ସାଧାରଣ ଯୁକ୍ତିତର୍କରୁ ଅଶାନ୍ତ ରହିବେ।
ସି˚ହ
ସି˚ହ
ପୂର୍ବରୁ ଅଟକି ରହିଥିବା ଅର୍ଥଲାଭରୁ ମନ ଖୁସି ହୋଇଯିବ। ଯିବା ଆସିବା ସମୟରେ ସତର୍କ ନ ରହିଲେ ସାଧାରଣ ଆଘାତ ଲାଗିପାରେ। ଅଧ୍ୟୟନ ଓ ଅଧ୍ୟାପନା, କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତିରେ ଉନ୍ନତି କରିବେ। ପରିବହନ, ନିର୍ମାଣ, ବାଣିଜ୍ୟ ବ୍ୟବସାୟ ସକାଶେ ଦିନଟି ବହୁତ ଭଲ।
କନ୍ୟା
ଆଜି କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ଯାହା ପାଇବାକୁ ଆଶା ରଖିଛନ୍ତି, ତାହା ବିଳମ୍ବରେ ଓ କଷ୍ଟର ସହ ପାଇବେ। ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମଗୁଡ଼ିକର ସମୀକ୍ଷା କରିବେ। ପିଲାଙ୍କ କାର୍ଯ୍ୟକଳାପ ଅସନ୍ତୋଷ ସୃଷ୍ଟି କରିବ। ଜ୍ୱର କିମ୍ବା ସ୍ନାୟବିକ ଦୁର୍ବଳତା ଦେଖାଦେଇପାରେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ କୌଣସି କାମ ଶେଷ ମୁହୂର୍ତ୍ତରେ ବିଗିଡ଼ିଯିବାର ସମ୍ଭାବନା ରହିଛି। ବ୍ୟବସାୟରେ ଆଜି ବିଶେଷ ଲାଭ ନ ହେଲେ ମଧ୍ୟ କ୍ଷତି ହେବ ନାହିଁ। ଦୀର୍ଘ ଦିନରୁ ଲାଗି ରହିଥିବା କଚେରି ମାମଲା ସକାଶେ ଦୁଶ୍ଚିନ୍ତା ବଢ଼ିପାରେ। ସନ୍ତାନଙ୍କ ସ୍ବାସ୍ଥ୍ୟହାନି କାରଣରୁ ବିଚଳିତ ହୋଇପାରନ୍ତି।
ବିଛା
ବିଛା
କର୍ମକ୍ଷେତ୍ରରେ ଅନ୍ୟମାନଙ୍କଠାରୁ ଶ୍ରଦ୍ଧା ଓ ସମ୍ମାନ ହାସଲ କରି ଖୁସି ହେବେ। ଶିଳ୍ପ, ପରିବହନ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁଲ୍ଲଭ ହୋଇପଡ଼ିବ। ଅନ୍ୟମାନଙ୍କ କାନକୁହା କଥାରେ ପ୍ରଭାବିତ ହୋଇ ଉଚ୍ଚବର୍ଗଙ୍କ ସହାୟତା ପାଇବେ ନାହିଁ।
ଧନୁ
ଧନୁ
ପରିବାରର ଅସ୍ବାଭାବିକ ପରିସ୍ଥିତି ଚିନ୍ତାର କାରଣ ହୋଇପାରେ। ଅବଶ୍ୟ ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ନିତ କରିବ। ନିଜ ଲୋକଙ୍କ ଗହଣରେ ଅଧିକାଂଶ ସମୟ ବିଳାସ ବ୍ୟସନ ମଧ୍ୟରେ ସମୟ ଅତିବାହିତ ହେବ। ସଭାସମିତିରେ ନିଜ ଇଚ୍ଛା ବିରୋଧରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ମକର
ମକର
ଆପଣଙ୍କର ବ୍ୟବହାର ବନ୍ଧୁଙ୍କ ମନରେ ଆନନ୍ଦ ସୃଷ୍ଟି କରିବାରେ ସମର୍ଥ ହେବେ। ଆକସ୍ମିକ କୌଣସି ସମସ୍ୟା ହେତୁ ନିର୍ମାଣାଧୀନ କାମଟି ଆଜି ବାସ୍ତବରେ କରିପାରିବେ ନାହିଁ। ସହକର୍ମୀଙ୍କଠାରୁ କିଛି ମିଥ୍ୟା ଗୁଜବ ଶୁଣିବା ପରେ ମନରେ ବିଭିନ୍ନ ପ୍ରକାର ଭାବନା ସୃଷ୍ଟି ହେବ। ଆର୍ଥିକ ଦୁରବସ୍ଥା ଚିନ୍ତାର କାରଣ ହୋଇପାରେ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କୁ ଆପଣେଇ ନେବାରେ ନିଜର ତ୍ୟାଗ ଓ କୌଶଳ କାମକୁ ଆସିବ। କୌଣସି ଅତୀତ ଘଟଣା ବିଷୟରେ ଭାବପ୍ରବଣତା ଯୋଗୁ ସାୟାହ୍ନେ ନୈରାଶ୍ୟ ଅନୁଭବ କରିପାରନ୍ତି। ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେବାରୁ ମନ ଏକପ୍ରକାର ଖୁସି ରହିବ। କର୍ମକ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଚେଷ୍ଟା କଲେ ଉପକାର ମିଳିବ।
ମୀନମୀନ

ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ। କର୍ମକ୍ଷେତ୍ରରେ ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ। ନିଜ ଲୋକମାନଙ୍କ ଈର୍ଷାପରାୟଣତା ହେତୁ ସାମୟିକ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ସଭାସମିତି, କଳା, ସାହିତ୍ୟ, ବନ୍ଧୁ ସମ୍ପର୍କରେ କିଛିଟା ସମସ୍ୟା ସୃଷ୍ଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?