Posted inRasifala

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ବିବାଦୀୟ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। ଆତ୍ମୀୟ ସୁବିଧାବାଦୀ ଭଳି କାମ କଲେ ମଧ୍ୟ ଆପଣଙ୍କୁ କିଛି ଫରକ ପଡ଼ିବ ନାହିଁ। ସମାଜ କଲ୍ୟାଣ କିମ୍ବା ଧର୍ମାନୁଷ୍ଠାନ ଦିଗରେ ଆଗ୍ରହ ପ୍ରକାଶ କରିପାରନ୍ତି।
ବୃଷ
ବୃଷ
କର୍ମଭାବସ୍ଥ ଏକାଧିକ ଗ୍ରହଜନିତ ହାତକୁ ନେଇଥିବା କାମ ସମ୍ପୂର୍ଣ୍ଣ କଷ୍ଟକର ହେବ। ସନ୍ତାନଙ୍କ ଶିକ୍ଷା, ପରୀକ୍ଷାରେ ଆଶାନୁରୂପ ଫଳ ଲାଭର କ୍ଷୀଣ ଆଶା ଚିନ୍ତାକରି ବ୍ୟଥିତ ହୋଇପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ସହିତ ବନ୍ଧୁଙ୍କ ଆଲୋଚନା କେତେକାଂଶରେ ଭଲ ରହିବ।
ମିଥୁନ
ମିଥୁନ
କେନ୍ଦ୍ରାଧିପତି ବୃହସ୍ପତି ରାଶିରେ ଅବସ୍ଥାନ କରି ପାରିବାରିକ ଓ କର୍ମକ୍ଷେତ୍ରର ସମସ୍ୟାକୁ ସୁଧାରି ନେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଉପରିସ୍ଥ ଅଧିକାରୀଙ୍କୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ସଭାସମିତି, ପ୍ରଶାସନିକ ଆଲୋଚନା, ଆଇନ ଅଦାଲତ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ।
କର୍କଟ
କର୍କଟ
କେନ୍ଦ୍ର କୋଣାଧିପତି ମଙ୍ଗଳ ଓ ଦେବଗୁରୁଙ୍କ ସମ୍ବନ୍ଧ ପ୍ରତ୍ୟେକ ଆଶା ଓ ଅଭିଳାଷକୁ ପୂରଣ କରିଦେବ। ଆନୁଷଙ୍ଗିକ ଅନୁକୂଳ ପରିବେଶ ମଧ୍ୟରେ ଈପ୍ସିତ ଦ୍ରବ୍ୟ ଲାଭ କରିବେ। କାର୍ଯ୍ୟ ହାସଲ ଦିଗରେ ଖର୍ଚ୍ଚାନ୍ତ ହେଲେ ମଧ୍ୟ ସୁଯୋଗର ସଦ୍‌ବ୍ୟବହାର କରିବାରେ ଅସୁବିଧା ହେବନାହିଁ। ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହେବେ।
ସି˚ହ
ସି˚ହ
ଉଚ୍ଚାରୋହୀ ଶୁକ୍ର ପାପଗ୍ରହ ଯୁକ୍ତ ଯୋଗୁ ନୂତନ ପଦକ୍ଷେପ ନେବା ପୂର୍ବରୁ ପୁନର୍ବାର ଚିନ୍ତା କରିବା ଭଲ। ବ୍ୟବସାୟିକ ଦୃଷ୍ଟିକୋଣରୁ କିଣା ବିକାରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ସଭାସମିତିରେ ବନ୍ଧୁବର୍ଗଙ୍କ ଦ୍ୱାରା ପ୍ରଶଂସିତ ହେବ। ସନ୍ତାନଙ୍କ ଶିକ୍ଷା, ପରୀକ୍ଷା, ଇଣ୍ଟରଭ୍ୟୁ ଏବଂ ନୂତନ ଚାକିରି ସମ୍ପର୍କୀୟ ସୁଫଳ ପାଇପାରନ୍ତି।
କନ୍ୟା
ଷଷ୍ଠଭାବସ୍ଥ ଗ୍ରହ ସଂଯୋଗ ସ୍ବାସ୍ଥ୍ୟ, ପ୍ରତିଯୋଗିତା ଏବଂ ବିବାଦ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ। ଜମା ଟଙ୍କାରୁ କିମ୍ବା ବ୍ୟାଙ୍କସୂତ୍ରରୁ ଅଥବା ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ରହିଛି। ଅସୁବିଧା କ୍ଷେତ୍ରରେ ନେତୃ ସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ। ମାନସିକ ଅସ୍ଥିରତା ଦେଖାଦେଲେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିପାରିବେ।
ତୁଳା
ତୁଳା
କର୍ମାଧିପ ସ୍ବଗୃହସ୍ଥ ଯୋଗୁ ବନ୍ଧୁଙ୍କ ସହାୟତା ନେଇ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ। ଆନୁଷ୍ଠାନିକ କାମ ପରିସରରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ପାରିବାରିକ ସ୍ଥିତି, ବ୍ୟବସାୟିକ ପରିସ୍ଥିତି, ନୂତନ ବନ୍ଧୁସମ୍ପର୍କ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଫଳତା ପାଇବେ।
ବିଛା
ବିଛା
ଭାଗ୍ୟାଧିପ ଶନିଙ୍କ ନକ୍ଷତ୍ରରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। କର୍ମକ୍ଷେତ୍ରରେ ଆଜିହିଁ ସମ୍ପନ୍ନ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି। ବ୍ୟବସାୟରେ ଉନ୍ନତି କରିବେ, କିନ୍ତୁ ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇବ। ବନ୍ଧୁଙ୍କ ଅନୁରୋଧରେ ସହଯାତ୍ରୀ ଭାବରେ ଦୂରସ୍ଥାନକୁ ଯାଇପାରନ୍ତି।
ଧନୁ
ଧନୁ
ଚତୁର୍ଥ କେନ୍ଦ୍ରସ୍ଥ ଶନିଙ୍କ ପ୍ରଭାବରେ ପ୍ରତ୍ୟେକ କାର୍ଯ୍ୟରେ ମନ୍ଥରତା ପରିଲକ୍ଷିତ ହେବ। ସ୍ଥାନାନ୍ତର କିମ୍ବା ନୂତନ କର୍ମସଂସ୍ଥାନ ପାଇଁ ମନ ବଳାଇପାରନ୍ତି। ଅବଶ୍ୟ ପରିବାରରେ ସହମତିରେ କାମ କଲେ ଆଶା ପୂରଣ ହୋଇପାରିବ। କିନ୍ତୁ ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ମକର
ମକର
ଚତୁର୍ଥାଧିପତି ମଙ୍ଗଳଙ୍କ ସୁପ୍ରଭାବରେ ସୁନ୍ଦର ପାରିବାରିକ ଜୀବନ ବିତାଇବାରେ ଅସୁବିଧା ରହିବନାହିଁ। ଉତ୍ତରାଷାଢ଼ା ନକ୍ଷତ୍ର ଯେତେ ଚେଷ୍ଟା କଲେ ମଧ୍ୟ କାମରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି କରିପାରିବେ ନାହିଁ। ସାଧାରଣ କଥାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି।
କୁମ୍ଭ
କୁମ୍ଭ
ରାଶିରେ ରାଜ ଯୋଗ ଥିବାରୁ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି ଲକ୍ଷ୍ୟ ପୂରଣ କରିପାରିବେ। ପରିବାରରେ ପିଲାମାନଙ୍କ ସମସ୍ୟାକୁ କେନ୍ଦ୍ରକରି ମନ ଭାରାକ୍ରାନ୍ତ ରହିପାରେ। ବନ୍ଧୁଙ୍କୁ ଦେଇଥିବା ଜିନିଷ ଠିକ୍‌ ସମୟରେ ନ ପାଇ ବ୍ୟସ୍ତତା ଅନୁଭବ କରିପାରନ୍ତି। ପାରିବାରିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ରହିବ।
ମୀନମୀନ
ପାପଗ୍ରହ ଯୁକ୍ତ ଶୁକ୍ର ପ୍ରଭାବରେ ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇବେ। ପୂର୍ବ ପରିକଳ୍ପିତ ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବାର ସୁଯୋଗ ମିଳିବ।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁନ୍ ୪ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବା କଷ୍ଟକର ହେବ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ରାଜନୀତିରେ…

ରାଶିଫଳ: ବୁଧବାର, ଜୁନ୍ ୩ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ…

ରାଶିଫଳ: ମଙ୍ଗଳବାର, ଜୁନ୍ ୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ।…

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ,…

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି…

ରାଶିଫଳ: ଶନିବାର, ମେ ୩୦ ତାରିଖ – Daily Horoscope

ମେଷ ପରିସ୍ଥିତିର ବିଷମତା କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ବିବାଦୀୟ ସ୍ଥିତି ଉପତ୍ନ ହେବ। ଆବଶ୍ୟକତା ପୂରଣ ପାଇଁ କରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା…

ରାଶିଫଳ: ଶୁକ୍ରବାର, ମେ ୨୯ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। କର୍ମକ୍ଷେତ୍ରରେ ଅଭିଳଷିତ କାର୍ଯ୍ୟ ସମ୍ପାଦନ କରିବେ। ଆଜିର ଯାତ୍ରା, ବ୍ୟବସାୟ, ଗବେଷଣା, ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ଗୁରୁବାର, ମେ ୨୮ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। ସମ୍ପର୍କୀୟ ନିଆଁରେ ଘିଅ ଢାଳିଲାପରି କଟୁକଥା କହି ମାନସିକ ଆଘାତ ଦେଇପାରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri