Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୧୯ ତାରିଖ – Daily Horoscope

ମେଷ
ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ମୀନ ରାଶିସ୍ଥ ଶନି ହେତୁ ସତ୍‌କର୍ମରେ ଅର୍ଥର ବିନିଯୋଗ କରାଇବ। ସ୍ଥଗିତ ରହିଯାଇଥିବା କାମ ହାସଲର ଅନୁକୂଳ ସୂଚନା ପାଇ ମନ ହାଲୁକା ରହିପାରେ। ପାରିବାରିକ ସମସ୍ୟା ସମାଧାନ ଖୁସିକୁ ଦ୍ୱିଗୁଣିତ କରିବ। ଶତ୍ରୁମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି।
ବୃଷ
ବୃଷ
ଆପଣଙ୍କ ରାଶି ପ୍ରତି ଶନିଙ୍କ ପୂର୍ଣ୍ଣଦୃଷ୍ଟି ସମ୍ପର୍କ ବହୁବିଧ କର୍ମରେ ଅନୁପ୍ରବେଶ କରାଇପାରେ। କିନ୍ତୁ ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା, ବିବାଦ ପ୍ରଭୃତି ପାଇଁ ଅନୁକୂଳ ରହି ନ ପାରେ। ବନ୍ଧୁମାନେ ସୁଯୋଗକୁ ନିଜର ସ୍ବାର୍ଥ ସାଧନ ଦିଗରେ ଲଗାଇପାରନ୍ତି। ଭୁଲ୍‌ ବୁଝାମଣାରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବାର ଆଶଙ୍କା ରହିଛି।
ମିଥୁନ
ମିଥୁନ
ଧନାଧିପତି ଚତୁର୍ଥ କେନ୍ଦ୍ରରେ ଅବସ୍ଥାନ କରି ପାରିବାରିକ ସମସ୍ୟାକୁ ସୁଧାରି ନେଇପାରନ୍ତି। ରାହୁଙ୍କ ଦୃଷ୍ଟିଜନିତ ପ୍ରତ୍ୟେକ ସ୍ତରରେ ଭାବିଚିନ୍ତି କାମ କରିବା ଭଲ। ପରିବାରରେ ଜିଦ୍‌ରେ ଅଟଳ ରହିବାରୁ ଟିକିଏ ଟିକିଏ କଥାରେ କଳହ ଲାଗିପାରେ। ଆନୁଷ୍ଠାନିକ କାମରେ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ।
କର୍କଟ
କର୍କଟ
ଚନ୍ଦ୍ରଙ୍କ ଅବସ୍ଥିତି ଆଜିର କର୍ମକ୍ଷେତ୍ରରେ କାର୍ଯ୍ୟ ହାସଲ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ। ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ପ୍ରକାଶନ, ନିର୍ମାଣ କ୍ଷେତ୍ରରେ ସହଯୋଗ,ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରୁ ଲାଗି ରହିଥିବା ସମସ୍ୟା ଦୂର ହୋଇଯିବ।
ସି˚ହ
ସି˚ହ
ରାଶ୍ୟାଧିପ ଅନ୍ୟ ତିନୋଟି ଗ୍ରହ ସଙ୍ଗରେ ଚତୁର୍ଥସ୍ଥ ହେତୁ ପରିବାର ଓ କର୍ମସଂସ୍ଥାନ ପାଇଁ ଶୁଭଫଳ ପ୍ରଦାନ କରିବ। ଯେକୌଣସି ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ସବୁ କିଛି ପାଣିଫୋଟକା ପରି ମିଳାଇଯିବ। ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି।
କନ୍ୟା
ମୁଖଭାବରେ ଶୁକ୍ର ଓ ଚନ୍ଦ୍ର ସୁସ୍ବାଦୁ ଭୋଜନ, ବସ୍ତ୍ରଭୂଷଣ, ସୁଖ, ସମ୍ମାନ ସଙ୍ଗକୁ ଅର୍ଥ ଉପଢ଼ୌକନାଦି ପ୍ରଦାନ କରିପାରେ। ସମସ୍ୟା ସମାଧାନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ। ବାଣିଜ୍ୟ, ବ୍ୟବସାୟ, ଆନୁଷ୍ଠାନିକ କାମ ଏବଂ ବନ୍ଧୁସମ୍ପର୍କ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
ତୁଳା
ତୁଳା
ଆଜିର ଚନ୍ଦ୍ର ଯାତ୍ରା, କର୍ମାରମ୍ଭ, ଋଣ ପରିଶୋଧ ପାଇଁ ରାସ୍ତା ସୁଗମ କରିପାରେ। ସ୍ବାସ୍ଥ୍ୟହାନି, ଶତ୍ରୁତା ଓ ଆମତ୍ୀୟଙ୍କ ବିରୋଧସ୍ବର ମନରେ ଦୁଶ୍ଚିନ୍ତା ଉଦ୍ରେକ କରିବ। ଆଲୋଚନା ପରିସରରେ ସମାଧାନର ସରଳସୂତ୍ର ବାହାର କରିବେ। ଆଜିର ଯାତ୍ରା ଶୁଭପ୍ରଦ ହେବ, ତଥାପି ଜିନିଷପତ୍ର ହଜିଯିବାର ଆଶଙ୍କା ରହିଛି ।
ବିଛା
ବିଛା
ଆଜିର ଗ୍ରହସ୍ଥିତି ଆପଣଙ୍କ ପାଇଁ ପ୍ରତିକୂଳ ନ ହେଲେ ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ର ମାନସିକ ସ୍ତରରେ ଟେନ୍ସନ ସୃଷ୍ଟି କରିବ। ସତର୍କତା ଅଭାବରୁ ଯାହା ଭାବୁଥିବେ କାମ କରିବା ବେଳକୁ ଓଲଟା ହୋଇଯାଇପାରେ। ବ୍ୟବସାୟ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। ସଙ୍ଗୀତ, କ୍ରୀଡ଼ା, ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ରାହୁ ଚତୁର୍ଥସ୍ଥ ହେତୁ ପରିବାର,ଲୋକ ସମ୍ପର୍କ ପାଇଁ ସମସ୍ୟାର କ୍ଷେତ୍ର ସୃଷ୍ଟି କରିପାରେ। ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ବୈବାହିକ ସମ୍ବନ୍ଧ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସମ୍ପର୍କୀୟ ଆଲୋଚନା କରିବାର ସୁଯୋଗ ପାଇବାର ଆଶା ରହିଛି। ବନ୍ଧୁଙ୍କ ସାହାଯ୍ୟରୁ ଶାରୀରିକ ସୁସ୍ଥତା ଫେରିପାଇବେ।
ମକର
ମକର
ଦେବଗୁରୁଙ୍କ ରାଶିପ୍ରତି ଶୁଭଦୃଷ୍ଟିରୁ ଯାହା ଭାବୁଥିଲେ ତାହା ଆଜି ବାସ୍ତବତାରେ ପରିଣତ ହେବ। ନୂତନ ବନ୍ଧୁଙ୍କ ସଂସ୍ପର୍ଶରେ ଆସି ଲକ୍ଷ୍ୟ ହାସଲ କରିବେ। ପାରିବାରିକ କ୍ଷେତ୍ରରେ ସାମାନ୍ୟ ବିରୋଧ କିମ୍ବା ପ୍ରତିବନ୍ଧକର ସାମ୍‌ନା କରିବାକୁ ପଡ଼ିପାରେ। କୌଣସି ଏକ ସାଧାରଣ କଥାକୁ ନେଇ ସ୍ତ୍ରୀଙ୍କ ସହ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଏକାଧିକ ଗ୍ରହ ସମ୍ବନ୍ଧରୁ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ସରକାରୀ କ୍ଷେତ୍ରରୁ ଶୁଭ ଖବର ପାଇ ଖୁସି ହେବେ । ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ନିଜ ପରିସରସ୍ଥ ବ୍ୟକ୍ତିବିଶେଷଙ୍କ ଆହ୍ବାନକ୍ରମେ ସାଂଗଠନିକ ସଭାସମିତିରେ ଯୋଗଦେଇପାରନ୍ତି।
ମୀନମୀନ
ଚନ୍ଦ୍ରଙ୍କ ଅଷ୍ଟମସ୍ଥାନରେ ଅବସ୍ଥିତି ଆପଣଙ୍କୁ କଳ୍ପନା ମାଧ୍ୟମରେ ଆନନ୍ଦ ପ୍ରଦାନ କରାଇ ଭାବୁକ ବନାଇପାରେ। ବିବ୍ରତ ନ ହୋଇ କାମ ଆରମ୍ଭ କଲେ ଯଥା ସମୟରେ ସବୁ ଠିକ୍‌ ହୋଇଯିବ। ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ବିରକ୍ତିଭାବ ସୃଷ୍ଟି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରଶଂସିତ ହେବେ।

 

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଜୁନ୍ ୬ ତାରିଖ – Daily Horoscope

ମେଷ ଆଜି ରୁକ୍ଷ ଦୃଷ୍ଟିରେ ବୁଧ ଓ ଶୁକ୍ର ଯୋଗୁ କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ଭଲ ରହି ନ ପାରେ। ସବୁ କିଛି ଭଲ…

ରାଶିଫଳ: ଶୁକ୍ରବାର , ଜୁନ୍ ୫ ତାରିଖ – Daily Horoscope

ମେଷ ଆଜି ହିତୈଷୀଙ୍କ ସହ ଆଲୋଚନା ପୂର୍ବକ ନୂଆ କାମର ରୂପରେଖ ପ୍ରସ୍ତୁତ କରିବେ। ଦୀର୍ଘଦିନରୁ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ…

ରାଶିଫଳ: ଗୁରୁବାର, ଜୁନ୍ ୪ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବା କଷ୍ଟକର ହେବ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ରାଜନୀତିରେ…

ରାଶିଫଳ: ବୁଧବାର, ଜୁନ୍ ୩ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ…

ରାଶିଫଳ: ମଙ୍ଗଳବାର, ଜୁନ୍ ୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ।…

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ,…

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି…

ରାଶିଫଳ: ଶନିବାର, ମେ ୩୦ ତାରିଖ – Daily Horoscope

ମେଷ ପରିସ୍ଥିତିର ବିଷମତା କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ବିବାଦୀୟ ସ୍ଥିତି ଉପତ୍ନ ହେବ। ଆବଶ୍ୟକତା ପୂରଣ ପାଇଁ କରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri