Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୧ ତାରିଖ – Daily Horoscope

ମେଷ
ଆଜିର ରୋହିଣୀ ନକ୍ଷତ୍ରସ୍ଥ ଚନ୍ଦ୍ର, ଅର୍ଥଲାଭ, ସାମାଜିକ ସମ୍ମାନ ସହ କାର୍ଯ୍ୟସିଦ୍ଧି କରାଇବ। ଦୀର୍ଘଦିନ ହେଲା ଯାହା ହୋଇପାରିନି ତାହା ପୂର୍ଣ୍ଣତା ଲାଭ କରିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଶିକ୍ଷାରେ ସୁନାମ, ପିଲାଙ୍କ ସଫଳତା ମାନସିକ ସ୍ଥିତିକୁ ହର୍ଷିତ କରିବ। ଆନୁଷ୍ଠାନିକ କାମରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ।
ବୃଷ
ବୃଷ
ମଙ୍ଗଳଙ୍କ ରାଶିରେ ସ୍ଥିତି ହେତୁ କାର୍ଯ୍ୟହାସଲରେ ବିଜାତୀୟ ବ୍ୟକ୍ତିଙ୍କ ପ୍ରତିବାଦର ସ୍ବରକୁ ତୀବ୍ର କରିପାରେ। ପରିବାର ଲୋକମାନଙ୍କ ତାଗିଦକୁ ଅଣହେଳା କରି ପଡ଼ୋଶୀଙ୍କ ଦ୍ୱାରା ଅପଦସ୍ଥ ହୋଇପାରନ୍ତି। ଜମିଜମା କାରବାର, ନୂତନ ଘର ତିଆରି, ଯାନ ବାହନ ମରାମତି ଦିଗରେ ମନୋନିବେଶ କରିପାରନ୍ତି।
ମିଥୁନ
ମିଥୁନ
ଧନ ସ୍ଥାନରେ ବୁଧଯୁକ୍ତ ବୃହସ୍ପତି ବନ୍ଧୁଙ୍କ ସହ କଳହର ସୂତ୍ରପାତ କରାଇପାରନ୍ତି। ଆଶା କରିଥିବା ସ୍ଥାନରୁ ଅର୍ଥ ପାଇବାରେ କୌଣସି ଅସୁବିଧା ହେବ ନାହିଁ। ଘର କିମ୍ବା ଜମିଜମା,ପୁରୁଣା ଗାଡି, ଯାନ୍ତ୍ରିକ ଜିନିଷ କ୍ରୟବିକ୍ରୟ କ୍ଷେତ୍ରରେ ଦ୍ୱନ୍ଦ୍ୱଯୁକ୍ତ ହୋଇପାରନ୍ତି। ଆଜିର ଯାତ୍ରା, ପ୍ରତିଯୋଗିତା, କଚେରି ମାମଲାରୁ ଉପକୃତ ହେବେ।
କର୍କଟ
କର୍କଟ
ବୃହସ୍ପତିଙ୍କ ରାଶିରେ ମିତ୍ର ଚନ୍ଦ୍ର ଅବସ୍ଥାନ କରିଥିବାରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। କର୍ମକ୍ଷେତ୍ରରେ ଦୃଢ଼ ମନୋବଳ ନେଇ ଆଗକୁ ମାଡ଼ି ଚାଲିବେ। ପରୋକ୍ଷ ଶତ୍ରୁତାଜନିତ ଟେନ୍ସନ ଲାଗି ରହିବା ଯୋଗୁ ସାମୟିକ ଆନମନା ରହିପାରନ୍ତି। ସହକର୍ମୀ, ପାଖପଡ଼ୋଶୀ କିମ୍ବା ନବାଗତ ବନ୍ଧୁଙ୍କ ସହ ଆଳାପ ଆଲୋଚନା ବେଶ୍‌ ଜମିପାରେ।
ସି˚ହ
ସି˚ହ
ଲାଭଭାବରେ ରବିଙ୍କ ସ୍ଥିତି ଆପଣଙ୍କ ଆଶା ପୂରଣ କରିବାରେ ସମର୍ଥ ହେବ। ପାରିବାରିକ କ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବା ହେତୁ ଚିନ୍ତାଗ୍ରସ୍ତ ହୋଇପାରନ୍ତି। ପର ଉପରେ ନିର୍ଭର କରିବା କାରଣରୁ କେତେକ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେଇପାରେ।
କନ୍ୟା
ଆଜିର ଅନୁକୂଳ ଗ୍ରହସ୍ଥିତି ପରିବାର, ଲୋକସମ୍ପର୍କ, ଯାନାବହନ, ସଭାସମିତି ତଥା ସାମୂହିକ କାର୍ଯ୍ୟସାଧନ ପାଇଁ ଶୁଭପ୍ରଦ ହେବ। ଦୀର୍ଘଦିନରୁ ଅଟକି ରହିଥିବା ବକେୟା ଅର୍ଥ କିମ୍ବା ଅଭିଳଷିତ ଜିନିଷ ଆଜି ପାଇବେ। ଆପଣଙ୍କ ସମ୍ମୁଖରେ ମିଠା କଥା କହି ପରୋକ୍ଷ ଭାବରେ ଶତ୍ରୁତା କରୁଥିବା ଲୋକମାନଙ୍କ ପ୍ରତି ସଜାଗ ରହିବା ଭଲ ହେବ।
ତୁଳା
ତୁଳା
କର୍ମସ୍ଥାନରେ ତିନୋଟିଗ୍ରହଙ୍କ ସ୍ଥିତି ଯୋଗୁ ଆନୁଷଙ୍ଗିକ ଆର୍ଥିକ ସାହାଯ୍ୟ ଓ ବ୍ୟକ୍ତିଗତ ସହଯୋଗ ପାଇବାରେ ଅସୁବିଧା ହେବ ନାହିଁ। ଆନୁଷ୍ଠାନିକ କାମରେ ଗଠନମୂଳକ ପରାମର୍ଶ ଦେଇ ସହକର୍ମୀଙ୍କ ପ୍ରିୟପାତ୍ର ହେବେ। ଶନିଙ୍କ ଦୁର୍ବଳତା ପାରିବାରିକ କ୍ଷେତ୍ରକୁ ଅଶାନ୍ତ ରଖିବା ସହ ଜମିଜମା ସମ୍ବନ୍ଧୀୟ କଳହ ସୃଷ୍ଟି କରିପାରେ।
ବିଛା
ବିଛା
ମୁଖଭାବସ୍ଥ ଚନ୍ଦ୍ର ଆପଣଙ୍କ ନୂତନ କର୍ମାରମ୍ଭ, ଅଭିଳଷିତ ଦ୍ରବ୍ୟପ୍ରାପ୍ତି ଓ ବନ୍ଧୁମିଳନ ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ସହକର୍ମୀମାନେ ଭୁଲ୍‌ ବୁଝାମଣା ହେତୁ ସାଧାରଣ କଥାକୁ ନ ବୁଝି କ୍ରୋଧ ପ୍ରକାଶ କରିପାରନ୍ତି।
ଧନୁ
ଧନୁ
ତୃତୀୟାଧିପତିଙ୍କ ଅଷ୍ଟମାଧିପତିଙ୍କ ଦୃଷ୍ଟି ଯୋଗୁ ଆପଣଙ୍କ ବିବାଦୀୟ ମନ୍ତବ୍ୟ ସହକର୍ମୀ ସହ କଳହର କାରଣ ହେବ। ପାରିବାରିକ ଅଶାନ୍ତି କେତେକାଂଶରେ ଥମିଯିବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବା ଫଳରେ ସମାଧାନ ବିଳମ୍ବିତ ହୋଇପାରେ।
ମକର
ମକର
ଚତୁର୍ଥାଧିପ ଶନି ଦୃଷ୍ଟିରେ ଥିବାରୁ ପରିବାରର କୌଣସି ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ଦୁଶ୍ଚିନ୍ତାଗ୍ରସ୍ତ ହେବେ। ଜମିଜମା କ୍ରୟ ବିକ୍ରୟ କିମ୍ବା ନୂତନ ବାଣିଜ୍ୟାରମ୍ଭ ସକାଶେ ବନ୍ଧୁଙ୍କ ସହଯୋଗ ପାଇବେ। ରବିଙ୍କ ଦ୍ୱାରା ବିପରୀତ ରାଜଯୋଗ ଆକସ୍ମିକ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟର ସୂତ୍ରପାତ କରାଇପାରେ।
କୁମ୍ଭ
କୁମ୍ଭ
ଷଷ୍ଠାଧିପ ଚନ୍ଦ୍ର ଏକାଦଶସ୍ଥ ଯୋଗୁ ଋଣ ସୂତ୍ରରେ କିମ୍ବା ବକେୟା ଅର୍ଥପ୍ରାପ୍ତିରେ ସହାୟକ ହୋଇପାରେ। କେତେକ ଆକସ୍ମିକ ସମସ୍ୟାକୁ ନେଇ ଯାତ୍ରା, କର୍ମାରମ୍ଭ କିମ୍ବା ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯିବ। ପୂର୍ବ ପରିକଳ୍ପିତ ନୂଆ ଯୋଜନା କରିବା ସକାଶେ ବନ୍ଧୁଙ୍କ ପରାମର୍ଶ ଆବଶ୍ୟକ କରିପାରନ୍ତି।
ମୀନମୀନ
କୋଣଭାବସ୍ଥ ଏକାଧିକ ଶୁଭଗ୍ରହ ଅପୂର୍ବ ଯୋଗ ସୃଷ୍ଟିକରି ଆପଣଙ୍କ ଆଶା ଓ ଅଭିଳାଷକୁ ପୂରଣ କରିବେ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ଯୋଗୁ ମନର ଅସ୍ଥିରତା ସଙ୍ଗକୁ ଶାରୀରିକ ଅସୁସ୍ଥତା ଘଟିପାରେ। ପରିବାରର ଖର୍ଚ୍ଚଭାର ବଢ଼ି ଚାଲିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ। କର୍ମକ୍ଷେତ୍ରରେ, ବ୍ୟବସାୟ କ୍ଷେତ୍ରରେ ସ୍ଥିରତା ଫେରିଆସିବ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଜୁନ୍ ୩୦ ତାରିଖ – Daily Horoscope

ମେଷ ଭାଗ୍ୟ ସ୍ଥାନରେ ଚନ୍ଦ୍ର ଥିବାରୁ ଖୁସୀ ମନରେ କାମ କରିବା ସହ ବନ୍ଧୁ ପରିଜନମାନଙ୍କ ଆଦରଣୀୟ ହେବେ। ଶନିଙ୍କ ଦୁର୍ବଳତା କାରଣରୁ କେତେକ ସାମାନ୍ୟ ଭୁଲ୍‍ରୁ…

ରାଶିଫଳ: ସୋମବାର, ଜୁନ୍ ୨୯ ତାରିଖ – Daily Horoscope

ମେଷ ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ଉଲ୍ଲେଖନୀୟ କାମ କରି ପ୍ରଶଂସିତ ହେବେ। ସାମାନ୍ୟ ଭୁଲ୍‍ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇଯିବାର ଆଶଙ୍କା ରହିଛି। ଆର୍ଥିକ ସ୍ବଚ୍ଛଳତା ରହିଥିଲେ…

ରାଶିଫଳ: ରବିବାର, ଜୁନ୍ ୨୮ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହ ସମ୍ପର୍କରୁ ଶାରୀରିକ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ଅର୍ଥ ସମ୍ଭନ୍ଧୀୟ କୈାଣସି କଥା ବନ୍ଧୁଙ୍କ ନିକଟରୁ ଶୁଣିବାକୁ ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri