Posted inRasifala

ରାଶିଫଳ: ଶୁକ୍ରବାର, ଜାନୁଆରୀ ୧ ତାରିଖ – Daily Horoscope

ମେଷ
ନୂଆ ବରଷର ନୂଆ ସକାଳରେ ଅନୁକୂଳ ଗ୍ରହସ୍ଥିତି ପାରିବାରିକ ସୁଖ, ଶରଧା ଓ ଆନନ୍ଦ ପ୍ରଦାନ କରିବ। କର୍ମାଧିପତି ଶନିଙ୍କ ପ୍ରାଧାନ୍ୟରୁ କର୍ମକ୍ଷେତ୍ରରେ ମର୍ଯ୍ୟାଦାଜନକ ସ୍ଥିତିରେ ରହିବେ। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରର ମାଦକତାକୁ ଉପଭୋଗ କରିବେ। ଉନ୍ନତ ସ୍ବାସ୍ଥ୍ୟ, ନୂତନ ସମ୍ପର୍କ ମଧ୍ୟରେ ମନ ପ୍ରଫୁଲ୍ଲ ରହିବ।
ବୃଷ
ବୃଷ
ନବ ବରଷର ଗୁରୁଶୌରୀ ଯୋଗ ଆଜିର ଚନ୍ଦ୍ରଙ୍କ ସହ ସମ୍ବନ୍ଧ ସ୍ଥାପନ କରି ବନ୍ଧୁଙ୍କ ସହାୟତାରେ ଅର୍ଥଲାଭ କରିବେ। ମଜା ମଉଜ ମଧ୍ୟରେ ଅଧିକାଂଶ ସମୟ କଟିବ। ଆଜିର ଗ୍ରହସ୍ଥିତି ଯାତ୍ରା, ନୂତନ ବାଣିଜ୍ୟାରମ୍ଭ, ସଭାସମିତିରେ ଆଲୋଚନା, ବନ୍ଧୁ ମିଳନ ପାଇଁ ସୁନ୍ଦର ସୁଯୋଗ ସୃଷ୍ଟି କରିବ। ଅନୁକୂଳ ପରିବେଶ ଯୋଗୁ ଯାହା ଚାହୁଁଛନ୍ତି ପାଇବେ।
ମିଥୁନ
ମିଥୁନ
ଆଜି ମୁଖଭାବରେ ଚନ୍ଦ୍ରଙ୍କ ଶୁଭ ପ୍ରଭାବରୁ ହସିଲେ କଥା କହିବେ। ହାତରୁ ଖର୍ଚ୍ଚ କରି ଅନ୍ୟକୁ ଖୁଆଇ ପିଆଇ ଘରେ ବାହାରେ ସବୁଠି ଆଦର, ଅଭ୍ୟର୍ଥନା ଆପଣଙ୍କ ଲୋକପ୍ରିୟତାକୁ ବଢାଇ ଦେବ। ଶନିଙ୍କ ପ୍ରଭାବ ଆପଣଙ୍କୁ କର୍ମକ୍ଷେତ୍ରରେ ଠିକ୍‌ ନିଷ୍ପତ୍ତି ନେବାରେ ଅନ୍ତରାୟ ସୃଷ୍ଟି କରିବ। ଅଜଣା ଲୋକ ସହ ବାକ୍‌ ବିତଣ୍ଡା ସୃଷ୍ଟି ହେବ।
କର୍କଟ
କର୍କଟ
ସ୍ବଗୃହୀ ଚନ୍ଦ୍ର ଶାରୀରିକ ସୁସ୍ଥତା ସହ ନୂତନ ଉତ୍ସାହ, ଉଦ୍ଦୀପନା ସୃଷ୍ଟିକରି କର୍ମକ୍ଷେତ୍ରକୁ ସରସ ଓ ସୁନ୍ଦର କରିବ। କୌଣସି କ୍ଷେତ୍ରରେ ପ୍ରତିଦାନ ଆଶାକଲେ ନିରାଶ ହେବାକୁ ପଡ଼ିବ। ନୂଆ ଜିନିଷ କିଛି କିଣିବା ସକାଶେ ମନ ବଳାଇପାରନ୍ତି। ବ୍ୟବସାୟ, ଭ୍ରମଣ, ନୂତନ କର୍ମାରମ୍ଭ ପାଇଁ ସୁବିଧା ସୁଯୋଗ ମିଳିବ।
ସି˚ହ
ସି˚ହ
ଆଜି ବୁଧଙ୍କ ଶୁଭଦୃଷ୍ଟିରୁ କୌଣସି ସୂତ୍ରରୁ ଅର୍ଥଲାଭର ସମ୍ଭାବନା ରହିଛି। ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ ନିଜକୁ ବହୁମୂଲ୍ୟ ଦେବାକୁ ପଡିପାରେ। ସାହାଯ୍ୟର ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କଠାରୁ ନାସ୍ତିବାଣି ଶୁଣିବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଉନ୍ନତ ମାନର ଫଳ ପାଇବେ ।
କନ୍ୟା
ଏକାଦଶସ୍ଥ ଚନ୍ଦ୍ର ଓ ଭାଗ୍ୟସ୍ଥାନକୁ ବୁଧାଦିତ୍ୟଙ୍କ ଦୃଷ୍ଟିରୁ ଆଜି ଦିନଟି ବହୁତ ଭଲ। ଉପକୃତ ବ୍ୟକ୍ତିଙ୍କ ଠାରୁ ଅଯାଚିତ ପ୍ରତିଦାନ ପାଇ ଖୁସି ହେବେ। ତଥାପି ଅଷ୍ଟମସ୍ଥ ମଙ୍ଗଳଙ୍କ କୁପ୍ରଭାବ ଦ୍ୱାରା ନିଜର ଲୋକମାନେ ଦାଉ ସାଧିପାରନ୍ତି। କର୍ମକ୍ଷେତ୍ରରେ ସ୍ପର୍ଶକାତର କଥାରେ ଚିହ୍ନା ପଡନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିପାରେ।
ତୁଳା
ତୁଳା
ଚତୁର୍ଥଭାବସ୍ଥ ଶନି ହେତୁ ଘରୋଇ କ୍ଷେତ୍ରରେ ପରିବାରବର୍ଗଙ୍କୁ ନୂତନ ଦିଗ୍‌ଦର୍ଶନ ଦେଇ ପ୍ରଶଂସିତ ହେବେ। ଆବଶ୍ୟକତା ପୂରଣ ସକାଶେ ଟଙ୍କା ଯୋଗାଡ କରିବାରେ ସକ୍ଷମ ହୋଇପାରନ୍ତି। ଟାଉଟରି କରୁଥିବା ଲୋକଟି ପ୍ରତି ସତର୍କ ରହିବା ଭଲ। ନୂତନଗାଡି, ଧାତୁ ଅଳଙ୍କାର, ପୋଷାକପତ୍ର, କିଣିବା ପାଇଁ ମନ ବଳାଇପାରନ୍ତି।
ବିଛା
ବିଛା
ସମୟର ଅନୁକୂଳତା କାରଣରୁ କିଛି ନୂଆଁ କାମ ଆରମ୍ଭ କରିବା ସକାଶେ ମନ ବଳାଇବେ। କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିପାରେ। ଖର୍ଚ୍ଚ କମାଇବା ପାଇଁ ଚେଷ୍ଟା କଲେ ମଧ୍ୟ ସମୟ ଓ ପରିସ୍ଥିତି ତାହା କରାଇ ଦେବ ନାହିଁ। ଶାରୀରିକ ଅସୁସ୍ଥି ଅନୁଭବ କରିବେ।
ଧନୁ
ଧନୁ
ନୀଚସ୍ଥ ବୃହସ୍ପତିଙ୍କ ଦୋଷରୁ ପାରିବାରିକ କ୍ଷେତ୍ରରେ ବିତର୍କର ସମ୍ଭାବନା ରହିଛି। ମଙ୍ଗଳ ପ୍ରଭାବରେ ପ୍ରତ୍ୟେକ ସମସ୍ୟାର ସମ୍ମୁଖୀନ ହେବାର ତାକତ ରହିଛି କହିଲେ ଅତ୍ୟୁକ୍ତି ହେବନାହିଁ। ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ। ପୂର୍ବାଷାଢା ନକ୍ଷତ୍ର ଆଶା ପୂରଣ ହେବ। ଅନ୍ୟର ପ୍ରହେଳିକାପୂର୍ଣ୍ଣ କଥାରେ ପଡି ପଛରେ ଦୌଡିପାରନ୍ତି।
ମକର
ମକର
ସପ୍ତମସ୍ଥ ଚନ୍ଦ୍ର ହେତୁ ଦିନଟି ଖୁସି ଓ ଆନନ୍ଦରେ ଅତିବାହିତ ହେବ। ନୂତନ ବନ୍ଧୁତା ସ୍ଥାପନ କରିବା ଦିଗରେ ଆଜି ଦିନଟି ସ୍ମରଣୀୟ ହୋଇ ରହିବ। ଶ୍ରବଣା ନକ୍ଷତ୍ର ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କରି ଅନୁତପ୍ତ ହେବେ। ତରବର ନ ହୋଇ ସମୟକୁ ଅପେକ୍ଷା କରନ୍ତୁ ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟ ସାଧିତ ହେବ।
କୁମ୍ଭ
କୁମ୍ଭ
ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ପାରିବାରିକ କ୍ଷେତ୍ରରେ ପରିସ୍ଥିତି ଶାନ୍ତ ରହିବ। କାର୍ଯ୍ୟ ହାସଲ ସକାଶେ ବନ୍ଧୁଙ୍କ ସହାନୁଭୂତି ନିଶ୍ଚୟ ଲାଭ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ଭ୍ରମଣ, ସଭାସମିତି, ଆଲୋଚନା ଓ ବନ୍ଧୁ ମିଳନରୁ ଖୁସି ରହିବେ।
ମୀନମୀନ
ରବି ଓ ବୁଧଙ୍କ ପ୍ରଭାବରେ ଆଜି କାର୍ଯ୍ୟବ୍ୟସ୍ତତାରୁ ଘରକଥା ବୁଝିବାକୁ ସମୟ ପାଇବେ ନାହିଁ। ଖାଦ୍ୟପେୟ ଠିକ୍‌ ରହିବ ନାହିଁ। ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି କାମ ଆରମ୍ଭ କରିପାରନ୍ତି। ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ପର କଥାରେ ପଡ଼ି ଭୁଲ୍‌ ଧାରଣା ପୋଷଣ କରିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ। ହିତୈଷୀମାନଙ୍କ ସହୃଦୟତାରୁ ଆପଣ ଯାହା ଚାହୁଁଛନ୍ତି, ତାହା ପାଇବାରେ କୌଣସି ଅସୁବିଧା…

ରାଶିଫଳ: ଶନିବାର, ଜୁଲାଇ ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ଅନ୍ୟମାନେ ଭୁଲ୍‍ ବୁଝିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ଦୀର୍ଘ ଦିନରୁ ରହିଯାଇଥିବା…

ରାଶିଫଳ: ଶୁକ୍ରବାର , ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍‍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର…

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ଜନ୍ମଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ମତାନ୍ତର ସାଙ୍ଗକୁ ଧନହାନିର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri